ଜଳେଶ୍ବରରେ ଗଡ଼ିଲା ‘ବିକାଶ ବାହନ’

ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ‘ବିକାଶ ବାହନ’ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ଏହାର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠୁ ଜୁନ୍ ୨୧ ଯାଏଁ ସାରା ରାଜ୍ୟରେ ଗଡ଼ିବ ବିକାଶ ବାହନ । ୩୧୪ଟି ବ୍ଲକ, ୧୧୫ ଟି ULB ଏବଂ ୫ଟି ପୌର ନିଗମରେ ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ପ୍ରଚାର ପ୍ରସାର କରିବ ଏହି ସ୍ୱତନ୍ତ୍ର ଭ୍ୟାନ୍ ।

ସରକାରଙ୍କ ବିକାଶ କଥା ନେଇ ପଂଚାୟତ ପଂଚାୟତ କୁ ବୁଲିବ ବିକାଶ ବାହାନ । ଏହି ବିକାଶ ବାହନ ଙ୍କୁ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲା ପରେ ଜଳେଶ୍ୱର ବ୍ଲକରେ BDO, ଗୌରଙ୍ଗ ଚରଣ ଘୋଷ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ରଥ ଆଜି ଚାରୋଟି ପଂଚାୟତ ରେ ଲୋକଙ୍କ ପାଖକୁ ଯିବ । ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ।

ସରକାରଙ୍କ କେତେକ ପ୍ରମୁଖ ସଫଳତା ଏବଂ ପଦକ୍ଷେପ ଯେମିତି ‘ବିକାଶ ଗାଁ ବିକାଶିତ ଓଡିଶା’ ‘ସୁଭଦ୍ରା ଯୋଜନା’, ‘ଆଣ୍ଟୋଦୟ ଗ୍ରୁହା ଯୋଜନା’, ଆଦିବାସୀ ଏବଂ ଏସସି କଲ୍ୟାଣ, ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ, କୃଷି ପାଇଁ ସବସିଡି, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୀତି -୨୦୨୦ , ଗୋଦାବରୀଶା ମିଶ୍ର ଆଦର୍ଶ ବିଦ୍ୟାଲୟ ଯୋଜନା, ଶିଶୁ ବାଟିକା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜଣାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।