Author: suchanatv24x7

  • ପଥରରେ ନୁହେଁ, ଲୋକଙ୍କ ହୃଦୟରେ ମୋ ବାପାଙ୍କ ବାସ

    ପଥରରେ ନୁହେଁ, ଲୋକଙ୍କ ହୃଦୟରେ ମୋ ବାପାଙ୍କ ବାସ

    ଆମେ ନିଷ୍ପତ୍ତି ନେଇଥାଉ। କିନ୍ତୁ ଶେଷରେ ଆମ ନିଷ୍ପତ୍ତି  ଆମକୁ ଗଢିଥାଏ। ଯିଏ ବ୍ୟକ୍ତିଗତ ସ୍ୱାର୍ଥ, ଭାବାବେଗ, ଭୟକୁ ପଛରେ ପକାଇ ସାମୂହିକ ସ୍ୱାର୍ଥ ଦିଗରେ ନିଷ୍ପତ୍ତି ନେଇଥାନ୍ତି ସେହି ନିଷ୍ପତ୍ତି ତାଙ୍କୁ ଚିରସ୍ମରଣୀୟ କରି ଗଢିତୋଳେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସଚିବ ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ କାଳରେ ମଙ୍ଗଳବାର ଦିନ ଓଡିଆ ସମୁଦାୟକୁ ସମ୍ୱୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କହିବାକୁ ଯାଇ ଏହା କହିଥିଲେ ପାଣ୍ଡିଆନ।

    ଭିକେ ପାଣ୍ଡିଆନ କହିଥିଲେ, ପୁରୀ ସ୍ୱର୍ଗଦ୍ୱାର ସହ ରାଜ୍ୟବାସୀଙ୍କର ଧର୍ମୀୟ ବିଶ୍ୱାସ ଜଡିତ ରହିଛି। ଓଡିଆଙ୍କ ବିଶ୍ୱାସ  କି, ଏହି ସ୍ଥାନରେ ଆତ୍ମୀୟ  ପରିଜନଙ୍କ ଅନ୍ତିମ ସଂସ୍କାର କରାଗଲେ ସେମାନଙ୍କୁ ମୋକ୍ଷ ମିଳିଥାଏ। ତେଣୁ ବହୁ ଲୋକ ସେମାନଙ୍କ ଆତ୍ମୀୟଙ୍କ ଶେଷକୃତ ପାଇଁ ସ୍ୱର୍ଗଦ୍ୱାରକୁ ଯାଇଥାନ୍ତି। କିନ୍ତୁ ସେଠାରେ ଜାଗାର ଅଭାବ ହେଉଥିଲା। ଏହାକୁ ଦେଖି ସ୍ୱର୍ଗଦ୍ୱାର ପ୍ରଶସ୍ତିକରଣ ଓ ସୌନ୍ଦର୍ଯ୍ୟକରଣ ନେଇ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ଦେଖାଇଥିଲି ସେ ତତ୍କ୍ଷଣାତ୍ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଶୁଣି ନିଜ କାନକୁ ବିଶ୍ୱାସ କରି ପାରିନଥିଲେ ବ୍ୟକ୍ତିଗତ ସଚିବ। କାରଣ ପ୍ରତି ବର୍ଷ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ଯାଇଥାନ୍ତି। ସେଠାରେ କିଛି କ୍ଷଣ ବିତାଇବାକୁ ଭଲପାଇଥାନ୍ତି। ଅଥଚ ବାପାଙ୍କ ସମାଧି ଭାଙ୍ଗିବା ପରି ଏକ କଠୋର ନିଷ୍ପତ୍ତି ନେବାକୁ କିପରି କ୍ଷଣଟିଏ ସମୟ ନେଇ ନ ଥିଲେ ମୁଖ୍ୟମନ୍ତ୍ରୀ ?

    ପରେ ପାଣ୍ଡିଆନ ବୁଝିଥିଲେ କି, ଯେଉଁ ରାଜ୍ୟବାସୀ ବିଜୁ ବାବୁଙ୍କୁ ଏତେ ଭଲ ପାଉଥିଲେ ସେମାନଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେବାରେ କରିନଥିଲେ କାଳ ବିଳମ୍ବ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ସର୍ବୋପରେ ଥିଲା ଓଡିଶା ଓ ଓଡିଆଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ।  ସେଥିପାଇଁ ସେହି ଡେଙ୍ଗା ମଣିଷଙ୍କ ସମାଧି ଶ୍ମଶାନର ଗୋଟିଏ କୋଣକୁ ଅବରୋଧ କରି ରଖିଥିବାରୁ ତାକୁ ଭାଙ୍ଗି, ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ସ୍ୱର୍ଗଦ୍ୱାର ସମର୍ପିତ କରିଥିଲେ ନବୀନ। ତାଙ୍କ ଚିନ୍ତାଧାରାରେ, ବାଲି, ସିମେଟ ଓ ପଥରରେ ନିର୍ମିତ ସମାଧିରେ ବିଜୁ ପଟ୍ଟନାୟକ ବାସ ନୁହେଁ. ବରଂ ରାଜ୍ୟବାସୀଙ୍କ ହୃଦୟରେ।

    ଏଥିସହ ସମାଧିକୁ ଭୋରୁ ଭୋରୁ ଭାଙ୍ଗିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ। ସେ ଜାଣିଥିଲେ, ବିଜୁ ବାବୁଙ୍କ ସମାଧି ସହ ରାଜ୍ୟବାସୀଙ୍କ ଭାବାବେଗ ଜଡିତ ରହିଛି। ସାଧାରଣ ଜନତା ସମାଧି ଭାଙ୍ଗିବାକୁ ଦେବେ ନାହିଁ। ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ତେଣୁ ନିର୍ଦ୍ଦେଶ ମୁତାବକ ତାହା ହିଁ କରାଯାଇଥିଲା। ରାତି ନ ପାହୁଣୁ ସେଠାରୁ ସମାଧିକୁ ଭାଙ୍ଗି ଦିଆଯାଇଥିଲା। ଏବେ ସେଠାରେ କେବଳ ଏକ ପ୍ରସ୍ତର ଫଳକ ରହିଛି। ଏହା ଓଡିଶା ପରିବର୍ତ୍ତନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ପରିଯୋଜନା ଥିଲା  ବୋଲି ପାଣ୍ଡିଆନ କହିଥିଲେ। ଏଠାରେ କହିରଖୁଛୁ କି, ୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ନିଧନ ପରେ ପୁରୀ ସ୍ୱର୍ଗଦ୍ୱାରରେ ପ୍ରବାଦ ପୁରୁଷଙ୍କ ସମାଧି ନିର୍ମାଣ ହୋଇଥିଲା।

    ସ୍ୱର୍ଗଦ୍ୱାର ପୁରୀର ଦକ୍ଷିଣ ପଶ୍ଚିମକୁ ବଙ୍ଗୋପସାଗର କୂଳରେ କାହିଁ କେଉଁ କାଳରୁ ରହି ଅସିଛି। ବର୍ତ୍ତମାନ ଏହା ଏକ ଏକର ପରିମିତ ସ୍ଥାନରେ ବ୍ୟାପ୍ତ ଥିବା ବେଳେ ଏହାର ଆଖପାଖର ପ୍ରାୟ ୧୫ ଏକର ଜମି ରହିଛି। ଏହା ହେଉଛି ଓଡିଆଙ୍କ ମୋକ୍ଷର ବାଟ ବୋଲି ବିଶ୍ୱାସ ରହିଛି। ଏହି ସ୍ଥାନକୁ ମା’ କାଳୀ ଜଗୁଥିବା କୁହାଯାଏ।

  • ଆରମ୍ଭ ହେଲା କି ଶୀତଳ ଯୁଦ୍ଧ, କାହିଁକି ଓବାମା ଯାଇପାରିବେ ନାହିଁ ଆଉ ରୁଷ ?

    ଆରମ୍ଭ ହେଲା କି ଶୀତଳ ଯୁଦ୍ଧ, କାହିଁକି ଓବାମା ଯାଇପାରିବେ ନାହିଁ ଆଉ ରୁଷ ?

    ଆମେରିକାକୁ ନେଇ ରୁଷ ତାର କଡା ଆଭିମୁଖ୍ୟ ଦେଖାଇଛି । ରୁଷ ଆଉ ଆମେରିକା ମଧ୍ୟରେ ଥିବା ତିକ୍ତତା କାହାକୁ ଅଛପା ନାହିଁ । ଦୁଇ ଦେଶ ମଧ୍ୟରେ ବାରମ୍ବାର ଚୀନ ଏବଂ ଅନ୍ୟାନ୍ୟ ଦେଶକୁ ପରିସ୍ଥିତି ବିଗିଡିଛି । ଆଉ ଏବେ ରୁଷ ଏକ ବଡ ପଦକ୍ଷେପ ନେଇଛି । ରୁଷ କହିଛି ଏଣିକି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷ ମନା । ରୁଷ ଯିବା ଉପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ପ୍ରତିବନ୍ଧକ ଲାଗିଛି । ଖାଲି ଓବାମା ନୁହନ୍ତି ତାଙ୍କ ସହ ୫୦୦ ଜଣ ଅନ୍ୟ ଆମେରିକା ନାଗରିକଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗିଛି ।

    ଆମେରିକା ତରଫରୁ ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ଜବାବ ଦେଇ ରୁଷ ସରକାର ଏପରି ନିଷ୍ପତି ନେଇଛନ୍ତି । ଆପଣ ଜାଣିଛନ୍ତି ଦୀର୍ଘ ଦିନ ଧରି ଆମେରିକା ଓ ରୁଷିଆ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି । ପରିସ୍ଥିତି ସେତେବେଳେ ଆହୁରି ଜଟିଳ ହୋଇଥିଲା ଯେତେବେଳେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ କରିଥିଲା । ଯୁଦ୍ଧ ପରଠାରୁ ଆମେରିକା ରୁଷ ଉପରେ ଉଭୟ କୂଟନୈତିକ ଓ ଅର୍ଥନୈତିକ ଚାପ ମଧ୍ୟ ଅନେକ ଥର ପକାଇଛି ।

    ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ୟୁକ୍ରେନକୁ ଯୁଦ୍ଧରେ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ଅନେକ ଥର ଅଭିଯୋଗ ଆଣିଛି ରୁଷ । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ରୁଷ ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ଓ ତାଙ୍କ ସହ ଯାଉଥିବା ଗଣମାଧ୍ୟମକୁ ଆମେରିକା ଯାତ୍ରା ପାଇଁ ଭିସା ଦେବାକୁ ଗତ ମାସରେ ଆମେରିକା ମନା କରିଦେଇଥିଲା । କେବଳ ସେତିକି ନୁହେଁ ଶୁକ୍ରବାର ଦିନ ଆମେରିକା ଅନେକ ରୁଷ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ବ୍ୟାନ୍ କରିଥିଲା । ଏହାପରେ ପ୍ରତିଶୋଧ ନେବା ପାଇଁ ମସ୍କୋ ଅନାଇ ବସିଥିଲା । ସେହିପରି ବାଇଡେନ୍ ପ୍ରଶାସନ ନିୟମିତ ଭାବେ ରୁଷ ବିରୋଧରେ କଟକଣା ଜାରି ରଖିଛି । ଯାହାର ଜବାବ ଦେବାକୁ ଯାଇ ଏବେ କାଯ୍ୟାନୁଷ୍ଠାନ ନେଇଥିବା କହିଛି ରୁଷ ମନ୍ତ୍ରାଳୟ । ତେଣୁ ଏ ବିବାଦ କେତେବାଟ ଆଗେଇ ପାରେ ତାହା ଉପରେ ସମସ୍ତଙ୍କ ନଜର । କାରଣ ଆଜି ବି ଲକମାନେ ଆମେରିକା-ରୁଷିଆ ଭିତରେ ହୋଇଥିବା ଶୀତଳ ଯୁଦ୍ଧକୁ ଭୁଲିପାରି ନାହାନ୍ତି ।

  • ଜାଣିଛନ୍ତି କି ଆମ ମୁଖ୍ୟମନ୍ତ୍ରୀଙ୍କ ପାଖେ କେତେ ଟଙ୍କା ରହିଛି?

    ଜାଣିଛନ୍ତି କି ଆମ ମୁଖ୍ୟମନ୍ତ୍ରୀଙ୍କ ପାଖେ କେତେ ଟଙ୍କା ରହିଛି?

    ମୁଖ୍ୟମନ୍ତ୍ରୀ ଦେଇଥିବା ସତ୍ୟପାଠ ଅନୁଯାୟୀ ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୭୦ ଲକ୍ଷ ଟଙ୍କା, ଭୁବନେଶ୍ବରର ଏସ୍‌ବିଆଇରେ ୨୦ ଲକ୍ଷ ୮୭ ହଜାର, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ୍‌ ଏସ୍‌ବିଆଇରେ ୭ ହଜାର ଓ ଅନ୍ୟ ଏକ ଆକାଉଣ୍ଟ୍‌ରେ ୧୪ ହଜାର ଟଙ୍କା ରହିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୧ କୋଟି ଟଙ୍କାର ଫିକ୍ସ୍‌ଡ୍‌ ଡିପୋଜିଟ୍‌ ରହିଛି। ଏହା ବାଦ୍ ୯ କୋଟି ଟଙ୍କାର ଆର୍‌ବିଆଇ ବଣ୍ଡ୍‌ ଓ ପୋଷ୍ଟ୍‌ ଅଫିସ୍‌ରେ ଦେଢ଼ କୋଟି ଟଙ୍କାର ଟର୍ମ ଡିପୋଜିଟ୍‌ ରହିଛି। ଦିଲ୍ଲୀ ଲୋଧି ରୋଡ୍‌ର ପୋଷ୍ଟ ଅଫିସ୍‌ରେ ୬ ଲକ୍ଷ ୯୬ ହଜାର ଟଙ୍କା ରହିଛି।

    ସେହିପରି ନବୀନଙ୍କ ପାଖରେ ସାଢ଼େ ତିନି ଲକ୍ଷ ଟଙ୍କାର ସୁନା ଗହଣା ଥିଲା ବେଳେ ୧୯୮୦ ମସିହାର ଏକ ଆମ୍ବାସଡର୍‌ କାର୍‌ ରହିଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ସେୟାର ଅଛି, ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ହେବ। ଦିଲ୍ଲୀର ଏପିଜେ ଅବଦୁଲ୍‌ କଲାମ୍‌ ରୋଡ୍‌ରେ ଥିବା ସମ୍ପତ୍ତିରେ ନବୀନଙ୍କର ୫୦ ପ୍ରତିଶତ ସେୟାର ରହିଛି। ଏହାର ବର୍ତ୍ତମାନର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାରଟଙ୍କା ହେବ। ନବୀନଙ୍କର ଉପରେ କିଛି ଋଣ ଭାର ନାହିଁ ବୋଲି ତଥ୍ୟ ପ୍ରକାଶ ପାଇଛି ।

  • ରିଜର୍ଭ ବ୍ୟାଙ୍କ ସାଇଟ କ୍ରାସ

    ରିଜର୍ଭ ବ୍ୟାଙ୍କ ସାଇଟ କ୍ରାସ

    ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇର ଆଧିକାରିକ ୱେବ ସାଇଟର ଟ୍ରାଫିକ ଜାମ ହୋଇଯାଇଛି। ଫଳରେ ୱେବ ସାଇଟ ଡାଉନ ହୋଇଯାଇଛି। ସକାଳୁ ସକାଳୁ ଆରବିଆଇର ୱେବ ସାଇଟ ସମ୍ପୂର୍ଣ୍ଣ ଡାଉନ ହୋଇଯାଇଥିବା ଦେଖିବାକୁ ମିଳିଛି। ଲୋକଙ୍କ ଭିତରେ ଚାଞ୍ଚଲ୍ୟ ଖେଳିଗଲା। ଫଳରେ ବହୁ ସଂଖ୍ୟାରେ ଲୋକ ୱେବ ସାଇଟ ସର୍ଚ୍ଚ କରିବା ଅରମ୍ଭ କରିଦେଇଥିଲେ। ମାତ୍ରାଧିକ ବ୍ୟବହାର ଦ୍ୱାରା ପୂରା ଠପ ଅବସ୍ଥାକୁ ଚାଲି ଆସିଛି ସାଇଟ।

    ତେବେ ଏତେ ଭୟଭୀତ ହେବାର କାରଣ କିଛି ନାହିଁ। ଆପଣଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ ସୁରକ୍ଷିତ ଅଛି। ଟଙ୍କା କୁ ଅନ୍ୟ ନୋଟରେ ପରିବର୍ତ୍ତନ କରିବାକୁ ମଧ୍ୟ ସରକାର ପର୍ଯ୍ୟାପ୍ତ ସମୟ ଦେଇଛନ୍ତି। ବଜାରରେ ଏହି ଟଙ୍କାର ପ୍ରଚଳନ ବନ୍ଦ  ହେଲେ ମଧ୍ୟ ବ୍ୟାଙ୍କକୁ ଯାଇ ଏହାକୁ ୨୦୨୩ ସେପ୍ଟେମ୍ବର ୩୦ ଭିତରେ ବଦଳାଇ ପାରିବେ ବା ଜମା କରି ପାରିବେ। ଏଥିପାଇଁ ଏକ ସୀମା ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ଥରରେ ୧୦ଟି ୨୦୦୦ ଟଙ୍କା ବଦଳାଇ ପାରିବେ। ଏହା ବ୍ୟତୀତ ଆରବିଆଇ ସମସ୍ତ ବ୍ୟାଙ୍କକୁ ୨୦୦୦ ଟଙ୍କିଆ ନୋଟ ଉପଭୋକ୍ତାଙ୍କୁ ଦେବା ପ୍ରକ୍ରିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ୨୦୧୬ ନୋଟବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ବଜାରକୁ ୨୦୦୦ ଟଙ୍କିଆ ନୂଆ ନୋଟର ଚଳନି ଆରମ୍ଭ କରିଥିବା ବେଳେ ୨୦୧୮-୨୦୧୯ରେ  ବଜାରକୁ ୩୩ ହଜାର ୬୩୦ଲକ୍ଷ ୨ହଜାରଟି ଟଙ୍କିଆ ନୋଟ ବା ଛଡା ଯାଇଥିଲା, ଯାହାର ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା।  ନୋଟ ବନ୍ଦୀ ପରେ ସରକାର ଦ୍ୱାରା ତରବରିଆ ଭାବେ ଏହି ନୋଟ ପ୍ରଚଳନ କରାଯାଇ ଏହା ନକଲି ଓ କଳାବଜାରୀ ରୋକିବାରେ ସହାୟକ ହେବ ବୋଲି କୁହାଯାଇଥିଲା।  କିନ୍ତୁ ୨୦୧୮-୨୦୧୯ରୁ ଏହି ଶ୍ରେଣୀର ମୁଦ୍ରଣ ବନ୍ଦ କରାଯାଇଥିଲା। ସେହିପରି ୨୦୨୦ରେ ମଧ୍ୟ ଏହି ଶ୍ରେଣୀର ନୋଟର ମୁଦ୍ରଣ ହୋଇ ନ ଥିବା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ୨୦୨୧ରେ ଲୋକସଭାରେ  ସୂଚନା ଦେଇଥିଲେ । ରିଜର୍ଭ ବ୍ୟାଙ୍କ ମଧ୍ୟ ତାର ବାର୍ଷିକ ରିପୋର୍ଟରେ ସ୍ପଷ୍ଟ କରିଥିଲା କି ୨୦୧୮ ପରଠାରୁ ଏହି ଶ୍ରେଣୀର ନୋଟ ଛପା ଯାଇନାହିଁ।

    ସରକାର କଳା ଧନ ବାହାର କରିବାକୁ ଏହି ନୋଟର ଚଳନରୁ ବାଦ ଦେଇଥିବା କୁହାଯାଉଛି। ଏପରି କରିବା ଦ୍ୱାରା ଅଧିକ କଳା ଧନ ବାହାରକୁ ଆସିବ ଓ ଭ୍ରଷ୍ଟାଚାର ଉପରେ ନିୟନ୍ତ୍ରଣ ଅଣାଯାଇ ପାରିବ। କାରଣ ଏହି ଶ୍ରେଣୀର ଗଚ୍ଛିତ ଟଙ୍କା ବିଭିନ୍ନ ସମୟରେ ଇଡି ଚଢାଉ କାଳରେ ବାହାରକୁ ଆସିଛି। ସେ ଶିକ୍ଷକ ଭର୍ତ୍ତି ମାମଲାରେ ଟିଏମସିର ମନ୍ତ୍ରୀ ହୁଅନ୍ତୁ, ଅବା କର୍ଣ୍ଣାଟକ ବିଜେପିର ବିଧାୟକ। ଏମାନଙ୍କ ଘରେ ଚଢାଉ କାଳରେ ବିପୁଳ ପରିମାଣର ୨୦୦୦ ଟଙ୍କା ଜବତ ହୋଇଛି। ସେହିପରି ବିଭିନ୍ନ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଚଢାଉ କାଳରେ ମଧ୍ୟ ଅଧିକ ଏହି ଶ୍ରେଣୀର ନୋଟ ମିଳିଛି। ତେଣୁ ଏହି ଶ୍ରେଣୀର ଟଙ୍କାକୁ ବନ୍ଦ କରି ସରକାର ଲୁଚାଇ ରଖାଯାଇଥିବା ମୋଟା ଅଙ୍କକୁ ବାହାରକୁ ଆଣିବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଉଛି।  

  • ୨୦୦୦ ଟଙ୍କାର ନୋଟ ଥିଲେ ଶୀଘ୍ର ବଦଳାଇ ନିଅନ୍ତୁ

    ୨୦୦୦ ଟଙ୍କାର ନୋଟ ଥିଲେ ଶୀଘ୍ର ବଦଳାଇ ନିଅନ୍ତୁ

    ଇତିହାସ ହେବାକୁ ଯାଉଛି ୨୦୦୦ ଟଙ୍କିଆ ନୋଟ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ବଜାରରୁ ଉଠାଇ ନେବାକୁ ହେଇଛି ବଡ ନିଷ୍ପତ୍ତି। ଏନେଇ ଶୁକ୍ରବାର ରାତିରେ ଆରବିଆଇ ଘୋଷଣା କରିଛି। ଏହି ଘୋଷଣା ପରେ ୨୦୦୦ ଟଙ୍କିଆ ନୋଟ ଗଚ୍ଛିତ କରି ରଖିଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଚଡକ ପଡିଥିବ। ତେବେ ଏହି ନୋଟର ପ୍ରଚଳନ ବଜାରରେ ନ ହେଲେ ମଧ୍ୟ ଏହାକୁ ବଦଳାଯାଇପାରିବ।

    ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ଉଠାଇ ନେବାକୁ ଘୋଷଣା କରିଥିଲେ ମଧ୍ୟ ଏହି ଟଙ୍କାକୁ ବଦଳାଇବାକୁ ଦେଇଛି ମହଲତ।  ମେ ୨୩ ତାରିଖରୁ ନିଜ ପାଖରେ ୨୦୦୦ ଟଙ୍କିଆ ନୋଟ ଥିଲେ ଏହାକୁ ବ୍ୟାଙ୍କକୁ ଯାଇ ବଦଳାଇବାର ପ୍ରାବଧାନ ମଧ୍ୟ ରହିଛି। ମେ ୨୩ରୁ ସେପ୍ଟମ୍ବର ଶେଷ ତାରିଖ ସୁଦ୍ଧା ଯେକୌଣସି ବ୍ୟାଙ୍କକୁ ଯାଇ ବଦଳାଇ ହେବ। ତେବେ ଏଥିରେ ରହିଛି ଏକ ସର୍ତ୍ତ। ଜଣେ ବ୍ୟକ୍ତି ଏକକାଳୀନ ୨୦,୦୦୦ ପର୍ଯ୍ୟନ୍ତ ବଦଳାଇପାରିବେ। 

    ୨୦୧୬ ନୋଟବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ବଜାରକୁ ୨୦୦୦ ଟଙ୍କିଆ ନୂଆ ନୋଟର ଚଳନି ଆରମ୍ଭ କରିଥିବା ବେଳେ ୨୦୧୮-୨୦୧୯ରେ  ବଜାରକୁ ୩୩ ହଜାର ୬୩୦ଲକ୍ଷ ୨ହଜାରଟି ଟଙ୍କିଆ ନୋଟ ବା ଛଡା ଯାଇଥିଲା, ଯାହାର ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା।  ନୋଟ ବନ୍ଦୀ ପରେ ସରକାର ଦ୍ୱାରା ତରବରିଆ ଭାବେ ଏହି ନୋଟ ପ୍ରଚଳନ କରାଯାଇ ଏହା ନକଲି ଓ କଳାବଜାରୀ ରୋକିବାରେ ସହାୟକ ହେବ ବୋଲି କୁହାଯାଇଥିଲା।

    କିନ୍ତୁ ଯେତିକି ଟଙ୍କା ବଜାରକୁ ଛଡାଗଲା, ତାହାର ଦର୍ଶନ ସାଧାରଣ ଲୋକଙ୍କୁ ମିଳିନଥିଲା। କାରଣ ୨୦୧୮-୨୦୧୯ରୁ ଏହି ଶ୍ରେଣୀର ମୁଦ୍ରଣ ବନ୍ଦ କରାଯାଇଥିଲା। ସେହିପରି ୨୦୨୦ରେ ମଧ୍ୟ ଏହି ଶ୍ରେଣୀର ନୋଟର ମୁଦ୍ରଣ ହୋଇ ନ ଥିବା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ୨୦୨୧ରେ ଲୋକସଭାରେ  ସୂଚନା ଦେଇଥିଲେ ।

    ରିଜର୍ଭ ବ୍ୟାଙ୍କ ମଧ୍ୟ ତାର ବାର୍ଷିକ ରିପୋର୍ଟରେ ସ୍ପଷ୍ଟ କରିଥିଲା କି ୨୦୧୮ ପରଠାରୁ ଏହି ଶ୍ରେଣୀର ନୋଟ ଛପା ଯାଇନାହିଁ। ଟଙ୍କା ଯେମିତି ବଜାରକୁ ଆସିଥିଲା ସେମିତି ହଜିଗଲା। ଅନେକ ଏହି ନୋଟର ଦର୍ଶନ ମଧ୍ୟ ପାଇ ନ ଥିଲେ। ସରକାର କଳାବଜାରୀ, ଦୁର୍ନୀତି ରୋକିବାକୁ ଏହାର ପ୍ରଚଳନ କରିଥିବା କହିଥିଲେ ମଧ୍ୟ ଏହି ଶ୍ରେଣୀର ନୋଟରେ ହୋଇଛି ସର୍ବାଧିକ ଘୋଟାଲା। କାରଣ ୧୦୦ ଟଙ୍କିଆ ୨୦ଟି ନୋଟ ବା ୫୦୦ ଟଙ୍କାର ୪ଟି ନୋଟର ସ୍ଥାନ ନେଇଥିଲା ଗୋଟିଏ ୨୦୦୦ଟଙ୍କାର ନୋଟ, ଯାହାକୁ ଗଚ୍ଛିତ କରିବା ସହଜ ଥିଲା। ଏହା ଇଡିର ରେଡ ସମୟରେ ବିଭିନ୍ନ ଧନୀକ, ରାଜନେତା, ଅଧିକାରୀଙ୍କ ଘରୁ ଜବତ ଟଙ୍କାରୁ ଜଣାପଡିଛି। ଟେବୁଲ ତଳ କାମ ପାଇଁ ୨୦୦୦ ଟଙ୍କା ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି।