
ଆମେରିକାରେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ଦିନକୁ ଦିନ ଏହା ରୋଚକ ମୋଡ ନେଉଛି । କିଛିଦିନ ତଳେ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଟ ଟ୍ରମ୍ପଙ୍କ ଉପରକୁ ଗୁଳି ମାଡ ହୋଇଥିବା ବେଳେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲାଗିଥିଲା । ଆଉ ଏବେ ଡେମୋକ୍ରାଟିକ ପାର୍ଟି ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ପାର୍ଟି କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ଧନ୍ୟବାଦ ଜଣାଇଛନ୍ତି । ଏବେ ଆମେରିକାରେ ଉପ-ରାଷ୍ଟ୍ରପତି ଥିବା କମଲା ଏନେଇ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ତେବେ ଡେମୋକ୍ରାଟିକ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଟ୍ରମ୍ପ- ହ୍ୟାରିସ ଲଢେଇ ଦେଖିବାକୁ ମିଳିବ। ତେବେ ଅଚାନକ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ରେସରୁ ବାଦ ପଡିବା ପରେ କାହାକୁ ଦଳ ଭରସା କରିବ ତାକୁ ନେଇ ମନ୍ଥନ ଚାଲିଥିବା ବେଳେ କମଲାଙ୍କ ଦମଦାର ପ୍ରଚାର ଯୋଗୁଁ ତାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ କମଲାଙ୍କୁ ମଧ୍ୟ ଗାନ୍ଧୀବାଦି ନେତା ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ସମର୍ଥନ ଜଣାଇଛନ୍ତି । ତେବେ ଏଥର ନିର୍ବାଚନରେ କଡା ଟକ୍କର ହେବା ନେଇ ଅନୁମାନ କରାଯାଉଛି । କାରଣ, ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗିମାଡ ହେବା ପରେ ସେ ଲୋକଙ୍କ ସିମ୍ପାଥି ପାଇଥିବା ବେଳେ କମଲା ହ୍ୟାରିସ ମଧ୍ୟ ଜଣେ ପୋଖତ ରାଜନେତା । ଅନ୍ୟପଟେ ସେ ମଧ୍ୟ ଉପରାଷ୍ଟ୍ରପତି ଭାବେ ନିଜ କାର୍ଯ୍ଯ ସୂଚାରୁ ରୂପେ ତୁଲାଇଛନ୍ତି ।