ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ ଏନକାଉଣ୍ଟର ହୋଇଥିବା ସୂଚନା । ମଞ୍ଚେଶ୍ୱର ଥାନା ପୋଲିସ ଏବଂ ସ୍ପେସିଆଲ ସ୍କ୍ୱାଡ଼ ମିଳିତ ଟିମ ଏହି ଏନକାଉଣ୍ଟର ହୋଇଛି । କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ ।
ରଘୁ ନାମରେ ବିଭିନ୍ନ ଥାନାରେ ୧୫ଟି ଥାନାରେ ଡକାୟତି ସହ ରାହାଜାନୀ ମାମଲା ରହିଛି । ସେଥି ମଧ୍ୟରୁ ବନ୍ଧୁକ ଜନିତ ମାମଲା ରହିଛି ୮ଟି । ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ଵର୍ ଥାନା ପୋଲିସ ଓ ସ୍ପେସଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାଙ୍କର ଜଣେ ବନ୍ଧୁ ଏକ କେଟିଏମ୍ ବାଇକରେ ଭୁବନେଶ୍ୱର ବାଲିଯାତ୍ରା ପଡିଆ ରାସ୍ତା ଦେଇ ଯାଉଥିଲେ ।
ଏହି ସମୟରେ ଏମାନଙ୍କୁ ପୋଲିସ ଅଟକାଇବା ରୁ ହଠାତ୍ ରଘୁ ନିଜ ମାଉଜର ବାହାର କରି ପୋଲିସ ଉପରକୁ ଗୁଳି ଚଳାଇଥିଲା । ୩ ରାଉଣ୍ଡ ଗୁଳି ମାଡ କରିବା ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଇବା ବେଳେ ରଘୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ପଡ଼ି ଯାଇଥିଲା । ପରେ ତାଙ୍କ ବନ୍ଧୁ ପୁନିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ପୋଲିସ ରଘୁକୁ କାବୁ କରିଥିବା ବେଳେ ତା ନିକଟରୁ ୭.୫ ମିଲି ମିଟର ର ଏକ ପିସ୍ତଲ ଜବତ କରିଛି । ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି
Your article helped me a lot, is there any more related content? Thanks!
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me? https://www.binance.com/ar/join?ref=53551167
Your point of view caught my eye and was very interesting. Thanks. I have a question for you.