Author: suchanatv24x7

  • ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଲେ ଜିଲ୍ଲାପାଳ

    ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଲେ ଜିଲ୍ଲାପାଳ

    ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ର ଶପଥ ପାଠ କରାଯାଇଥିଲା । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଲୌହ ମାନବ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ ସହ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କୁ ରାଷ୍ଟ୍ର ର ଏକତା, ଅଖଣ୍ଡତା ଏବଂ ସୁରକ୍ଷା କୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା ନିମିତ୍ତ ଶପଥ ପାଠ କରାଇଥିଲେ ।

    ଏହି ଶପଥ ପାଠରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଡ.ଶରତ ଚନ୍ଦ୍ର ମହାପାତ୍ର, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା, ଆଦ୍ୟାଶା ରଥ, ପ୍ରିୟଦର୍ଶିନୀ ମଲ୍ଲିକ,ଅନୁସ୍ରବ ଗନ୍ତାୟତ, ସହଦେଵ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ,ଅନ୍ୟାନ୍ୟ ଅଧିକାରୀ,ଆବାସିକ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

  • ବେଆଇନ ଦେଶୀ ଓ ବିଦେଶୀ ମଦ ବ୍ୟବସାୟୀଙ୍କ ଉପରେ ଚଢ଼ାଉ

    ବେଆଇନ ଦେଶୀ ଓ ବିଦେଶୀ ମଦ ବ୍ୟବସାୟୀଙ୍କ ଉପରେ ଚଢ଼ାଉ

    ବେଆଇନ ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ବିରୋଧରେ ବାଲେଶ୍ବର ମୋବାଇଲ ସ୍କ୍ୱାଡ୍ ଏବଂ ବାଲିଆପାଳ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଛନ୍ତି । ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକାର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି ।


    ବାଲିଆପାଳ ବଜାର ସହିତ ବ୍ଲକ ଅଞ୍ଚଳର ନାରାୟଣପୁର, କାଳିଆଖାଇ ଓ ଜମ୍ଭିରାଇ ଅଞ୍ଚଳରେ ବେଆଇନ ମଦ ଚାଲାଣ ହେଉଥିବା ସୂଚନା ମିଳିଥିଲା । ଏହି ଅଭିଯୋଗ ଉପରେ କାର୍ଯ୍ୟକାରୀ ହୋଇ, ୯ ଜଣ ଅଧିକାରୀଙ୍କ ଟିମ୍ ମିଳିତ ଭାବରେ ରାତି ସମୟରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିଛନ୍ତି ।

    ଏଥିରେ ସମ୍ପୃକ୍ତ ଥିବା ୩ ଜଣ ମହିଳା ଏବଂ ୩ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ତାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ, ଏହି ଅବୈଧ ବ୍ୟବସାୟ ପଛରେ ଥିବା ମୁଖ୍ୟ କାର୍ପଟଦାର ଫେରାର ଥିବା ସୂଚନାମିଳିଛି ।

  • ପୁରୀରେ ବାତ୍ୟାର ପ୍ରଭାବ

    ପୁରୀରେ ବାତ୍ୟାର ପ୍ରଭାବ

    ପୁରୀରେ ବାତ୍ୟାର ପ୍ରଭାବ । ଲଗାଣ ବର୍ଷା ଓ ପବନରେ ପୁରୀର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡି ଥିବା ବେଳେ ଏଵେ ରାସ୍ତା ଉପରେ ନଡିଆ ଗଛ ପଡିଥିବା ଦେଖିବାକୁ ମିଳିଛି ।

    ପୁରୀରେ ଆଜି ପବନର ବେଗ ବଢିଥିବାରୁ ଏହାର ପ୍ରଭାବରେ ବନମାଳୀପୁର ଅଞ୍ଚଳରେ ରାସ୍ତା ଉପରେ ଗୋଟିଏ ନଡିଆ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି କଟର୍ ମେସିନ୍ ସାହାଯ୍ୟରେ ଗଛକୁ କାଟି ରାସ୍ତା ସଫା କରିଥିଲେ । ତେବେ ବାତ୍ୟାର ପ୍ରତିଟି ପରିସ୍ଥିତିରେ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଟେଲିଫୋନ ଯୋଗେ ଅଧିକାରୀ ପ୍ରଭାତ ରାଉତ କହିଛନ୍ତି ।

  • ପିଆଇସିଟି ବର୍ଥରେ ଅଘଟଣ

    ପିଆଇସିଟି ବର୍ଥରେ ଅଘଟଣ

    ପାରାଦୀପ ବନ୍ଦର ର ୫ ନମ୍ବର ଗେଟ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ । ଏମ ଭି ସାବରୀମଲାଇ ଜାହାଜରେ ଥିବା ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତ ଇଞ୍ଜିନିୟର ଉତ୍ତରପ୍ରଦେଶ ଲକ୍ଷ୍ନୋ ର ରାମ ଦୁଲାର ଯାଦବ ବୋଲି ସୂଚନା ମିଳିଛି । ମୃତ ଚିଫ୍ ଇଞ୍ଜିନିୟର ଆଜି ସକାଳେ ଜାହାଜ ଉପରେ ଥିବାବେଳେ କୌଣସି କାରଣରୁ ଅସୁସ୍ଥ ହୋଇ ପଡିଥିଲେ ।

    ତାଙ୍କୁ ସଙ୍ଗେ ସଙ୍ଗେ ପାରାଦ୍ୱୀପ ପୋର୍ଟ ମେଡିକାଲରେ ଭର୍ତ୍ତି କରାଯାଇବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜାହାଜଟି ହଳଦିଆ ପୋର୍ଟ ରୁ ପାରାଦୀପକୁ ଆସିଥିଲା ଓ ଏଠାରୁ ଭାଇଜାକ୍ ଯାଇଥାନ୍ତା ବୋଲି ଜଣାପଡିଛି ।

  • ଦେଉଳି ମଠ ଅଭିମୁଖେ ପୁରୀର ରଥ ଚକ

    ଦେଉଳି ମଠ ଅଭିମୁଖେ ପୁରୀର ରଥ ଚକ

    କାକଟପୁରର ଦେଉଳି ମଠ ଅଭିମୁଖେ ପୁରୀର ରଥ ଚକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନନ୍ଦିଘୋଷ ରଥର ଚକଙ୍କୁ ବିନାମୂଲ୍ୟରେ କାକଟପୁର ଦେଉଳି ମଠକୁ ଦେବାପାଇଁ ସେଠାର ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା ।

    ସେ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଚକ ଦିଆଯିବା ପରେ ଭଜନ କୀର୍ତନ ଓ ସଂକୀର୍ତନ କରି ରଥ ଚକକୁ ପୁରୀରୁ ଦେଉଳି ମଠ ନିଆଯାଇଛି ।

    ନବକଳେବର ସମୟରେ ଦେଉଳି ମଠରେ ବନଯାଗ ଯାତ୍ରୀ ସେବାୟତ ରହି ଦାରୁ ସଂଗ୍ରହ ପାଇଁ ଯାଇଥାନ୍ତି । ସେହିଁ ପରମ୍ପରା ଆଧାରରେ ଆଜି ରଥ ଚକ ଦିଆଯାଇଛି l ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ରଥ ଚକକୁ ଦେଉଳିମଠକୁ ନିଆଯାଇଥିଲା l

  • ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ

    ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ

    ପୁରୀ : ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ଼. ଶରତ ଚନ୍ଦ୍ର ମହାପାତ୍ର ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ । ଦୁର୍ନୀତି ବିକାଶ ର ମୁଖ୍ୟ ବାଧକ । ତେଣୁ ସମ୍ମିଳିତ ଭାବେ ଜିଲ୍ଲା, ରାଜ୍ୟ ଓ ଦେଶର ଉନ୍ନତି ପାଇଁ ଦୁର୍ନୀତି ର ମୂଳୋତ୍ପାଟନ କରିବାକୁ ସମସ୍ତେ ଶପଥ ପାଠ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଦୁର୍ନୀତି ବିକାଶ ର ପଥରୋଧ କରିଥାଏ ଓ ଏହାର ପ୍ରତିହତ ପାଇଁ ପ୍ରତ୍ୟେକ ପ୍ରତିଶ୍ରୁତିବଦ୍ଧ ହେବାକୁ ଅନୁରୋଧ କରି ଶପଥ ପାଠ ପରିଚାଳନା କରିଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଆଦ୍ୟାଶା ରଥ, ପ୍ରିୟଦର୍ଶିନୀ ମଲ୍ଲିକ,ସହଦେବ ସାହୁ, ବିବେକାନନ୍ଦ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ସମସ୍ତ ବିଭାଗର ଅଧିକାରୀ,କର୍ମଚାରୀ ପ୍ରମୁଖ ଉପସ୍ଥିତ ହୋଇ ଶପଥ ପାଠ କରିଥିଲେ । ସେହିପରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ,ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ,ଅନ୍ୟାନ୍ୟ ବିଭାଗ ,ଲାଇନ ଡିପାର୍ଟମେଣ୍ଟରେ,ସମସ୍ତ ବ୍ଲକ, ତହସିଲ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ଶପଥ ପାଠ କରାଯାଇଥିଲା।

  • କଳିଙ୍ଗ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

    କଳିଙ୍ଗ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

    କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍, ଜାତୀୟ ସେବା ଯୋଜନା ଓ ଏନ୍.ସି.ସି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ ଏହାର ଉଦଘାଟନ କରିଥିବା ବେଳେ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ଏବଂ ରକ୍ତ ଭଣ୍ଡାର ମୁଖ୍ୟ ଡାକ୍ତର ଜୟଦୀପ ଘୋଷଙ୍କ ସମେତ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ ।

    ଆୟୋଜିତ ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟରେ ଫୁଲବାଣୀ ରକ୍ତଭଣ୍ଡାର ମୁଖ୍ୟ ଡାକ୍ତର ଜୟଦୀପ ଘୋଷଙ୍କ ସହିତ ରଶ୍ମିତା ନାୟକ, ଅର୍ଚ୍ଚନା ପ୍ରଧାନ, ପ୍ରଶାନ୍ତ କୁମାର ରାନ୍ତଲୁ, ଜ୍ୟୋତିରଞ୍ଜନ ପୃଷ୍ଟି ଓ ବରୁଣ ବେହେରାଙ୍କ ସହଯୋଗରେ ୭୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

    ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ବିଦ୍ୟୁତ୍ ବିଭାଗ କର୍ମଚାରୀ ଏବଂ ଏମ୍.ଏମ.ସି ହସ୍ପିଟାଲର ନର୍ସିଂ ଛାତ୍ରୀ ଯୋଗଦେଇ ରକ୍ତଦାନ କରିଥିଲେ। ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ତପନ ଚନ୍ଦ୍ର ନାୟକ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗିରିଶ୍ କୁମାର ମୁଠାମାଝି, ସରିତା ମିଶ୍ର ଏବଂ ଏନ୍.ସି.ସି ଅଧିକାରିଣୀ ୟେସମିନ୍ ପ୍ରଧାନ ଏହାକୁ ପରିଚାଳନା କରିଥିଲେ।

  • ସନ୍ଦେହ ଘେରରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

    ସନ୍ଦେହ ଘେରରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

    କେସିଙ୍ଗାରେ ରାଜଲକ୍ଷ୍ମୀ କନଷ୍ଟ୍ରକସନ ପକ୍ଷରୁ ସୁଇଚ ପୋଲ ନିର୍ମାଣ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ | ମୃତ ଶ୍ରମିକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲାର ତାପସ ନାୟକ ବୋଲି ଜଣାପଡିଛି | ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି |

    ହେଲେ ପୋଲିସକୁ କିଛି ଖବର ନଦେଇ ଡାକ୍ତରଖାନାକୁ ମୃତ୍ୟୁଦେହ ନିଆଯାଇଥିଲା |

    ଏବେ ସନ୍ଦେହଘେରରେ ଉକ୍ତ ଶ୍ରମିକଙ୍କ ମୃତ୍ୟୁ |

    ତେବେ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଡାକ୍ତର ଖାନରେ ରଖାଯାଇଥିବା ଜଣାପଡିଛି |

    ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

  • ବିରିପୁଡ଼ା ପାହାଡ଼ ନିକଟସ୍ଥ କପିଳେଶ୍ଵର ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

    ବିରିପୁଡ଼ା ପାହାଡ଼ ନିକଟସ୍ଥ କପିଳେଶ୍ଵର ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

    କଳାହାଣ୍ଡି, (ସତ୍ୟ ନାରାୟଣ ମହାନନ୍ଦ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନ ଗୌଡ଼ତୁଳା ଗ୍ରାମ ନିକଟସ୍ଥ ମଣିଭଦ୍ରା ପର୍ବତ( ବିରିପୁଡ଼ା ) ପାଦଦେଶ ରେ ଏକ ଗୁମ୍ଫା ରେ ଆବିର୍ଭାବ ହୋଇଥିବା ଗୁପ୍ତେଶ୍ୱର ବାବା ଙ୍କ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି | ସେହିପରି ଜୈନିକ ବ୍ୟକ୍ତି ଙ୍କ ଦେହ ରେ ଭଗବାନ ଗୁପ୍ତେଶ୍ୱର, ବିଷ୍ଣୁ, ଚଣ୍ଡୀ ଆବିର୍ଭାବ ହୋଇ ଲୋକଙ୍କ କଷ୍ଟ ଦୂର କରୁଥିବା ବେଳେ ଭକ୍ତ ଙ୍କ ପ୍ରତ୍ୟେକ ମାନସିକ ପୂରଣ ହୋଉଥିବା ଏଠାକୁ ଆସୁଥିବା ଲୋକେ ପ୍ରକାଶ କରିଛନ୍ତି | ତେବେ ପ୍ରତି ସୋମବାର ଶତାଧିକ ମାତ୍ରାରେ ଭକ୍ତ ଙ୍କ ସମାଗମ ହୋଉଥିବା ମନ୍ଦିର ପୂଜକ ମୁକୁନ୍ଦ ମାଝୀ ଏବଂ ମାଳଧର ସାହୁ କୁହନ୍ତି |

  • ଜୁଆ ଆଡ୍ଡାରେ ଚଢାଉ,ଲକ୍ଷାଧିକ ଟଙ୍କା ଜବତ

    ଜୁଆ ଆଡ୍ଡାରେ ଚଢାଉ,ଲକ୍ଷାଧିକ ଟଙ୍କା ଜବତ

    ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଜାରି ରହିଛି । ତେବେ ଏହି କ୍ରମରେ ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଜବତ କରିଛି । ପୁରୀ ସଦର ଥାନା ଅନ୍ତର୍ଗତ ଖଡିପଦା ଗ୍ରାମରେ ଜୁଆଖେଳ ଚାଲିଥିବା ବେଳେ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଛି । ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦ୍ଧାନ୍ତ ଅପରାଧୀ ଜଟିଆ ଓରଫ ସୋମନାଥ ରାଉତ ସହିତ ୧୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତଙ୍କ ଠାରୁ ୭ ଲକ୍ଷ ୭୦ ହଜାର‌ ୬ ଶହ ଟଙ୍କା ପୋଲିସ ଜବତ କରିଛି ।‌ ଏଥିସହ ୧୨ ଟି ତାସ୍ ପ୍ୟାକେଟ ସହିତ ୬୦ ଟି ପ୍ଲାଷ୍ଟିକ ଟୋକେନ୍, ଦୁଇଟି କାର୍ ଏବଂ ୬ ଟି ବାଇକ୍ ଜବତ କରିଛି ପୋଲିସ ।

    ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀ ଖଡିପଦା ଗ୍ରାମକୁ ଆସି ଅଭିଯୁକ୍ତ ମାନେ ଜୁଆ ଖେଳୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ପୁରୀ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ସହିତ ୧୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

    ଗିରଫ ଅଭିଯୁକ୍ତ ହେଉଛନ୍ତି ଖଡିପଦା ଗ୍ରାମର ମୁଖ୍ୟ ଅଭିଯୁକ୍ତ ସୋମନାଥ ରାଉତ ସହିତ ମାନସ ପ୍ରଧାନ, ଅମିତ କୁମାର ସାହୁ, ଧ୍ରୁବ ଲୋଚନ ବଳିଆର ସିଂହ, ପୁରୀ ମାର୍କଣ୍ଡେଶ୍ୱର ସାହିର ବିଜୟ କୁମାର ସ୍ବାଇଁ, ଚନ୍ଦନପୁର ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି, ପୁରୀ ନବକଳେବର ରୋଡର ମଧୂସୁଦନ ପ୍ରଧାନ, ଗଞ୍ଜାମ ଅଞ୍ଚଳର ପ୍ରସନ୍ନ କୁମାର ନାୟକ, ଗୌଡବାଡ ସାହିର ପ୍ରମୋଦ ବରାଳ, ପବିତ୍ର ମଲ୍ଲିକ, ଟାଙ୍ଗି ଅଞ୍ଚଳର‌ ପିଣ୍ଟୁ ମାଝି, କଣାସ ଅଞ୍ଚଳର ରାଜେଶ ବେହେରା, ପୁରୀ ଲୋକନାଥ ରୋଡର ଲକ୍ଷ୍ମୀଧର ବାରିକ, ଜଗନ୍ନାଥ ସାହୁ, ପ୍ରଦୀପ୍ତ କୁମାର ଦାସକୁ ସଦର‌ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

    ପୁରୀ ସହରରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ସହିତ ଅପରାଧୀମାନଙ୍କୁ ଦୃଢ ହସ୍ତରେ ଦମନ କରାଯାଉଛି ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।‌