ଭୁବନେଶ୍ୱର: ବିଜେପି ନେତାଙ୍କ ଫ୍ଲାଟରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରୁ ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ମୃତଦେହ ଠାବ କରାଯାଇଛି । ପ୍ରଦୀପ ପୁରୋହିତଙ୍କ ଭୁବନେଶ୍ୱରସ୍ଥିତ ଫ୍ଲାଟରୁ ମିଳିଛି ମୃତଦେହ । ମୃତକ ବରଗଡ଼ ପାଇକମାଳ ହୀରାପୁରର ଧନୁର୍ଜୟ ପାଣ୍ଡେ ।

୫ ବର୍ଷ ହେଲା ପ୍ରଦୀପଙ୍କ ଘରେ ରହି କାମ କରୁଥିଲେ ଧନୁର୍ଜୟ ପାଣ୍ଡେ । ଲକ୍ଷ୍ମୀସାଗର ଭବାନୀ ଆପାର୍ଟମେଣ୍ଟରେ ପ୍ରଦୀପ ପୁରୋହିତଙ୍କ ସହ ଡ୍ରାଇଭର ରହୁଥିଲେ । ହେଲେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏଥିସହ ସେହି ଫ୍ଲାଟକୁ ସିଲ୍ କରାଯାଇଛି । ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *