
କୋଟି କୋଟି ଟଙ୍କାରେ ନିର୍ମିତ ଉଦ୍ଯାନ ସବୁ ମାଟିରେ ମିଶିବାକୁ ବସିଲାଣି । ଯୁଆଡେ ଦେଖିବ ସିଆଡେ ଭଙ୍ଗାରୁଜା ହୋଇ ଦୟନୀୟ ଅବସ୍ଥାରେ ସବୁକିଛି ପଡିରହିଛି ପାର୍କରେ ଥିବା ଖେଳ ସାମଗ୍ରୀ, ବାଉଁଶ ନିର୍ମିତ ରେସ୍ତୁରାଣ୍ଟ , ଜେଟସ୍କି , ସହିତ ଆଲୋକ ମାଳା ସବୁ ଭାଙ୍ଗିଯାଇଛି l ଖେଳ ସାମଗ୍ରୀ କୋଉଠି ଅଧା ଭାଙ୍ଗି ଝୁଲୁଥିବା ବେଳେ କୋଉଠି ପୁରା ଭାଙ୍ଗି ପଡ଼ିଛି । ବାଉଁଶର ବିଳାସପୂର୍ଣ୍ଣ ରେସ୍ତୁରାଣ୍ଟ ପୁରା ଭାଙ୍ଗିରୁଜି ଚୁରମାର ହୋଇଯାଇଛି l ଏଭଳି କିଛି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବଡକୁଳ ପାନ୍ଥ ନିବାସରେ l ଏସିଆ ମହାଦେଶର ସର୍ବ ବୃହତ ଲୁଣା ହ୍ରଦ ହେଉଛି ଚିଲିକା l

ଏହା ଏକ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ । ଏଠାକୁ ପ୍ରତିଦିନ ବହୁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥାଏ l କିନ୍ତୁ ପାନ୍ଥନିବାସର ପରିସରରେ ଥିବା ଚିଲିକାକୁ ଲାଗିରହିଥିବା ୱାଟର ପାର୍କ ସହିତ ସୁନ୍ଦର ଶିଶୁ ଉଦ୍ୟାନ ଓ ବାଉଁଶରେ ତିଆରି ବହୁ ବିଳାସପୁର୍ଣ ଘର ରହିଛି ଯାହା ସରକାରୀ ଅର୍ଥରେ କୋଟି କୋଟି ଟଙ୍କା ବିନିଯୋଗରେ ଏହି ସବୁ ନିର୍ମାଣ କରା ଯାଇଥିଲା ।

ହେଲେ ଏ ସବୁ ଅବସ୍ତା ନକହିବା ଭଲ ପୂର୍ବରୁ ଶିଶୁ ଉଦ୍ୟାନରେଟି ବିଭିନ୍ନ ପ୍ରକାରର ଖେଳ ସାମଗ୍ରୀ ସହିତ ଆଲୋକ ମାଳାରେ ଝଲସୁ ଥିଲା l ମାତ୍ର କିଛି ବର୍ଷ ନପୁରୁଣୁ ରେସ୍ତୁରାଣ୍ଟ ବନ୍ଦ ହୋଇ ଭାଙ୍ଗି ପଡ଼ିରହିଛି, ତା ସହିତ ପାର୍କରେ ନିର୍ମାଣ ବିଳାସପୂର୍ଣ୍ଣ ଘର ରେସ୍ତୁରାଣ୍ଟ ପାର୍କରେ ତାଲା ଝୁଲିବା ଫଳରେ ଏଠାକୁ ଆସୁଥିବା କୁନି କୁନି ପିଲାମାନେ ଅନ୍ୟ ରାସ୍ତା ଦେଇ ଏହି ଭଙ୍ଗା ସାମଗ୍ରୀରେ ଖେଳି ଆହତ ହୋଉଥିବା ନଜିର ଅଛି l ନଳବାଉଁଶରେ ନିର୍ମାଣ ହୋଇଥିବା ରେସ୍ତୁରାଣ୍ଟ ସମ୍ପୂର୍ଣ ଭାବରେ ଭାଙ୍ଗିରୁଜି ମାଟିରେ ମିଶିବାକୁ ବସିରହିଛି l ଆଉ କୋଉ କୋଉ ଘରର ଟିଣ ଉଡିଯାଇଥିବା ବେଳେ, ଅନାବନା ଗଛ ସହିତ କଣ୍ଟା ବଣରେ ଘେରି ରହିଛି ଏହି ବିଳାସପୁର୍ଣ ବାଉଁଶ ଘର l

ଆଉ ଏହି ବାଉଁଶ ଘରେ କିଛି ଲୋକେ ରହୁଥିବା ଦେଖିବାକୁ ମିଳିଛି l ଏହି ବାଉଁଶ ଘରେ କିଏ ରହୁଛନ୍ତି ? ଆଉ କାହା ନିର୍ଦ୍ଦେଶରେ ରହୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ଯେଉଁ ପରିତ୍ୟକ୍ତ ରେସ୍ତୁରାଣ୍ଟ ମଧ୍ୟରେ ଦିନ ଓ ରାତି ଅସାମାଜିକ ବ୍ୟକ୍ତିଙ୍କ ଆଡସ୍ଥଳୀ ସହିତ ବହୁ ବେଆଇନି କାର୍ଯ୍ୟ ଚାଲୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି lୱାଟର ପାର୍କ ପାଇଁ ଆସିଥିବା ବହୁ ଜେଟସ୍କି ସହିତ ପେଡାଲ ବୋଟ ନଷ୍ଟ ହୋଇ ପଡ଼ିରହିଛି l ବର୍ତମାନ ଏହାର ରକ୍ଷଣାବେକ୍ଷଣ କାହା ହାତରେ ? କଣ ପାଇଁ ଏହାର ଦାୟିତ୍ୱ ନିଆଯାଉନାହିଁ ? ବଡକୁଳ ପାନ୍ଥନିବାସ ଦାୟିତ୍ୱରେ ଥିବା ଅଧିକାରୀ କରୁଛନ୍ତି କଣ ?? ଯାହା ବର୍ତମାନ ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ଜୋର ଧରିଛି l

ଚିଲିକା ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗରୁ କୋଟି କୋଟି ଟଙ୍କା ଆସି ଖର୍ଚ୍ଚ ହୋଇଥିବା ସ୍ଥଳେ । ଏ ସଂକ୍ରାନ୍ତ ରେ ବଡକୁଳ OTDC ର ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରେ ସେ କ୍ୟାମରେ ସାମ୍ନାରେ କିଛି କହିବା ପାଇଁ ସିଧାସିଧା ମନା କରିଥିଲେ lଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କ କେବେ ଦୃଷ୍ଟି ପଡିବ ତାହା କେବଳ ଦେଖିବାକୁ ବାକି ରହିଲା ।