Author: suchanatv24x7

  • ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢାଉ

    ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢାଉ

    ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜୟପୁର ଓ ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି । ତେବେ ଯାଞ୍ଚ ବେଳେ ନଗଦ ୩ଲକ୍ଷ ୫୦ହଜାର ଟଙ୍କା ମିଳିଛି । ଆଜି ସକାଳୁ ସକାଳୁ ଜୟପୁର ପିଆର ପେଟାରେ ଥିବା ପୈତୁକ ଘର, ଗୋଲଡେନ ହାଇଟ ଆପାର୍ଣ୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଛି ଚଢାଉ । ସେହିପରି ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ଙ୍କ ଅନୁମତି କ୍ରମେ ଏହି ଚଢାଉ ହୋଇଛି । ଚଢାଉରେ ୬ଜଣ ଡିଏସପି, ୫ଜଣ ଇନିସ୍ପେକ୍ଟର ଓ ୯ଜଣ ଏଏସଆଇ ଏବଂ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

  • କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଖୋଲେ ଅଙ୍ଗନୱାଡ଼ି…

    କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଖୋଲେ ଅଙ୍ଗନୱାଡ଼ି…

    ଦୀର୍ଘ ୧୨ ବର୍ଷରେ ମାତ୍ର ୨୪ ଥର ଖୋଲା ହୋଇଛି ଅଙ୍ଗନୱାଡ଼ି କେନ୍ଦ୍ର। ତାହା ପୁଣି ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ତାରିଖ ପାଇଁ। ବର୍ଷ ବର୍ଷ ଧରି ଅଙ୍ଗନୱାଡ଼ି ଦିଦି ଶିଶୁ, କିଶୋରୀ ଓ ଗର୍ଭବତୀ ମହିଳାଙ୍କ ଯୋଜନାର ଲାଭକୁ ହଡ଼ପ କରି ଚାଲିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ନୂଆଗଡ ପଞ୍ଚାୟତର ବିଜୟଚନ୍ଦ୍ରପୁର ଗ୍ରାମରେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ପଦକ୍ଷେପ ନ ନେବାରୁ ଗ୍ରାମର ମହିଳା ଏକାଠି ଆନ୍ଦୋଳନକୁ ଓହ୍ଲାଇବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି ।

    ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ନୂଆଗଡ ପଞ୍ଚାୟତର ବିଜୟଚନ୍ଦ୍ରପୁର ଗ୍ରାମରେ ଗତ ୧୨ ବର୍ଷ ତଳେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲା। ମାତ୍ର ଏଥିରେ ନିଯୁକ୍ତ ଅଙ୍ଗନୱାଡ଼ି ଦିଦି ସେହି ଦିନଠାରୁ କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ଦୁଇ ଦିନକୁ ଛାଡ଼ିଦେଇ କେବେବି ଅଙ୍ଗନବାଡ଼ି କେନ୍ଦ୍ର ଖୋଲନ୍ତି ନାହିଁ। ଏପରିକି ଛୋଟ ଶିଶୁ , କିଶୋରୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ସମସ୍ତ ସାମଗ୍ରୀକୁ ୩ ରୁ ୪ ମାସକୁ ଥରେ ଲେଖାଏଁ ଦେଇ ଥାଆନ୍ତି। ଏହାକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୈାଣସି ସୁଫଳ ମିଳି ନଥିବାରୁ ଗତ ୪ ଦିନ ତଳେ ୫୦ରୁ ଉର୍ଦ୍ଧ୍ୱ ମହିଳା ବ୍ଲକ୍ ଓ ମହିଳା ଓ ଶିଶୁ ବିକାଶ ଅଧିକାରିଣୀଙ୍କୁ ଭେଟି ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ଏବେ ଗତ ତିନିଦିନ ହେଲା ଉକ୍ତ ଅଙ୍ଗନୱାଡ଼ି କର୍ମୀ ଘର ଖୋଲି ବସୁଛନ୍ତି ‌। ଯାହାକୁ ଗ୍ରାମର ମହିଳାମାନେ ବିରୋଧ କରିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି। ଉକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ଏଠାରୁ ହଟାଯାଉ ନଚେତ ଏହି କେନ୍ଦ୍ରକୁ ଏଠାରୁ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି।

  • ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

    ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

    ଭି-ଗାର୍ଡ ଇଲୋକ୍ଟ୍ରୋନିକ୍ କମ୍ପାନୀ ପକ୍ଷରୁ କୁଜଙ୍ଗ ଓ ରାହାମା ଅଞ୍ଚଳର ଇଲେକ୍ଟ୍ରିସିଆନ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୁଜଙ୍ଗ ପଙ୍କପାଳ ଠାରେ ଅନୁଷ୍ଠିତ ଏହି କର୍ମଶାଳାରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ଭି-ଗାର୍ଡ ର ଗୁଣବତ୍ତା ଏବଂ ସୁରକ୍ଷା ଉପରେ ଆଲୋଚନା କରିଥିଲେ।

    ଚଳିତ ବର୍ଷ କମ୍ପାନୀ ଓଡ଼ିଶାର ତଳସ୍ତରର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ‌ ପ୍ରଥମେ ଇଲେକ୍ଟ୍ରିସିଆନ‌ ମାନଙ୍କୁ କମ୍ପାନୀର ଗୁଣାତ୍ମକମାନ ସମ୍ପର୍କରେ ଅବଗତ କରାଯାଇଛି।

    ଏଥିରେ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ଇଲେକ୍ଟ୍ରିସିଆନ ଯୋଗ ଦେଇଥିଲେ। କମ୍ପାନୀ ପକ୍ଷରୁ ସେମାନଙ୍କୁ କମ୍ପାନୀ ର ବିଭିନ୍ନ ସାମଗ୍ରୀ ଦେଖାଇବା ସହିତ ତାହାର କାର୍ଯ୍ୟକାରିତା , ସୁରକ୍ଷା ଓ ବ୍ୟବହାର ର ଅବଧି ସମ୍ପର୍କରେ ଅବଗତ କରାଯାଇଥିଲା । ଏହି କର୍ମଶାଳାକୁ କୁଜଙ୍ଗ ର ଓମ୍ ଇଲେକ୍ଟ୍ରିକାଲ ବିତରକ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଥିଲା।

  • ଏହି ୫ ଲୋକଙ୍କ ପାଇଁ ନଡ଼ିଆ ପାଣି ବିଷଠାରୁ କମ୍ ନୁହେଁ, ଯଦି ଆପଣ ପିଉଛନ୍ତି ତେବେ ଆଜିଠାରୁ ବଦଳାନ୍ତୁ ଏହି ପଦ୍ଧତି

    ଏହି ୫ ଲୋକଙ୍କ ପାଇଁ ନଡ଼ିଆ ପାଣି ବିଷଠାରୁ କମ୍ ନୁହେଁ, ଯଦି ଆପଣ ପିଉଛନ୍ତି ତେବେ ଆଜିଠାରୁ ବଦଳାନ୍ତୁ ଏହି ପଦ୍ଧତି

    ଗ୍ରୀଷ୍ମ ଋତୁ ଆରମ୍ଭ ହେବାମାତ୍ରେ ଲୋକମାନେ ସେମାନଙ୍କ ଖାଦ୍ୟରେ ଡାଏଟ ଆଣିବା ଆରମ୍ଭ କରିଦିଅନ୍ତି। ଗ୍ରୀଷ୍ମ ଋତୁରେ ଶରୀରକୁ ଅଧିକ ଜଳୀୟ ଅଂଶର ଆବଶ୍ୟକତା ଥାଏ ଏବଂ ଏଥିପାଇଁ ଡାଏଟରେ ଜୁସ୍, ବଟରମିଲ୍କ ଏବଂ ନଡ଼ିଆ ପାଣି ବ୍ୟବହାର କରାଯାଇଥାଏ । କିଛି ଲୋକ ନଡ଼ିଆ ପାଣିକୁ ବହୁତ ପସନ୍ଦ କରନ୍ତି ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ। ଏଥିରେ ମିଳୁଥିବା ଭିଟାମିନ୍ ସି, ଇ, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ରୁ ଶରୀରକୁ ଅନେକ ଫାଇଦା ମିଳିଥାଏ। ଯଦ୍ୟପି, ନଡ଼ିଆ ପାଣି କିଛି ଲୋକଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ଏଥିରେ ଥିବା ପୋଟାସିୟମ କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ନଡ଼ିଆ ପାଣି କାହା ପାଇଁ କ୍ଷତିକାରକ ହୋଇପାରେ ଏବଂ କେତେ ପରିମାଣର ନଡ଼ିଆ ପାଣି ପିଇବା ଉଚିତ।

    କେଉଁ ଲୋକ ନଡ଼ିଆ ପାଣି ପିଇବା ଅନୁଚିତ

    ୧. କିଡ୍‌ନୀ ସମ୍ବନ୍ଧୀୟ ରୋଗ

    ଯେଉଁମାନଙ୍କର କିଡ୍‌ନୀ ସମ୍ବନ୍ଧୀୟ ରୋଗ ଅଛି ସେମାନେ ନଡ଼ିଆ ପାଣି ପିଇବା ଉଚିତ୍ ନୁହେଁ। କିଡ୍‌ନୀ ନଡ଼ିଆ ପାଣିରେ ଥିବା ପୋଟାସିୟମ୍‌କୁ ଫିଲ୍ଟର କରିପାରେନାହିଁ। କିଡ୍‌ନୀ ରୋଗ ହେତୁ ରୋଗୀଙ୍କ ମଧ୍ୟରେ ପୋଟାସିୟମ୍ ଏବଂ ସୋଡିୟମ୍‌ର ପରିମାଣ ପୂର୍ବରୁ ବହୁତ ଅଧିକ। ଏପରି ପରିସ୍ଥିତିରେ ନଡ଼ିଆ ପାଣି ଯୋଗୁଁ ହାଇପରକ୍ୟାଲେମିଆ ହେବାର ଆଶଙ୍କା ବଢ଼ିଯାଏ। ଏହା ହୃଦ୍‌ ସ୍ପନ୍ଦନ ଏବଂ ନର୍ଭସ ବୃଦ୍ଧି କରାଇଥାଏ।

    ୨. ମଧୁମେହ ରୋଗୀ

    ଯେଉଁମାନଙ୍କର ମଧୁମେହ ଅଛି ସେମାନେ ମଧ୍ୟ ନଡ଼ିଆ ପାଣି ପିଇବା ଉଚିତ୍ ନୁହେଁ। ନଡ଼ିଆ ପାଣିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ଏବଂ କାର୍ବୋହାଇଡ୍ରେଟ୍‌ ଅଧିକ ଥାଏ ଏବଂ ଶର୍କରା ସ୍ତର ବୃଦ୍ଧି ପାଇବାର ଆଶଙ୍କା ଥାଏ।

    ୩. ବୟସ୍କ ବ୍ୟକ୍ତି

    ବୟସ୍କ ଲୋକମାନେ ପ୍ରତିଦିନ ନଡ଼ିଆ ପାଣି ପିଇବାଠାରୁ ଦୂରେଇ ରହିବା ଉଚିତ୍। ଏଥିରେ ପୋଟାସିୟମ୍‌ର ପରିମାଣ ଅଧିକ ଥାଏ, ଯାହା ଫଳରେ ଏହାକୁ ଅତ୍ୟଧିକ ପିଇବା ଦ୍ୱାରା ଶରୀରରେ ପୋଟାସିୟମ୍‌ର ପରିମାଣ ବଢ଼ିପାରେ, ଯାହା ହୃଦୟର କାମ କରିବାର କ୍ଷମତାକୁ ପ୍ରଭାବିତ କରିପାରେ।

    ୪. ଆଲର୍ଜି ସମସ୍ୟା

    ଯେଉଁମାନଙ୍କର ଆଲର୍ଜି ସମ୍ବନ୍ଧୀୟ ସମସ୍ୟା ଅଛି ସେମାନେ ମଧ୍ୟ ନଡ଼ିଆ ପାଣି ପିଇବାରୁ ଦୂରେଇ ରହିବା ଉଚିତ। ଏହା ଚର୍ମରେ କୁଣ୍ଡାଇ, ପୋଡ଼ାଜଳା ସୃଷ୍ଟି କରିପାରେ।

    ୫. ଉଚ୍ଚ ରକ୍ତଚାପ ଅଭିଯୋଗ

    ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଅଛି ଏବଂ ସେମାନେ ଏଥିପାଇଁ ଔଷଧ ଖାଆନ୍ତି ସେମାନେ ମଧ୍ୟ ନଡ଼ିଆ ପାଣି ପିଇବା ଉଚିତ୍ ନୁହେଁ। ଏହା ବିପି ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ବଢ଼ାଇଥାଏ।

    ୬. ପରିମାଣ ପ୍ରତି ଧ୍ୟାନ ଦେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ

    ଗ୍ରୀଷ୍ମ ଋତୁରେ ଅଧିକାଂଶ ଲୋକ ପ୍ରତିଦିନ ନଡ଼ିଆ ପାଣି ପିଅନ୍ତି, କିନ୍ତୁ ଉପରେ ଉଲ୍ଲେଖ କରାଯାଇଥିବା ଲୋକମାନେ ଏହାକୁ ସେମାନଙ୍କ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ଖରାରେ ବାହାରକୁ ଯାଉଛନ୍ତି କିମ୍ବା ଆପଣଙ୍କ ବହୁତ ଝାଳ ବାହାରଛି, ତେବେ ଅଧ ଗ୍ଲାସ ନଡ଼ିଆ ପାଣି ପିଇପାରିବେ।

    ୭. ଶରୀରରେ ପୋଟାସିୟମ୍ ବୃଦ୍ଧିର ପ୍ରଭାବ

    ଉଚ୍ଚ ପୋଟାସିୟମ୍ ସ୍ତରକୁ ଡାକ୍ତରୀ ଭାଷାରେ ହାଇପରକ୍ୟାଲେମିଆ କୁହାଯାଏ। ଏହି ଅବସ୍ଥା ହୃଦୟର କାମ କରିବାର କ୍ଷମତାରେ ବାଧା ସୃଷ୍ଟି କରିପାରେ। ଏହା କିଛି ଚିକିତ୍ସା ଅବସ୍ଥା ଥିବା ଲୋକଙ୍କ ମଧ୍ୟରେ ଅସ୍ୱାଭାବିକ ହୃଦସ୍ପନ୍ଦନ କିମ୍ବା ଗମ୍ଭୀର ଜଟିଳତା ସୃଷ୍ଟି କରିପାରେ।

  • ‘କହିବି ନାହିଁ ମରାଠୀ’, ନାନ୍ଦେଡରେ ପୁଣି ହିଂସାକୁ ଓଲ୍ହାଇଲେ ରାଜ ଠାକରେଙ୍କ କର୍ମୀ, ଶୌଚାଳୟ ପରିଚାଳକଙ୍କୁ ମାରିଲେ ଚାପୁଡ଼ା

    ‘କହିବି ନାହିଁ ମରାଠୀ’, ନାନ୍ଦେଡରେ ପୁଣି ହିଂସାକୁ ଓଲ୍ହାଇଲେ ରାଜ ଠାକରେଙ୍କ କର୍ମୀ, ଶୌଚାଳୟ ପରିଚାଳକଙ୍କୁ ମାରିଲେ ଚାପୁଡ଼ା

    ମରାଠୀ ଭାଷାର ଅସ୍ମିତା ପ୍ରସଙ୍ଗ ଉଠାଇ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ପୁଣି ଥରେ ହିଂସାର ପଥ ବାଛିଛି। ଏଥର MNS କର୍ମୀମାନେ ନାନ୍ଦେଡରେ ଜଣେ ସୁଲଭ ଶୌଚାଳୟ ପରିଚାଳକଙ୍କୁ ଚାପୁଡ଼ା ମାରି ଏକ ଭିଡିଓ ତିଆରି କରି ଭାଇରାଲ କରିଛନ୍ତି।

    ସୂଚନା ଅନୁଯାୟୀ, ଶୌଚାଳୟ ପରିଚାଳନାକାରୀଙ୍କ ଉପରେ ଶୌଚ ପାଇଁ ୫ ଟଙ୍କା ଆଦାୟ କରିବାର ଅଭିଯୋଗ ହୋଇଥିଲା, ଯାହାକୁ ନେଇ ପ୍ରଶ୍ନ ଉଠାଯାଉଥିଲା। ଯେତେବେଳେ ସେମାନେ ତାଙ୍କୁ ପଚରାଉଚରା କରିବାକୁ ଗଲେ, ପରିଚାଳକ ମରାଠୀ କହିବାକୁ ମନା କରିଦେଲେ। ଏଥିରେ କ୍ରୋଧିତ ହୋଇ MNS କର୍ମୀମାନେ ତାଙ୍କୁ ମରାଠୀ କହିବାକୁ ବାଧ୍ୟ କଲେ ଏବଂ ତାଙ୍କୁ ମାଡ଼ ମାରିଥିଲେ।

    ନାନ୍ଦେଡ଼ର କେନ୍ଦ୍ରୀୟ ଏସ୍ଟି ବସ୍ ଷ୍ଟାଣ୍ଡରେ ଜଣେ ପ୍ରବାସୀ ବ୍ୟକ୍ତି ଶୌଚାଳୟ ଚଳାନ୍ତି। ଏଠାରେ ସାଧାରଣ ନାଗରିକଙ୍କଠାରୁ ଶୌଚ ପାଇଁ ୫ ଟଙ୍କା ଆଦାୟ କରାଯାଏ। ଜଣେ ମରାଠୀ ବ୍ୟକ୍ତି ୫ ଟଙ୍କା ଉପରେ ପ୍ରଶ୍ନ ଉଠାଇ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଭିଡିଓରେ କଏଦ ହୋଇଥିଲା ଯେ ପ୍ରବାସୀ ବ୍ୟକ୍ତି ମରାଠୀ ଜାଣନ୍ତି ନାହିଁ ଏବଂ ସେ ଭାଷା କହିବାକୁ ସ୍ପଷ୍ଟ ଭାବରେ ମନା କରିଦିଅନ୍ତି ।

    ଏହା ପରେ ଲୋକମାନେ ବସ୍ ଷ୍ଟାଣ୍ଡର ପରିଚାଳନାକୁ ଏ ବିଷୟରେ ଅଭିଯୋଗ କରିଥିଲେ। ହେଲେ, ପରିଚାଳନା ପକ୍ଷରୁ କୌଣସି ଉତ୍ତର ମିଳିନଥିଲା। ତା’ପରେ ମରାଠୀ ଲୋକମାନେ ରାଜ ଠାକରେଙ୍କ କର୍ମୀମାନଙ୍କୁ ଭିଡିଓଟି ପଠାଇଥିଲେ। ଭିଡିଓଟି ଦେଖିବା ପରେ, MNS କର୍ମୀମାନେ ବସ୍ ଷ୍ଟାଣ୍ଡରେ ପହଞ୍ଚି ଶୌଚାଳୟ ପରିଚାଳନାକାରୀଙ୍କୁ ମାଡ଼ ମାରିଥିଲେ। ସେମାନେ ତାଙ୍କୁ କ୍ଷମା ମାଗିବାକୁ ମଧ୍ୟ ବାଧ୍ୟ କରିଥିଲେ।

  • କୁସେଇ ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

    କୁସେଇ ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

    ରାମଚନ୍ଦ୍ରପୁର ଥାନା ଅଧିନ ଜଳସୁଆଁ ଗ୍ରାମର ପଣ୍ଡୁଆ ତୋଟା ଘାଟ ନିକଟରେ ଜଣେ ବୃଦ୍ଧା ନଦୀରେ ବୁଡି ଯାଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନାଅନୁସାରେ, ଉକ୍ତ ଗ୍ରାମ କୁମ୍ଭାରସାହିର ଲଷ୍ମୀ ରଣା ସକାଳ ସମୟରେ କୁସେଇ ନଦୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟାହ୍ନ ସମୟରେ କୁସେଇ ନଦୀର ପଣ୍ଡୁଆ ତୋଟା ଘାଟ ନିକଟରେ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀଙ୍କୁ ଜଣାଇଥିଲେ ।

    ପରେ ଖବରପାଇ ଘସିପୁରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

  • ରାମିଆଳ ନଦୀରେ ବୁଡି ଜଳ ଯୋଗାଣ ବିଭାଗର କର୍ମଚାରୀ ମୃତ

    ରାମିଆଳ ନଦୀରେ ବୁଡି ଜଳ ଯୋଗାଣ ବିଭାଗର କର୍ମଚାରୀ ମୃତ

    ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜଳ ଯୋଗାଣ ବିଭାଗର କର୍ମଚାରୀ ମୃତ | କାମାକ୍ଷାନଗର ରେକୁଳା ରାମିଆଳ ନଦୀରେ ବୁଡି ଯାଇଥିବା ଜଳଯୋଗାଣ ବିଭାଗ କର୍ମଚାରୀଙ୍କ ମିଳିଲା ମୃତଦେହ। ମୃତ ଯୁବକ ହେଲେ ରେକୁଳା ଗ୍ରାମର ପ୍ରଦୀପ୍ତ ବେହେରା ।ସକାଳ ସମୟରେ ନଦୀକୂଳରେ ଥିବା ସମ୍ପ୍ ଗେଟ୍ ଖୋଲିବାକୁ ଯାଇଥିବା ବେଳେ ଗଭୀର ଜଳରେ ଫସି ଯାଇଥିଲେ ପ୍ରଦୀପ୍ତ । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବିଭାଗ ଓ ଭୁବନ ଓଡ୍ରାପ୍ଟ ଟିମ୍ ପହଞ୍ଚି ବହୁ ଖୋଜ ଖୋଜି କରିଥିଲେ | ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି ।

  • ସୂଚନା ତଡକା

    ସୂଚନା ତଡକା

    ମିଶୁନି ଲୋ କଥା କିଛି

    ତେଲ ତେଲ ଏଠି ପଡିଲା ଚହଳ
    ତେଲ ମିଳୁନି ହାଟରେ …
    ବୋତଲ ଧରିଲେ ହାତରେ ମିଳୁନି
    ମିଳୁଛି ସିଧା ଗାଡିରେ …
    କିଏ କହେ ଏଠି ସୌମ୍ୟଶ୍ରୀ ସୌମ୍ୟଶ୍ରୀ…

    କିଏ କହେ ନିମାପଡା..
    ଦୁଇଟି ଘଟଣା ସମାନ କାରଣ…. ମିଳୁନି କିଛି ପତ୍ତା …
    ସୌମ୍ୟଶ୍ରୀକୁ ଭୁଲି ନିମାପଡା ଗଲି …
    ଧରି ହଉନି ଲୋ କଥା …
    ପୋଖରୀ ପାଖରେ କଣ କରୁଥିଲି…ମନେ କୁହୁଳୁଛି ଗାଥା
    ମୂଳ କାରଣକୁ ଭୁଲିଲେ ମୋହନ …
    ମିଛରେ ଗଲେ କି ଭାସି …
    ଘଣ୍ଟାଏ ଭିତରେ ପ୍ରମାଣ ଚେଞ୍ଜ… ..
    ମିଶୁନି ଲୋ କଥା କିଛି …

    ଉପରେ ଲେଖା ଥିବା କବିତାଟି କାହାକୁ , ଆକ୍ଷେପ କରିବା ଉଦ୍ଦେଶ୍ୟ ଲେଖାଯାଇ ନାହିଁ । ଏହା କେବଳ ଲୋକ ମାନଙ୍କ ମନୋରଞ୍ଜନକୁ ଆଖି ଆଗରେ ରଖି ଲେଖାଯାଇଛି ।

  • ପାଣିରେ ଭାସୁଛି ଇନଡୋର ଷ୍ଟାଡିୟମ

    ପାଣିରେ ଭାସୁଛି ଇନଡୋର ଷ୍ଟାଡିୟମ

    ହୋଇଛି କୋଟି କୋଟି ଟଙ୍କା ଖର୍ଚ୍ଚ, ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଛି ଇନଡୋର ଷ୍ଟାଡିୟମ୍ ହେଲେ ରକ୍ଷଣା ପାଇଁ ନାହିଁ ପ୍ରଶାସନର ଦୃଷ୍ଟି କୋଣ। ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଇଥିବାରୁ ଚାରିଆଡେ ଦେଖା ଯାଉଛି ଅସନ୍ତୋଷ। ସାମାନ୍ୟ ବର୍ଷାରେ ଷ୍ଟାଡିୟମ୍ ଭିତର କାନ୍ଥରୁ ଝରୁଛି ବର୍ଷାପାଣି। ଏହାର ଫଳରେ ଷ୍ଟାଡିୟମ୍ ପରିସରରେ ପାଣି ଭାସୁଛି । ଷ୍ଟାଡିୟମ୍ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ସୂଚନା ଅନୁଯାୟୀ, ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଜି ଉଦୟଗିରି ଠାରେ ଗତ ୨୦୧୪ ମସିହା ଫେବୃୟାରୀ ୨୩ ତାରିଖ ଦିନ ବହୁମୁଖି ଇନଡୋର ଷ୍ଟାଡିୟମ୍ ଶୁଭ ଉଦଘାଟନ କରିଥିଲେ। ଏଠାରେ କ୍ରୀଡା ପ୍ରେମୀ ତଥା ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଖେଳ ସହ ଭାର ଉତ୍ତୋଳନ ଓ ଯୋଗ ଅଭ୍ୟାସ କରିବା ନିମନ୍ତେ ସମସ୍ତ ସୁବିଧା ଉପଲବ୍ଧ କରାଯାଇଥିବା ସତ୍ୱେ ରକ୍ଷଣା ବେକ୍ଷଣ ନିମନ୍ତେ ନାହିଁ କିଛି ବ୍ୟବସ୍ତା।

    କିନ୍ତୁ ଦୁଃଖର ବିଷୟ, ଷ୍ଟାଡିୟମର ମୁଖ୍ୟ ଦ୍ଵାର ପାଖରେ ବର୍ଷା ହେଲେ ଛାତରୁ ପାଣି ପଡିବା ସହିତ ଭିତରେ ହୋଇଥିବା ସିଲିଂ ପୁରା ଭାଙ୍ଗି ନଷ୍ଟ ହୋଇ ଗଲାଣି । ଯାହା ଫଳରେ ସିଲିଂରୁ ପ୍ରବଳ ପାଣି ପଡ଼ି ଷ୍ଟାଡିୟମ୍ ଭିତରକୁ ପଶୁଛି। ଦିନ ବେଳେ କାର୍ଯ୍ୟରତ କର୍ମଚାରୀ ୱାଇପର ସାହାର୍ଯ୍ୟରେ ପାଣି ନିଷ୍କାସନ କରୁଛନ୍ତି। ରାତିରେ ବର୍ଷା ହେଲେ ପାଣି ଷ୍ଟାଡିୟମ୍ ଭିତରେ ମଧ୍ୟ ଚାଲୁଛି । ଏଥି ପ୍ରତି ପ୍ରଶାସନର ନିଘା ନାହିଁ । ନିର୍ମାଣ ସମୟରୁ ଏହାର ଅବସ୍ଥା ଦୟନୀୟ ହେବାର ଦେଖିବାକୁ ମିଳିଛି। ସେହିଭଳି ଭିତର ହଲରେ ବହୁ ଲାଇଟ୍ ନ ଜାଳିବା ସହ ବ୍ୟାୟାମ କୋଠରୀରେ ଲାଗିଥିବା ଛଅ ଟି ଏ.ସି ମଧ୍ୟ କାମ କରୁନାହିଁ। ଏପରି ଅବସ୍ଥାରେ ରହିଅଛି ଇନଡୋର ଷ୍ଟାଡିୟମ୍ ଦ୍ଵାରା କ୍ରୀଡା ପ୍ରେମୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ କ୍ରୀଡା ପ୍ରେମୀ ।

  • ଧାନମଣ୍ଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

    ଧାନମଣ୍ଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

    କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା କୃଷି ସମବାୟ ସମିତିର ଧାନମଣ୍ଡି କ୍ରୟ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଆକାଶ ଦାସନାୟକ ଯୋଗ ଦେଇ ଏହାର ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ଜହ୍ନା ପଞ୍ଚାୟତ ପକ୍ଷରୁ କରାଯାଇଥିବା ଏହି ଧାନମଣ୍ଡି କ୍ରୟ କେନ୍ଦ୍ରର ବ୍ୟୟ ଅଟକଳ ୫୮ଲକ୍ଷ ୪ହଜାର ଟଙ୍କା ବୋଲି ଜଣାପଡ଼ିଛି । କାର୍ଯ୍ୟକ୍ରମରେ ଜହ୍ନା ସରପଞ୍ଚ ସଂଯୁକ୍ତା ସାହୁ, ସମିତିସଭ୍ୟା ହେମଲତା ପାଢ଼ୀ, ବରିଷ୍ଠ ବିଜେପି ନେତା ପିନାକୀ ରଞ୍ଜନ ଦାସଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । କୃଷକ ମାନଙ୍କୁ ଫସଲ କରିବା ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ସହିତ ଧାନ ବିକ୍ରୟ କରି କୃଷକ ମାନେ କିଭଳି ଲାଭବାନ ହୋଇପାରିବେ ସେଥିପାଇଁ ଏହି କେନ୍ଦ୍ର ଟି ଖୋଲା ଯାଇଥିବା ବିଧାୟକ କହିଛନ୍ତି । ଧାନମଣ୍ଡି କେନ୍ଦ୍ର ଟି ଖୋଲାଯାଇଥିବାରୁ ଜହ୍ନା ପଞ୍ଚାୟତ ର କୃଷକ ଭାଇ ମାନେ ବିଧାୟକ ଆକାଶ ଦାସ ନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।