ନକଲି ପ୍ରମାଣ ପତ୍ରରେ ବାଂଲାଦେଶୀଙ୍କୁ କିଏ ଦେଉଛି ଆଶ୍ରୟ?

ମାଳ ମାଳ ବାଂଲାଦେଶୀ, ଆଧାର କାର୍ଡ ନକଲି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଉଛନ୍ତି କିଏ । ଯୋଗାଇ ଦିଆଯାଉଛି ଜାଲ ଆଧାର । ଚିନ୍ତା ବଢାଇଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ଦଲାଲ୍ ସାହାଯ୍ୟରେ ବଢିଯାଉଛନ୍ତି ବାଂଲାଦେଶୀ । ବାଲିଆପାଳ ବିଭିନ୍ନ ବ୍ଳକ୍‌ରେ ଶହ ଶହ ସଂଖ୍ୟାରେ ବାଂଲାଦେଶୀ ଆଡା ଜମାଇଛନ୍ତି । ନକଲି ଆଧାର କାର୍ଡ ଏମାନଙ୍କ ସାହାରା ପାଲଟିଛି ।

ତେବେ କିଛି ବ‌ ବର୍ଷ ତଳେ ଜନସେବା କେନ୍ଦ୍ରରେ ମଧ୍ୟ ଆଧାର କାର୍ଡ ପ୍ରସ୍ତୁତ ହୋଇପାରୁଥିଲା । ଜନସେବା କେନ୍ଦ୍ରଗୁଡିକ ଘରୋଇ ଭାବେ ଚଳାଯାଉଥିବାରୁ ତାହାର ସୁଯୋଗ ନେଇ ଶହ ଶହ ନକଲି ଆଧାର କାର୍ଡ ବାଲିଆପାଳ ବ୍ଲକ ପ୍ରସ୍ତୁତ ହୋଇଥିବା ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଛି। ସଂପୃକ୍ତ ଆଧାର କାର୍ଡଗୁଡ଼ିକରେ ଅନ୍‌ଲାଇନ୍‌ରେ ଯାଞ୍ଚ କରାଗଲେ ଏହି କାର୍ଡଗୁଡ଼ିକ ସମ୍ପର୍କରେ କୌଣସି ସୂଚନା ମିଳିବ ନାହିଁ। ଯାହାର ବ୍ୟବହାର କରି ରାସନ ସାମଗ୍ରୀଠାରୁ ଆରମ୍ଭ କରି ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନାର ଫାଇଦା ମଧ୍ୟ ଏହି ଅଣନାଗରିକ ଉଠାଇଥିବା ଜଣାପଡ଼ିଛି।

ଭୋଟ୍ ଲୋଭରେ ବାଲିଆପାଳ ବ୍ଲକ ବିଭିନ୍ନ ସ୍ଥାନରେ ଏମାନଙ୍କୁ ପୂର୍ଣ୍ଣ ସମର୍ଥନ ବିଭିନ୍ନ ଦଳର ନେତା ଯୋଗାଇ ଦେଇଥିବା ବେଳେ ସେମାନଙ୍କ ପାଇଁ ବସ୍ତି ଗଢ଼ିଛନ୍ତି । ବାଲିଆପାଳ ହେଉ ଉ କି ରାଜ୍ୟର ରେ ଟାର୍ଗେଟ୍ ଦଶୀ ଭଳି ଅଣନାଗରିକ କିନ୍ତୁ କୁଜିନେତାଙ୍କ ଜରିଆରେ ଫାଇଦା ଉଠାଇଛନ୍ତି । ନେତାଙ୍କ ବଳରେ ଅଣନାଗରିକ ବଳବାନ ହେଉଛନ୍ତି। ଏହି ଏପରିକି ରାସନ୍ କାର୍ଡ ଇ-କେୱାଇସି ସମୟରେ ମଧ୍ୟ ବାଂଲାଦେଶୀ ନାଗରିକଙ୍କୁ ବାଦ୍ ଦିଆଯାଏ ପାଇ ପାରି ନଥିବା ଜଣାପଡ଼ିଛି। ବାଲିଆପାଳ ବ୍ଲକ ବାଂଲାଦେଶ ସଂଖ୍ୟା କେତେ । କୁଜି ନେତାଙ୍କ ଛତ୍ରଛାୟା ତଳେ ସ୍ଥାନୀୟ ବାସିନ୍ଦା ହେବା ପାଇଁ ସରକାରୀ ସୁବିଧା ସହିତ ହାତେଇଛନ୍ତି ପ୍ରମାଣ ପତ୍ର।

ଅନୁପ୍ରବେଶକାରୀଙ୍କ ପାଇଁ ଏସ,ପି ଜାରି ପରେ ବାଲିଆପାଳ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବାଙ୍ଗାଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଚାପା ଉତ୍ତେଜନା ଦେଖାଦେଇଛି। ମଧୁପୁରା ପଞ୍ଚାୟତ ବାଲିଆପାଳ ବ୍ଲକରେ ୨୮ ପଞ୍ଚାୟତ ମଧ୍ୟରେ ଏକ ଗୂତୁତ୍ୱ ପୁର୍ଣ ପଞ୍ଚାୟତ ଅଟେ । ପୂର୍ବ ସରକାର ଙ୍କ ସମୟରୁ କିଛି ବାଙ୍ଗାଲାଦେଶୀ ଅନୁପ୍ରବେଶକାରୀ ପଞ୍ଚାୟତର କେନ୍ଦ୍ର ବିନ୍ଦୁ ରେ ଥିବା ରେଜିଷ୍ଟ୍ରି ଅଫିସ ପାଖରେ ସରକାରୀ ଜାଗା କୁ ଜବର ଦଖଲ କୁ ନେଇ ବାସଗୃହ ତିଆରି କରି ବଂଶ ବିସ୍ତାର କରିବାରେ ଲାଗିଛନ୍ତି। ସବୁଠାରୁ ବଡ଼ କଥା ହେଲା ତତ୍କାଳୀନ କିଛି ମୁଷ୍ଟିମେୟ ନେତା ଙ୍କ ଦ୍ଵାରା ଅଫିସର ମାନଙ୍କୁ ହାତଗୁଞ୍ଜା ଦେଇ ନିଜର ପରିଚୟପତ୍ର ସହିତ ରାସନ୍ କାର୍ଡ,ପାନ କାର୍ଡ, ଆଧାର କାର୍ଡ ଇତ୍ୟାଦି ହାତେଇଛନ୍ତି।

ଏହି ଅନୁପ୍ରବେଶକାରୀଙ୍କର ଦୂବ୍ୟବହାର ,ଛିନତାଇ, ମାରପିଟ୍ ଚୋରି,ପ୍ରଭୃତି ଅସାମାଜିକ କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦା ଅତିଷ୍ଠ ହୋଇ ତିନି ବର୍ଷ ତଳେ ରାସ୍ତା ରୋକ କରି ଆନ୍ଦୋଳନ କରିବା ସହିତ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପରେ କୋର୍ଟରେ ଆଶ୍ରୟ ନେଇଥିଲେ ମାତ୍ର ତାହା କେବଳ କାଗଜ କଲମରେ ସୀମିତ ହୋଇରହିଯାଇଛି।

ବିଭାଗୀୟ ମନ୍ତ୍ରୀଂକ କଡ଼ା ନିର୍ଦ୍ଦେଶ ରହିଛି ବିଭିନ୍ନ ଅଞ୍ଚଳରେ ଥିବା ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରି ତାଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।ଏନେଇ ବାଲିଆପାଳ ତହସିଲଦାର ଙ୍କୁ ଯୋଗାଯୋଗ କରିବାରୁ ଶିଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲିି କହିଛନ୍ତି।

ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ବାଲିଆପାଳ ଅଞ୍ଚଳରେ ଥିବା ଅନୁପ୍ରବେଶକାରୀ ଙ୍କ ବିରୋଧ ରେ କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି।