Author: suchanatv24x7

  • ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି

    ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି

    ନାହିଁ ନାହିଁରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର । ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଙ୍ଗନୱାଡ଼ି ଦିଦି । ଅଙ୍ଗନୱାଡ଼ି ଦିଦିଙ୍କ ମନମାନିରେ ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ । ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଭିଭାବକ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡା ଗ୍ରାମ ପଞ୍ଚାୟତ ଅଧିନ ଉଗ୍ରତରା ଗ୍ରାମରୁ ।

    ଅଭିଯୋଗ ଅନୁସାରେ ରଘୁନାଥ ଜିୟୁ ପାଟଣାରେ ଥିବା ଅଙ୍ଗନୱାଡ଼ିରେ ସବୁପ୍ରକାରର ସୁବିଧା ରହିଛି । ହେଲେ ଉଗ୍ରତରାରେ ଥିବା ଅଙ୍ଗନୱାଡ଼ିରେ ଭଙ୍ଗା କବାଟ, କାନ୍ଥ ଫଟା, ଛାତ ବିପଦ ସଙ୍କୁଳ ଅବସ୍ଥାରେ । ଅଙ୍ଗନୱାଡ଼ି କେନ୍ଦ୍ରରେ ନା ଅଛି ଇଲେକ୍ଟ୍ରିକର ସୁବିଧା ନା ପିଇବା ପାଣିର ସୁବିଧା । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପିଲେ । ରଘୁନାଥ ଜିୟୁ ପାଟଣାରେ ଥିବା ଅଙ୍ଗନୱାଡ଼ିରେ ସବୁପ୍ରକାରର ସୁବିଧା ଥିବା ସତ୍ତ୍ୱେ ମଧ୍ୟ ଦିଦି ସେଠାରେ ପିଲାଙ୍କୁ ପଢାଉ ନାହାନ୍ତି । ଯାହା ଫଳରେ ନିଜ ଗାଁ ରଘୁନାଥ ଜିୟୁ ପାଟଣା ଛାଡ଼ି ସେମାନଙ୍କୁ ଉଗ୍ରତରା ଆସିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ।

    ଅଭିଭାବକମାନେ ଅଭିଯୋଗ କରିଛନ୍ତି, ଅଙ୍ଗନବାଡ଼ିରେ ଛୋଟ ଛୁଆଙ୍କ ପାଇଁ ଆସୁଥିବା ସାମଗ୍ରୀ ବାଟମାରଣା ହେଉଛି। ୫ ଜଣକ ପାଇଁ ଖାଦ୍ୟ ରନ୍ଧା ହେଉଥିବାବେଳେ ୧୫ ଜଣକ ନା ରେଜିଷ୍ଟ୍ରାରରେ ପଡୁଛି । ଏହି ବିଷୟରେ ଗ୍ରାମର ୱାର୍ଡ ମେମ୍ବରଙ୍କ ଠାରୁ ସରପଞ୍ଚଙ୍କ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

    ସେପଟେ, ସିଡିପିଓ କହିଛନ୍ତି ଅତି ଶିଘ୍ର ଏହାର ସମାଧାନ କରାଯିବ ଏବଂ ନୂତନ ଅଙ୍ଗନୱାଡ଼ି ଗଠନ କରାଯିବ । ଯାହାଫଳରେ, କୁନି କୁନି ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ।

  • ଦୁଷ୍କର୍ମ ପରେ ହତ୍ୟା:ପରିବାର ଲୋକେ ଆଣିଲେ ଅଭିଯୋଗ

    ଦୁଷ୍କର୍ମ ପରେ ହତ୍ୟା:ପରିବାର ଲୋକେ ଆଣିଲେ ଅଭିଯୋଗ

    ଚାରି ଦିନ ପୂର୍ବରୁ ଝିଅ ଯାଇଥିଲା ମାମୁ ଘରକୁ, ସେଠାରୁ ପ୍ରଥମେ ନିଖୋଜ ଏବଂ ଗତକାଲି ବରଗଡ଼ ଜିଲ୍ଲା ସୋହେଲା ଡାକ୍ତରଖାନାରେ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ମୃତା ନାବାଳିକା ଜଣକ ବରଗଡ଼ ସଦର ଥାନା ଅଞ୍ଚଳର ବୋଲି ଜଣାପଡିଛି ।

    ମାମୁ ଘରକୁ ଯାଇ ଜଣେ ନାବାଳିକା ନିଖୋଜ ଥିବା ଜଣେ ନାବାଳିକାଙ୍କ ଆଜି ବରଗଡ ଜିଲ୍ଲା ସୋହେଲା ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଗତ ୨୮ ତାରିଖରୁ ନାବାଳିକା ଜଣକ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର । ଆଜି ଜଣେ ଯୁବକ ସୋହେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ଚିକିତ୍ସା କରିବାକୁ ଆଣିବା ବେଳେ ଡାକ୍ତର ନାବାଳିକାର ମୃତ୍ୟୁ ହୋଇଥିବା କହିଥିଲେ । ନାବାଳିକା ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଞ୍ଚଳ ମାମୁ ଘରକୁ ଯାଇ ନିଖୋଜ ହୋଇଥିଲେ। ଏହାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି।

    ଅନ୍ୟପଟେ ନାବାଳିକାଙ୍କୁ ହସ୍ପିଟାଲ ଆଣିଥିବା ଯୁବକ ସଂଜୀବ ମହାନନ୍ଦକୁ ସଦର ଥାନା ପୋଲିସ ଅଟକ ରଖି ପଚରାଉଚରା କରିଵା ସହ ଘଟଣାର ଅଧିକ ତଦନ୍ତ କରୁଛି ଏବଂ ଶବକୁ ବ୍ୟବଚ୍ଛେଦ ପାଇଁ ବରଗଡ ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଦେଇଛି ।

  • ଭାରତୀୟ ବିଦ୍ୟା ନିକେତନ ଶିଶୁ ମନ୍ଦିର ପ୍ରତିଷ୍ଠା

    ଭାରତୀୟ ବିଦ୍ୟା ନିକେତନ ଶିଶୁ ମନ୍ଦିର ପ୍ରତିଷ୍ଠା

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସାଈକୂଳ ଠାରେ ଭାରତୀୟ ବିଦ୍ୟା ନିକେତନ ଶିଶୁ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଘଷିପୁରା ବ୍ଳକ ସାଈକୂଳ ପଞ୍ଚାୟତ ରେ ଛୋଟ ଛୋଟ ପିଲା ମାନଙ୍କ ପଢିବା ପାଇଁ କୌଣସି ସୁବିଧା ସୁଯୋଗ ମିଳୁ ନଥିଲା ବହୁ ଚେଷ୍ଟା କରି ଛୋଟ ପିଲା ମାନଙ୍କ ସୁବିଧା ପାଇଁ ଭାରତୀୟ ବିଦ୍ୟା ନିକେତନ ଶିଶୁ ମନ୍ଦିର ଖୋଲା ଯାଇଛି।

    ଆଜି ପବିତ୍ର ସୁଦଶା ବ୍ରତରେ ପୂଜକ ରାଜୀବ ଲୋଚନ ପଣ୍ଡା ,ହରେକୃଷ୍ଣ ପଣ୍ଡା ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା ,କର୍ତ୍ତା ଭାବେ ଦିବାକର ନାୟକ ଓ ଧର୍ମପତ୍ନୀ ସୂଚୀସ୍ମିତା ରାଉତ ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ ,ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀ ମାନେ ଗୃହ ପ୍ରବେଶ କରିଥିଲେ ,ଶିଶୁ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବହୁ ମାନ୍ୟଗଣ୍ୟ ବେକ୍ତି ଯୋଗ ଦେଇ ପ୍ରଶଂସା କରିଥିଲେ ।ପ୍ରଧାନ ଆଚାର୍ୟ୍ଯ ମଧୁସୂଦନ ପରିଡା ,ଗୁରୁଜୀ ହୃଷିକେଶ ଦାଶ ,ଗୁରୁ ମା ମମତା ପରିଡା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହ ପ୍ରତିଷ୍ଠା ଉତ୍ସବ ରେ ସହଯୋଗ କରିଥିଲେ ।

  • ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୪ ଗୁରୁତର

    ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୪ ଗୁରୁତର

    ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ନୂଆପାଣି ଗାଁ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପଛ ପଟୁ ଧକ୍କା ଦେଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ରାଉରକେଲା ଅଂଚଳର ହୋଇଥିବା ଜଣାପଡିଛି।ଆମ୍ବୁଲାନ୍ସଟି ରାଉରକେଲାରୁ ଭୁବନେଶ୍ୱର ରୋଗୀ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ ଅସାବଧାନତା କାରଣରୁ ଟ୍ରକ ପଛରେ ଆମ୍ବୁଲାନ୍ସଟି ପିଟି ହୋଇ ଯାଇଥିଲା। ସମସ୍ତ ଗୁରୁତରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

  • ପରିବେଶରୁ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତର ଆହ୍ୱାନ

    ପରିବେଶରୁ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତର ଆହ୍ୱାନ

    ପ୍ରତି ବର୍ଷ ଜୁନ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ରୂପେ ସାରା ବିଶ୍ୱ ଏହି ଦିବସକୁ ପାଳନ କରୁଛି। ସ୍ଵଚ୍ଚ ଓ ସୁରକ୍ଷିତ ପୃଥ୍ୱୀଵୀ ଗଠନ କରିବା ଦିଗରେ ଦୀର୍ଘ ୫୨ ବର୍ଷ ଧରି ବିଶ୍ୱ ଆଜିର ଦିନକୁ ପରିବେଶ ସୁରକ୍ଷା ଦିବସ ରୂପେ ମଧ୍ୟ ପାଳନ କରିଆସୁଛି। ଏହି ଦିନରେ ପରିବେଶକୁ ସୁନ୍ଦର କରି ଗଢି ତୋଳିବା ପାଇଁ ଗଛ ଲଗାଇବା ସହିତ ପରିବେଶ ରୁ ପ୍ଲାଷ୍ଟିକ ବ୍ୟବହାର ମୁକ୍ତ ପାଇଁ ବିଶ୍ୱର ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ଆହ୍ୱାନ ଦେଉଛି। ଏହି ପ୍ରରିପେକ୍ଷୀରେ ଗତକାଲି ରାଜନଗର ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି।

    ବନ ବିଭାଗ ପକ୍ଷରୁ ପରିବେଶର ସୁରକ୍ଷା ପ୍ରତି ଅନେକ ଆହ୍ୱାନ ଦିଆଯାଇଛି ସାଧାରଣ ଜନତାଙ୍କୁ। ଦୈନଦିନ ଆମେ ବହୁ ପୁରୁଣା ଗଛ କାଟିବା ହେତୁ ସୁଦ୍ଧ ଅମ୍ଳଜାନର ମାତ୍ରା ହ୍ରାସ ହେବା ଦ୍ୱାରା ଶରୀରରେ ଅନେକ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା, ପ୍ଲାଷ୍ଟିକ ବୋତଲରେ ପାଣିପିଇବା ହେତୁ ଏପରିକି ମନୁଷ୍ୟ ଶରୀରରେ ପ୍ଲାଷ୍ଟିକ ଅଣୁ ପ୍ରତୀୟ ମାନ ହେବାର ଦେଖାଦେଇଛି ଏହା ସାଙ୍ଗକୁ ଖାଦ୍ୟ ଶସ୍ୟ ରେ ଜୈବିକ ସାର କୁ ବ୍ୟବହାର ନକରାଯାଇ ପ୍ରଚୁର ପରିମାଣରେ ରାସାୟନିକ ସାର ର ପ୍ରୟୋଗ କରାଯିବା, ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଦିନକୁଦିନ ଆୟୁଷ କମିବାରେ ଲାଗିଛି। ତେଣୁ ଦୈନଦିନ ଜୀବନ ରେ ପ୍ଲାଷ୍ଟିକ ଓ ପଲ୍ଲୀଥିନ ବ୍ୟବହାର ଠାରୁ ଦୁରେଇ ରହିବା,ଯାହା ଦ୍ୱାରା ଆମ ଶରୀରରେ ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ପରିବେଶ, ଜଙ୍ଗଲ ଓ ଜଳ ବାୟୁ ସୁରକ୍ଷିତ ରହିବ ଏବଂ ଜଙ୍ଗଲ ରେ ରହୁଥିବା ଜୀବଜନ୍ତୁ ମଧ୍ୟ ସୁରକ୍ଷିତ ରେ ରହିପାରିବେ। ଏହାକୁ ମାନିଲେ କୌଣସି ଜୈବ୍ୟ ବିବିଧତା ନଷ୍ଟ ହେବା ନାହିଁ କିମ୍ବା ମୃତିକା କ୍ଷୟ ମଧ୍ୟ ହେବ ନାହିଁ। ଏହା ଥିଲା ବିଶ୍ୱ ପରିବେଶ ଦିବସ ରେ ରାଜନଗର ବନ ବିଭାଗ ପକ୍ଷରୁ ଆହ୍ୱାନ।

    ପରେ ରାଜନଗର ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଚାରା ରୋପଣ କରାଯିବା ସହିତ ଯେଉଁ କୁନି କୁନି ପିଲାମାନଙ୍କ ଦ୍ୱାରା ପରିବେଶ ସୁରକ୍ଷା ଦିଗରେ ଚାରା ରୋପଣ କରାଯାଇଥିଲା ଓ ଭିତରକନିକା ରେ କୁମ୍ଭୀର ସଂରକ୍ଷଣ କୁ ୫୦ ପୂର୍ତ୍ତି ଅବସରରେ ସେମାନଙ୍କୁ ବନ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା ବଡ଼ ଧୁମ ଧାମରେ ଏହି ଉତ୍ସବ କୁ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜନଗର ବନଖଣ୍ଡର ଏସିଏଫ ଗଗନ ବିହାରୀ ମଲ୍ଲିକ,ଗବେଷକ ପ୍ରସନ୍ନ ନାୟକ,ରେଞ୍ଜର ଚିତ୍ତରଞ୍ଜନ ବେଉରା, ଫରେଷ୍ଟର ବିଜୟ କୁମାର ଦାସ, ଲକ୍ଷ୍ମୀଧର ବାରିକ, ନବୀନ ମଲ୍ଲିକ,ସଂଜୀବ କୁମାର ଦାସ ଙ୍କ ସମେତ ଅନ୍ୟ ବନ କର୍ମଚାରୀ ଓ ଗଣମାଧ୍ୟମ ର ପ୍ରତିନିଧି ସାମିଲ ହୋଇଥିଲେ।

  • କାଶୀପୁରରେ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରତିଷ୍ଠା ଉତ୍ସବ

    କାଶୀପୁରରେ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରତିଷ୍ଠା ଉତ୍ସବ

    ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ର କାଶିପୁର ଶିବ ମନ୍ଦିର ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଙ୍କ କିମ୍ବଦନ୍ତୀ ଅନୁଯାଇ, ତିନି ସତକ ବର୍ଷ ପୂର୍ବେ ଉତ୍ତରପ୍ରଦେଶସ୍ଥିତ ବନାରସ ଧାମ କାଶୀବିଶ୍ୱନାଥ ଶୈବ ପୀଠରୁ କାଶୀପୁର ମହାରାଜ ଯ୍ୟତିରଲିଙ୍ଗ ଆଣି ନୀଳକଣ୍ଠେଶ୍ଵର ଙ୍କ ନାମେ ସ୍ଥାପନା କରିଥିଲେ। ପ୍ରାୟ ତିନି ଶତକ ବର୍ଷ ର ପୁରାତନ ମନ୍ଦିର କୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରାଯାଇଛି।

    ମନ୍ଦିରଟି ପଞ୍ଜାବ ଅମୃତଶର ସ୍ବର୍ଣ୍ଣ ମନ୍ଦିର ଭଳି କାରୁକାର୍ଯ୍ୟା ଶିଳ୍ପୀ ରେ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁ, ଭକ୍ତଙ୍କ ମନ ମୋହିଲା ଭଳି କାଶୀପୁର ନୀଳକଣ୍ଠେଶ୍ଵର ମନ୍ଦିର ଲକ୍ଷେ ଚମ୍ପା ର ଚମ୍ପା ବଣେ ଅବସ୍ଥିତ। ରାଜ୍ୟରୁ ଶ୍ରଦ୍ଧାଳୁ ମାନେ ଲକ୍ଷେ ଚମ୍ପା ପୁଷ୍ପ ଚଢାଇବାର ମାନସିକ ଉପାସନା କରି ଏଠାକୁ ଆସିଥାଆନ୍ତି। ମନ୍ଦିର ଚତୁର୍ପାଶ୍ୱ ରେ ଚମ୍ପା ବଣ, ମନ୍ଦିର ପ୍ରାଙ୍ଗଣ ଚମ୍ପା, ଚମ୍ପା ମହକରେ ପ୍ରସ୍ଫୁଟିତ ହୋଇଥାଏ।

    ଆଜି ନବନିର୍ମିତ ନୀଳକଣ୍ଠେଶ୍ଵର ମନ୍ଦିର ନିର୍ମାଣ ଉତ୍ସବ ର ପ୍ରଥମ ଦିବସ ମହା ଯଜ୍ଞ ଅବସରରେ କାଶୀପୁର ପଞ୍ଚମ ମହାରାଜ ଶ୍ରୀ ଶ୍ରୀ ଦୁବେନ୍ଦୁ କୁମାର ସିଂଦେଓ ଧର୍ମପତ୍ନୀ ଶ୍ରୀମତୀ ହେମଲତା ସିଂଦେଓ ନୀଳକଣ୍ଠେଶ୍ଵରଙ୍କ ଆରାଧ୍ୟରେ ସମର୍ପିତ ହୋଇଥିଲେ। ଏହି କ୍ଷେତ୍ରରେ ଭକ୍ତଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଥିଲା ।

    ମନ୍ଦିର ପ୍ରତିଷ୍ଠା ଉତ୍ସବର କାର୍ଯ୍ୟସୂଚୀ ପ୍ରଥମ ଦିବସ ତା ୫/୬/୨୫ ଗୁରୁବାର ଦୀକ୍ଷା ଅଙ୍କୁରାରୋପଣ, ମଣ୍ଡଳ କୋରଣ। ୬/୬ ଶୁକ୍ରବାର ଦଳଯାତ୍ରା,କର୍ମାରମ୍ଭ,ସୂର୍ଯ୍ୟପୂଜା, ଶାଲାପୂଜା,ଅଗ୍ନିସଂସ୍କାର, ନାମଯଜ୍ଞ ଆରମ୍ଭ। ତା ୭/୬ ଶନିବାର ଶାଲାପୂଜା,ସୂର୍ଯ୍ୟପୂଜା,ଗୋପୁଜା,ମହାସ୍ନାନ ଶୟନ, ଦେବତା ପ୍ରାଣପ୍ରତିଷ୍ଠା। ତା ୮/୬ ରବିବାର ଦେବତା ନବଯୌବନ ଦର୍ଶନ,ଅନୁଯଜ୍ଞ ଦେବତା ସିଂହାସନ ଆରୋହଣ ଓ ପୂର୍ଣ୍ଣାହୁତି। ଏହି ଭଳି ଚାରିଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାଡମ୍ବରେ ଆୟୋଜନ କରାଯିବ।

  • ଭଣ୍ଡୁ ହେଲା ଶିକାର ଯୋଜନା,ମାଡି ବସିଲା ବନ ବିଭାଗ

    ଭଣ୍ଡୁ ହେଲା ଶିକାର ଯୋଜନା,ମାଡି ବସିଲା ବନ ବିଭାଗ

    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ ବାଘପାଲି ନିକଟ ହରିଣାପାଲି ସଂରକ୍ଷିତ ଜଙ୍ଗଲରୁ ତିନି ଜଣ ଶିକାରୀଙ୍କୁ ଗିରଫ କରିଛି ଉଲୁଣ୍ଡା ବନବିଭାଗ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଉକ୍ତ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ତାର ବିଛାଯାଇଥିବା ବନବିଭାଗ ଖବର ପାଇଥିଲା। ରେଞ୍ଜର ସୀତାରାମ ଶବରଙ୍କ ନେତୃତ୍ୱରେ ଯାଲୋଏ ଫରେଷ୍ଟର ପ୍ରଦୀପ ଜେନା, ଉଲୁଣ୍ଡା ଫରେଷ୍ଟର ଦିନେଶ ମାଝିଙ୍କ ସମେତ ସ୍କ୍ୱାର୍ଡ ଟିମ୍ ଚଢାଉ କରିଥିଲେ ।

    ଚଢାଉ ବେଳେ ସେଠାରୁ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ଜାଲ, ଗୋଟିଏ ଟାଙ୍ଗିଆ,ଜେଇ ତାର ଜବତ ସହ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲେ । ତେବେ ଆଜି ଘଟଣାରେ ସଂପୃକ୍ତ ରାଜେଶ୍ୱର ସେଠୀ, ସୁରୁବାବୁ ବଗର୍ତ୍ତି ଏବଂ ନିରଞ୍ଜନ ଅମାତ କୁ ଆଜି ଗିରଫ କରି ଏକ ମାମଲା ୪୨/୨୫ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଏସିଏଫ୍ ଶ୍ରୀଯୁକ୍ତ ନାଗ ସୂଚନା ଦେଇଛନ୍ତି ।

  • ଉଚ୍ଚ ମଧୁମେହ ଦ୍ୱାରା ଏହି ଅଙ୍ଗଗୁଡ଼ିକରେ ପଡ଼ିଥାଏ ଖରାପ ପ୍ରଭାବ, ମଧୁମେହ ରୋଗୀ ରୁହନ୍ତୁ ସତର୍କ

    ଉଚ୍ଚ ମଧୁମେହ ଦ୍ୱାରା ଏହି ଅଙ୍ଗଗୁଡ଼ିକରେ ପଡ଼ିଥାଏ ଖରାପ ପ୍ରଭାବ, ମଧୁମେହ ରୋଗୀ ରୁହନ୍ତୁ ସତର୍କ

    ମଧୁମେହ ନାମ ଶୁଣିଲେ ଲୋକମାନେ କେବଳ ଭାବନ୍ତି ଯେ ଏବେ ସେମାନଙ୍କ ମିଠା ଖାଇବା ବନ୍ଦ ହୋଇଯିବ । ଇନସୁଲିନ୍ ଏବଂ ଔଷଧ ନେବାର ଭୟ ବିଚଳିତ କରୁଛି, କିନ୍ତୁ ଉଚ୍ଚ ମଧୁମେହରେ ରକ୍ତ ଶର୍କରାର ପରିମାଣ କେବଳ ଏତିକି ନୁହେଁ ବରଂ ଏହାଠାରୁ ବହୁତ ଅଧିକ ବିପଦଜନକ। ରକ୍ତରେ ଶର୍କରାର ପରିମାଣ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ ଖରାପ ଭାବରେ ପ୍ରଭାବିତ କରେ। ଚର୍ମ ଠାରୁ ମସ୍ତିଷ୍କ ଏବଂ ଦାନ୍ତ ଠାରୁ ହାତ ଓ ପାଦ ପର୍ଯ୍ୟନ୍ତ ଏହାର ପ୍ରଭାବ ପକାଇଥାଏ । ଉଚ୍ଚ ମଧୁମେହ କିଡନୀ ଏବଂ ହୃଦୟକୁ ମଧ୍ୟ ପ୍ରଭାବିତ କରିଥାଏ । ତେଣୁ, ଜଣେ ମଧୁମେହ ରୋଗୀଙ୍କୁ ବହୁତ ସତର୍କ ରହିବାକୁ ପଡିବ। ଆପଣଙ୍କର ସାମାନ୍ୟ ଅବହେଳା ଅନେକ ଗମ୍ଭୀର କ୍ଷତି କରିପାରେ। ଆସନ୍ତୁ ଜାଣିବା କେଉଁ ଅଙ୍ଗଗୁଡ଼ିକ ଉଚ୍ଚ ମଧୁମେହ ଦ୍ୱାରା ପ୍ରଭାବିତ ହୁଏ?

    ଉଚ୍ଚ ମଧୁମେହ ଶରୀରର ଏହି ଅଙ୍ଗଗୁଡ଼ିକରେ ପକାଏ ପ୍ରଭାବ
    ଚର୍ମ- ମଧୁମେହ ବଢିବା ଦ୍ୱାରା ଚର୍ମ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ଶୁଖିଲା ଦାଗ, କୁଣ୍ଡେଇହେବା ଏବଂ କେତେକ ସମୟରେ ଫୋଡ଼ ଦେଖାଯିବା ଆରମ୍ଭ ହୁଏ। ଏହା ବ୍ୟତୀତ ଫଙ୍ଗଲ୍ ସଂକ୍ରମଣ ଏବଂ ଫୋଡ଼ ଭଳି ଜୀବାଣୁ ସଂକ୍ରମଣ ହୋଇପାରେ। ସବୁଠାରୁ ବଡ଼ କଥା ହେଉଛି ଏହି ସଂକ୍ରମଣ ଶୀଘ୍ର ଭଲ ହୁଏ ନାହିଁ ଏବଂ ଚର୍ମରେ ଦାଗ ଛାଡ଼ିଯାଏ।

    ଦାନ୍ତ ଏବଂ ମାଢ଼ି- ଯଦି ଆପଣ ଭାବୁଛନ୍ତି ଯେ କେବଳ ମିଠା ଖାଇବା ଦ୍ୱାରା ଦାନ୍ତରେ କେବିଟି ସୃଷ୍ଟି ହୁଏ, ତେବେ ଆପଣ ଭୁଲ । ଶରୀରରେ ଉଚ୍ଚ ମଧୁମେହର ମାତ୍ରା ଅଧିକ ହେଲେ ପାଟିରେ ଜୀବାଣୁ ମଧ୍ୟ ବଢ଼ିପାରେ, ଯାହା ଆପଣଙ୍କ ମାଢ଼ି ରୋଗ, ଏବଂ ଦାନ୍ତ ପଡିବାର ଆଶଙ୍କା ବଢ଼ାଇଥାଏ। ମଧୁମେହ ମଧ୍ୟ ମାଢ଼ି ସଂକ୍ରମଣର ଆଶଙ୍କା ବଢ଼ାଇଥାଏ।

    ବ୍ରେନ-ଫଂଗ – ଯଦି ଆପଣ ହଠାତ୍ କିଛି ଭୁଲିଯାଆନ୍ତି କିମ୍ବା ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି, ତେବେ ଏହା ରକ୍ତ ଶର୍କରା ବୃଦ୍ଧି ହେତୁ ହୋଇପାରେ। କେତେବେଳେ କଥାବାର୍ତ୍ତା ମଧ୍ୟରେ ବିଚଳିତ ହେବା ରକ୍ତ ଶର୍କରା ବୃଦ୍ଧି ହେତୁ ହୋଇପାରେ। ଅନେକ ଗବେଷଣାରୁ ଜଣାପଡିଛି ଯେ ଉଚ୍ଚ ମଧୁମେହ ଥିବା ଲୋକଙ୍କ ବ୍ରେନ-ଫଂଗ ଏବଂ ଆଲଜାଇମର ଆଶଙ୍କା ଅଧିକ ଥାଏ।

    ବାରମ୍ବାର ପରିସ୍ରା ଲାଗିବା – କିଛି ଲୋକଙ୍କୁ ପ୍ରାୟ ସମୟ ଏମିତି ଅନୁଭବ ହୋଇଥାଏ ଯେ ପରିସ୍ରା ଲାଗୁଛି, ହେଲେ ତାହା ଠିକ୍ ରେ ହୋଇ ନଥାଏ। ଏହା ରକ୍ତ ଶର୍କରା ବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହୋଇପାରେ। ମଧୁମେହ ଆପଣଙ୍କ ମୂତ୍ରନଳୀର ସ୍ନାୟୁକୁ କ୍ଷତି ପହଞ୍ଚାଇପାରେ। ଏହା ବାରମ୍ବାର ପାଇଖାନା ସଂକ୍ରମଣର ଆଶଙ୍କା ବଢ଼ାଇଥାଏ।

    ନିଦ ଏବଂ ପାଚନ ଉପରେ ପ୍ରଭାବ- ମଧୁମେହ ରୋଗୀଙ୍କ ପାଚନ କ୍ରିୟା ମଧ୍ୟ ପ୍ରଭାବିତ ହୁଏ। ଏପରି କ୍ଷେତ୍ରରେ, ପେଟ ଫୁଲିବା, ବାନ୍ତି, ଗ୍ୟାସ୍, କୋଷ୍ଠକାଠିନ୍ୟ ଏବଂ ଡାଇରିଆ ଭଳି ସମସ୍ୟା ହୋଇପାରେ। ରକ୍ତରେ ଶର୍କରାର ପରିମାଣ ଅଧିକ ହେଲେ ବାରମ୍ବାର ଶୌଚାଳୟ ଯିବା ଯୋଗୁଁ ନିଦ ମଧ୍ୟ ବାଧାପ୍ରାପ୍ତ ହୁଏ। ଏପରି ଲୋକଙ୍କର ପ୍ରାୟତଃ ଶୋଇବା ସମୟରେ ଗୋଡରେ ଯନ୍ତ୍ରଣା ଏବଂ ଅତ୍ୟଧିକ ଝାଳ କିମ୍ବା ଶୋଷ ଲାଗିବା ଭଳି ସମସ୍ୟା ହୋଇପାରେ।

  • ବରଗଡ଼ରେ ବ୍ୟାପକ ଫସଲ କ୍ଷତି: ଜିଲ୍ଲାପାଳଙ୍କ ନିକଟରେ ବିଜେଡିର ଦାବିପତ୍ର

    ବରଗଡ଼ରେ ବ୍ୟାପକ ଫସଲ କ୍ଷତି: ଜିଲ୍ଲାପାଳଙ୍କ ନିକଟରେ ବିଜେଡିର ଦାବିପତ୍ର

    ବରଗଡ଼ ଜିଲ୍ଲାରେ ଅଦିନିଆ ବର୍ଷା କରିଛି ବ୍ୟାପକ କ୍ଷୟକ୍ଷତି, ଧାନ ଫସଲ ନଷ୍ଟ କରିବା ସଙ୍ଗେ ସଙ୍ଗେ ଭାଂଗିଛି ଚାଷୀର ମେରୁଦଣ୍ଡ । ବର୍ଷା ପ୍ରଭାବରୁ ମଣ୍ଡିରେ ପଡ଼ିଥିବା ଧାନ ଗୁଡ଼ିକ ଗଜା ହୋଇଯାଇଛି । ଚାଷଜମିରେ ଧାନ ଅମଳ ହେବା ଆଗରୁ ବର୍ଷାରେ ଭିଜି ଗଜା ହୋଇଯାଇଛି । ଏହି ଅବସରରେ ଚାଷୀଙ୍କ ପାଇଁ ଆଗେଇ ଆସିଛନ୍ତି ଜିଲ୍ଲା ବିଜେଡିର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ, ବିଜେଡି ନେତା ଓ କର୍ମୀମାନେ । ସମସ୍ତେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

    ବିଜେଡି ଜିଲା ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗତକାଲି ସକାଳ ପ୍ରାୟ ୧୦ଟାରେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ ଦାବିପତ୍ର ପ୍ରଦାନ କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

    ତେବେ ଦାବିପତ୍ର ଗ୍ରହଣ ପାଇଁ ଜିଲାପାଳ ନ ଆସିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଦଳ ପକ୍ଷରୁ ୬ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବସି ରହିଥିଲେ। ପରେ ଜିଲ୍ଲାପାଳ ଆସିବା ପରେ ଏସବୁକୁ ତୁରନ୍ତ ଗୋଟିଏ ଟିମ୍ ଜିଲ୍ଲାର ସମସ୍ତ ବ୍ଳକ ଅଞ୍ଚଳକୁ ପଠେଇ ଠିକ୍ ଭାବେ ସର୍ଭେ କରି ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ମିଳୁ ବୋଲି ଦାବି କରିଥିଲେ । ସେହିପରି ଚାଷୀର ଋଣ ସମ୍ପୂର୍ଣ୍ଣ ଛାଡ କରି ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡ଼ି ପ୍ରଦାନ କରିବା ସହ ସମସ୍ତ ମିଲର୍ ମାନେ ବିନା କଟନି ଛଟନିରେ ଧାନ କ୍ରୟ କରିବା ପାଇଁ ମିଲର ମାନଙ୍କୁ ଆଦେଶ ଦେବାକୁ ବିଧାୟିକା ବର୍ଷା କହିଥିଲେ ।

    ସରକାରୀ କଳର ଉଦାସୀନତା ବିରୁଦ୍ଧରେ ଏବଂ ଚାଷୀମାନଙ୍କୁ ସଠିକ କ୍ଷତିପୁରଣ ଯଥାଶୀଘ୍ର ପ୍ରଦାନ ନିମନ୍ତେ ବିଜେଡି ପକ୍ଷରୁ ୬ ଦଫା ଦାବୀପତ୍ର ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ପ୍ରଦାନ କରିଥିଲେ ।

  • ଧାନକିଣା ପ୍ରହସନ, ମଣ୍ଡିରେ ଚାଲିଛି ମିଲରଙ୍କ ଜୁଲୁମ

    ଧାନକିଣା ପ୍ରହସନ, ମଣ୍ଡିରେ ଚାଲିଛି ମିଲରଙ୍କ ଜୁଲୁମ

    କଟନି ଛଟନିକୁ ନେଇ ଦେଭୋଗ ସମବାୟ ସମିତି ଧାନ ମଣ୍ଡିରେ ଉତ୍ତେଜନା

    ବାଲିଆପାଳ ବ୍ଲକ ଦେଭୋଗ ସେବା ସମବାୟ ସମିତିରେ ମିଲରଙ୍କ ଜୁଲୁମ ଏତେ ବଢିଛି ଯେ, ୯ କେଜିରୁ ଅଧିକ କଟନି ନକଲେ ଚାଷୀର ଧାନ ଘରକୁ ଫେରାଇ ନେଇଯାଅ ବୋଲି କହୁଛନ୍ତି।

    ରାଜ୍ୟ ସରକାର ଚାଷୀଙ୍କଠାରୁ ଧାନ କିଣିବା ସମୟରେ କଟନି ଛଟନି କରାଯିବ ନାହଁ ବୋଲି ବିଭାଗୀୟ ମନ୍ତ୍ରୀ ଡିଣ୍ଡିମ ପିଟୁଥିଲା ବେଳେ, ଗ୍ରାମାଞ୍ଚଳରେ ଥିବା ଧାନ ମଣ୍ଡିରେ ତାହା ଏବେ ଏକ ପ୍ରହସନ ପାଲଟିଛି।

    ଘଟଣାରୁ ପ୍ରକାଶ, ବାଲିଆପାଳ ବ୍ଲକ ଦେଭୋଗ ସେବା ସମବାୟ ସମିତିରେ ଧାନ କିଣିବା ସମୟରେ ମିଳରଙ୍କ ମନମାନିରେ ଚାଷୀଙ୍କଠାରୁ କ୍ୱଣ୍ଟାଲ ପ୍ରତି ଦଶ କେଜି ହାରରେ କଟନି ଛଟନି ଯୋଗୁଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତେଜନା ସ୍ଥଳରେ ବାଲିଆପାଳ ସ୍ୱାଭିମାନ ମଞ୍ଚର ସଭାପତି ସତ୍ୟକାମ ମହାନ୍ତି, ଚାଷୀ କମିଟିର ସଭାପତି ରାମଚନ୍ଦ୍ର ରାଉତ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଧାନ କ୍ରୟ ସମୟରେ ଆର, ଏମ୍, ସି କର୍ମଚାରିଙ୍କ ଅନୁପସ୍ଥିତି ଯୋଗୁଁ ଚାଷୀ ମିଲରଙ୍କ ଦ୍ୱାରା ଶୋଷଣ ହେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା।

    ମିଲରଙ୍କ ଜୁଲୁମ ଏତେ ବଢିଛି ଯେ, ୯ କେଜିରୁ ଅଧିକ କଟନି ନକଲେ ଚାଷୀର ଧାନ ଘରକୁ ଫେରାଇ ନେଇ ଯାଅ ବୋଲି କହୁଛନ୍ତି। ଏବିଷୟରେ ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ (CSO) ଏବଂ ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କର ନିର୍ଦେଶକ ଦେବ କୁମାର ଦେଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ମିଲରଙ୍କ ସହିତ ଆଲୋଚନା କରି ୬% କଟନି ସ୍ଥିର କରିବା ପରେ ଧାନ ମାପ କରାଯାଇଥିଲା।

    ତେବେ ଆଗାମୀ ଦିନରେ, ସରକାର ଏଭଳି କଟନି ଛଟନି ପ୍ରତି ଦୃଷ୍ଟି ନ ଦେଲେ, ଚାଷୀ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଚାଷୀ ମାନସ କୁମାର ଜେନା, ପରମାନନ୍ଦ ଜେନା, ମନ୍ମଥ ରାଉତ, ଆଶୁତୋଷ ଭୂୟାଁ, ମଧୁ ଗିରି ପ୍ରମୁଖ ଚେତାବନୀ ଦେଇଛନ୍ତି।