ଖୋର୍ଦ୍ଧାରେ ନିଶା ମାଫିଆ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ନିଶା କାରବାର କୁ ରୋକିବା ଲାଗି ପୋଲିସ ଟିମ୍ ମଧ୍ୟ ଧରପାଗଡ ଜାରି ରଖିଛନ୍ତି। ଗତ କାଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଙ୍କ ନିର୍ଦ୍ଧେଶ କ୍ରମେ ଏକ ଟିମ୍ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଟାଙ୍ଗିଆ ପଡ଼ା ଅଞ୍ଚଳ ରେ ଏକ ମନ୍ଦିର ପାଖ ରେ ବ୍ରାଉନ ସୁଗାର କାରବାର ଚାଲିଥିବା ସମୟ ରେ ବାସୁଦେବ ଜୟସିଂହଁ ଚଢ଼ାଉ କରିଥିଲେ। ଏହି ଘଟଣା ରେ ପୋଲିସ ୩୨୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ୨ଜଣ ପେଶାଦାର ନିଶା ମାଫିଆ ଙ୍କୁ ଗିରଫ କରିବା ସହ ୨ଟି ବାଇକ୍,୨ଟି ମୋବାଇଲ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ର ମୂଲ୍ୟ ୩୨ଲକ୍ଷ ଟଙ୍କା ହେବ। ଗତ ତିନି ମାସ ଭିତରେ ଜିଲ୍ଲା ପୋଲିସ ବିଭିନ୍ନ ଅଞ୍ଚଳ ରୁ ୭୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩୦ଜଣ ନିଶା ମାଫିଆ ଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି ବୋଲି ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।
Author: suchanatv24x7
-

୨ ନିଶା ମାଫିଆଙ୍କୁ ବାନ୍ଧିଲା ଖୋର୍ଦ୍ଧା ପୋଲିସ
ଖୋର୍ଦ୍ଧାରେ ନିଶା ମାଫିଆ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ନିଶା କାରବାର କୁ ରୋକିବା ଲାଗି ପୋଲିସ ଟିମ୍ ମଧ୍ୟ ଧରପାଗଡ ଜାରି ରଖିଛନ୍ତି। ଗତ କାଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଙ୍କ ନିର୍ଦ୍ଧେଶ କ୍ରମେ ଏକ ଟିମ୍ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଟାଙ୍ଗିଆ ପଡ଼ା ଅଞ୍ଚଳ ରେ ଏକ ମନ୍ଦିର ପାଖ ରେ ବ୍ରାଉନ ସୁଗାର କାରବାର ଚାଲିଥିବା ସମୟ ରେ ବାସୁଦେବ ଜୟସିଂହଁ ଚଢ଼ାଉ କରିଥିଲେ। ଏହି ଘଟଣା ରେ ପୋଲିସ ୩୨୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ୨ଜଣ ପେଶାଦାର ନିଶା ମାଫିଆ ଙ୍କୁ ଗିରଫ କରିବା ସହ ୨ଟି ବାଇକ୍,୨ଟି ମୋବାଇଲ ଜବତ କରାଯାଇଛି।
ଜବତ ବ୍ରାଉନ ସୁଗାର ର ମୂଲ୍ୟ ୩୨ଲକ୍ଷ ଟଙ୍କା ହେବ। ଗତ ତିନି ମାସ ଭିତରେ ଜିଲ୍ଲା ପୋଲିସ ବିଭିନ୍ନ ଅଞ୍ଚଳ ରୁ ୭୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩୦ଜଣ ନିଶା ମାଫିଆ ଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି ବୋଲି ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।
-

ଜନ ଶୁଣାଣି ଶିବିର ରେ ୨୦୯ ଅଭିଯୋଗ ପଞ୍ଜିକୃତ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସଭା ଗୃହରେ ସୋମବାର ଅନୁଷ୍ଠିତ ମିଳିତ ଜନ ଶୁଣାଣି ଶିବର ରେ ମୋଟ ଦୁଇ ଶହ ନଅ(୨୦୯) ଟି ଅଭିଯୋଗ ଶୁଣାଣି ହୋଇଥିବା ସୂଚନା ମିଳିଛି।ଏହି ଜନ ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସୁଧିରଞ୍ଜନ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ମହାପାତ୍ର ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପାନୀୟ ଜଳ, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା , ଗ୍ରାମ୍ୟ ରାସ୍ତା ନିର୍ମାଣ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ରେ ଲୋକମାନଙ୍କର ଅଭିଯୋଗ ହସ୍ତଗତ ହୋଇଥିଲା।
ତେବେ ରାସନ ସାମଗ୍ରୀ ପାଇଁ ଦୂରରେ ଥିବା ଡିଲର ପଏଣ୍ଟ କୁ ଯିବାରେ ବହୁ ଅସୁବିଧା ହେଉଥିବାରୁ ଗୋପୀନାଥପୁର ପଞ୍ଚାୟତ ର ଶତାଧିକ ହିତାଧିକାରୀ ଗତ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ନହେବାରୁ ହିତାଧିକାରୀ ମାନେ ପୁନର୍ବାର ଆଜି ଜିଲ୍ଲାପାଳ ଙ୍କୁ ଭେଟି ସମସ୍ୟା ର ସମାଧାନ କରିବା ପାଇଁ ଦାବୀ କରିଥିଲେ l
ସେହିପରି ଚାନ୍ଦବାଲି ବ୍ଲକ ର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଉଛି ଚୋରା ମଦ କାରବାର, ଅବକାରୀ ବିଭାଗ ଓ ଚୋରା ମଦ ବେପାରୀ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରି ଚାନ୍ଦବାଲି ଅଞ୍ଚଳରୁ ସମ୍ପୂର୍ଣ ଭାବେ ଚୋରା ମଦ କୁ ବନ୍ଦ କରିବା ପାଇଁ ଏସପି ଓ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି ଥିବା ସୂଚନା ମିଳିଛି l
ଟ୍ରାଇସାଇକେଲ ୫ ଜଣକୁ ମିଳିଥିବାବେଳେ,ଶ୍ରବଣ ଜନ୍ତ୍ର ୪ ଜଣ,ବିଧବା ଭତ୍ତା ୮ ଜଣ, ଭିନ୍ନକ୍ଷମ ଭତ୍ତା ୨ଜଣ ଙ୍କୁ ଭଦ୍ରକ ଜିଲ୍ଲା ପାଳ ଓ ଭଦ୍ରକ ଆରକ୍ଷୀ ଅଧିକ୍ଷକ ବଣ୍ଟନ କରିଥିବା ସୂଚନା ମିଳିଛି।
-

ଓଡ଼ିଶାରେ ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା
ଆଜିଠାରୁ କଟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଆୟୂର୍ବେଦ ଓ ଚରକ ସଂହିତା ଉପରେ ପର୍ଯ୍ୟବସିତ ୬ ଦିନିଆ କାର୍ଯ୍ୟକ୍ରମ। “ଚରକାୟନ” ରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି ସର୍ବଭାରତୀୟ ଆୟୂର୍ବେଦ କଂଗ୍ରେସ ତଥା ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ସଭାପତି ପଦ୍ମଭୂଷଣ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା।

ଗତକାଲି ବିଳମ୍ବିତ ରାତିରେ ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି ।
ଏହି ଅବସରରେ ସେ ସମଗ୍ର ବିଶ୍ୱରେ ଏକ ନିରୋଗମୟ ସମାଜ ଗଠନ ସହ ଚଳିତ ଶତାବ୍ଦୀରେ ଯୋଗ ଭଳି ଆୟୂର୍ବେଦକୁ ମଧ୍ୟ ଉପଯୁକ୍ତ ମାନ୍ୟତା ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି । ଆୟୁର୍ବେଦ ଦ୍ବାରା ମାନବ ସମାଜରୁ ସବୁ ପ୍ରକାର ରୋଗର ମୁଳୋତ୍ପାଟନ ହୋଇଥାଏ ବୋଲି ବାର୍ତ୍ତା ଦେଇଛନ୍ତି ।
-

ଲୋକନାଥଙ୍କ ପୀଠରେ ଜଳଲାଗି କଲେ କାଉଡ଼ିଆ
ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଲୋକନାଥଙ୍କ ପୀଠ ରେ ୫୦ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କରିଛନ୍ତି।ଏହି ପାଳିରେ ପ୍ରାୟ ହଜାର ହଜାର ରୁ ଉର୍ଦ୍ଧ୍ବ ଶୈବ ଭକ୍ତ ଲୋକନାଥ ଙ୍କୁ ଜଳ ଲାଗି କରିଛନ୍ତି । ଏଥିପାଇଁ ପୁରୀରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ଜଣାଶୁଣା ବାବା ଲୋକନାଥଙ୍କ ପୀଠରେ ପ୍ରବଳ ମାତ୍ରାରେ କାଉଡିଆଙ୍କ ଭିଡ ପରିଲକ୍ଷିତ ହୋଇଛି ।
ରାତ୍ର 12 ଟାରେ ଦ୍ୱାରଫିଟା ହେବାପରେ ଠାକୁରଙ୍କ ମଙ୍ଗଳ ଆଳତି ନୀତି,,ପରେ ମଇଲମ,ଅବକାଶ ନୀତି ବଢିବା ପରେ ରାତ୍ର 1ଟାରୁ ମହାଦେବଙ୍କ ମସ୍ତକରେ ଜଳଲାଗି ଆରମ୍ଭ ହୋଇଥିଲା।
ବ୍ୟାରିକେଡ଼ରେ ଯାଇ କାଉଡ଼ିଆ ଭକ୍ତ ମାନେ ରୋଷଘର ପଛ ଦେଇ ମନ୍ଦିର ପ୍ରବେଶ କରିବା ସହ ଜଳଲାଗି କରି ପ୍ରତ୍ୟାବର୍ତ୍ତନ କରଛନ୍ତି ।ତେବେ ଚଳିତବର୍ଷ ଜଳଲାଗି ପାଇଁ ଟିକେଟର ମୂଲ୍ୟ 30 ଟଙ୍କା ଧାର୍ଯ୍ୟ କରାଯାଇଛି। ବିଶେଷ ନୀତି ପାଇଁ ଅପରାହ୍ନ 2ଟାରୁ ଦର୍ଶନ ଓ ଜଳଲାଗି ବ୍ୟବସ୍ଥା ବନ୍ଦ ରହିବା ସହ ରାତି 9ଟା ପର୍ଯ୍ୟନ୍ତ କାଉଡିଆଙ୍କ ଦର୍ଶନ ଓ ଜଳଲାଗି ନୀତି ଚାଲିବ ବୋଲି ସେବାୟତ କହିଛନ୍ତି।
ଚଳିତଥର ଏହି ଦିତୀୟ ପାଳିରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ।ତେଣୁ ଶୃଙ୍ଖଳା ଓ ସୁବ୍ୟବସ୍ଥା ଦୃଷ୍ଟିରୁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
-

ଆଉ କେତେ ନଷ୍ଟ ହେବ ?
ଜି ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବରେ ଜନ ଜୀବନ, ଫସଲ, ନଷ୍ଟ, ଗାଈ ମୃତ୍ୟୁକୁ ନେଇ ଜି ଉଦୟଗିରି ବ୍ଲକର ବହୁ ବ୍ୟକ୍ତି ଜି ଉଦୟଗିରି ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ମାସ ହେବ ହାତୀ ଉପଦ୍ରବରେ ବହୁ ଫସଲ, ଘର, ଗଛ ନଷ୍ଟ ହେବା ସହ ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହାର ସ୍ଥାୟୀ ସମାଧାନ ସହ ଦନ୍ତା ହାତୀକୁ ଟ୍ରାଙ୍କୁ ଲାଈଜ୍ କରି ଘଉଡାଇବା ବ୍ୟବସ୍ଥା କରିବା ପାଇଁ ଲୋକେ ଅଡି ବସିଛନ୍ତି। ଫୁଲବାଣୀ ଡି ଏଫ୍ ଓ ଆସି ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି। ତେବେ ବର୍ତମାନ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
-

ନୂଆ ଆଇକାର୍ଡରୁ ଆସୁଛି ରାଜନୈତିକ ଗନ୍ଧ
ଏଥର ଗେରୁଆ ରଙ୍ଗରେ ପିଲାଙ୍କ ପରିଚୟ ପତ୍ର

ସରକାର ବଦଳିବା ପରେ ବଦଳିଲା ସ୍କୁଲ ପିଲାଙ୍କର ଆଇ-କାର୍ଡ । ସୂଚନା ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପକାଇବେ ଗେରୁଆ ରଙ୍ଗର ପରିଚୟ ପତ୍ର। ପୂର୍ବ ସରକାରଙ୍କ ସମୟରେ ଏହା ସବୁଜ ରଙ୍ଗର ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍ ନମ୍ବର ରହିବ। ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ। ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ପିଲାମାନେ ସ୍କୁଲକୁ ଆସିବା ସମୟରେ ବେକରେ ଆଇ-କାର୍ଡ ପକାଇ ଆସିବେ । କେବଳ ଆଇ-କାର୍ଡ ର ରଙ୍ଗ ବଦଳିଛି ତା ନୁହେଁ, ସ୍ଲୋଗାନ୍ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ହାଇସ୍ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ଏହି ସ୍ଲୋଗାନ୍ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । -

ଅତୁଟ ବନ୍ଧନର ସାକ୍ଷୀ ଏଇ ରାକ୍ଷୀ…

“ଭାଇ ତତେ ମୋର ରହିଲା ରାଣ” ଗୀତର ତାଳେ ତାଳେ ଭଉଣୀ ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧିବା ପାଇଁ ଚାତକ ପରି ଅନେଇ ବସିଲାଣି। କଥାରେ ଅଛି, ଅତୁଟ ଓ ନିଆରା ସମ୍ପର୍କର କାହାଣୀ ନାଁ ତାର ଭାଇ ଭଉଣୀ। ଥାଏ ରାଗ ରୁଷା ମାନ ଅଭିମାନ ହେଲେ କଥା ଯେବେ ଉଭୟଙ୍କ ଉପରକୁ ଆସେ ଭାଇ ଓ ଭଉଣୀ ପରସ୍ପର ପାଇଁ ସାଜି ଯାଆନ୍ତି ରକ୍ଷା କବଚ। ଭଉଣୀ ଆଖିରେ ଲୁହ ନ ଦେବା ପାଇଁ ପ୍ରତିଜ୍ଞା କରେ ଭାଇ, ଏଇ ରାକ୍ଷୀକୁ ସାକ୍ଷୀ ରୂପେ ନେଇ। କେବଳ ମର୍ତ୍ୟ ପୁରରେ ରାକ୍ଷୀ ଭଉଣୀକୁ ସୁରକ୍ଷା ପ୍ରଦାନ କରେ ତାହା ନୁହେଁ, ପୌରାଣିକ ଗାଥା ଅନୁସାରେ ସ୍ୱର୍ଗ ପୁରରେ ବି ସୁରକ୍ଷାର ପ୍ରତୀକ ଭାବରେ ରାକ୍ଷୀ ରହିଛି ବିଦିତ। ସ୍ୱର୍ଗପୁରରେ ଇନ୍ଦ୍ର ଦେବତାଙ୍କ ସୁରକ୍ଷ୍ୟା ନିମନ୍ତେ ବ୍ରହ୍ମା ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀଙ୍କ ହସ୍ତରେ ସୁତା ଖିଅ ବାନ୍ଧିଥିଲେ ଯାହା ତାଙ୍କୁ କେବଳ ଅମାପ ଶକ୍ତି ଯୋଗାଇଥିଲା ତାହା ନୁହେଁ ସୁରକ୍ଷା ପ୍ରଦାନ କରିବାରେ ମଧ୍ୟ ସହାୟକ ହୋଇଥିଲା,ଏହାକୁ ରାକ୍ଷୀର ଆଦ୍ୟ ରୂପେ ମଧ୍ୟ ବିଦିତ କରାଯାଏ।

ଅନ୍ୟପକ୍ଷରେ, ଶ୍ରୀକୃଷ୍ଣଙ୍କ ଆଘାତ ଆଙ୍ଗୁଠିରେ ଦ୍ରୌପଦୀ ନିଜର ଲୁଗା ଖଣ୍ଡକୁ ବାନ୍ଧିବା ଓ ଗୋବିନ୍ଦ ଦ୍ରୌପଦୀଙ୍କ ବିପଦ କାଳରେ ରକ୍ଷା କରିବାର ପ୍ରତିଶୃତିକୁ କର୍ତବ୍ୟ ରୂପେ ଅଭିହିତ କରିବା ରାକ୍ଷୀର ଆରମ୍ଭ ଅଟେ ବୋଲି ପରିପେକ୍ଷୀରେ ମଧ୍ୟ କୁହାଯାଏ। ସେହିପରି ବିଷ୍ଣୁ ପୌରାଣିକ କଥା ଅନୁସାରେ ଏଇ ରାକ୍ଷୀ ହିଁ ବିଷ୍ଣୁଙ୍କୁ ବନ୍ଧନ ମୁକ୍ତ କରିଥିଲା। ତେବେ ଆଗକୁ ରାକ୍ଷୀ ପାଖେଇ ଆସୁଥିବା ବେଳେ ବଜାରରେ ଏବେ ଠୁ ଜମିବାରେ ଲାଗିଲାଣି ଭଳିକି ଭଳି ରାକ୍ଷୀର ଆସର। ନିଜର ମନ ପସନ୍ଦର ରାକ୍ଷୀଟିଏ କିଣିବା ପାଇଁ ଦୋକାନରେ ଭିଡ ଏବେ ଠୁ ଜମିଲାଣି। ଆଗରୁ ସୁତା ଖିଅ ଖଣ୍ଡକୁ ଗମ୍ହା ପୁର୍ଣିମାରେ ଭଉଣୀ ନିଜ ଭାଇ ହାତରେ ବାନ୍ଧି ପାଳୁଥିଲା ରାକ୍ଷୀ, ହେଲେ ସମୟ ବଦଳିଛି ଏବେ ହାତ ତିଆରି ପତ୍ର ଠୁ ଆରମ୍ଭ କରି ରୁପାର କାରୁକାର୍ଯ୍ୟ ସମ୍ପର୍ଣ ତଥା ଠାକୁରଙ୍କ ଫୋଟୋ, ଜରି ଓ ଚିତ୍ର ଖୋଦେଇ ରାକ୍ଷୀ ବଜାରକୁ ଆସି ସାରିଛି। ହେଲେ,ଏଥର ଡିମାଣ୍ଡରେ ଆଧୁନିକ ଫୋଟୋ ଫ୍ରେମ ରାକ୍ଷୀ ଥିବା ସୂଚନା ମିଳୁଛି।
-

ଦୁଷ୍କର୍ମ ପୀଡିତାଙ୍କ ଘରେ ନାରୀ ନ୍ୟାୟ ବାହିନୀର କର୍ମକର୍ତ୍ତା
ବୟସ ମାତ୍ର ସତର ବର୍ଷ, ବର୍ତମାନ ଝିଅଟିର ଶରୀର ପାଇଁ ଖାଦ୍ୟରେ ପୋଷଣର ନିହାତି ଆବଶ୍ୟକତା ରହିଛି। ତେବେ ପରିବାର କହିଲେ ଘରେ ବାପା ହିଁ ଜଣେ, ତେବେ ଝିଅଟିର ଯତ୍ନ ନବ କିଏ? ଏଭଳି ମନ୍ତବ୍ୟ ଦେଇ ଝିଅ ପାଇଁ ନ୍ୟାୟ ଦାବି କରିଛନ୍ତି ନାରୀ ନ୍ୟାୟ ବାହିନୀର କର୍ମକର୍ତ୍ତାମାନେ।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠଗୋଠ ପଞ୍ଚାୟତର ବାଣେଶ୍ୱରା ଗ୍ରାମରେ ଘଟିତ ଦୁଇ ଭାଇଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପରିବାର ପାଖରେ ପହଂଚିଛି ନାରୀ ନ୍ୟାୟ ବାହିନୀ। ପୀଡ଼ିତାଙ୍କ ପରିବାରକୁ ଭେଟି ପୀଡ଼ିତାଙ୍କ ସୁରକ୍ଷା ପାଇଁ ରେହାଇବିଟେସନ୍ରେ ରଖିବା ପାଇଁ କହିବା ସହ ଏହି ସମ୍ବେଦନଶୀଳ ଘଟଣାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ନ୍ୟାୟ ବାହିନୀର ନେତ୍ରୀ ପୀଡ଼ିତାର ସୁରକ୍ଷା ପାଇଁ ନାରୀ ଜାତିକୁ ସମ୍ମାନ ଦେବା ପାଇଁ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟିତ ଅଟେ। ପ୍ରତି ଜିଲ୍ଲା ବ୍ଲକ ପଞ୍ଚାୟତରେ ସଚେତନତା ଶିବିର କରି ନାରୀ ସୁରକ୍ଷା, ସୃଜନଶୀଳତା ବୃଦ୍ଧି ପାଇଁ ଟ୍ରେନିଂ ପ୍ରୋଗ୍ରାମ ବ୍ୟବସ୍ଥା କରାଯିବ ଏବଂ ଜଣ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏଭଳି ଏକ ନିନ୍ଦନୀୟ ଘଟଣାକୁ ସେ ଘୋର ନିନ୍ଦା କରିବା ସହ ବାପ ବୟସର ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦିଆ ଯିବା ଉଚିତ୍ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି।
-

ଭକ୍ତିରେ ଚାଲୁଛନ୍ତି ହଜାର ହଜାର କାଉଡିଆ…
ଶ୍ରାବଣ ମାସ, ଭୋଳା ବାବାଙ୍କୁ ଜଳ ଅର୍ପଣ କଲେ ହୁଅନ୍ତି ସେ ସନ୍ତୋଷ- ଏକଥା ଆମେ ନୁହେଁ କହୁଛନ୍ତି ଭକ୍ତଗଣ। ଶ୍ରାବଣ ମାସର ତୃତୀୟ ସୋମବାର, କାନ୍ଧରେ ବାହୁଂଗି ହାତରେ ଶ୍ରାବଣ ମାସର ପବିତ୍ର ଜଳ ମନରେ ପବିତ୍ରତା ସହ ବୋଲ ବମ ହରେ ବମ କହି ଆଗକୁ ଆଗକୁ ବଢି ଚାଲିଛନ୍ତି କାଉଡିଆ। ଝିପି ଝିପି ବର୍ଷାକୁ ଖାତିର ନକରି ଏକମୁହାଁ ହୋଇ ଚାଲୁଛନ୍ତି ଶୈବ ପିଠକୁ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ପ୍ରସିଦ୍ଧ ବାବା ଚନ୍ଦନେଶ୍ୱରଙ୍କଠାରେ ଜଳାଭିଷେକ କରୁଛନ୍ତି ହଜାର ହଜାର କାଉଡ଼ିଆ। ଭୋର ପ୍ରାୟ ୪ ଟା ସମୟରୁ ବାବାଙ୍କ ଦ୍ୱାରଫିଟା ନୀତିକାନ୍ତି ପରେ ଜଳାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗତକାଲି ରାତିରୁ ରାଜ୍ୟତଥା ରାଜ୍ୟ ବାହାରୁ ବିଭିନ୍ନ ନଦୀ ଘାଟରୁ ପାଣି ଭାର ନେଇ ଆସୁଛନ୍ତି କାଉଡ଼ିଆ, ନିଜ ନିଜର ମନସ୍କାମନା ପୂର୍ଣ୍ଣ କରି ଜଳାଭିଷେକ କରିବା ସହିତ କ୍ଷୀର ଓ ବେଲପତ୍ର ଦେଇ ବାବାଙ୍କ ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ମନ୍ଦିର ପ୍ରବଳ ଭିଡ ହେବାରୁ ନାଟ ମଣ୍ଡପରେ ବ୍ରତଧାରୀ ମାନେ ପୂଜାର୍ଚ୍ଚନା କରୁଛନ୍ତି। ମନ୍ଦିର ପାଖରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଲମ୍ବା ଲାଇନ ଥିବା ବେଳେ ବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ପ୍ରାୟ ୨ ଘଣ୍ଟାରୁ ଅଧିକା ସମୟ ଧରି କାଉଡ଼ିଆଙ୍କୁ ଛିଡା ହେବାକୁ ପଡୁଛି। ଭିଡ଼କୁ ଦୃଷ୍ଟିରେ ରଖି କାଉଡ଼ିଆଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି।