ଟ୍ରେନ୍ ଦୁର୍ଘଟଣା ମାମଲାରେ ସରକାରଙ୍କୁ ପ୍ରଶ୍ନ କଲେ ତେଜସ୍ବୀ, କହିଲେ ଟୋଟାଲ ସରକରାଙ୍କ ବିଫଳତା

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରବିବାର ଦିନ ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆମେ ଏଥିପାଇଁ ବହୁତ ଦୁଃଖିତ । ହେଲେ ଏହି ଘଟଣାରେ ଅବହେଳା ହୋଇଛି । ଏହି ଘଟଣା ରେଳବାଇର ଦାବିକୁ ବିଫଳ କରିଛି । ଭାରତ ସରକାର, ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ବିଫଳତା ବୋଲି ତେଜସ୍ବୀ କହିଛନ୍ତି । ଏଥିପାଇଁ କିଏ ଦାୟୀ ତାହା ସ୍ଥିର ହେବା ଉଚିତ୍ । ଯଥାଶୀଘ୍ର ତଦନ୍ତ କରାଯିବା ଉଚିତ୍ । ଏହି ଘଟଣାରେ ବିହାରର ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ସୂଚନା ନିଆଯାଉଛି, ଏହା ପରେ ବିହାର ସରକାର ନିଷ୍ପତ୍ତି ନେବେ ।

ତେଜସ୍ୱୀ ଯାଦବ କହିଛନ୍ତି ଯେ, ରେଳବାଇ ସୁନିଶ୍ଚିତ କରିଛି ଯେ ସୁରକ୍ଷା ହେଉଛି ସେମାନଙ୍କର ପ୍ରାଥମିକତା । କିନ୍ତୁ ଏତେ ବଡ ଦୁର୍ଘଟଣା ପରେ ମଧ୍ୟ ସେମାନେ କୌଣସି ଉତ୍ତରଦାୟୀ ନେଉନାହାନ୍ତି । ଏହି ସମୟ ରାଜନୀତି ପାଇଁ ହେବା ଉଚିତ୍ ନୁହେଁ । କିନ୍ତୁ ଉତ୍ତରଦାୟୀ ହେବା ଜରୁରୀ । ଏହା ଏକ ବଡ ଦୁର୍ଘଟଣା, ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ତେଜସ୍ବୀ କହିଛନ୍ତି ।

ତେଜସ୍ୱୀ କହିଛନ୍ତି ଯେ, କୁସ୍ତିଯୋଦ୍ଧା ମାନଙ୍କ କ୍ଷେତ୍ରରେ କେନ୍ଦ୍ର କୌଣସି ତଦନ୍ତ କରିନାହିଁ । ତେଣୁ ସେମାନେ କ’ଣ କରିବେ ମୁଁ ଜାଣିନାହିଁ, କେବଳ ସମୟ କହିବ । କିନ୍ତୁ ସେପର୍ଯ୍ୟନ୍ତ କେହି ଜଣେ ନିଜ କାନ୍ଧରେ ଦାୟିତ୍ବ ଗ୍ରହଣ କରିବା ଉଚିତ୍ । ଏଭଳି ଏକ ବଡ଼ ଘଟଣା ଘଟିଛି, ପ୍ରଧାନମନ୍ତ୍ରୀ ମୋଦୀ ଏକ ସାମ୍ବାଦିକ ସମ୍ମିଳନୀ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *