ଭୁବନେଶ୍ୱର: ଦାଦାବଟି ମାଗିବା ଅଭିଯୋଗରେ ଯୁବକଙ୍କୁ ବାନ୍ଧିଲା ଭରତପୁର ପୋଲିସ

ବାରମ୍ବାର ଚାନ୍ଦା ଓ ବଟି ମାଗିବା ନେଇ ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ସଚେତନ କରୁଛି ଏମିତିକି ପ୍ରତ୍ୟକ ବସ ପଛରେ ‘ଦାଦା ବଟିକୁ ନା’ ର ପୋଷ୍ଟର ମାରିବା ପରେ ମଧ୍ୟ ଏହାର ପ୍ରଭାବ ଯଥା ପୂର୍ଵମ ତଥା ପରଂ ରହିଛି । ଘଟଣାଟି ଘଟିଛି ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ । ଦାଦା ବଟି ମାଗିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବରମୁଣ୍ଡା ଗାଁର ପ୍ରସନ୍ନ ସେନାପତି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଶ୍ରୀହରି ପ୍ରଧାନ ସାଇଶଙ୍କର ବସର କଣ୍ଡକ୍ଟର ଭାବେ କାର୍ଯ୍ୟ କରନ୍ତି । ଉକ୍ତ ବସଟିକୁ ସେ ନିୟମିତ ଭାବେ ବରମୁଣ୍ଡା ବସ-ଷ୍ଟାଣ୍ଡରେ ଏକ ନିଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରିଥାନ୍ତି ।

ଗତ ୮ ତାରିଖ ଦିନ ଗିରଫ ଅଭିଯୁକ୍ତ ଏବଂ ତାଙ୍କର ୭ ରୁ ୮ ଜଣ ସହେଯାଗୀ ବରମୁଣ୍ଡା ବସ-ଷ୍ଟାଣ୍ଡକୁ ନିୟମିତ ଭାବେ ଯାଇ ତାଙ୍କୁ ଦିନକୁ ୧,୦୦୦ ଟଙ୍କା ଦାଦାବଟି ଦେବାପାଇଁ ଦାବି କରିଥିଲେ । ଅଭିଯୋଗକାରୀ ଦାଦାବଟି ଦେବା ନିମେନ୍ତ ମନା କରିବାରୁ ଅଭିଯୁକ୍ତ ମାନେ ହଠାତ ତାଙ୍କୁ ଏକ ଲୁହାଛଡ ସାହାଯ୍ୟରେ ଆକ୍ରମଣ କରିବା ସହିତ ତାଙ୍କ ପାଖେର ଥିବା ୬,୪୦୦ ଟଙ୍କା ଲୁଟି ନେଇଥିଲେ । ଏନେଇ ଭରତପୁର ଥାନାରେ ଅଭିଯୋଗ ହେବା ପେର ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମରେ ଖଣ୍ଡଗିରି ଥାନାରେ ପୂବର୍ରୁ ମଧ୍ୟ ୩ ଗୋଟି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

Leave a Reply

Your email address will not be published. Required fields are marked *