୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟିତ

ସର୍ବ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ ପାଲଟି ଯାଇଛି ମଥୁରାନଗରୀ। ଆରମ୍ଭ ହୋଇଛି ମହାପ୍ରତାପୀ, ଦିଗବିଜୟୀ ମହାରାଜ କଂସଙ୍କ ରାଜୁତି । ପବିତ୍ର ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଦୀର୍ଘ ୧୧ଦିନ ଧରି ଚାଲିବ। ଆସନ୍ତା ଜାନୁୟାରୀ ୨୫ ତାରିଖରେ ଏହା ଉଦଯାପିତ ହେବ। ୧୧ ଦିନିଆ ଧନୁଯାତ୍ରା ସମୟରେ ବରଗଡ଼ ଏବଂ ଅମ୍ବାପାଲି ମଧ୍ୟରେ ପ୍ରବାହିତ ଜୀରାନଦୀ ଯମୁନା ନଦୀରେ ରୂପାନ୍ତରିତ ହେବ । ମଥୁରାନଗରୀର ୧୫ ଏବଂ ଗୋପପୁରର ୯ଟି ଖୋଲାମଞ୍ଚରେ ଧନୁଯାତ୍ରା ଦୃଶ୍ୟାଭିନୟ ଅଭିନୀତ ହେବ।

ବରଗଡ଼ ହାଟପଦାରେ ରାଜ ଦରବାର ଏବଂ ସ୍ଥାନୀୟ ନିଶାମଣି ସ୍କୁଲ ସମ୍ମୁଖ ସୁଦୃଶ୍ୟ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ମଞ୍ଚ ପ୍ରସ୍ତୁତ ହୋଇଛି । ବିଗତବର୍ଷ ଭଳି ଏଥର ମଧ୍ୟ ହାଟପଦା ମଞ୍ଚରେ ମହୋତ୍ସବର ପ୍ରଥମ ୭ ଦିନ ପାଇଁ ରାଜ ଦରବାର ଏବଂ ଶେଷ ୪ଦିନ ପାଇଁ ରଙ୍ଗ ମହଲ ଦୃଶ୍ୟାଭିନୟ ଅଭିନୀତ ହେବ। ସେହିପରି ଅନ୍ତିମ ୪ଦିନ ନିଶାମଣି ହାଇସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆରେ ରାଜ ଦରବାର ସାଜିବ। ତେବେ ସୋମବାରରୁ ମଥୁରାନଗରୀ ଏବଂ ବୁଧବାରରୁ ଗୋପପୁର ଦୃଶ୍ୟାଭିନୟ ଅଭିନୀତ ହେବ।

ଏହି ଉଦଘାଟନୀ ଉତ୍ସବରେ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସନ୍ଧ୍ୟା ୭ଟାରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟନ କରିଥିଲେ। ଏହା ପୂର୍ବରୁ ଅପରାହ୍ନ ୨ଟାରୁ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀଛକ କଲ୍ୟାଣ ମଣ୍ଡପରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ତଳିପଡ଼ା ସମଲେଶ୍ୱରୀ ମନ୍ଦିର ଅଭିମୁଖେ ଯାଇଥିଲା । ସେଠାରୁ ଶୋଭାଯାତ୍ରା ପୁଣି ହାଟପଦାସ୍ଥିତ ରାଜ ଦରବାରକୁ ଯାଇଥିଲା। ଉଦଘାଟନ ପରେ ଧନୁଯାତ୍ରା ଦୃଶ୍ୟାଭିନୟ ଦେଖିବାକୁ ମିଳିଥିଲା । ତେବେ ଦୀର୍ଘବର୍ଷ ଧରି ମାରୱାଡ଼ି ଧର୍ମଶାଳା ରାଜ ମହଲ ହୋଇଆସୁଥିବା ବେଳେ ଏଥର ସ୍ଥାନୀୟ ଜି.ଡ଼ି ଗୋୟଲ ଧର୍ମଶାଳା ରାଜ ମହଲ ପାଲଟିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ସୂଚନା ଦେଇଛନ୍ତି।

ଆଜି ଦ୍ବିତୀୟ ରଜନୀରେ ସମଲେଶ୍ଵରୀ ମଣ୍ଡପ ସ୍ଥିତ କାରାଗାରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଶ୍ରୀକୃଷ୍ଣଙ୍କୁ ନେଇ ବାସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳି କନ୍ୟାଙ୍କ ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ, ଦୂର୍ମିଲା ରାକ୍ଷସ ସହ କଂସର ଯୁଦ୍ଧ ଏବଂ ଦୁର୍ମିଲା ରାକ୍ଷସ ନିହତ ହେବା ସହ ଚାରୁଣ ମୁଷ୍ଠିକ କୁ ଆହ୍ଵାନ ପରି ବହୁ କାର୍ଯ୍ୟକ୍ରମ ହେବାକୁ ଯାଉଛି।

Comments

2 responses to “୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟିତ”

  1. binance註冊 Avatar

    I don’t think the title of your article matches the content lol. Just kidding, mainly because I had some doubts after reading the article.

  2. 创建Binance账户 Avatar

    Thanks for sharing. I read many of your blog posts, cool, your blog is very good. https://accounts.binance.com/register-person?ref=P9L9FQKY

Leave a Reply

Your email address will not be published. Required fields are marked *