Author: suchanatv24x7

  • ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

    ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

    ଆନନ୍ଦପୁର ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ର ହଷ୍ଟେଲ ନିର୍ମାଣ କାମ ଅତି ନିମ୍ନ ମାନର ହେଉଥିବା ସମ୍ପର୍କରେ ତତ୍କାଳ ତଦନ୍ତ କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ଅନୁରୋଧ କଲେ ଆନନ୍ଦପୁର ପ୍ରେସ ଫୋରମ୍ ସଭାପତି । ଆଜିର ଶିଶୁ କାଲିର ଭବିଷ୍ୟତ କୁହାଯାଉଥିବା ବେଳେ । ତାଙ୍କ ପାଇଁ ନିର୍ମାଣ ହେଉଥିବା ଏହି ନିମ୍ନ ମାନର ହଷ୍ଟେଲ ରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ କିଭଳି ଭାବେ ଶିଶୁ ମାନଙ୍କ ଜୀବନ ସହ ଖେଳା ଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାକୁ ଗୁରୁତ୍ଵ ଦିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ଏଠି କିଛି ପେଟି କଣ୍ଟାକଟର କୋଟି କୋଟି ଟଙ୍କା ଚଳୁ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏନେଇ ଆନନ୍ଦପୁର ବ୍ଲକରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି ।

    ଫୋରମ୍ ସଭାପତି ଉମେଶ ଚନ୍ଦ୍ର ପାଢ଼ୀ ଏନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ପେଟି କଣ୍ଟାକଟର, ଓ ନୀରବ ରହିଥିବା ଯନ୍ତ୍ରୀ ମାନଙ୍କ ବିରୋଧରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଆନନ୍ଦପୁର ବ୍ଲକ୍ ପରିସରରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ଆରକ୍ଷୀ ନୀତିନ କୁଶଲକର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କୁମାର ନାଗଭୂଷଣ, ଆନନ୍ଦପୁର ।

    ଉପଜିଲ୍ଲାପାଳ ନୀଳମାଧବ ସୁନା, ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଜିଲ୍ଲା ଓ ବିଭିନ୍ନ ବିଭାଗୀୟ ଉପଖଣ୍ଡସ୍ତରୀୟ ଅଧିକାରୀ ଉପସ୍ଥିତ ରହି ମୋଟ ୧୩୬ଟି ପଞ୍ଜିକୃତ ଅଭିଯୋଗର ଶୁଣାଣି କରିଥିଲେ । ଆବାସ, ଭତ୍ତା ଠାରୁ ଆରମ୍ଭ କରି ସରକାରୀ ସହାୟତା ସହିତ ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । ଲୋକମାନଙ୍କ ଅଭିଯୋଗ ଆଧାରରେ ସମ୍ପୃକ୍ତ ଅଧିକାରୀମାନେ ତୁରନ୍ତ ସମାଧାନ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆନନ୍ଦପୁର ବିଡିଓଙ୍କ ସଂଯୋଜନାରେ ବ୍ଳକର ସମସ୍ତ କର୍ମଚାରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପରିକଳ୍ପନାରେ ସହ‌ଯୋଗ କରିଥିଲେ ।

  • ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଗଦେଲେ ଛାତ୍ରଛାତ୍ରୀ

    ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଗଦେଲେ ଛାତ୍ରଛାତ୍ରୀ

    ଜଗତସିଂହପୁର ଜିଲ୍ଲାର ରାହାମାରେ ଥିବା ସାରଳା ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ତ୍ରିରଙ୍ଗା ଶୋଭା ଯାତ୍ରାର ମୁଖ୍ୟ ସଂଯୋଜକ ରାକେଶ କୁମାର କାଣ୍ଡି ଙ୍କ ତତ୍ତ୍ଵାବଧାନରେ ବିଶାଳ ଶୋଭା ଯାତ୍ରାରେ ବାହାରି କଲେଜ ପରିସରରେ ପହଁଚିଥିଲେ ।ଏହି ଶୋଭା ଯାତ୍ରାରେ କଲେଜ ର ଅଧକ୍ଷଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିଥିଲେ ।

    ସେମାନଙ୍କ ମଧ୍ୟରେ ଅଧକ୍ଷ ସୁବାସ ଚନ୍ଦ୍ର ନାୟକ,ମନୋଜ କୁମାର ମହାନ୍ତି ବରିଷ୍ଟ ଅଧ୍ୟାପକ,ରମେଶ ଚନ୍ଦ୍ର ମହାପାତ୍ର ଅଧ୍ୟାପକ,ସୁମନ ସଙ୍ଗୀତା ନାୟକ ଅଧ୍ୟାପିକା , ପ୍ରମୋଦ କୁମାର ରାଉତ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ । ଏହା ସରକାରଙ୍କର ଏକ ଗୁରୁତ୍ଵ ପୂର୍ଣ୍ଣ ପଦକ୍ଷେପ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ର ସ୍ମୃତିକୁ ମନେ ପକାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକତା ଜାତୀୟ ସଂହତି ସୃଷ୍ଟି କରିବା ।

    ସୃଜନ ଶିଳତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶକୁ ସ୍ଵାଧୀନତା ଆଣିବାରେ ବିର ଯବାନ ମାନଙ୍କର ଗାଥା ମନେ ପକାଇ ଗର୍ବ ଗୌରବ ପାଇଁ ତ୍ରିରଙ୍ଗା ପତାକା ତଳେ ଏକତା ପାଇଁ ଏକତ୍ରିତ ହେବା ତ୍ରିରଙ୍ଗା ଶୋଭାଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ।

  • ଟ୍ରାନ୍ସପୋର୍ଟ ଅଫିସରୁ ବଡ଼ ଧରଣର ଲୁଟ୍

    ଟ୍ରାନ୍ସପୋର୍ଟ ଅଫିସରୁ ବଡ଼ ଧରଣର ଲୁଟ୍

    ବଡ଼ବିଲରେ ଏକ ଟ୍ରାନ୍ସପୋର୍ଟ ଅଫିସରୁ ବଡ଼ ଧରଣର ଲୁଟ୍ । ବଡ଼ବିଲ – କିରିବୁରୁ ରାସ୍ତାରେ ଏସଡିପିଓ ଅଫିସ ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ସିଟି ସେଣ୍ଟର୍ ମାର୍କେଟ କମ୍ପ୍ଲେକ୍ସରେ ଏହି ଲୁଟ୍ ହୋଇଛି । କମ୍ପ୍ଲେକ୍ସର ବେସମେଣ୍ଟରେ ରହିଥିବା ରିଦ୍ଧିକନ୍ ଲଜିଷ୍ଟିକ୍ ଅଫିସର ପଛପଟ ଝରକା ଭାଙ୍ଗି ମଧ୍ୟ ରାତ୍ରୀରେ କଳାକନା ବୁଲାଇଛନ୍ତି ଦୃବୃର୍ତ୍ତ । ଅଫିସ ଲକରରେ ରହିଥିବା ଲକ୍ଷାଧିକ ଟଙ୍କା ନେଇଯିବା ସହଉ ବିଭିନ୍ନ ନଥିପତ୍ର, ପ୍ରିଣ୍ଟର ଓ ଡିଭିଆର୍ ଆଦି ପୋଡ଼ି ଦେଇଛନ୍ତି ଦୃବୃର୍ତ୍ତ। ଏଥିସହ ୪ଟି ସିସିଟିଭି କ୍ୟାମେରା ତାଡ଼ି ନେଇଯାଇଛନ୍ତି । ତେବେ କମ୍ପ୍ଲେକ୍ସ ଓ ଆଖ ପାଖରେ ଲାଗିଥିବା ଅନ୍ୟ କେତେକ ସିସିଟିଭି କ୍ୟାମେରାରେ ଦୃବୃର୍ତ୍ତଙ୍କ ଚିତ୍ର କଏଦ୍ ହୋଇଥିବା ଜଣାପଡ଼ିଛି ।

    ଘଟଣାରେ ଏକାଧିକ ଦୃବୃର୍ତ୍ତ ସାମିଲ ଥିବାବେଳେ, ସେମାନେ ରେନ୍ କୋର୍ଟ ପିନ୍ଧିଥିବା କୁହାଯାଉଛି । ଖବର ପାଇ ବଡ଼ବିଲ ଏସଡିପିଓ ଏବଂ ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ମଧ୍ୟ ଡକାଯାଇଛି । ଏନେଇ ସଂପୃକ୍ତ ଟ୍ରାନ୍ସପୋର୍ଟ ସଂସ୍ଥା କିମ୍ବା ପୋଲିସ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

  • ବାଲୁକା କଳାରେ ବିଶ୍ୱ ହାତୀ ଦିବସ

    ବାଲୁକା କଳାରେ ବିଶ୍ୱ ହାତୀ ଦିବସ

    ବାଲୁକା କଳାରେ ବିଶ୍ୱ ହାତୀ ଦିବସ l ବିଶ୍ୱ ହାତୀ ଦିବସ ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି l ୧୨ ଫୁଟର ଲମ୍ବା ହାତୀକୁ ଏହି ବାଲୁକାକଳା ମାଧ୍ୟମରେ ସ୍ଥାନ ଦେଇଥିବାବେଳେ ମୋ ବାସ ସ୍ଥାନକୁ ରକ୍ଷା କରନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି l ହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ି ହେଉଛି ବାସସ୍ଥାନ କ୍ଷତି, ମାନବ-ବନ୍ୟପ୍ରାଣୀ ସଂଘର୍ଷ, ଶିକାର ଏବଂ ଅବୈଧ ହାତୀଦାନ୍ତ ବାଣିଜ୍ୟ, ସେଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ।

    ଏହି ମହାନ ପ୍ରାଣୀ ଏବଂ ସେମାନଙ୍କର ପ୍ରାକୃତିକ ପରିସଂସ୍ଥାର ସଂରକ୍ଷଣ ପାଇଁ କାର୍ଯ୍ୟ ପାଇଁ ଏକ ଦୃଶ୍ୟ ଆହ୍ୱାନ ଭାବରେ କାର୍ଯ୍ୟ କରେ ହାତୀ କେବଳ ଶକ୍ତି ଏବଂ ଜ୍ଞାନର ପ୍ରତୀକ ନୁହଁନ୍ତି – ସେମାନେ ଆମର ଜୈବ ବିବିଧତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୁଦର୍ଶନ ପଟ୍ଟନାୟକ ସୂଚନା ଦେଵା ସହ ଭବିଷ୍ୟତ ପାଇଁ ଏକ ସନ୍ତୁଳିତ ଇକୋସିଷ୍ଟମ ସୁନିଶ୍ଚିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି l

  • ନାବାଳିକାକୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଗିରଫ

    ନାବାଳିକାକୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଗିରଫ

    ପାରାଦ୍ଵୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ବ୍ଲାକ ମେଲିଂ ଅଭିଯୋଗ ହୋଇଛି । ଏହି ଘଟଣାରେ ଲକ୍ ଥାନା ପୋଲିସ ବିଜୟ‌ଓ୍ବାଡାରୁ ସମ୍ପୃକ୍ତ ଯୁବକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ କେନ୍ଦ୍ରାପଡ଼ା ଅଞ୍ଚଳ ରେ ଥିବା ନିଜ ମାଉସୀ ଘରକୁ ଯାଇଥିବା ବେଳେ ଯୁବକଙ୍କ ସହିତ ପରିଚୟ ହୋଇଥିବା ଯୁବତୀଙ୍କର । ଉଭୟ ବିଭିନ୍ନ ସମୟରେ କଥାବାର୍ତ୍ତା ହେବା ସହିତ କିଛି ଫଟୋ ଉଠାଇଥିଲେ । ଯୁବକ ଜଣଙ୍କ ଚାକିରି କରିବାକୁ ବାହାର ରାଜ୍ୟକୁ ଯିବା ପରେ ଉଭୟଙ୍କ ମଧ୍ୟରେ ବେସୀ କଥାବାର୍ତ୍ତା ହେଉନଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ନାବାଳିକାଙ୍କ ସହିତ ଉଠାଇଥିବା କିଛି ଅଶ୍ଲୀଳ ଫଟୋ କୁ ନେଇ ବ୍ଲାକ୍ ମେଲ୍ ଆରମ୍ଭ କରିଥିଲା । କିଛି ଦିନ ଅଳ୍ପ ଅଳ୍ପ ଟଙ୍କା ଯୁବତୀ ପଠାଇଥିବା ବେଳେ, ଯୂବକ ଜଣଙ୍କ ୫ ଲକ୍ଷ ଟଙ୍କା ଦାବି କରିଥିଲେ ।

    ପୀଡିତା ନଦେଇ ପାରିବାରୁ ଯୁବକ ଜଣଙ୍କ ଏକ ଇନଷ୍ଟାଗ୍ରାମ ଆଇଡି ଖୋଲି ନାବାଳୀକା ଯୁବତୀଙ୍କ ଫଟୋ କୁ ଭାଇରାଲ କରିଥିଲା । ଫଳରେ ପରିବାର ପକ୍ଷରୁ ଗତ ୫ ତାରିଖରେ ଲକ୍ ଥାନା ରେ ଏତଲା ଦିଆଯାଇଥିଲା । ପୋଲିସ ଯୁବକଙ୍କ ଠିକଣା ଖୋଜି ତାଙ୍କୁ ବିଜୟ‌ଓ୍ବାଡା ରୁ ଉଠାଇ ଆଣିବା ସହିତ କୋର୍ଟ ଚାଲାଣ କରିଛି ।

  • କାଉନସିଲରଙ୍କ ପ୍ରେସ ବିଜ୍ଞପ୍ତିକୁ ଖଣ୍ଡନ କଲେ କେସିଙ୍ଗା ନଗରପାଳ

    କାଉନସିଲରଙ୍କ ପ୍ରେସ ବିଜ୍ଞପ୍ତିକୁ ଖଣ୍ଡନ କଲେ କେସିଙ୍ଗା ନଗରପାଳ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ଏନ୍ଏସି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହୋଉଥିବା ଅଭିଯୋଗ ହୋଇଛି | ଏନେଇ ୫ ଜଣ କାଉନସିଲର କିଛିଦିନ ତଳେ ଜିଲ୍ଲାପାଳ ଓ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା କଂସେଇଖାନା ଓ କିଛି ରାସ୍ତା ରେ ପଡ଼ିଥିବା ପେପରବ୍ଲକ କୁ ନିମ୍ନ ମାନର ଓ ଉନ୍ନତି ମୂଳକ କାମରେ ଟେଣ୍ଡର ଫିକ୍ସି ଉପରେ କାଉନସିଲର ମାନେ ଅଭିଯୋଗ କରିଛନ୍ତି ।

    ଏହି ବିଷୟରେ ଆମେ ଦୁର୍ନୀତି ଅଭିଯୋଗ ବିଷୟରେ କେସିଙ୍ଗା ନଗରପାଲ ନୃପରାଜ ଯାଦବ ଙ୍କୁ ପଚାରିବାରୁ ସେ ଅଭିଯୋଗ ଆଣି ପ୍ରେସ ବିଜ୍ଞପ୍ତି ଦେଇଥିବା ୩ନଂ ୱାର୍ଡ କାଉନସିଲର ରୋହିତ ଜୈନ, ୧ନଂ ୱାର୍ଡ କାଉନସିଲର ମଞ୍ଜୁଳା ସାହୁ, ୫ନଂ ୱାର୍ଡ ମଞ୍ଜୁ ମାଝୀ, ୧୧ନଂ ୱାର୍ଡ କାଉନସିଲର ରମାକାନ୍ତ ଜେନା | ଏହି ୪ ଜଣ ୱାର୍ଡ କାଉନସିଲର ଙ୍କ ଉପରେ ପାଲଟା ପିସି କାରବାର ପାଇଁ ନାଟ କରୁଛନ୍ତି କହି ଅଭିଯୋଗ କୁ ଖଣ୍ଡନ କରିଥିଲେ । ଏବଂ ଆମ ପାଖରେ ୱାର୍ଡ ମେମ୍ବର ମାନଙ୍କର ପିସି କଥାବାର୍ତ୍ତା ର ଅଡିଓ କଲ ଅଛି ଦରକାର ପଡିଲେ ସାର୍ବଜନୀନ କରିବା ସହିତ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି କହିଥିଲେ |

    ନଗର ପାଳ ଶ୍ରୀ ଯାଦବ ଦୃଢ଼ ପ୍ରକାଶ କରିବା ସହିତ ମୋତେ ଅଧ୍ୟକ୍ଷ ପଦରୁ ତଡିବା ପାଇଁ ଅନାସ୍ଥା ଆଣିବା ରେ ବିଫଳ ହୋଇଥିବାରୁ ବର୍ତ୍ତମାନ ମୋତେ ଓ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବଦନାମ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ନିଜ ପ୍ରତିକ୍ରିୟାରେ ରେ ପ୍ରକାଶ କରିଥିଲେ । ସେହିପରି କେସିଙ୍ଗା ର ହିତ ପାଇଁ ମୁଁ ଯେ କୌଣସି ତଦନ୍ତ ର ସମ୍ମୁଖୀନ ହେବା ପାଇଁ ଆମେ ପ୍ରସ୍ତୁତ ବୋଲି କହିଥିଲେ ।

  • ବଡ଼ ବୋହୂକୁ ଧରି ସାନପୁଅ …

    ବଡ଼ ବୋହୂକୁ ଧରି ସାନପୁଅ …

    ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ବିଏସ୍‌ଏଫ୍‌ ଯବାନ । ପ୍ରଥମେ ମା’ଙ୍କ ମୋବାଇଲ ଫୋନକୁ ଏକ ମେସେଜ ପଠାଇଲେ । ପରେ ଫୋନ୍‌ରେ ମା’ଙ୍କ ସହିତ କଥା ହେଉଥିବା ସମୟରେ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ଯବାନ । ମୃତ ଯବାନ ଜଣକ ହେଲେ ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସୁରେଶ ବିଶ୍ୱାଳ। ସେ ଛୁଟିରେ ଘରକୁ ଆସି ଗତ ୩ ତାରିଖରେ କାର୍ଯ୍ୟସ୍ଥଳକୁ ଫେରିଥିଲେ ।

    ସୂଚନା ଅନୁସାରେ, ସୁରେଶ ଆଜିକୁ ପନ୍ଦର ବର୍ଷ ହେବ BSFରେ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ । ୯ ଦିନ ତଳେ ସେ ଘରକୁ ଆସି ଛୁଟି କଟାଇ ଜାମ୍ମୁ କାଶ୍ମୀର ଯାଇଥିଲେ । ଡ୍ୟୁଟିରେ ଥିବା ସମୟରେ ହିଁ ସେ ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଛନ୍ତି । ସବୁଠାରୁ ବଡ଼କଥା ହେଉଛି ସୁରେଶ ଜୀବନ ହାରିବାର କାରଣ ବିଷୟରେ ତାଙ୍କ ମାଆଙ୍କ ଫୋନକୁ ମେସେଜ ପଠାଇଥିଲେ । ଯୋଉଥିରେ ଲେଖା ଥିଲା କି ମୁଁ ମରୁଛି ଯେଉଁଥିପାଇଁ ତୋ ସାନ ପୁଅ ସୁନୀଲ ଆଉ ମୋ ଶଶୁର ଘର ଲୋକ ସମସ୍ତେ ଦାୟୀ । ଯାହାକୁ ନେଇ ସୁରେଶଙ୍କ ମାଆ ନିଜ ପ୍ରତିକ୍ରିୟା ଦେଇଛନ୍ତି l ବଡ଼ ବୋହୂ ଓ ବଡ଼ପୁଅ ମଧ୍ୟରେ ସମ୍ପର୍କ ଠିକ ନରହିବାକୁ ନେଇ ସୁରେଶ ଜୀବନ ହାରିଥିବା କହିଛନ୍ତି ମୃତ ଯବାନଙ୍କ ମା ।

    BSF ସେଣ୍ଟରରୁ ମୃତ୍ୟୁ ଖବର ଆସିବା ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ସେପଟେ ତାଙ୍କ ମୃତ ଦେହ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ପୈତୃକ ଗାଁରେ ପହଂଚିବ ବୋଲି ସୂଚନା ରହିଛି।

  • ଦୁଇଟି ପୃଥକ ଦୁର୍ଘଟଣାରେ ୩ ମୃତ

    ଦୁଇଟି ପୃଥକ ଦୁର୍ଘଟଣାରେ ୩ ମୃତ

    ରୁଗୁଡ଼ି ଥାନା NH 520 ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ଵାମୀ ଓ ଝିଅର ଜୀବନ । ‘ଗୁରୁତର ଅବସ୍ଥାରେ ସ୍ତ୍ରୀ ମେଡିକାଲରେ ଭର୍ତ୍ତି । NH 520 ଟୋପାଡିହି ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ରୁଗୁଡ଼ି ଥାନା ଲୋଇଡ଼ାପଦା ଅଞ୍ଚଳର ଦିଲିପ ସିଙ୍କୁ ଓ ତାଙ୍କର ଦୁଇ ବର୍ଷର ଝିଅ ଜସ୍ମିନ ସିଙ୍କୁ । ଏମାନେ ଏକ ସ୍କୁଟିରେ ଗୁଆଲି ପଟୁ ଲୋଇଡ଼ାପଦା ଅଭିମୁଖେ ଆସୁଥିବା ସମୟରେ ପଛପଟୁ ଏକ ଟ୍ରକ୍ ଧକ୍କାଦେଇ କିଛି ବାଟ ଘୋଷାରୀ ନେଇଥିଲା । ଘଟଣା ସ୍ଥଳରେ ବାପା ଝିଅଙ୍କ ଶୋଚନୀୟ ଭାବରେ ମୃତ୍ୟୁ ଘଟିଥିବାବେଳେ, ମା’ ତୁଳସୀ ସିଙ୍କୁ ଗୁରୁତର ଆହତ ହୋଇଥିଲେ ।

    ଖବର ପାଇ ରୁଗୁଡ଼ି ପୋଲିସ ସେମାନଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଛି । ସେଠାରେ ତୁଳସୀଙ୍କ ଚିକିତ୍ସା ଚାଲିଛି । ତେବେ ଦୁର୍ଘଟଣା ଘଟାଇ ଅଜଣା ଟ୍ରକ୍ ଘଟଣା ସ୍ଥଳରୁ ଖସି ପଳାଇଥିବା ଜଣାପଡିଛି । ରୁଗୁଡ଼ି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

    ସେହିପରି ରୁଗୁଡ଼ି ଥାନା NH 520 ଗନ୍ଧଲପଦା ଛକ ନିକଟରେ ଆଉ ଏକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଉଛନ୍ତି କୋଇଡ଼ା ଥାନା ସାଗାସାହି ଅଞ୍ଚଳର ଜୟରାମ ସାଇ । ସେ ଗୁଆଲି ସ୍ଥିତ ତ୍ରିବେଣୀ ଅର୍ଥ ମୁଭର୍ଷ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ଡ୍ୟୁଟି ସାରି ସେ ଘରକୁ ଫେରୁଥିବାବେଳେ, ଭାରସାମ୍ୟ ହରାଇ ଗନ୍ଧଲପଦା ଛକ ନିକଟରେ ଏକ ଟ୍ରକ୍ ପଛରେ ପିଟିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ଜବତ୍ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

  • ଜନ୍ମ ମାଟିରେ ରାଜ୍ୟ ସ୍ତରୀୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ

    ଜନ୍ମ ମାଟିରେ ରାଜ୍ୟ ସ୍ତରୀୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ

    ଗଙ୍ଗାଧରଙ୍କ ପ୍ରତ୍ୟେକ କାବ୍ୟ କବିତାରେ ପ୍ରକୃତି ଚିତ୍ରଣ, ଜାତୀୟତା ବୋଧର ନିଖୁଣ ଚିତ୍ର ରହିଥିବାରୁ ମେହେର ସାହିତ୍ୟ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠିତ । ଗଙ୍ଗାଧର ମେହେରଙ୍କ ଜନ୍ମ ପୀଠ, କବି ତୀର୍ଥ ବରଗଡ ଜିଲ୍ଲା ବରପାଲିରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । ଶ୍ରାବଣ ପୂର୍ଣ୍ଣିମା ତିଥିରେ ଗଙ୍ଗାଧର ଙ୍କ ଜୟନ୍ତୀ ଅବସରରେ ବରପାଲି ଏକ ଉତ୍ସବ ମୁଖର ଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା ସାହିତ୍ୟ ସଭା ମାନ ଅନୁଷ୍ଠିତ ହୋଇଥିଲା।
    ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଏକ ଶୋଭାଯାତ୍ରା କ୍ଲବରୁ ବାହାରି ନଗରପରିକ୍ରମା ପୂର୍ବକ କବିଙ୍କ ଜନ୍ମ ପୀଠ କବି ଭବନ ରେ ପହଞ୍ଚି କବିଙ୍କ ପ୍ରତିଛବିରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଗଙ୍ଗାଧର ମେହେର କ୍ଲବର ସଭ୍ୟ ମାନଙ୍କ ସହ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ର ଶତାଧିକ ଏନ୍ ଏନ୍ ସି ଛାତ୍ର ଯୋଗ ଦେଇଥିଲେ ।


    ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଗଙ୍ଗାଧର ମେହେର କ୍ଲବ ର ମିଳିତ ଆନୁକୁଲ୍ୟରେ କବି ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । କ୍ଲବ୍ ର ସଭାପତି ନରେନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହ ସାହିତ୍ୟିକ ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ସୁସାହିତ୍ୟିକ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ଡକ୍ଟର ଲକ୍ଷ୍ମଣ ମେହେର ଯୋଗ ଦେଇ ମେହେର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଚିତ୍ରକୁଟ ମେହେରଙ୍କ କିଚକ ବଧର ଗଦ୍ୟାନୁବାଦ ପୁସ୍ତକ ଓ ସରୋଜ କୁମାର ଦାଶଙ୍କ ପଦ୍ମ ରାଗ ପୁସ୍ତକ କୁ ଉନ୍ମୋଚନ କରାଯାଇଥିଲା ।

    ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ପ୍ରସାଦ ଗୋୟଲ୍ ଉପସ୍ଥିତ ରହି ଜାତୀୟ ରାଜପଥରେ ଥିବା କବିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିଥିଲେ ।

  • ବିଧାନସଭାରେ ଉଠିବ କଳାହାଣ୍ଡି ର କୃଷି ଓ କୃଷକ ପ୍ରସଙ୍ଗ

    ବିଧାନସଭାରେ ଉଠିବ କଳାହାଣ୍ଡି ର କୃଷି ଓ କୃଷକ ପ୍ରସଙ୍ଗ

    ସାରା ବିଶ୍ୱରେ ହଜାର ହଜାର ବର୍ଷ ପୂର୍ବରୁ ଧାନ ଉତ୍ପାଦନରେ ମୁଲସ୍ଥାନ ମଧ୍ୟରେ କଳାହାଣ୍ଡି ଅନ୍ତର୍ଭୁକ୍ତ | କଳାହାଣ୍ଡି ଜିଲ୍ଲାରେ ପାରମ୍ପରିକ ଉପାୟରେ ବନ୍ଧ, କଟା, ମୁଣ୍ଡା ଜରିଆରେ ଜମିକୁ ଜଳ ସେଚନ ବ୍ୟବସ୍ଥା ଥିଲା | କିନ୍ତୁ ଆଜିର ଦିନରେ ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ ଓ କୃଷି ଉତ୍ପାଦନରେ ମୁଖ୍ୟ । ତେଣୁ ଏହି ପ୍ରସଙ୍ଗ ବିଧାନ ସଭାରେ ଉଠିବ ବୋଲି ଏହି କାର୍ଯ୍ୟକ୍ରମର ଆବାହକ ପୂର୍ବତ୍ତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜର ମତବ୍ୟକ୍ତ ରଖିଥିଲେ |ସେହିପରି ଜିଲ୍ଲା ର ପ୍ରତ୍ୟେକ ଚାଷ, ପଶୁପାଳନ ଉପରେ ଅତିଥି ମାନେ ଭବାନୀପାଟଣା ସ୍ଥିତ ଏସ ଏନ ରେସିଡେନ୍ସି ରେ ନିଜର ମତବ୍ୟକ୍ତ କରିଥିଲେ |ଏଥିରେ ଜିଲ୍ଲା ର ସଫଳ ଚାଷୀ ଜିଲ୍ଲାର ସମସ୍ତ ସାମ୍ବାଦିକ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ |