Author: suchanatv24x7

  • Мостбет официальный журнал Mostbet казино гелиостат непраздничное

    Впоследствии сосредоточения и первой авторизации нате сайте веб-серфер увидит в своем собственном офисе о том, аюшки? возьмите его счет зачислен гостинец. Их промысел периодически колеблется через пятидесяти до 250 штук в зависимости от времени образования личного кабинета. Их можешь в видах игры как в некоем игровом машине, так и во малых, все зависит через игрока. Клиентов диалоговый казино с каждым днем останавливается все боле. (more…)

  • ମାତ୍ର ୧୦୦ ଘଣ୍ଟାରେ ୧୧୨ କିଲୋମିଟର ରାସ୍ତା ନିର୍ମାଣ କରି ଭାରତ କରିଛି ବିଶ୍ବରେକର୍ଡ

    ମାତ୍ର ୧୦୦ ଘଣ୍ଟାରେ ୧୧୨ କିଲୋମିଟର ରାସ୍ତା ନିର୍ମାଣ କରି ଭାରତ କରିଛି ବିଶ୍ବରେକର୍ଡ

    ଉତ୍ତର ପ୍ରଦେଶର ଗାଜିଆବାଦ-ଅଲିଗଡ ଏକ୍ସପ୍ରେସୱେ ମାତ୍ର ୧୦୦ ଘଣ୍ଟାରେ ୧୦୦ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତେଣୁ, ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧୀକରଣ ନାମରେ ଆଉ ଏକ ନୂଆ ରେକର୍ଡ ଯୋଡି ହୋଇଛି କହିଲେ କିଛି ଭୁଲ ହେବନି । ଏହା ଏକ ବିଶ୍ବରେକର୍ଡ କହିଲେ କିଛି ଭୁଲ ହେବନି । ରେକର୍ଡ ମୁତାବକ ୧୦୦ ଘଣ୍ଟାରେ ସମୁଦାୟ ୧୧୨ କିଲୋମିଟର ରାସ୍ତା ନିର୍ମାଣ କରାଯାଇ ପାରିଛି । ତେଣୁ ଏବେ ଏହି କିର୍ତ୍ତୀକୁ ନେଇ ସବୁଠି ଚର୍ଚ୍ଚା । ଆପଣଙ୍କୁ ଏଠାରେ ଜଣାଇ ଦେଉଛୁ, ଏହା ପୂର୍ବରୁ ୧୦୫ ଘଣ୍ଟାରେ ମୋଟ ୭୫ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା ।

    ଏବେ ଭାରତ ଯେଉଁ ରେକର୍ଡ ଅଧିକାରୀ ହୋଇଛି ତାହା ପୂର୍ବରୁ କେବେ ହୋଇନାହିଁ । ଗାଜିଆବାଦ-ଅଲିଗଡ ଏକ୍ସପ୍ରେସୱେର କାମ ମେ ମାସ ୧୫ ତାରିଖରେ ଆରମ୍ଭ ହୋଇଥିବା ବେଲେ ମେ ୧୯ ତାରିଖରେ ଏହା ସମାପ୍ତ ହୋଇଛି । ଏହି ରାସ୍ତାକୁ ୬ ଲେନ ବିଶିଷ୍ଟ କରାଯାଇଛି । ଏବେ ଆସନ୍ତୁ ଜାଣିବା ଏଥିରେ କେତେ ଜଣ ଲୋକ ଲାଗିଥିଲେ । ବାସ୍ତବରେ ଗାଜିଆବାଦ-ଅଲିଗଡ ରାସ୍ତା ନିର୍ମାଣ ପାଇଁ ୬ଟି ହାଟାମିକ୍ସ ପ୍ଲାଣ୍ଟ, ୧୫ଟି ସେନସର ପାୱାର ଓ ୨୦୦୦ ଲୋକ ନିୟୋଜିତ ଥିଲେ । ଏହା ବ୍ୟତୀତ ୨୫୦ ଜଣ ଇଂଜିନିୟର ମଧ୍ୟ ଏହି କାମରେ ନିୟୋଜିତ ହୋଇଥିଲେ । ମୋଟ ୨୨୫୦ ଜଣ କର୍ମଚାରୀ ଓ ଅଧିକାରୀ ଅକ୍ଲାନ୍ତ ପରିଶ୍ରମ କରି ଏହି କାର୍ଯ୍ୟକୁ ଶେଷ କରିପାରିଛନ୍ତି ।

  • ସାବିତ୍ରୀ’ରେ ଚାଲିଗଲା ସ୍ୱାମୀର ଜୀବନ, ଚଢ଼ିଗଲା ବୋଲେରୋ

    ସାବିତ୍ରୀ’ରେ ଚାଲିଗଲା ସ୍ୱାମୀର ଜୀବନ, ଚଢ଼ିଗଲା ବୋଲେରୋ

    ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ ଜୀବନ କାମନା କରି ସ୍ତ୍ରୀ ବ୍ରତ ପାଳିଛନ୍ତି । ସବୁଠି ଖୁସିର ମାହୋଲ । ଶଙ୍ଖାସିନ୍ଦୁର, ଚନ୍ଦର,ଫଳଫୁଲ ନେଇ କିଏ ମନ୍ଦିରରେ ତ ଆଉ କିଏ ଘରେ ପୂଜା କରିଛନ୍ତି । ଏ ଖୁସିର ମାହୋଲ ଭିତରେ ଯଦି ପତ୍ନୀର ମଥାର ସିନ୍ଦୂର ଲିଭିଯାଏ, ସ୍ୱାମୀଙ୍କୁ ଅପେକ୍ଷା କରିଥିବା ସ୍ତ୍ରୀର ଚୁଡ଼ି ଯଦି ଭାଙ୍ଗିଯାଏ ତାହେଲେ …।

    ହଁ ବେଳେବେଳେ ଦୁଃଖ ଏମିତି ଆସିଥାଏ । ହସୁଥିବା ଚେହେରା ହଠାତ୍ ମଳିନ ପଡ଼ିଯାଏ । ଆଖିରେ ଧାରଧାର ଲୁହ ଆସେ । କୋହ ସମ୍ଭାଳିପାରେନି ସ୍ତ୍ରୀ । ଏମିତି ଏକ ହୃଦୟ ବିଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାରେ । ମହିଳାଙ୍କ ସ୍ୱାମୀ, ଭାଇ ଓ ଭାଇଙ୍କ ସାଙ୍ଗ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।

    ସ୍ୱାମୀ ଘରେ ବହଞ୍ଚିଥିଲେ ବ୍ରତ ଭାଙ୍ଗିଥାଆନ୍ତେ ପତ୍ନୀ । କିନ୍ତୁ ସବୁ ବିଧାତାର ଖେଳ, ଘରକୁ ଆସିଲା ଦୁଃଖଦ ଖବର । ଫେରୁଥିବା ବେଳେ ବୋଲେରୋ ଚଢ଼ି ଚାଲିଗଲା ସ୍ୱାମୀଙ୍କ ଜୀବନ । ସାବିତ୍ରୀରେ ଲିଭିଗଲା ସଧବାଙ୍କ ସିନ୍ଦୂର । ବୋଲେରୋ ଦୁର୍ଘଟଣାରେ ୩ ଜୀବନ ଚାଲିଗଲା । ଆଜି ସାବିତ୍ରୀ ବ୍ରତ ଥିବାରୁ ପୂଜା କରିଥିଲେ ସଦେଇପାଲି ଗାଁର ତୁଳସୀରାମ ପଟେଲଙ୍କ ସ୍ତ୍ରୀ । ଆଉ ବାପ ଘର ରୋତ ଗାଁକୁ ବୁଲିବା ପାଇଁ ଯାଇଥିବା ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ବସିଥିଲେ । ଭାଇ ରାଜେଶ ପଟେଲ ଓ ତାଙ୍କ ସାଙ୍ଗ କୁଶଙ୍ଗ ଗାଁର ସୁରଞ୍ଜନ ପଟେଲ ସହ ତୁଳସୀରାମ ବାଇକ୍‌ରେ ଘରକୁ ଫେରୁଥିବା ବେଳେ କରକାଚିଆ ଛକରେ ଦୁର୍ଘଟଣାରେ ସମ୍ମୁଖୀନ ହେଲେ।

    ଆଗରୁ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ତୁଳସୀରାମଙ୍କ ବାଇକ୍‌ ଉପରେ ଚଢ଼ିଗଲା । ସେଠାରେ ୩ ଜଣ ରାସ୍ତାରେ ଗୁରୁତର ହୋଇ ପଡ଼ିଥିଲେ । ବିଦ୍ୟୁତ ମରାମତି କରୁଥିବା କର୍ମଚାରୀମାନେ ଉଦ୍ଧାର କରି ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର କିନ୍ତୁ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ । ଲୋଇସିଂହା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାବିତ୍ରୀରେ ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ ପାଳୁଥିବା ସ୍ତ୍ରୀ ଶେଷରେ ବିଧବା ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

  • କୁସ୍ତି କରିବାକୁ ଯାଇଥିଲେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ, ଏମିତି ପିଟିଲେ ରାକ୍ଷୀ ଯାଇ ମେଡିକାଲରେ

    କୁସ୍ତି କରିବାକୁ ଯାଇଥିଲେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ, ଏମିତି ପିଟିଲେ ରାକ୍ଷୀ ଯାଇ ମେଡିକାଲରେ

    ରାକ୍ଷୀ ସାୱନ୍ତଙ୍କୁ ବଲିଉଡର ଡ୍ରାମା କୁଇନ ଭାବେ ବିବେଚନା କରାଯାଏ । ସୋସାଆଲ ମିଡିଆ ଠାରୁ ଆରମ୍ଭ କରି ଟିଭି ସୋ ପର୍ଯ୍ୟନ୍ତ ସେ ଅନେକ ଡ୍ରାମା କରୁଥିବା ଦେଖିବାକୁ ମିଳେ । କେବଳ ଏତିକି ନୁହେଁ, ସେ କୁସ୍ତି ଜିମରେ ଲୋକଙ୍କୁ ମଧ୍ୟ ମନୋରଞ୍ଜନ କରିଛନ୍ତି । ଆଜିକାଲି ରାକ୍ଷୀ ସାୱନ୍ତଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଆହତ ହୋଇଥିବା ଦେଖାଯାଉଛି । ରାକ୍ଷୀ ସାୱନ୍ତଙ୍କ ଏହି ଭିଡିଓ କୁସ୍ତି ରିଙ୍ଗରୁ ଆସିଛି, ଯେଉଁଠାରେ ସେ କୁସ୍ତି ସମୟରେ ଆହତ ହୋଇଥିଲେ । ସେ ରେସଲିଂ ରିଙ୍ଗରେ ପ୍ରବେଶ କଲେ ଏବଂ ରେସଲର ତାଙ୍କୁ ଏପରି ଭାବରେ ଫିଙ୍ଗିଦେଲେ ଯେ ରାକ୍ଷୀ ସିଧା ଡାକ୍ତରଖାନାରେ ପହଞ୍ଚିଗଲେ । ଏହା ଏକ ଥ୍ରୋବ୍ୟାକ୍ ଭିଡିଓ ଯାହା ପ୍ରାୟତଃ ତାଙ୍କ ପ୍ରଶଂସକ ମାନେ ପସନ୍ଦ କରନ୍ତି ।

    ଭିଡିଓରେ ସେ କୁସ୍ତି ରିଙ୍ଗରେ ଜଣେ ରେସଲରଙ୍କ ସହ ଲଢୁଥିବା ନଜର ଆସିଛନ୍ତି । ଏହି କୁସ୍ତିରେ ରାକ୍ଷୀ ଜିତିନଥିଲେ, କିନ୍ତୁ ହାରିବା ପରେ ମଧ୍ୟ ସେ ପ୍ରଶଂସକଙ୍କ ହୃଦୟ ଜିତିପାରିଥିଲେ । ଏହି ଭିଡିଓରେ ରାକ୍ଷୀ ସାୱନ୍ତ ରେସଲିଂ ରିଙ୍ଗରେ ପ୍ରବେଶ କରିବା ପରେ ରେସଲର ତାଙ୍କୁ ଏପରି ଭାବରେ ପିଟିଥିଲେ ଯେ, ରାକ୍ଷୀ ସିଧା ଡାକ୍ତରଖାନାକୁ ଯାଇଥିଲେ ।

    ରାକ୍ଷୀ ସାୱନ୍ତ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କୁସ୍ତି ରିଙ୍ଗରେ ଲଢୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସ୍ପଷ୍ଟ ଭାବ ଜଣାପଡୁଛି, ସେ ରେଶମ ଲାଲ୍ ସୁଟ୍ ସହିତ ସ୍ପୋର୍ଟ୍ସ ଜୋତା ପିନ୍ଧିଛନ୍ତି ଏବଂ ଫାଇଟ କରିବା ପାଇଁ ରେସଲିଂ ରିଙ୍ଗକୁ ଡେଇଁପଡିଛନ୍ତି । କିନ୍ତୁ କୁସ୍ତିଯୋଦ୍ଧା ମାନେ ତାଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲେ । ଏହି ଭାଇରାଲ୍ ଭିଡିଓରେ, ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ, କୁସ୍ତି ପରେ ରାଖୀ ସାୱନ୍ତଙ୍କୁ ଦୁଇଜଣ ମହିଳା ନେଇଯାଉଛନ୍ତି, କାରଣ ରାକ୍ଷାଙ୍କୁ କୁସ୍ତିଯୋଦ୍ଧା ମାନେ ଏତେ ମାଡ଼ ମାରିଛନ୍ତି ଯେ ସେ ଠିକ୍ ଭାବେ ଚାଲିବାକୁ ଅସମର୍ଥ ।

  • ରାହୁଲ-ଦିଶାଙ୍କ ଘରକୁ ଆସୁଛନ୍ତି ନୂଆ ଅତିଥି

    ରାହୁଲ-ଦିଶାଙ୍କ ଘରକୁ ଆସୁଛନ୍ତି ନୂଆ ଅତିଥି

    ଗାୟକ ରାହୁଲ ବୈଦ୍ୟ ଏବଂ ଟିଭି ଅଭିନେତ୍ରୀ ଦିଶା ପରମାର 2021 ମସିହାରେ ବିବାହ କରିଥିଲେ। ଉଭୟ ବିବାହ ପରେ ବହୁ ଚର୍ଚ୍ଚାରେ ଥିବା ବେଳେ ଏବେ ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି । ତେବେ ଉଭୟ ମା ବାପା ହେବାକୁ ଯାଉଥିବା କହିଛନ୍ତି । ଆଉ ଏହି ଦମ୍ପତିଙ୍କ ସୂଚନା ପରେ ସେମାନଙ୍କର ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

    ଏହାସହ ସେଲିବ୍ରିଟିମାନେ ରାହୁଲ ବୈଦ୍ୟ ଏବଂ ଦିଶା ପରମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିଶା ପରମାର ଏହି ଖୁସି ଖବରକୁ ତାଙ୍କ ସ୍ୱାମୀ ରାହୁଲ ବୈଦ୍ୟଙ୍କ ସହ ଅତି ସୁନ୍ଦର ଭାବରେ ସେୟାର କରିଛନ୍ତି। ଦିଶା ପରମାର ଏବଂ ରାହୁଲ ବୈଦ୍ୟ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସମାନ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟର ପ୍ରଥମ ଛବିରେ, ଦମ୍ପତି ମମି ଏବଂ ବାପାଙ୍କ ଉପରେ ଲେଖାଯାଇଥିବା ଏକ ସ୍ଲେଟ ଧରିଛନ୍ତି | ତା ସହ ସୋନୋଗ୍ରାଫି ଫଟୋ ସେୟାର କରିଛନ୍ତି |ଖାଲି ଫୋଟ ନୁହେଁ ସୋନୋଗ୍ରାଫିର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି

  • ସିମକାର୍ଡରେ ପାକିସ୍ତାନ ଲିଙ୍କ୍ ମାମଲା, ଲାଗିବ ଦେଶଦ୍ରୋହ ଅପରାଧ ଦଫା

    ସିମକାର୍ଡରେ ପାକିସ୍ତାନ ଲିଙ୍କ୍ ମାମଲା, ଲାଗିବ ଦେଶଦ୍ରୋହ ଅପରାଧ ଦଫା

    ଓଡ଼ିଶା ସିମକାର୍ଡରେ ପାକିସ୍ତାନ ଲିଙ୍କ୍ ରହିଛି । ଏନେଇ ସ୍ପେଶାଲ ଟାସ୍କ ଫୋର୍ସକୁ ସାଂଘାତିକ ତଥ୍ୟ ମିଳିଛି । ତେଣୁ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ଥିବା ପଠାଣି ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି STF ପକ୍ଷରୁ ସୂଚନା ଦିଆଯାଇଛି ।

    ଆସନ୍ତାକାଲିଠାରୁ ପଠାଣି ସାମନ୍ତ ଲେଙ୍କା ରିମାଣ୍ଡରେ ଯିବ । ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ୍ ବାବଦରେ ଖୋଳତାଡ଼ କରିବ ଏସଟିଏଫ୍ । ଦିଲ୍ଲୀ,ରାଜସ୍ଥାନ, ଗୁଜରାଟ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଜାଲ ବିଛାଇଥିଲା ପଠାଣି ସାମନ୍ତ । ଆଇଏସଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିବା ନେଇ ସୂଚନା ମିଳିଛି । ଆତଙ୍କବାଦୀଙ୍କ ସହ ଲିଙ୍କ୍ ରଖିବାକୁ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣା ହୋଇଥିଲା । ସେ ନେଇ ତଦନ୍ତ ଜାରି ରଖିଛି ସ୍ପେଶାଲ ଟାସ୍କ ଫୋର୍ସ । ପୂର୍ବରୁ ପଠାଣିଙ୍କ ବିରୋଧରେ ଅଫିସିଆଲ ଡାଟା ଲିକ୍ ନେଇ ଜଲପାଇଗୁଡ଼ି ଥାନାରେ ଅଭିଯୋଗ ହୋଇଥିଲା ।

    ପୂର୍ବରୁ ମଧ୍ୟ ପାକିସ୍ତାନ ଲିଙ୍କ୍ ନେଇ ଅନେକ ମାମଲା ଆସିଛି । ବିଭିନ୍ନ ରାଜ୍ୟରେ ଅଧିକାରୀ, ଦଲାଲମାନେ ସାମାନ୍ୟ ଅର୍ଥ ଲୋଭରେ ଦେଶର ଗୁପ୍ତ ତଥ୍ୟ ଦେବାକୁ ପଛାଇ ନାହାଁନ୍ତି । ବିଭିନ୍ନ ସ୍ଥାନର ଦୁର୍ବଳତା, ସେନା ଏବଂ ପୋଲିସର ପଦକ୍ଷେପ ସହ ଅନନ୍ୟା ଗୁପ୍ତ ତଥ୍ୟ ଦେଇଥିବା ଜଣାପଡ଼ିଛି । ବିଳମ୍ବଳରେ ହେଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇଛି । ଏବେ ସିମ୍ କାର୍ଡରେ ପାକିସ୍ତାନ ଲିଙ୍କ୍ ଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି ।

  • ମୋଦୀଙ୍କୁ ପୂର୍ବରୁ ଆମେରିକାରେ ଭାଷଣ ଦେବେ ରାହୁଲ, ସାଣ୍ଟା କ୍ଲାରାରେ ଖୋଲିବେ ପ୍ରେମର ଦୋକାନ

    ମୋଦୀଙ୍କୁ ପୂର୍ବରୁ ଆମେରିକାରେ ଭାଷଣ ଦେବେ ରାହୁଲ, ସାଣ୍ଟା କ୍ଲାରାରେ ଖୋଲିବେ ପ୍ରେମର ଦୋକାନ

    କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତର କାର୍ଯ୍ୟକ୍ରମ ପରିବର୍ତ୍ତନ କରାଯାଇଛି । ରାହୁଲ ଗାନ୍ଧୀ ତାଙ୍କର ୧୦ ଦିନିଆ ଆମେରିକା ଯାତ୍ରା ମେ ୨୮ ତାରିଖରୁ ଆରମ୍ଭ କରିବ । ଏହାପୂର୍ବରୁ ତାଙ୍କର ମେ ୩୧ ତାରିଖରେ ଆମେରିକା ଗସ୍ତ କରିବାର ଥିଲା । ରାହୁଲ ଗାନ୍ଧୀ ମେ ୨୯-୩୦ ତାରିଖରେ ଷ୍ଟାନଫୋର୍ଡ ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ପ୍ରବାସୀ ଭାରତୀୟଙ୍କୁ ସାକ୍ଷାତ କରିବେ ।

    ରାହୁଲ ଗାନ୍ଧୀ ମେ ୩୦ରେ କାଲିଫର୍ଣ୍ଣିଆର ସାଣ୍ଟା କ୍ଲାରାରେ ଏକ ପ୍ରେମର ଦୋକାନ ଖୋଲିବାକ କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମର ନାମ ମୋହବତ୍ କି ଦୁକାନ୍ ରଖାଯାଇଛି । ଏହାର ପୋଷ୍ଟର ମଧ୍ୟ ଜାର କରାଯାଇଛି ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଗସ୍ତ ଅନୁଷ୍ଠିତ ହେଉଛି । ପିଏମ ମୋଦୀ ୨୨ ଜୁନରେ ଆମେରିକା ଗସ୍ତରେ ଯାଉଛନ୍ତି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ହ୍ବାଇଟ ହାଉସରେ ରାତ୍ରୀ ଭୋଜନ କାର୍ଯ୍ୟକ୍ରମ ରହିଛି । ବୈଦେଶିକ ମନ୍ତ୍ରଣାଳୟ ଗତ ସପ୍ତାହରେ ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଥିଲେ ।

    ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କ ଲଣ୍ଡନ ଗସ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀ ଭାରତ ସରକାରଙ୍କୁ ସମାଲୋଚନା କରିବା ସହ ଦେଶରେ ଗଣତନ୍ତ୍ର ପ୍ରତି ବିପଦ ଥିବା କହିଥିଲେ । ଯାହାକୁ ନେଇ ବିଜେପି ରାହୁଲଙ୍କୁ ଅଯଥାରେ ଘେରିଥିଲା ।

    କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଭାଷଣ ଦେଇ ରାହୁଲ ଗାନ୍ଧୀ କହିଥିଲେ ଯେ, ସମସ୍ତଙ୍କୁ ଏହା ଜଣା ଯେ ଭାରତୀୟ ଗଣତନ୍ତ୍ର ଚାପରେ ରହିଛି ଏବଂ ବାରମ୍ବାର ଆକ୍ରମଣର ଶିକାର ହେଉଛି । ମୁଁ ଭାରତରେ ବିରୋଧୀ ଦଳର ନେତା, ଆମେ ସେହି ବିରୋଧୀର ସ୍ଥାନ ଖୋଜୁଛୁ। “

    ରାହୁଲ ଗାନ୍ଧୀ ଲଣ୍ଡନରେ କହିଥିଲେ ଯେ, ଆମ ଦେଶରେ ଗତ ନଅ ବର୍ଷ ଧରି ଲୋକଙ୍କ ସ୍ୱର ଅର୍ଥାତ୍ ଗଣମାଧ୍ୟମକୁ ଦମନ କରାଯାଉଛି । ଆମ ଦେଶରେ ସାମ୍ବାଦିକ ମାନେ ଭୟଭୀତ ହୋଇପଡିଛନ୍ତି । ସେମାନଙ୍କୁ ଆକ୍ରମଣ କରାଯିବା ସହିତ ଧମକ ଦିଆଯାଛି । ସେହିପରି ସରକାରଙ୍କ ସପକ୍ଷରେ କହୁଥିବା ସାମ୍ବାଦିକ ମାନଙ୍କୁ ପୁରସ୍କାର ଦିଆଯାଉଛି ।