
କାକଟପୁର ର ସୋମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ , କାକଟପୁର ବଜାରରେ ଥିବା ସୌରଭ ପାଲେସ ପରି ସରରେ ,କବି ସଂବ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସମାରୋହ ଓ କବିତା ପାଠତ୍ସବ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ସାହିତ୍ୟ ଆସରକୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଭାତ ତରାଇ ଉଦ୍ଘାଟନ କରିଥିଲେ । ସାହିତ୍ୟ ସଂସଦ ର ସଭାପତି ଗାୟକ ବାଚସ୍ପତି ବନ ବିହାରୀ ଗ୍ରହାଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ କବି ନାରାୟଣ ପଣ୍ଡା,ପ୍ରଫେସର ନିରୋଦ ଦାସ,ଅଧ୍ୟାପକ ବ୍ରଜ କିଶୋର ସ୍ବାଇଁ,ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଦାସ,ବ୍ୟଙ୍ଗ କବି ସମ୍ପଦ ରଥ ପ୍ରମୁଖ ଯୋଗ ଦାନ କରି ଓଡ଼ିଆ ସାହିତ୍ୟ ଜଗତକୁ କବି ସଂବ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଅବଦାନ ସହ,ତାଙ୍କ ରଚିତ ବିଭିନ୍ନ ଗ୍ରନ୍ଥା ବଳି ସମ୍ପର୍କ ରେ ଆଲୋକପାତ କର ଥିଲେ । ସାହିତ୍ୟ ସମାରୋହ ପ୍ରାରମ୍ଭ ରେ,ସ୍ଥାନୀୟ ଅଂଚଳର କବି ଓ କବୟିତ୍ରୀ ମାନଙ୍କୁ ନେଇ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇ ଥିବା ବେଳେ, ଦୁଃଶାସନ ନାୟକ,ଚିତ ରଞ୍ଜନ ପୃଷ୍ଟି,ହୃଦାନନ୍ଦ ସାଶମଲ୍,ତ୍ରିଲୋଚନ ବିଶ୍ଵାଳ ଆଦି ତିରିସରୁ ଉର୍ଦ୍ଧ କବି ଶେମାନ ଙ୍କର କବିତା ଆବୃତ୍ତି କରିଥିଲେ । କବି ଓ କବୟିତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ସାହିତ୍ୟ ସଂସଦ ର ସଂପାଦକ ମନୋଜ କୁମାର ସାହୁ ସଂସଦ ର ଆଭିମୁଖ୍ୟ ସମ୍ପର୍କ ରେ ବିବରଣୀ ପ୍ରଦାନ କରିଥିଲେ । ଶେଷରେ କୁନି କଳାକାର ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରା ଯାଇ ଥିଲା ।