Author: suchanatv24x7

  • କର୍ଣ୍ଣାଟକ ବିଧାନସଭା ଶୁଦ୍ଧିକରଣ କଲା କଂଗ୍ରେସ

    କର୍ଣ୍ଣାଟକ ବିଧାନସଭା ଶୁଦ୍ଧିକରଣ କଲା କଂଗ୍ରେସ

    କର୍ଣ୍ଣାଟକ କଂଗ୍ରେସର କାର୍ଯ୍ୟକୁ ନେଇ ଜୋରଦାର ଚର୍ଚ୍ଚା ସାରା ଦେଶରେ।  ଯୋଗୀଙ୍କ ବାଟରେ ସିଦ୍ଧରମେୟା। ବିଧାନସଭା ଭିତରକୁ ପ୍ରବେଶ କରିବା ଆଗରୁ ବିଧାନସଭାକୁ ରାଜ୍ୟ କଂଗ୍ରେସ କରି ଶୁଦ୍ଧ। ଯେମିତି ଯୋଗୀ ଆଦିତ୍ୟନାଥ ତାଙ୍କ ବିଧାନସଭାକୁ ଗଙ୍ଗା ଜଳରେ ଶୁଦ୍ଧ କରିଥିଲେ। କିନ୍ତୁ ଆଜି କର୍ଣ୍ଣାଟକ କଂଗ୍ରେସ କର୍ମୀମାନେ ଗୋମୂତ୍ର ସିଞ୍ଚନ କରି ରାଜ୍ୟ ବିଧାନସୌଧ ପରିସର ଶୁଦ୍ଧିକରଣ କରିଛନ୍ତି। ଏହି ବିଧାନସଭା ଶୁଦ୍ଧିକରଣର ଖବର ଓ ଭିଡିଓ ଏଏନ୍ଆଇ ଦେଇଛି। ରିପୋର୍ଟ ସହିତ ‘ଏଏନ୍‌ଆଇ’ ଏହି ଦୃଶ୍ୟର ଏକ ଭିଡିଓ ମଧ୍ୟ ସେୟାର୍‌ କରିଛି।

    ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଛି। ସୋମବାର ଠାରୁ  କର୍ଣ୍ଣାଟକ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟ କଂଗ୍ରେସ ବିଧାନସଭା ଭିତରକୁ ପ୍ରବେଶ କରିବା ପୂର୍ବରୁ ରିଷ୍ଠ ଖଣ୍ଡନ କରିବାକୁ ବୋଧେ ଗୋମୂତ୍ରରେ ଶୁଦ୍ଧିକରଣ କରିଥିଲା ଓ ଏହା ପରେ ଭିତରକୁ ପ୍ରବେଶ କରିଥିଲା। କର୍ଣ୍ଣାଟକର ପ୍ରଥମ  ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ମେ ୨୪ ପର୍ଯ୍ୟନ୍ତ ଅର୍ଥାତ୍ ମାତ୍ର ୩ ଦିନ ପାଇଁ ଚାଲିବ।  ବରିଷ୍ଠ କଂଗ୍ରେସ ନେତା ଆର୍‌. ଭି. ଦେଶପାଣ୍ଡେ ଏହି ଅଧିବେଶନର କାମଚଳା ବାଚସ୍ପତି ହେବେ।

    ଏହି ଅଧିବେଶନରେ ସମସ୍ତ ୨୨୪ ନବନିର୍ବାଚିତ ବିଧାୟକଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି। ଆଜି ଆରଭି ଦେଶପାଣ୍ଡେ ବିଧାୟକମାନଙ୍କୁ ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା, ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର, ମନ୍ତ୍ରୀଙ୍କ ମଧ୍ୟରେ ଜି ରାମେଶ୍ବର, କେ ଏଚ ମୁନ୍ନିୟାପ୍ପା, ଏମ ବି ପାଟିଲ, କେ ଜେ ଜର୍ଜ, ସତିଶ ଜାରକିହୋଲି, ପ୍ରିୟଙ୍କା ଖର୍ଗେ ପ୍ରଥମ ପର୍ଯ୍ୟାୟରେ ଶପଥପାଠ କରିଛନ୍ତି।

    ଉଲ୍ଲେଖଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କର୍ଣ୍ଣାଟକ କଂ‌ଗ୍ରେସ ସଭାପତି ଡି. କେ. ଶିବକୁମାର ଚଳିତ ବର୍ଷ ଜାନୁଆରି ମାସରେ କହିଥିଲେ ଯେ, ଗୋମୂତ୍ରରେ ବିଧାନସୌଧ ଶୁଦ୍ଧ କରିବାର ସମୟ ଉପସ୍ଥିତ ହୋଇଛି। ବିଧାନସୌଧକୁ ପବିତ୍ର କରିବା ଲାଗି ଆମେ କେତେକ ବିସ୍ତୃତ ବିବରଣୀ ନେଇ ଆସିବୁ। ପବିତ୍ରୀକରଣ ଲାଗି ମୋ ପାଖରେ ବି କିଛି ଗଙ୍ଗାଜଳ ଅଛି। ‘ବିଜେପି’ ଶାସନ କାଳର ଦୁର୍ନୀତି ଯୋଗୁଁ ବିଧାନସଭା ଦୂଷିତ ହୋଇଯାଇଛି ବୋଲି ଶିବକୁମାର ଅଭିଯୋଗ କରିଥିଲେ।

    ଅଧିବେଶନ ଆରମ୍ଭରେ ଦେଶପାଣ୍ଡେ କହିଛନ୍ତି, “ଆମେ ସମସ୍ତେ ନିର୍ବାଚିତ ହୋଇ କର୍ଣ୍ଣାଟକର ଲୋକଙ୍କ ଆଶୀର୍ବାଦ ନେଇ ଏଠାକୁ ଆସିଛୁ। କିଛି ବରିଷ୍ଠ ନେତା ଅଛନ୍ତି ଏବଂ ମୁଁ ମଧ୍ୟ କିଛି ନୂଆ ଚେହେରା ଦେଖିପାରୁଛି। ରାଜ୍ୟର ସର୍ବାଙ୍ଗିନ ବିକାଶ ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ।  ରାଜନୈତିକ  ମତଭେଦ ସତ୍ତ୍ୱେ, ରାଜ୍ୟର ବିକାଶ ଏବଂ ପ୍ରଗତି ପାଇଁ, ଆମ ସମସ୍ତଙ୍କୁ ମିଳିତ ଭାବେ କାମ କରିବାକୁ ପଡ଼ିବ, ଏକ କନ୍ନଡ ରାଜ୍ୟ, ଯାହାକି ସମୃଦ୍ଧ, ଏବଂ ସମସ୍ତ ବର୍ଗର ଲୋକମାନେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନ କରୁଛନ୍ତି ବୋଲି ସେ କହିଛନ୍ତି।

    ଶନିବାର ଦିନ ସିଦ୍ଧରମେୟା ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଡି ଶିବକୁମାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ବ୍ୟତୀତ ଆଉ ୮ ଜଣଙ୍କ ଶପଥପାଠ ହୋଇଥିଲା।

  • ଜିରୋ ଟ୍ରାଫିକ ନିୟମକୁ ପ୍ରତ୍ୟାଖ୍ୟାନ କଲେ ସିଦ୍ଧରମେୟା

    ଜିରୋ ଟ୍ରାଫିକ ନିୟମକୁ ପ୍ରତ୍ୟାଖ୍ୟାନ କଲେ ସିଦ୍ଧରମେୟା

    ସାଧାରଣତଃ କୌଣସି ବିଶିଷ୍ଠ ବ୍ୟକ୍ତି, ରାଜନେତାଙ୍କୁ ଉପହାର ଦେବାର ଆମର ଚଳଣି ରହିଛି। ଏହି ଉପହାରରେ କିଏ ଫୁଲ ତୋଡା ଦେଇଥାନ୍ତି ତ ପୁଣି କିଏ ଦେଇଥାନ୍ତି ସାଲ, ଅବା କୌଣସି ଦାମୀ ଜିନିଷ। କିନ୍ତୁ ଏମିତି ଉପହାରକୁ ମନା କରିଦେଇଛନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ସିଦ୍ଧରମେୟା। ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଓ ନିଜ ନିଷ୍ପତ୍ତି ସମ୍ପର୍କରେ ଟୁଇଟ କରି ସମସ୍ତଙ୍କୁ ଜଣାଇଦେଇଛନ୍ତି।

    ସିଦ୍ଧରମେୟା ଟୁଇଟରେ ଉଲ୍ଳେଖ କରିଛନ୍ତି କି, ସମ୍ମାନ ଜଣାଇବାକୁ ଲୋକଙ୍କ ଦ୍ୱାରା ଦିଆଯାଉଥିବା ଫୁଳ ଓ ସାଲ ଆଉ ଗ୍ରହଣ କରିବି ନାହିଁ।  ଲୋକେ ଶ୍ରଦ୍ଧା ଓ ସମ୍ମାନ ଜଣାଇବାକୁ ଚାହୁଁଥିଲେ ମୋତେ ଫୁଳ ତୋଡା ଓ ସାଲ ବଦଳରେ ପୁସ୍ତକ ଉପହାର ଦିଅନ୍ତୁ। ଆପଣଙ୍କ ସ୍ନେହ ସମ୍ମାନ ମୋ ପ୍ରତି ରହିଥାଉ, କିନ୍ତୁ ଏସବୁ ଜିନିଷ ନେବି ନାହିଁ। ଏହା ବ୍ୟକ୍ତି ବିଶେଷ ଓ ସାଧାରଣ କାର୍ଯ୍ୟକ୍ରମ ପାଇଁ ଲାଗୁ ହେଉଛି।  ଖାଲି ଏତିକି ନୁହେଁ, ସେ ଆଉ ଏକ ବଡ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ତାଙ୍କ ଯାତ୍ରା ପାଇଁ ସାଧାରଣ ଜନତା ଯେମିତି ଅସୁବିଧାରେ ନ ପଡିବେ ସେ ନେଇ ସେ ବେଙ୍ଗାଲୁରୁ ପୋଲିସକୁ ଏକ ନିର୍ଦ୍ଦେଶ ଦେଇଛନ୍ତି।

    ଟୁଇଟ କରି ସିଦ୍ଧରମେୟା କହିଛନ୍ତି, ତାଙ୍କ ପାଇଁ ଥିବା ଜିରୋ ଟ୍ରାଫିକ ନିୟମ ସେ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ସେ ବେଙ୍ଗାଲୁରୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ସେ ଚାହଁନ୍ତି ନି କି ତାଙ୍କ ପାଇଁ ସାଧାରଣ ଜନତା ଅସୁବିଧାରେ ପଡନ୍ତୁ, ସେମାନଙ୍କର ଯାତାୟାତା ବାଧାପ୍ରାପ୍ତ ହେଉ।  ସିଦ୍ଧରମେୟାଙ୍କା ଏହି ଦୁଇଟି ନିଷ୍ପତ୍ତି ନିଶ୍ଚିତ ପକ୍ଷେ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ। ତେବେ ଏହାକୁ କେବଳ ଲୋକଙ୍କ ନିକଟରେ ନିଜ ମହାନତା ଦେଖାଇବା ଭିତରେ ସୀମିତ ନ ରଖି ଆଗକୁ ନେଲେ ନିଶ୍ଚିତ ରୂପେ ଅନେକଙ୍କ ପାଇଁ ଉଦାହରଣ ହେବ।

    ସୂଚନାଯୋଗ୍ୟ, ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ମେ ୨୦ ତାରିଖରେ ଶପଥ ନେଇଥିଲେ ସିଦ୍ଧରମୈୟା । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ  ଡି.କେ ଶିବକୁମାର ଓ ଆହୁରି ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ଏହି ଭବ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ।

    ଚଳିତ ନିର୍ବାଚନରେ ବିଜେପିକୁ ମାତ ଦେବାରେ ସିଦ୍ଧରମେୟାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ରାଜ୍ୟ କଂଗ୍ରେସର ଜଣେ ପୁରୁଖା ଓ ଅଭିଜ୍ଞ ନେତା। ତେବେ ଡିକେ ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିଲା ଟଣାଓଟରା । ତେବେ ଶିବକୁମାର ସୋନିଆଙ୍କ ଚାପରେ ଆସି ନିଜ ଜିଦିରୁ ଓହରିବାକୁ ବାଧ୍ୟ ହୋଇଥିଲେ ଓ  ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ମନ୍ତ୍ରିମଣ୍ଡଳ ଗଠନ ହେଲା ।    

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ ହୋଇଥିବା ପାଓ୍ବାର କଟ୍ ର ପ୍ରତିବାଦ କରିଛି ରାଇରଙ୍ଗପୁର ବିଜେପି

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ ହୋଇଥିବା ପାଓ୍ବାର କଟ୍ ର ପ୍ରତିବାଦ କରିଛି ରାଇରଙ୍ଗପୁର ବିଜେପି

    ରାଷ୍ଟ୍ରପତି ଷ୍ଟେଜ ଉପରେ ଭାଷଣ ଦେଉଥିଲେ ଆଉ ହଠାତ କଟିଯାଇଥିଲା ବିଜୁଳି । ଯାହାକୁ ନେଇ ପ୍ରଶ୍ନ ଘେରରେ ଛନ୍ଦି ହୋଇପଡିଥିଲେ ରାଜ୍ୟ ସରକାର । ଆଉ ଏହାର ପ୍ରତିବାଦ କରିଛି ବିଜେପି । ରାଇରଙ୍ଗପୁରରେ ବିଜେପି ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

    ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତ ମେ ମାସ ୬ ତାରିଖ ଦିନ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଉଥିଲେ । ଆଉ ସେହି ସମୟରେ ୯ ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ କଟି ଯାଇଥିଲା । ଏହାପରେ ଅନ୍ଧାରରେ ମହାମହିମ ରାଷ୍ଟ୍ରପତି ଭାଷଣ ଦେଇଥିଲେ । ଯାହାକି ଅତି ନିନ୍ଦନୀୟ ଥିଲା । ଏଥିପାଇଁ ରାଜ୍ୟ ସରକାର ପୋଲିସ ପ୍ରଶାସନ, ଶ୍ବବିଦ୍ଯାଳୟ କତୃପକ୍ଷ, ଇଡକୋ ଏବଂ ଟିପିଏନଓଡିଏଲ ବିରୁଦ୍ଧରେ ତଦନ୍ତ ଜାରି ରଖିଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

    ଏହାକୁ ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଏକ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଯେଉଁଥିରେ ବସ ସେବା ସହିତ ପରିବହନ ସଂପୁର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ସରକାରୀ କାର୍ଯ୍ୟାଳୟ, ଦୋକାନ ତଥା ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ହୋଇଛି ।

  • ୨୦୨୩ ଶେଷ ସୁଦ୍ଧା ଡାକ୍ତର ପଦବୀ ପୂରଣ ହେବ: ନିରଞ୍ଜନ ପୂଜାରୀ

    ୨୦୨୩ ଶେଷ ସୁଦ୍ଧା ଡାକ୍ତର ପଦବୀ ପୂରଣ ହେବ: ନିରଞ୍ଜନ ପୂଜାରୀ

    ରାଜ୍ୟରେ ଅଧିକ ଡାକ୍ତରୀ ପଦବୀ ଖାଲି ପଡ଼ିଛି । ୨୦୨୩ ଶେଷ ସୁଦ୍ଧା ଏସବୁ ପୂରଣ ହେବ । ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ସ୍ୱାସ୍ଥ୍ୟ ବିଭାଗର ଉପଲବ୍ଧି ସମ୍ପର୍କରେ ସେ ସୂଚନା ଦେଇଛନ୍ତି ।

    ସରକାରୀ ମେଡିକାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି । BSKYରେ ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳୁଛି । ଏଥିପାଇଁ ମାସକୁ ୨୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସେହିପରି କର୍କଟ ରୋଗୀଙ୍କୁ ମାଗଣା କେମୋଥେରାପି ମିଳୁଛି । ସମୁଦାୟ ବଜେଟର ୭ ପ୍ରତିଶତ ହେଉଛି ସ୍ୱାସ୍ଥ୍ୟ ବଜେଟ୍ । ଗତ ୬ ବର୍ଷରେ ୮ଟି ନୂଆ ମେଡିକାଲ କଲେଜ ଖୋଲାଯାଇଛି ।

    ଡିସେମ୍ବର ସୁଦ୍ଧା ୮୦ ପ୍ରତିଶତ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇବେ । ସାର୍ବଜନୀନ ସ୍ୱାସ୍ଥ୍ୟ ସେବାର ଲକ୍ଷ୍ୟ ଧୀରେ ଧୀରେ ପୂରଣ ହେଉଛି । ଦେଶରେ ଶିଶୁ ମୃତ୍ୟୁ ରୋକିବାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ସେହିପରି ମାତୃ ମୃତ୍ୟୁହାର ରୋକିବାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଅନଲାଇନରେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ମିଳୁଥିବା ବେଳେ ଓପିଡି ପାଇଁ ଅନଲାଇନ୍ ବୁକିଂ ମଧ୍ୟ କରିହେଉଛି । ପଛୁଆ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଖୁବଶୀଘ୍ର ମେଡିକାଲ ଗୁଡ଼ିକରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

  • ବନ୍ଧୁକ ମୁନରେ ଲୁଟ କରିଥିବା ୫ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଆଳି ପୋଲିସ

    ବନ୍ଧୁକ ମୁନରେ ଲୁଟ କରିଥିବା ୫ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଆଳି ପୋଲିସ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପୋଲିସ ଆଜି ୫ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ମୋଟର ସାଇକେଲ,ବନ୍ଧୁକ, କଟୁରୀ ଆଦି ଜବତ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଓ ସୁନାଗହଣା ଉଦ୍ଧାର କରିଛି ପୋଲିସ । ଏହି ଲୁଟେରା ମାନେ କିଛିଦିନ ତଳେ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁରରେ ଡାକ୍ତର ବଂଶୀଧର ମହାପାତ୍ରଙ୍କ ଘରୁ ଡକାୟତି କରିଥିଲେ । ସେମାନଙ୍କ ଚେର କେତେବାଟ ଲମ୍ବିଛି ତାହା ପଚାଉଚୁରା କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି SDPO ସନ୍ଧ୍ୟାରାଣୀ ବେହୁରା ।

    ବାସ୍ତବରେ ଘଟଣାଟି ହେଉଛି ଗତ ୧୮ ତାରିଖ ରାତିର । ଡାକ୍ତର ବଂଶୀଧର ମହାପାତ୍ରଙ୍କ ପରିବାର ଲୋକେ ସେଦିନ ଘରେ ଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ଘରେ ପଶି ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହାପରେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେବା ସହିତ ଡାକ୍ତରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚିବାରୁ ଲୁଟେରା ମାନେ ଖସିପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ଗ୍ରାମବାସୀ । ପରେ ଏହି ରାକେଟକୁ ଗିରଫ କରିଛି ପୋଲିସ । ଏହି ରାକେଟର ଚେର ଆହୁରି ଅନେକ ବାଟ ଲମ୍ବିଥିବା ନେଇ ସୂଚନା ଦେଇଛି ପୋଲିସ ।

  • ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ନିନ୍ଦନୀୟ, କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ

    ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ନିନ୍ଦନୀୟ, କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ

    ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି । ବିଜେପି ସରକାର ବାରମ୍ବାର ସାମ୍ବିଧାନିକ ସୌଜନ୍ୟ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା କହିଛନ୍ତି ଖଡ଼ଗେ ।

    ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଅଟ୍ଟାଳିକା ଉଦ୍‌ଘାଟନ କରିବା ଲାଗି ଦିନ ଧାର୍ଯ୍ୟ ହୋଇଛି । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେବଳ ନିର୍ବାଚନ ପ୍ରତି ଦୃଷ୍ଟି ଦେଇ ମୋଦି ସରକାର ଦଳିତ ତଥା ଆଦିବାସୀ ସମ୍ପ୍ରଦାୟରୁ ଭାରତର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ଲାଗି ସୁନିଶ୍ଚିତ କରିଥିବା ପରି ମନେ ହେଉଛି । ଏପରିକି ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ମଧ୍ୟ ନୂତନ ସଂସଦ ଭବନ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇନଥିଲା ବୋଲି ଟ୍ୱିଟ୍ କରି କହିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂତନ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନାହିଁ । ଭାରତର ସଂସଦ, ଭାରତ ସାଧାରଣତନ୍ତ୍ରର ‌ସର୍ବୋଚ୍ଚ ବିଧାନ ପରିଷଦ । ରାଷ୍ଟ୍ରପତି ଏହାର ସର୍ବୋଚ୍ଚ ସାମ୍ବିଧାନିକ ଅଭିକର୍ତ୍ତା । ସେ ହିଁ ସର୍ବୋପରି ସରକାର ବିରୋଧୀ ଏବଂ ଭାରତର ପ୍ରତ୍ୟେକ ନାଗରିକଙ୍କର ପ୍ରତିନିଧିତ୍ୱ କରନ୍ତି । ସେ ହେଉଛନ୍ତି ଭାରତର ପ୍ରଥମ ନାଗରିକ । ହେଲେ ତାଙ୍କୁ ନିମନ୍ତ୍ରଣ କରାନଯିବା ନିନ୍ଦନୀୟ ବୋଲି ଖଡଗେ କହିଛନ୍ତି । ରାଷ୍ଟ୍ରପତି ନୂତନ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ କଲେ ତାହା ସାମ୍ବିଧାନିକ ସୌଜନ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ବୁଝାଇବ ।

  • ପୁଣି ମୋଦି ସରକାରକୁ ସତ୍ୟପାଳଙ୍କ ଟାର୍ଗେଟ

    ପୁଣି ମୋଦି ସରକାରକୁ ସତ୍ୟପାଳଙ୍କ ଟାର୍ଗେଟ

    ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ଟାର୍ଗେଟରେ ପୁଣି କେନ୍ଦ୍ର ସରକାର। ଜମ୍ମୁର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ପୁଲୱାମା ଆକ୍ରମଣକୁ ନେଇ ମୋଦି ସରକାରକୁ କରିଛନ୍ତି ଆକ୍ରମଣ । ୨୦୧୯ ଲୋକସଭା ନିର୍ବାଚନ ଯବାନଙ୍କ ମୃତଦେହ ଉପରେ ଲଢାଯାଇଥିଲା ପରି ସାଙ୍ଘାତିକ କଥା କହିଛନ୍ତି ସତ୍ୟପାଳ। ଆଗକୁ ଆହୁରି କହିଛନ୍ତି କି, ଯଦି ଏହା ଉପରେ ତଦନ୍ତ ହୋଇଥାନ୍ତା ତେବେ ଗୃହ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ହୋଇଥାନ୍ତା। ଅନେକ ଅଧିକାରୀ ଏବେ ଜେଲରେ ଥାନ୍ତେ। ଏହି ଘଟଣାକୁ ନେଇ ତେଜିଥାନ୍ତା ବିବାଦ ବୋଲି ସତ୍ୟପାଳ ରାଜସ୍ଥାନର ଅଲୱାରରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ କହିଛନ୍ତି।

    ସତ୍ୟପାଳ ଆହୁରି କହିଛନ୍ତି କି, ରବିବାର ଯେତେବେଳେ ଏହି ଘଟଣା ଘଟିଲା, ତାହା ଫେବୃଆରୀ ୧୪ ତାରିଖ ରବିବାର ଥିଲା ଓ ପିଏମ ସେତେବେଳେ ଜିମ କର୍ବେଟ ନାସନାଲ ପାର୍କରେ ସୁଟିଂରେ ବ୍ୟସ୍ତ ଥିଲେ। ସୁଟ ସାରି ଆସି ମୋତେ କଲ କରିଥିଲେ ଓ ମୁଁ ତାଙ୍କୁ ଜଣାଇଥିଲି କି, ଆମ ଯବାନମାନଙ୍କ ହତ୍ୟା କରାଯାଇଛି ଓ ସେମାନଙ୍କ ହତ୍ୟା ଆମ ଭୁଲ ପାଇଁ ହୋଇଛି। କିନ୍ତୁ ପିଏମ ମୋତେ ଚୁପ ରହିବାକୁ ଦେଇଥିଲେ ନିର୍ଦ୍ଦେଶ। ସାକ୍ଷାତକାରରେ ସତ୍ୟପାଳ କହିଥିଲେ, ସେନା ଗୃହ ବିଭାଗକୁ ଯବାନଙ୍କ ଶ୍ରୀନଗର ଯାତ୍ରା ପାଇଁ ବିମାନ ମାଗିଥିବା ବେଳେ ବିଭାଗ ଏହି ଦାବି ପୂରଣ କରିନଥିଲା। ବିମାନ ଦିଆଯାଇଥିଲେ ଯବାନଙ୍କୁ ସଡକ ପଥରେ ଯିବାର ଆବଶ୍ୟକତା ପଡିନଥାନ୍ତା।

    ଗତ କିଛି ଦିନ ହେବ ଲଗାତର କେନ୍ଦ୍ର ସରକାରକୁ ପୁଲୱାମା ପ୍ରସଙ୍ଗରେ ଟାର୍ଗେଟ କରିଚାଲିଛନ୍ତି ସତ୍ୟପାଳ। ଏହା ବ୍ୟତୀତ ସେ ଜମ୍ମୁ କାଶ୍ମୀରର ରାଜ୍ୟପାଳ ଥିବା ସମୟରେ ତାଙ୍କୁ କିପରି ବୀମା ଫାଇଲର ଆପ୍ରୁଭାଲ ପାଇଁ ୩୦୦ କୋଟି ଲାଞ୍ଚ ଅଫର କରାଯାଇଥିବା ନେଇ ମୁହଁ ଖୋଲୁଛନ୍ତି। ତେବେ ବିଜେପିରେ ଥାଇ ବିଜେପିକୁ ଟାର୍ଗେଟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କାରଣ ସରକାର ବିରୋଧରେ ଯିଏ ମୁହଁ ଖୋଲୁଛନ୍ତି ସେମାନଙ୍କ ଘର ଉପରେ ଇଡି, ଆଇଟି, ସିବିଆଇ ପରି କେନ୍ଦ୍ରୀୟ ଦଳର ରେଡ ଜାରି ରହିଛି।

    ଏମିତି କି କିଛି ଦିନ ପୂର୍ବରୁ ଦ ଓୟାରକୁ ଇଣ୍ଟର୍ଭ୍ୟୁ ଦେବା ଅବସରରେ ସେ ପୁଲୱାମା ଓ ମୋଦି ସରକାରର ଦୁର୍ନୀତି ପ୍ରୀତି ସମ୍ପର୍କରେ ମୁହଁ ଖୋଲିଥିଲେ। ଏହା ପରେ ସିବିଆଇର ସମନ ତାଙ୍କୁ ମିଳିଥିଲା ଅବଶ୍ୟ। ତେବେ ତାହା ତାଙ୍କ ଦ୍ୱାରା ହୋଇଥିବା ୩୦୦ କୋଟି ଲାଞ୍ଚ ମାମଲାର ଯାଞ୍ଚ ପାଇଁ ହୋଇଥିବା କୁହାଯାଇଥିଲା। ଏହି ସମନ ସତ୍ତ୍ୱେ ମଧ୍ୟ ସତ୍ୟପାଲ ନିରବ ବସିନଥିଲେ। ସେ ଆନ୍ଦୋଳନରତ କୃଷକ ପ୍ରତିନିଧିଙ୍କୁ ଭେଟିବା ସହ ଜନ୍ତରମନ୍ତରରେ ରେସଲରଙ୍କ ଆନ୍ଦୋଳନରେ ସାମିଲ ହୋଇ ସେମାନଙ୍କୁ ସମର୍ଥନ ଜଣାଇଥିଲେ।

  • ରାଜ୍ୟ କ୍ୟାବିନେଟ୍ ସଂପ୍ରସାରଣ: ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା କେଉଁ ବିଭାଗ

    ରାଜ୍ୟ କ୍ୟାବିନେଟ୍ ସଂପ୍ରସାରଣ: ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା କେଉଁ ବିଭାଗ

    ଶପଥ ଗ୍ରହଣ କରିବା ପରେ ନୂଆ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦିଆଯାଇଥିଲା ବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି । ଅନ୍ୟ କୌଣସି ମନ୍ତ୍ରୀଙ୍କ ବିଭାଗ ବଦଳି ନାହିଁ ।

    ନିରଞ୍ଜନ ପୂଜାରୀଙ୍କ ହାତରେ ଅର୍ଥ ଓ ସଂସଦୀୟ ବ୍ୟାପାର ଦାୟିତ୍ୱ ଥିଲା । ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଏବେ ତାଙ୍କ ହାତରୁ ଅର୍ଥ ବିଭାଗ କାଢ଼ି ବିକ୍ରମ ଆରୁଖଙ୍କୁ ଦିଆଯାଇଛି । ସେହିଭଳି ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ସମୀର ଦାଶ ଏବଂ ଶ୍ରମ ବିଭାଗର ଦାୟିତ୍ୱ ଶ୍ରୀକାନ୍ତ ସାହୁଙ୍କ ପାଖରେ ଥିଲା । ସେମାନଙ୍କ ଇସ୍ତଫା ପରେ ଏହି ଦୁଇ ବିଭାଗର ମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ଏବେ ସୁଦାମ ମାର୍ଣ୍ଡି ଓ ସାରଦା ନାୟକଙ୍କ ମଧ୍ୟରେ ଏହା ବାଣ୍ଟି ଦିଆଯାଇଛି ।

    ଆଜି ସକାଳ ୯.୫୦ରେ ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିକ୍ରମ କେଶରୀ ଆରୁଖ,ସୁଦାମ ମାର୍ଣ୍ଡିଂ ଏବଂ ଶାରଦା ପ୍ରସାଦ ନାୟକ । ସେମାନଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । କାହାକୁ କେଉଁ ବିଭାଗ ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ୩ ଜଣଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ପ୍ରଦାନ କରିଛନ୍ତି ।