
ବଡ଼ବିଲ ପୋଲିସ ହାତରେଧରା ପଡିଛି ୩ ଝାଡ଼ଖଣ୍ଡୀ ନିଶା ବେପାରୀ । ବେଲକୁଣ୍ଡି ଫୁଟବଲ ପଡ଼ିଆ ନିକଟରେ ଚଢାଉ କରି ପୋଲିସ୍ ଆଜି ଏହି ନିଶା ବେପାରୀଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଦୁଇ ବସ୍ତା Poppy Straw ବା ଅଫିମ ଫଳର ଭୁଷ ଯାହାକୁ ‘ଡୋଡ଼ା’ ବୋଲି କୁହାଯାଏ ତାହା ଜବତ୍ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡୋଡ଼ା ବା ଅଫିମ ଫଳର ଭୁଷକୁ ଓଜନ କରାଯାଇଥିଲା ।
ଜବତ୍ ହୋଇଥିବା ଡୋଡ଼ା ୫୦ କେଜି ୩୦୫ ଗ୍ରାମ ବୋଲି ଜଣାପଡିଛି । ଗିରଫ ୩ ଜଣ ହେଲେ, ଝାଡ଼ଖଣ୍ଡ ସରାଇକେଲା ଅଞ୍ଚଳର ପୱନ ମାହାତୋ, ଜଗନ୍ନାଥପୁର ଅଞ୍ଚଳର ଭୋଲାନାଥ ମଣ୍ଡଳ ଏବଂ ଝିକପାନି ଅଞ୍ଚଳର ସୁରୁ ଦାସ । ଏମାନେ ବଡ଼ବିଲର କିଛି ନିଶା ବେପାରୀଙ୍କୁ ଏହି ଡୋଡ଼ା ସପ୍ଲାଏ ପାଇଁ ଆଣିଥିବା ଖବର ପାଇ ପୋଲିସ ଏମାନଙ୍କୁ ମାଡ଼ି ବସିଥିଲା । ତେବେ ଏମାନେ ବଡ଼ବିଲର କେଉଁ ନିଶା ବେପାରୀଙ୍କୁ ସପ୍ଲାଏ କରୁଥିଲେ ସେନେଇ ଅଧିକ ତଦନ୍ତ ଜାରିରଖିଛି । ଖୁବ୍ ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ କହିଛନ୍ତି ।