Author: suchanatv24x7

  • ୨୪ବର୍ଷରେ ବହାଦୁର ପଦର ଭାଟିପଡାର ମା ଗଜଲକ୍ଷ୍ମୀ ପୂଜା

    ୨୪ବର୍ଷରେ ବହାଦୁର ପଦର ଭାଟିପଡାର ମା ଗଜଲକ୍ଷ୍ମୀ ପୂଜା

    ସତ୍ୟ ନାରାୟଣ ମହାନନ୍ଦପଥର୍ଲା(କଳାହାଣ୍ଡି): ପଞ୍ଚାୟତ ଅଧୀନ ବହାଦୁର ପଦର ଗାଁ ଭାଟିପଡାରେ ମା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୨୪ବର୍ଷରେ ପଦାର୍ପଣ କରିଛି | ଏହି ଅବସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶତାଧିକ ମାତ୍ରାରେ (ଭାଟିପଡା) ଝିଅ, ବୋହୁ ଏକତ୍ରିତ ହୋଇ ଗାଁ ନିକଟସ୍ଥ ତେଳନଦୀରୁ ବିଧବିଧାନ ଅନୁଯାଇ ପୂଜାର୍ଚନା ପରେ ପୂର୍ଣ୍ଣ କଳସ ଧରି ପୂଜ ମଣ୍ଡପ ଅଭିମୁଖେଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

    ଏହି ପୂଜା ମହାସମାରୋହରେ ନେପାଳ ଭାଟି ଓ ତାଙ୍କ ଧର୍ମପତ୍ନୀ ପ୍ରେମଶିଲା ଭାଟି କର୍ତ୍ତା ଭାବେ ପୂଜାରେ ବସିଥିବାବେଳେ ପୂଜକ ଦାୟିତ୍ୱ ଅଜିତ ପଣ୍ଡା ନେଇଥିଲେ | ଅନ୍ୟପଟେ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି କରୁଣାକର ପୋଢ଼,ସମ୍ପାଦକ ଟିମା ଭାଟି,ସହ ସମ୍ପାଦକ ସ୍ୱୟମ୍ବର ପୋଡ଼, କୋଷାଧକ୍ଷ ଦେବରାଜ ମାଝୀ,ଏବଂ କୁମର ଭାଟି, ରାଜୁ ମାଝୀଙ୍କ ସମେତ ପଡାବାସୀ ପ୍ରମୁଖ ଏଥିରେ ସାମିଲ ଥିଲେ।

  • ପଞ୍ଚୁପାଲିରେ ରକ୍ତ ଦାନ ଶିବିର ଅନୁଷ୍ଠିତ

    ପଞ୍ଚୁପାଲିରେ ରକ୍ତ ଦାନ ଶିବିର ଅନୁଷ୍ଠିତ

    ବୁନ୍ଦାଏ ରକ୍ତ ପାଇଁ ବେଳେ ବେଳେ କାହାର ବି ଜୀବନ ଚାଲିଯାଉଛି । ସେଇଥିପାଇଁ ରକ୍ତ ଦାନ ମହାପୁଣ୍ୟକୁ ଆଖି ଆଗରେ ରଖି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ସ୍ଥିତ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ସମ୍ମୁଖରେ ଶନିବାର ପଞ୍ଚୁପାଲି ପ୍ରଧାମନ୍ତ୍ରୀ ଜନ ଔଷଧି କେନ୍ଦ୍ର ସହିତ ଦୈନିକ ଖବର କାଗଜ ବାଲିଆପାଳ ବ୍ଲକ ପ୍ରତିନିଧି ଓ ଏମ୍ସ କମ୍ପ୍ୟୁଟର ବାଲିଆପାଳର ମିଳିତ ସହଯୋଗ ରେ ଏକ ବିଶାଳ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    କାର୍ଯ୍ୟକ୍ରମ କୁ ପଞ୍ଚୁପାଲି ସରକାରୀ ଆୟୁର୍ବେଦିକ ଦାତବ୍ୟ ଚିକିତ୍ସାଳୟ ର ଡାକ୍ତର ପୂଜା ହୁଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥଲେ । ପ୍ରକାଶ ଚନ୍ଦ୍ର ପ୍ରଧାନ,ଜନ ଔଷଧି କେନ୍ଦ୍ର ମାନସ ଦାସ ଓ ଏମ୍ସ କମ୍ପ୍ୟୁଟର ନିର୍ଦେଶକ ସାଗର କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏହି ରକ୍ତ ଦାନ ଶିବିର ହୋଇଥିଲା ।

    ଶିବିର ରେ ମୋଟ ୫୪ ୟୁନିଟର ରକ୍ତ ସଂଗ୍ରହ କରାଯାଇଥିଲା । ବାଲେଶ୍ୱର ରକ୍ତ ଭଣ୍ଡାର ର ଡ଼କ୍ଟର ବସନ୍ତ କୁମାର ଉପାଧ୍ୟାୟ , ଟେକନିସିଆନ ମନୋଜ କୁମାର ଗନ୍ତାୟତ,ପ୍ରକାଶ ମହାନା,ବିଦ୍ୟାଧର ସାହୁ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ସଚିନ୍ଦ୍ର ନାଥ ଦାସ ,କାଞ୍ଚନବାଳା ଦାସ, ରବିନ୍ ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

  • ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ପ୍ରବେଶ କଟକଣା ବଳବତ୍ତର

    ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ପ୍ରବେଶ କଟକଣା ବଳବତ୍ତର

    ଦୀର୍ଘ ପାଞ୍ଚବର୍ଷ ରୁ ଉର୍ଦ୍ଧ୍ବ ହେବ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଦର୍ଶନକୁ ବନ୍ଦ ରଖିଛି ଶ୍ରୀମନ୍ଦିର ପ୍ରଶାସନ । କୋଭିଡ କଟକଣା ହଟିବା ପରେ ମଧ୍ୟ ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ କରାଯାଉଥିବା କୁହାଯାଇ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ଵ ହେବ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ପ୍ରବେଶ କଟକଣା ବଳବତ୍ତର ରହିଛି । ଫଳରେ ଶ୍ରୀକ୍ଷେତ୍ର ପୁରୀକୁ ବୁଲିବାକୁ ଆସୁଥିବା ଦେଶ ବିଦେଶରୁ ହଜାର ହଜାର ଜଗନ୍ନାଥ ପ୍ରେମୀ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଥିବା ମହାପ୍ରଭୁଙ୍କ ଜନ୍ମସ୍ଥାନ ତଥା ଆଡ଼ପ ମଣ୍ଡପ ଦର୍ଶନରୁ ବଂଚିତ ହେଉଥିବା ବେଳେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

    କୋଭିଡ କଟକଣା ହଟିବା ପରେ ଆଡପ ମଣ୍ଡପ ଦର୍ଶନ ପାଇଁ ସବୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ତେବେ ଗୁଣ୍ଡିଚା ମନ୍ଦିରର ମରାମତି ଆଳରେ ବର୍ଷ ବର୍ଷ ଧରି ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ଲଗାଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଆଉ କେତେ ବର୍ଷ ଧରି ମରାମତି ହେବ ବୋଲି ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଭକ୍ତଙ୍କ ଧାର୍ମିକ ଅଧିକାର ଶ୍ରୀମନ୍ଦିର ପ୍ରଶାସନ କ୍ଷୁର୍ଣ୍ଣ କରୁଥିବାରୁ ଶ୍ରୀମନ୍ଦିର ପ୍ରଶାସନକୁ ସମାଲୋଚନା କରିଛନ୍ତି ଭକ୍ତ ।

    ତୁରନ୍ତ ଗୁଣ୍ଡିଚା ମନ୍ଦିରର ସମସ୍ତ ମରାମତି କାର୍ଯ୍ୟ ଶେଷ କରାଯାଇ ଭକ୍ତଙ୍କ ପାଇଁ ଖୋଲା ଯିବାକୁ ଦାବି ହୋଇଛି । ଆସାମ ରୁ ଆସିଥିବା ଜଣେ ପର୍ଯ୍ୟଟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ମୋର ପୁରୀ କୁ ପ୍ରଥମ ଗସ୍ତ। ବହୁତ୍ ଦିନ ହେଲା ଅପେକ୍ଷାରେ ଥିଲି ପୁରୀ କୁ ଆସିବା ପାଇଁ । ତେବେ ମହାପ୍ରଭୁ ଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିର କୁ ବୁଲିବାକୁ ଆସିଥିଲି । ହେଲେ ମନ୍ଦିର ଭକ୍ତ ଙ୍କ ପାଇଁ ବନ୍ଦ ରହିଛି । ୨୦୨୦ ରୁ ମନ୍ଦିର ଭକ୍ତ ଙ୍କ ପାଇଁ ବନ୍ଦ ରହିଥିବା ସୂଚନା ମିଳିଛି । ତେବେ ମହାପ୍ରଭୁ ଙ୍କ ଜନ୍ମସ୍ଥାନ ଭକ୍ତ ପାଇଁ ଏକ ପ୍ରମୁଖ ଦାର୍ଶନିୟ ସ୍ଥାନ ।

    ଏହାକୁ ଦୀର୍ଘ ୫ ବର୍ଷ ହେବ ଭକ୍ତ ଙ୍କ ପାଇଁ ବନ୍ଦ ରଖାଯିବା ଠିକ୍ ନୁହେଁ । ଯାହାବି ମରାମତି କାର୍ଯ୍ୟ ଜାରି ରହିଛି ତାହା ଶୀଘ୍ର ଶେଷ ହେବା ଉଚିତ୍ । ଏବେ ବୈଷୟିକ ଜ୍ଞାନ କୌଶଳ ବହୁତ୍ ଆଗକୁ ଗଲାଣି । ଏହାକୁ ଉପଯୋଗ କରାଯାଇ ଶୀଘ୍ର ମରାମତି କାର୍ଯ୍ୟ ଶେଷ କରାଯାଇ ଭକ୍ତ ଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯିବା ଉଚିତ୍ । ଏହା ହେଲେ ପୁରୀ କୁ ଆସୁଥିବା ସବୁ ଭକ୍ତ ଆଉ ନିରାଶ ହେବେ ନାହିଁ । ସ୍ଥାନୀୟ ପ୍ରଶାସନ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ଉଚିତ୍ । ରାଜ୍ୟ ବାହାରୁ ଆସିଥିବା ଆଉ ଜଣେ ମହିଳା ପର୍ଯ୍ୟଟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମେ ପୁରା ପରିବାର ସହ ଜଗନ୍ନାଥ ଧାମ ବୁଲିବାକୁ ଆସିଚୁ ।

    ତେବେ ଆମର ଇଛା ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଦର୍ଶନ ସହିତ ମହାପ୍ରଭୁ ଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିର ମଧ୍ୟ ଦର୍ଶନ ପାଇଁ । ହେଲେ ଗୁଣ୍ଡିଚା ମନ୍ଦିରକୁ ୨୦୨୦ ମସିହାରୁ ଭକ୍ତ ଙ୍କ ପାଇଁ ବନ୍ଦ ରହିଛି । ଆମର ଇଛା ଥିଲା ମହାପ୍ରଭୁ ଙ୍କ ଦର୍ଶନ ସହ ତାଙ୍କ ମାତା ଙ୍କ ଘର ଦର୍ଶନ ପାଇଁ । ହେଲେ ଆମେ ନିରାଶ ହୋଇଚୁ । ଯଥା ଶୀଘ୍ର ମନ୍ଦିର ର ସବୁ ମରାମତି କାର୍ଯ୍ୟ ଶେଷ କରାଯାଇ ଭକ୍ତ ଙ୍କ ଦର୍ଶନ ପାଇଁ ଖୋଲାଯାଉ । ବହୁତ୍ ଦୂରରୁ ଭକ୍ତ ମାନେ ଏହି ପବିତ୍ର ସ୍ଥାନ କୁ ଦର୍ଶନ ପାଇଁ ଆସୁଛନ୍ତି । ଏଣୁ ଏହା ଶୀଘ୍ର ଭକ୍ତ ଙ୍କ ପାଇଁ ଖୋଲାଗଲେ ବହୁତ୍ ଭଲ ହେବ । ଶ୍ରୀକ୍ଷେତ୍ରର ଅନ୍ୟତମ ପବିତ୍ର ସ୍ଥାନ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର । ଏହା ହେଉଛି ମହାପ୍ରଭୁଙ୍କର ଜନ୍ମସ୍ଥାନ । ଏଣୁ ମହାପ୍ରଭୁଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ରହିଛି ଅନେକ ଉତ୍କଣ୍ଠା ଏବଂ ଉତ୍ସାହ । ୨୦୨୦ କୋଭିଡ ରୁ ଦୀର୍ଘ ପାଞ୍ଚ ବର୍ଷ ହେବ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଯାହାକୁ ନେଇ ଭକ୍ତମାନେ ନିରାଶ ହେଉଛନ୍ତି ।

    ସେପଟେ ଶ୍ରୀ ସେବାୟ କହିଛନ୍ତି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉ । ଶ୍ରୀ ମନ୍ଦିର ସେବାୟତ ଜିତେନ୍ଦ୍ର ମୁଦୁଲି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଭକ୍ତ ଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଶୀଘ୍ର ଖୋଲିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ୍ । ପୁରୀ ସହର ଏହି ପର୍ଯ୍ୟଟକ ଙ୍କୁ ନେଇ ହିଁ ଚଳୁଛି । ପୁରୀ ରେ କେବଳ ଶ୍ରୀ ମନ୍ଦିର ଓ ସମୁଦ୍ର କୁ ଛାଡି ଦେଲେ ଆଉ କିଛି ଦର୍ଶନୀୟ ସ୍ଥାନ ନାହିଁ । ଏହାକୁ ନେଇ ପର୍ଯ୍ୟଟକ ମାନେ ପୁରୀ କୁ ଆସନ୍ତି । ଏଥି ସହିତ ପୁରୀ ରେ ଥିବା ଅନ୍ୟ କିଛି ମଠ ମନ୍ଦିର କୁ ପର୍ଯ୍ୟଟକ ମାନେ ବୁଲିବାକୁ ଯାଇଥାନ୍ତି । ସେଥି ମଧ୍ୟ ରୁ ଗୁଣ୍ଡିଚା ମନ୍ଦିର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ । ସେଠାକୁ ବହୁତ୍ ଭକ୍ତ ଯିବା ପାଇଁ ଆଗ୍ରହ ରଖନ୍ତି । ତେବେ ୨୦୨୦ କୋଭିଡ ଠାରୁ ଗୁଣ୍ଡିଚା ମନ୍ଦିର ଭକ୍ତ ପାଇଁ ବନ୍ଦ ରହିଛି । ତେବେ ଯାହାବି ମନ୍ଦିର ର ମରାମତି କାର୍ଯ୍ୟ ଚାଲିଚି ତାହାକୁ ଶୀଘ୍ର ଶେଷ କରାଯାଇ ଭକ୍ତ ଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯାଉ । ଯେହେତୁ ଏହା ମହାପ୍ରଭୁ ଙ୍କ ଜନ୍ମ ସ୍ଥାନ ତଥା ମାତା ଙ୍କ ଗୃହ ଏହାକୁ ଦେଖିବାକୁ ଭକ୍ତ ଙ୍କ ମଧ୍ୟରେ ବହୁତ୍ ଇଛା ରହିଚି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶ୍ରୀ ଗୁଣ୍ଡିଚା ମନ୍ଦିର ର କେତେକ ମରାମତି କାର୍ଯ୍ୟ ଜାରି ରହିଛି ।

    ଏହା ଶେଷ ହେବା ପରେ ଭକ୍ତ ଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ । ଶ୍ରୀ ମନ୍ଦିର ପରିଚାଳନା ପାଇଁ ବୈଠକ ରେ ଏ ନେଇ ଆଲୋଚୋନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ।ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ଆବେଗ ସହିତ ଜଡିତ ଥିବାବେଳେ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ହେବ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ଲଗାଯିବା କୁ ନେଇ ଭକ୍ତ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଭକ୍ତଙ୍କ ଭାବାବେଗ କୁ ସମ୍ମାନ ଦିଆଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ମରାମତି କାର୍ଯ୍ୟ ଯଥାଶୀଘ୍ର ଶେଷ କରାଯାଇ ଭକ୍ତଙ୍କ ପାଇଁ ଖୋଲିବାର ଆବଶ୍ୟକତା ରହିଛି ।

  • ଠେମରା ଗାଁ ରେ ବାତ୍ୟା ର କରାଳ ରୂପ

    ଠେମରା ଗାଁ ରେ ବାତ୍ୟା ର କରାଳ ରୂପ

    କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ପଞ୍ଚାୟତ ଅଧୀନ ଠେମରା ଗାଁ ରେ ଗୁରୁବାର ଲଗାଣ ବର୍ଷା ଯୋଗୁଁ  ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ବାତ୍ୟା ତାର କରାଳ ରୂପ ଦେଖାଇଥିଲା | ପରେ ଖବର ପାଇ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମିଜୟ ସ୍ୱାଇଁ ଗାଁ ରେ ପହଂଚି  କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖି ରାତି ତମାମ ଜରୁରୀକାଳୀନ ସେବା ଯୋଗାଇଥିବା ବେଳେ ଅନେକ କ୍ଷୟ କ୍ଷତି ହୋଇଥିବା ଦେଖି ତହସିଲଦାର ପ୍ରଶାନ୍ତି ପ୍ରଧାନ ଦୁଖଃ ପ୍ରକାଶ କରିଥିଲେ |
    
    
    ସୂଚନା ଥାଉକି ଗୁରୁବାର ଅପରାହ୍ନ ସମୟରେ ଦେଖୁ ଦେଖୁ କଲା ମେଘ ଗର୍ଜନ କରି ବାତ୍ୟା ତାର ତାଣ୍ଡବ ରଚିଥିବା କ୍ଷତିଗ୍ରସ୍ତ ଲୋକେ କହିଛନ୍ତି | ସେହିପରି ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଙ୍କ ନେତୃତ୍ୱ ରେ ବିଧାୟକ ପ୍ରତିନିଧି ଧନୁର୍ଦ୍ଧର ଗହୀର ଠେମରା ଗାଁ ରେ ପହଂଚି  କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ | କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ଯୋଜନା ରେ ଅତିଶୀଘ୍ର ଘର ଯୋଗାଇବା ପାଇଁ ପ୍ରଶାସନ ଙ୍କୁ ଦାବୀ କରିଥିଲେ | ସେହିଭଳି ବାତ୍ୟା ରେ କିଛି ଲୋକଙ୍କ ଘର ଭାଙ୍ଗିବା ସହ  ଧାନ, କପା, ଚାଷ ପ୍ରାୟ ନଷ୍ଟ ହୋଇଥିବା ବେଳେ ରାସ୍ତାରେ ଅନେକାଂଶ ସ୍ଥାନରେ ଗଛ ଭାଙ୍ଗି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା | ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ପଡିଯାଇଥିବା ଗଛ ସବୁକୁ ରାତି ତମାମ ସଫା କରିଥିବା ଦେଖିବାକୁ ମିଳିଥିଲା | ତେବେ ଲଗାଣ ବର୍ଷା ଲାଗିଥିବା ଯୋଗୁଁ ପ୍ରଶାସନ ଙ୍କ ନିର୍ଦେଶ କ୍ରମେ ପାଷ୍ଟିକୁଡି ପଞ୍ଚାୟତ ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କୁ ସବୁ ପ୍ରକାର ଜରୁରକାଳୀନ ସେବା ଯୋଗାଉଥିବା ପଞ୍ଚାୟତ ନିର୍ବାହୀ ଅଧିକରୀ କ୍ଷମା ପ୍ରସାଦ ଦୁରିଆ ପ୍ରକାଶ କରିଥିଲେ |
  • ବିଜେଡି ଛାଡି ବିଜେପିରେ ମିଶିଲେ ବାଲିଆପାଳ ବ୍ଲକର ସମିତି ସଭ୍ୟ ଓ ସମର୍ଥକ

    ବିଜେଡି ଛାଡି ବିଜେପିରେ ମିଶିଲେ ବାଲିଆପାଳ ବ୍ଲକର ସମିତି ସଭ୍ୟ ଓ ସମର୍ଥକ

    ରାଜ୍ୟରେ ବିଜେପି ସରକାର ଆସିବା ପରେ ଦିନକୁ ଦିନ ବିଜେଡି ଗଡ ଭାଙ୍ଗୁଥିବା ବେଳେ,ଆଜି ବସ୍ତା ନିର୍ବାଚନ ମଣ୍ଡଳୀ ର ବାଲିଆପାଳ ବ୍ଲକର ଅସ୍ତି ଗ୍ରାମପଞ୍ଚାୟତ ବିଜେଡି ସମିତି ସଭ୍ୟା ହରପ୍ରୀୟା ପାତ୍ର ତଥା ତାଙ୍କର ସମର୍ଥକଙ୍କ ସହ ବିଜେଡି ଛାଡି ବିଜେପିରେ ସାମିଲ୍ ହୋଇଛନ୍ତି। ତେବେ ବିଜେଡିରେ କାମ କରିବାର ସୁଯୋଗ ମିଳୁନଥିବାରୁ ସମିତି ସଭ୍ୟଙ୍କ ସ୍ବାମୀ କାର୍ତୀକ ପାତ୍ର କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରେ ସାମିଲ୍ ହୋଇଥିବା କହିଛନ୍ତି।

    ତେବେ ସମିତି ସଭ୍ୟା ହରପ୍ରୀୟା ପାତ୍ର, ତାଙ୍କର ସ୍ବାମୀ କାର୍ତୀକ ପାତ୍ର ସମେତ ବିଜେଡି ଛାଡିବା ଫଳରେ ଅସ୍ତି ପଞ୍ଚାୟତ ତଥା ବାଲିଆପାଳ ବ୍ଲକ ରେ ଏହାର ପ୍ରଭାବ ବିଜେଡି ଉପରେ ପଡିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ବିଜେପି ସରପଞ୍ଚ ପ୍ରତିନିଧି ନେତା ହେମନ୍ତ ଦାସ, ରବିନ୍ଦ୍ରନାଥ ଅଣ୍ଡିଅ, ଲକ୍ଷ୍ମୀଧର ପ୍ରଧାନ,ଅନ୍ତବିଶ୍ଵଳ,କନାଲ,ମଣ୍ଡୁ ପଣ୍ଡା,ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ରାଜ୍ୟରେ ଡବଲ ଇଂଜିନ ସରକାର ଆସିଥିଲା ବେଳେ ପଂଚାୟତ ଦଖଲ କଲେ ତ୍ରିପଲ ଇଂଜିନ ସରକାର ହେବ ବୋଲି କହିଛନ୍ତି। ଏହା ଦ୍ୱାରା ବିକାଶ ଆହୁରି ଦ୍ରୁତ ଗତିରେ ହେବ ବୋଲି ଛାମୁଆ ନେତା ମାନେ ନିଜର ବକ୍ତବ୍ୟ ରଖି ଥିଲେ। ତେବେ ଆଗକୁ ବ୍ଳକରେ ବିଭିନ୍ନ ପଂଚାୟତରେ ସରପଞ୍ଚ ନିର୍ବାଚନ ରହିଥିବା ବେଳେ ବିଜେପି ଏଥିରେ କିଭଳି ନିଜ ସପକ୍ଷ ପ୍ରାଥୀଙ୍କୁ ଜିତାଇବ ସେ ନେଇ ଭୋଟର ମାନଙ୍କୁ ଏକ ହୋଇ ଲଡିବାକୁ କହିଛନ୍ତି। ଯଦି ସମସ୍ତ କର୍ମୀ ଏକ ହୋଇ ଏହି ପଂଚାୟତ ଉପ ନିର୍ବାଚନରେ ବିଜୟୀ ହୁଅନ୍ତି ତାହାଲେ ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଦଳ ତ୍ରିପଲ ଇଂଜିନ ସରକାର ଗଡ଼ିବାରେ ସଫଳ ହେବ ବୋଲି କହିଥିଲେ।

  • ବାରହା ଆତଙ୍କରେ ଚାଷୀ

    ବାରହା ଆତଙ୍କରେ ଚାଷୀ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) ବରାହ ଆତଙ୍କରେ ଚାଷୀ ହଇରାଣ ହୋଉଥିବା ଦେଖିବାକୁ ମିଳିଛି | ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନ ଗୌଡ଼ତୁଳା ଗାଁ ରେ | ନିକଟସ୍ଥ ବିରିପୁରା ପାହାଡ଼ ରୁ ବାରହା ଆଶି ଚାଷ ନଷ୍ଟ କରୁଥିବା ରୁ ଚାଷୀ ମୁଣ୍ଡ ରେ ଚଡକ ପଡିଛି |ଅନେକ ଥର ବନ ବିଭାଗ କୁ ଅଭିଯୋଗ କରିଥିଲେ ସୁଦ୍ଧା ତଦନ୍ତ ପାଇଁ ଆସୁନାହାନ୍ତି ବୋଲି ଚାଷୀ ଅଶାନ୍ତି ପ୍ରକାଶ କରିଛନ୍ତି |

    ସେହିପରି ବିରିପୁରା ପାହାଡ଼ ର ପାଦ ଦେଶ ରେ ତିଆରି ହୋଇଥିବା ତାର ବାଡ଼ ନିମ୍ନ ମାନର କାମ ହୋଇଥିବା ଯୋଗୁଁ କମ ଦିନ ମଧ୍ୟରେ ନଷ୍ଟ ହୋଇଥିଲା |ଫଳରେ ଜଙ୍ଗଲୀ ଜୀବଜନ୍ତୁ ଙ୍କ ଉପଦ୍ରଵ ରେ କଲବଳ ହୋଉଥିବା ଚାଷୀ ଅଭିଯୋଗ କରିଛନ୍ତି | ତେବେ ବନବିଭାଗ ପକ୍ଷରୁ ଜଙ୍ଗଲ ଏବଂ ଜଙ୍ଗଲୀ ଜୀବଜନ୍ତୁ ଙ୍କ ସୁରକ୍ଷା ପାଇଁ କିଛି ବର୍ଷ ତଳେ ଜଙ୍ଗଲ ରେ ଗଛ ଲଗାଇବା ସହ ତାର ବାଡ଼ ତିଆରି ହୋଇଥିଲା |

    କିନ୍ତୁ ତାର ବାଡ଼ ରକ୍ଷଣା ବେକ୍ଷଣ ବନବିଭାଗ ପକ୍ଷରୁ ଅଭାବ ଦେଖା ଦେଉଛି ବୋଲି ଚାଷୀ କୂଳ ରେ ଚର୍ଚ୍ଚା ହୋଉଛି | ତେବେ ଖବର ପ୍ରସାରଣ ପରେ ଚାଷୀ ଙ୍କ ଅଭିଯୋଗ ଅନୁଯାଇ କେସିଙ୍ଗା ବନବିଭାଗ ତଦନ୍ତ ପାଇଁ ଯିବେ ନା ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା |

  • ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

    ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

    ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଟ୍ରକ ଧକ୍କାରେ ବାଇକ ଆରୋହୀ ଗୁରୁତର | ଏଭଳି ଘଟଣା ଦେଖିବାକୁ ମିଳିଛି ପର୍ଶଳା ଛକ ନିକଟରେ । ରିମୁଳି ପଟୁ ଯାଉଥିବା ଏକ ବାଇକକୁ ପର୍ଶଳା ଛକ ନିକଟରେ ଅଜଣା ଟ୍ରକ ଧକ୍କା ଦେବାରୁ ବାଇକରେ ଯାଉଥିବା ତିନିଜଣ ଗୁରୁତର ଆହତ ହେଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନା ପଠାଇଥିଲେ । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥା ରେ ଜଣକ ମୃତ୍ୟୁ ହୋଇଛି |

    ମୃତକ ଝୁମ୍ପୁରା ଥାନା ଗୁମରା ଗ୍ରାମର ଗଣେଶ ପ୍ରସାଦ ହୋଇଥିବା ବେଳେ ଆହତ ଦୁଇ ଜଣ ହେଉଛନ୍ତି ଉକ୍ତ ଗ୍ରାମର ସୋମନାଥ ସର୍ଦ୍ଦାର ଓ ପର୍ଶଳା ଗ୍ରାମର ସତ୍ୟାନନ୍ଦ ଗିରି ବୋଲି ଜଣାପଡିଛି l ସେମାନଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ଗୁରୁତର ଅବସ୍ଥାରେ ସତ୍ୟାନନ୍ଦକୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

  • ପୁରୀରେ ଗୋଶାଣୀ ଯାତ୍ରା ପାଳନ

    ପୁରୀରେ ଗୋଶାଣୀ ଯାତ୍ରା ପାଳନ

    ଶାରଦୀୟ ଦୁର୍ଗା ପୂଜାରେ ଶ୍ରୀକ୍ଷେତ୍ର ପୁରୀରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ଦୁର୍ଗା ପୂଜାକୁ ଗୋଶାଣୀ ଯାତ୍ରା ଭାବେ ପାଳନ କରାଯାଏ । ଆଉ ଏହି ସମୟରେ ବିଭିନ୍ନ ସାହି ମାନଙ୍କରେ ମା’ଙ୍କର ମୃଣ୍ମୟୀ ଗୋଷାଣୀ ପ୍ରତିମା ସହ ବିରାଟକାୟ ନାଗା ମୂର୍ତ୍ତି ପୂଜା କରିବାର ପରମ୍ପରା ରହିଛି । ଶହଶହ ବର୍ଷ ଧରି ନାଗା ପୁରୀବାସୀଙ୍କ ପାଇଁ ବିରତ୍ୱର ପ୍ରତୀକ ହୋଇଥିବାରୁ ଶାରଦୀୟ ପୂଜା ଅବସରରେ ନାଗା ମୂର୍ତ୍ତି ପୂଜା କରାଯାଏ । ଶହ ଶହ ବର୍ଷ ହେବ ଶାରଦୀୟ ଦୁର୍ଗାପୂଜା ରେ ବେଶ ଜାକଜକମରେ ନାଗା ମୂର୍ତ୍ତି ପୂଜା କରାଯାଉଛି ।

    ନାଗା ମୂର୍ତ୍ତି ଗୁଡିକୁ ବାଘଛାଲ, ବନ୍ଧୁକ, ଢ଼ାଲ, ଓରମାଳ, ହାଣ୍ତିଆ ସମେତ ୧୬ ପ୍ରକାର ର ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଭୃତି ଦ୍ୱାରା ସଜ୍ଜିତ କରାଯାଇଥାଏ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେବାର ପରମ୍ପରା ମଧ୍ୟ ରହିଛି । ଦେବୀ ଦୁର୍ଗା ଙ୍କ ଭଳି ନାଗା ମୂର୍ତ୍ତି ଙ୍କୁ ମଧ୍ୟ ବନ ଦୁର୍ଗା ମନ୍ତ୍ର ରେ ପୂଜା କରାଯାଏ । ଶାରଦୀୟ ଦୁର୍ଗାପୂଜା ରେ ନାଗା ଙ୍କୁ ଶକ୍ତି ର ପ୍ରତୀକ ଭାବେ ଏଠାରେ ପୂଜା କରାଯାଏ । ତେବେ ଶ୍ରୀକ୍ଷେତ୍ର କୁ ଛାଡି ଦେଲେ ନାଗା ମୂର୍ତ୍ତି ପୂଜା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ । ସବୁଆଡ଼େ ଶାରଦୀୟ ଦୁର୍ଗାପୂଜା ରେ ଦେବୀ ଙ୍କୁ ତଥା ନାରୀ ଶକ୍ତି ଙ୍କୁ ପୂଜା କରାଯାଏ ।

    ହେଲେ ଶ୍ରୀକ୍ଷେତ୍ର ର ପରମ୍ପରା ନିଆରା । ଏଠାରେ ଦେବୀ ତଥା ନାରୀ ଶକ୍ତି ଙ୍କ ଉପାସନା ସହିତ ବିରତ୍ବ ର ପ୍ରତୀକ ଭାବେ ନାଗା ମୂର୍ତ୍ତି କୁ ପୂଜା କରାଯାଏ । ଦେବୀ ଦୁର୍ଗା ଙ୍କ ପୂଜା ଭଳି ନାଗା ଙ୍କୁ ମଧ୍ୟ ବନ ଦୁର୍ଗା ମନ୍ତ୍ର ରେ ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ ରେ ପୂଜା କରାଯାଏ। ଏକାଦଶୀ ରେ ବିସର୍ଜନ କରାଯାଇଥାଏ।

  • ବିଜେପିର ମିଶ୍ରଣ ପର୍ବ

    ବିଜେପିର ମିଶ୍ରଣ ପର୍ବ

    ଭୋଗରାଇ ବ୍ଲକ ଅନ୍ତର୍ଗତ ନହରା ଗ୍ରାମପଞ୍ଚାୟତ ଅଧିନ ବଡ଼ ମନ୍ଦାରୁଣୀ ଗ୍ରାମର ରାଜକୁମାର ପରିଡାଙ୍କ ବାସ ଭବନରେ ୩୦ନମ୍ବର ଜୋନରୁ ବିଭିନ୍ନ ପଞ୍ଚାୟତରୁ ଅନ୍ୟ ଦଳକୁ ଆସି ଭାରତୀୟ ଜନତା ପାର୍ଟିରେ 400 ଅଧିକ ଲୋକେ ଯୋଗ ଦେଇଥିଲେ |

    ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ସଜବାଜ ହେଲେଣି ବିଜେପି । ତୃଣମୂଳ ସ୍ତରର କର୍ମୀଙ୍କୁ ନେଇ ଆରମ୍ଭ ହୋଇଛି ମିଶ୍ରଣ ପର୍ବ ।

    ରାଜକୁମାର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଜେପି ବାଲେଶ୍ଵର ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ଡା, ପୂର୍ବତନ ସଭାପତି ଉମାକାନ୍ତ ମହାପାତ୍ର , ଭୋଗରାଇ ବରିଷ୍ଠ ବିଜେପି ନେତା ଆଶିଷ କୁମାର ପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ ।

    ରାଜ୍ୟରେ ଡବଲ ଇଂଜିନ ସରକାର ଆସିଥିଲା ବେଳେ ପଂଚାୟତ ଦଖଲ କଲେ ତ୍ରିପଲ ଇଂଜିନ ସରକାର ହେବ ବୋଲି କହିଛନ୍ତି । ଏହା ଦ୍ୱାରା ବିକାଶ ଆହୁରି ଦ୍ରୁତ ଗତିରେ ହେବ ବୋଲି ଛାମୁଆ ନେତା ମାନେ ନିଜର ବକ୍ତବ୍ୟ ରଖି ଥିଲେ ।

    ତେବେ ଆଗକୁ ବ୍ଳକରେ ବିଭିନ୍ନ ପଂଚାୟତରେ ସରପଞ୍ଚ ନିର୍ବାଚନ ରହିଥିବା ବେଳେ ବିଜେପି ଏଥିରେ କିଭଳି ନିଜ ସପକ୍ଷ ପ୍ରାଥୀଙ୍କୁ ଜିତାଇବ ସେ ନେଇ ଭୋଟର ମାନଙ୍କୁ ଏକ ହୋଇ ଲଡିବାକୁ କହିଛନ୍ତି ।

    ଯଦି ସମସ୍ତ କର୍ମୀ ଏକ ହୋଇ ଏହି ପଂଚାୟତ ଉପ ନିର୍ବାଚନରେ ବିଜୟୀ ହୁଅନ୍ତି ତାହାଲେ ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଦଳ ତ୍ରିପଲ ଇଂଜିନ ସରକାର ଗଡ଼ିବାରେ ସଫଳ ହେବ ବୋଲି କହିଥିଲେ ।

  • ଭାରସାମ୍ୟ ହରାଇ ଡିଭାଇଡରରେ ଚଢିଲା ବସ

    ଭାରସାମ୍ୟ ହରାଇ ଡିଭାଇଡରରେ ଚଢିଲା ବସ

    ୫୨୦ ନମ୍ବର ଜାତୀୟ ରାଜପଥ ନିକଟରେ ସଡକ ଦୁର୍ଘଟଣା | ବିଲେଇପଦା ଟୋଲଗେଟ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଯାଇଛି ଯାତ୍ରୀବାହୀ ବସ |

    ଏକ ଘରୋଇ ଯାତ୍ରୀବାହୀ ବସ କେନ୍ଦୁଝରରୁ ବଡବିଲ କୁ ଫେରୁଥିବା ବେଳେ ବିଲେଇପଦା ନିକଟରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି | ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି |

    ଖବରପାଇ ଘଟଣା ସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି |