Author: suchanatv24x7

  • ଗେଟ୍ ଫିସକୁ ନେଇ ଛତିଶଗଡ ପର୍ଯ୍ୟଟକ ଏବଂ ମୁଣ୍ଡୁଳି ଗେଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମାରପିଟ, ୧୪ ଜଣ ଆହତ

    ଗେଟ୍ ଫିସକୁ ନେଇ ଛତିଶଗଡ ପର୍ଯ୍ୟଟକ ଏବଂ ମୁଣ୍ଡୁଳି ଗେଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମାରପିଟ, ୧୪ ଜଣ ଆହତ

    କଟକ ମୁଣ୍ଡୁଳୀ ଗେଟ ଠାରେ ଗେଟ କର୍ମଚାରୀ ଓ ଛତିଶଗଡ ପର୍ଯ୍ୟଟକଙ୍କ ଭିତରେ ଧସ୍ତାଧସ୍ତି । ଟୁରିଷ୍ଟ ବସରେ ଥିବା ଯାତ୍ରୀ ମାନେ ମୁହାଁମୁହିଁ ହୋଇଥିଲେ । ବସରେ ଥିବା ଛତିଶଗଡର ଟୁରିଷ୍ଟ ମାନେ ସ୍ଥାନୀୟ ଥାନାରେ ଏକ ଏତଲା ଦେଇଥିବା ବେଳେ ସେପଟେ ମୁଣ୍ଡୁଳୀ ଗେଟ୍ କର୍ତ୍ତୃପକ୍ଷ ମଧ୍ୟ ଏକ ଏତଲା ଦେଇଛନ୍ତି । ଏହି ଏତଲା ଆଧାରରେ ଆଠଗଡ଼ ଥାନାରେ ୪ ଜଣ ଗେଟ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଗତକାଲି ରାତିରୁ ଛତିଶଗଡର ଟୁରିଷ୍ଟ ମାନଙ୍କୁ ଆଠଗଡ଼ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯିବା ସହ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରହିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି ।

    ସୂଚନା ମୁତାବକ, ଛତିଶଗଡରୁ ୨ଟି ବସରେ କିଛି ପର୍ଯ୍ୟଟକ ଓଡିଶାର ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଥିଲେ । ଏହି ସମୟରେ ସେମାନେ ଗେଟରେ ପାର ହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ, ମାଡପିଟ୍ ସହିତ ବସ ଭଙ୍ଗାରୁଜା ହୋଇଥିଲା । ଏହି ଗଣ୍ଡୋଗଳରେ ବସରେ ଥିବା ୧୧ ଜଣ ଯାତ୍ରୀଙ୍କ ସମେତ ଗେଟର ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନେ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗେଟରେ ଥିବା ଜଣେ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଗେଟର ଥିବା କର୍ମଚାରୀ ଅଧିକ ଟଙ୍କା ମାଗିବାରୁ ପ୍ରତିବାଦ କରିଥିଲେ ବସର ଡ୍ରାଇଭର । ଯେଉଁଥି ପାଇଁ ଉଭୟଙ୍କ ଭିତରେ ବଚସା ଆରମ୍ଭ ହୋଇ ତୁମୁଳକାଣ୍ଡର ରୂପ ନେଇଥିଲା ।

  • ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରାକୁ ନେଇ ଫସିଛି ପେଞ୍ଚ, ଏନଓସି ମିଳିବା ପରେ ମିଳିବ ପାସପୋର୍ଟ

    ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରାକୁ ନେଇ ଫସିଛି ପେଞ୍ଚ, ଏନଓସି ମିଳିବା ପରେ ମିଳିବ ପାସପୋର୍ଟ

    ସୁରତର ଏକ କୋର୍ଟରେ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଛଡ଼ାଇ ନିଆଯାଇଥିଲା । ଭାରତ ସରକାର ଦେଶର ସାଂସଦ ମାନଙ୍କୁ ରାଜନୈତିକ ପାସପୋର୍ଟ ଦିଅନ୍ତି, କିନ୍ତୁ ସଂସଦ ସଦସ୍ୟତା ହରାଇବା ପରେ ରାହୁଲ ଗାନ୍ଧୀ ତାଙ୍କର ରାଜନୈତିକ ପାସପୋର୍ଟ ସମର୍ପଣ କରି ଏକ ନୂତନ ପାସପୋର୍ଟ ପାଇଁ ଆବେଦନ କରିଥିଲେ । ବର୍ତ୍ତମାନ ଏନଓସି ଦେବା ମାମଲା ଏଥିରେ ଅଟକି ରହିଛି ।

    ଯେହେତୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଶର ବିଭିନ୍ନ ଅଦାଲତରେ ଅନେକ ରାଜନୈତିକ ମାମଲା ପଞ୍ଜୀକୃତ ହୋଇଛି । ନୂତନ ପାସପୋର୍ଟ ନିୟମ ଅନୁଯାୟୀ, ତାଙ୍କୁ ତାଙ୍କ ମାମଲାରେ ଏନଓସି ନେବାକୁ ପଡ଼ିବ । ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଦୁଇଟି ପ୍ରମୁଖ ମାମଲାରେ ଜାମିନରେ ଅଛନ୍ତି । ପ୍ରଥମ ମାମଲା ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ଯେଉଁଥିରେ ସେ ଜାମିନରେ ଥିବାବେଳେ ଦ୍ୱିତୀୟ ମାମଲା ଅପରାଧିକ ମାନହାନୀ ସହ ଜଡିତ । ଏହି ମାମଲାରେ ସେ ଜାମିନରେ ଅଛନ୍ତି ।

    ବର୍ତ୍ତମାନ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଏହି ପ୍ରସଙ୍ଗରେ ଲମ୍ଫ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ପାସପୋର୍ଟ ପ୍ରଦାନ ପାଇଁ ଏନଓସି ନଦେଇଥିବାରୁ ସେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟକୁ ଏକ ଚିଠି ଲେଖିଛନ୍ତି । ସେ ତାଙ୍କ ଆବେଦନରେ ରାହୁଲଙ୍କୁ ଏନଓସି ପ୍ରଦାନକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ରାହୁଲ ବାରମ୍ବାର ବିଦେଶ ଯାଆନ୍ତି, ଏଭଳି ପରିସ୍ଥିତିରେ ତଦନ୍ତରେ ବାଧା ସୃଷ୍ଟି ହୋଇପାରେ ।

    କୋର୍ଟ କହିଛି ଯେ, ରାହୁଲ ଗତ ପାଞ୍ଚ ବର୍ଷ ଧରି ବିଦେଶ ଯାଉଛନ୍ତି ଏବଂ ପ୍ରତ୍ୟେକ ଶୁଣାଣିରେ ତାଙ୍କ ଓକିଲମାନେ କୋର୍ଟରେ ହାଜର ହେଉଛନ୍ତି । ଏଥି ସହିତ କୋର୍ଟ ସ୍ବାମୀଙ୍କୁ କହିଛନ୍ତି ଯେ, ଦେଶର ପ୍ରତ୍ୟେକ ନାଗରିକଙ୍କର ଭ୍ରମଣ କରିବାର ମୌଳିକ ଅଧିକାର ରହିଛି । ଅନ୍ୟପକ୍ଷରେ ରାହୁଲଙ୍କ ସପକ୍ଷରେ ହାଜର ହୋଇଥିବା ଓକିଲମାନେ ସେମାନଙ୍କ ଆବେଦନରେ କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ମାମଲାରେ ଜାମିନ ପ୍ରଦାନ କରିଥିବା ବେଳେ କୋର୍ଟ ଦେଶ ବାହାରକୁ ଯିବାକୁ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି ।

    ବର୍ତ୍ତମାନ ରାହୁଲଙ୍କ ଆବେଦନ ଉପରେ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ବୈଭବ ମେହେଟ୍ଟାଙ୍କ କୋର୍ଟରେ ଆସନ୍ତା କାଲି ଶୁଣାଣି ହେବ, ଯେଉଁଠାରେ ରାହୁଲ ଗାନ୍ଧୀଙ୍କୁ ପାସପୋର୍ଟ ପ୍ରଦାନ ପାଇଁ ଏନଓସି ଦିଆଯିବା ଉଚିତ କି ନୁହେଁ ତାହା ସ୍ଥିର ହେବାର ସମ୍ଭାବନା ରହିଛି ।

  • ରାଜଧାନୀ ରାସ୍ତା ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

    ରାଜଧାନୀ ରାସ୍ତା ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

    ପୁଣି ରାଜଧାନୀ ରାସ୍ତାରେ ରକ୍ତର ହୋରି। କିଛିଦିନର ବ୍ୟବଧାନ ପରେ ପୁଣି  ଭୁବନେଶ୍ୱରରେ ବୁଲିଲା ଖଣ୍ଡା।  ପୂର୍ବ ବିବାଦକୁ ନେଇ ପଡୋଶୀ ହାଣିଦେଲା ପଡୋଶୀଙ୍କୁ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳୁ ଏହି ବିଭତ୍ସ ହତ୍ୟା କରାଯାଇଛି। ରାଜଧାନୀର ୟୁନିଟ-୧ ଜିଇଡି ବସ୍ତିରେ ରହୁଥିବା ସୁଶାନ୍ତ ନାୟକଙ୍କର ମୃତ୍ୟୁ ଘଟିଛି । ପୋଲିସ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ପୋଲିସ ତାକୁ ଧରିବାକୁ ଖାନତଲାସ ଜାରି ରଖିଛି।

    ସୂଚନା ଅନୁସାରେ, ନୟାଗଡ ଅଞ୍ଚଳର ସୁଶାନ୍ତ ନାୟକ ଓ ତାଙ୍କ ପରିବାର ୟୁନିଟ-୧ ଜିଇଡି ବସ୍ତିରେ ରହିଆସୁଥିଲେ । ସେହି ବସ୍ତିରେ ରହୁଥିବା ସୁଜିତଙ୍କ ପରିବାର ସହ ଗତକିଛିଦିନ ହେଲା ତାଙ୍କର ବିବାଦ ଲାଗି ରହିଥିଲା । ଗତମାସରେ ସୁଶାନ୍ତଙ୍କ ଝିଆରୀଙ୍କୁ ସୁଜିତ ଓ ତାର ସହଯୋଗୀମାନେ ରାସ୍ତାରେ ଟଣାଓଟରା କରିବା ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଥିଲା । ଥାନାରେ ଅଭିଯୋଗ ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ସୁଜିତ। ସୁଶାନ୍ତଙ୍କୁ ହତ୍ୟାକରିବାକୁ ଯୋଜନା କରିଥିଲା।

    ସୁଶାନ୍ତଙ୍କ ପତ୍ନୀ ବିଏମସିରେ କାମ କରନ୍ତି ଓ ପ୍ରତିଦିନ ସକାଳୁ ସୁଶାନ୍ତ ତାଙ୍କୁ ନେଇ ଛାଡିବାକୁ ଯାଇଥାନ୍ତି। ଏସମ୍ପର୍କରେ ଅଭିଯୁକ୍ତ ଜାଣିଥିଲା। ଆଜି ଭୋର ୪ଟାରେ ସୁଶାନ୍ତ ସବୁ ଦିନ ପରି  ୪ନମ୍ବରରେ ପତ୍ନୀଙ୍କୁ ଛାଡିବାକୁ ଯାଇଥିଲେ। ୪ ନମ୍ବରରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ସୁଜିତ, ସୁବାଶ, ଟିକିଲି, ବିଶାଲ, ସାନୁ ତାଙ୍କୁ ଅଟକାଇ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଓ ଖଣ୍ଡା, ଭୂଜାଲି ପରି ବିଭିନ୍ନ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାଟି ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

     ସେପଟେ ଉଭୟ ମୃତକ ଓ ଅଭିଯୁକ୍ତଙ୍କ ଘର ନୟାଗଡରେ। ସେମାନେ ଭୁବନେଶ୍ୱରର ଏହି ପୁରୁଣା ବସ୍ତିରେ ଦୀର୍ଘ ବର୍ଷ ଧରି ରହିଆସୁଥିଲେ।

  • ପ୍ରଧାନମନ୍ତ୍ରୀ ନିଜ ଇଚ୍ଛା ପୂରଣ ପାଇଁ ଦେଶର ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି କହିଲେ ସଞ୍ଜୟ ରାଉତ

    ପ୍ରଧାନମନ୍ତ୍ରୀ ନିଜ ଇଚ୍ଛା ପୂରଣ ପାଇଁ ଦେଶର ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି କହିଲେ ସଞ୍ଜୟ ରାଉତ

    ନୂତନ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ବିବାଦ ବଢିବାରେ ଲାଗିଛି । ଶିବସେନା (ଉଦ୍ଧବ) ନେତା ସଞ୍ଜୟ ରାଉତ ବୁଧବାର କହିଛନ୍ତି ଯେ, ସମସ୍ତ ବିରୋଧୀ ଦଳ ନୂତନ ସଂସଦ ଭବନର ଉଦଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମେ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମଧ୍ୟ ଆମେ ବୟକଟ କରିବୁ ।

    ସଞ୍ଜୟ ରାଉତ କହିଛନ୍ତି ଯେ, ସର୍ବପ୍ରଥମେ ଆମେ କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଉପରେ ପ୍ରଶ୍ନ ଉଠାଇଛୁ । ଆମେ କହିଥିଲୁ ଯେ, ଯେତେବେଳେ ଦେଶର ଆର୍ଥିକ ଅବସ୍ଥା ଖରାପ ରହିଛି, ସେତେବେଳେ ଦେଶକୁ ଏପରି ପ୍ରକଳ୍ପର ଆବଶ୍ୟକତା ନଥିଲା । ସେ କହିଛନ୍ତି ଯେ, ଏହି ପ୍ରକଳ୍ପ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଚ୍ଛା ପୂରଣ ପାଇଁ କରାଯାଇଛି । ଆଜି ଯେଉଁ ସଂସଦ ଭବନ ରହିଛି ତାହା ୧୦୦ ବର୍ଷ ପର୍ଯ୍ୟନ୍ତ ରହିପାରିବ । ବର୍ତ୍ତମାନ ରହିଥିବା ସଂସଦ ଗୃହ ହେଉଛି ଏୈତିହାସିକ ଏବଂ ଏହି ସଂସଦ ଭବନ ସହିତ ଆରଏସଏସ ଏବଂ ବିଜେପିର କୌଣସି ସମ୍ପର୍କ ନାହିଁ ।

    ରାଉତ କହିଥିଲେ, ଏହି ଖର୍ଚ୍ଚ କେବଳ ଫଳକ ଉପରେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦଘାଟିତ’ ଲେଖିବା ପାଇଁ ହେଉଛି । ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ସମ୍ବିଧାନର ରକ୍ଷକ ରାଷ୍ଟ୍ରପତିଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଉ ନାହିଁ ।

    ସେ କହିଛନ୍ତି ଯେ, ଉଦ୍‌ଘାଟନୀ ଉତ୍ସବରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ, ସେଥିପାଇଁ ଦେଶର ବିରୋଧୀ ଦଳ ମାନେ ଏହି ସମାରୋହକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କୁ ଜଣେ ଆଦିବାସୀ ମହିଳାଙ୍କ ନାମରେ ରାଷ୍ଟ୍ରପତି କରାଯାଇଥିଲା, କିନ୍ତୁ ତାଙ୍କୁ ରାଷ୍ଟ୍ରପତି ଭବନରୁ ବାହାରକୁ ଯିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ ।

    ସେ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଦିନ ମାତୋଶ୍ରୀ ଠାରେ ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଆସୁଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିଷୟରେ ସାକ୍ଷାତ କରିବାକୁ ଚାହୁଁଛନ୍ତି । ଯଦି ଏହି ନିୟମ ରାଜ୍ୟସଭାକୁ ଆସେ ତେବେ ସେହି ନିୟମ ବିରୁଦ୍ଧରେ ଏକ ମାହୋଲ ସୃଷ୍ଟି ହେବା ଆବଶ୍ୟକ ।

  • 20 କି.ମି ଗୋଡ଼ାଇ ଗୋଡ଼ାଇ ବରକୁ ଧରିଲା କନ୍ୟା ।

    20 କି.ମି ଗୋଡ଼ାଇ ଗୋଡ଼ାଇ ବରକୁ ଧରିଲା କନ୍ୟା ।

    ବିବାହ ଏକ ପବିତ୍ର ବନ୍ଧନ ।ଏହି ବନ୍ଧନ ରେ ସାତ ଜନ୍ମ ପାଇଁ ସାଥି ହୋଇ ରବିବାକୁ ବର କନ୍ୟା ଉଭୟ ଉଭୟେଙ୍କୁ କଥା ଦେଇଥାନ୍ତି । କିନ୍ତୁ ଅନେକ ସମୟରେ ଆମେ ଦେଖିଛେ ବିବାହ ବନ୍ଧନ ରେ ବାନ୍ଧି ହେବା ପୂର୍ବରୁ ସମ୍ପର୍କରେ ଦେଖାଦିଏ ଫାଟ । ଏମିତି ବି ଘଟଣା ସାମ୍ନାକୁ ଆସିଛି ବିବାହ ମଣ୍ଡପରୁ କନ୍ୟା ଫେରାର ହୋଇଯାଏ । କିନ୍ତୁ ଉତ୍ତରପ୍ରଦେଶର ବରେଲିରେ ଦେଖିବାକୁ ମିଳିଛି ଏହାର ଓଲଟା ଘଟଣା । ବିବାହ ମମ୍ଡପରେ ଅପେକ୍ଷା କରିଥାଏ କନ୍ୟା । କିନ୍ତୁ ମଣ୍ଡପକୁ ଆସିଲା ନାହିଁ ବର । କଣ ପାଇଁ ମଣ୍ଡପକୁ ବର ଆସିଲା ନାହିଁ ତାକୁ ନେଇ ଭାଳେଣି ପଡିଥିବା ବେଳେ ନିଜେ କନ୍ୟା ବାହାରିଥିଲା ନିଜ ବରକୁ ଖୋଜିବାକୁ । ଆଉ 20 କିମି ଖୋଜିବା ପରେ ପାଇଥିଲେ ବରକୁ ।

    ସୂଚନା ଅନୁଯାୟୀ ବର ଜଣକ ନିଜ ମା କୁନେବାକୁ ଆସିବା କଥା ଫୋନରେ କବିଥିଲେ ଯାହା କନ୍ୟା ଜଣକ ବିଶ୍ବାସ କରିନଥିଲେ । ଆଉ ନିଜେ ବର କୁ ଖୋଜିବାକୁ ମନସ୍ଥ କରିଥିଲେ । ଶେଷରେ ବରେଲି ସହର ସୀମା ବାହାରେ ଥିବା ଏକ ପୋଲିସ ଷ୍ଟେସନ ନିକଟରେ ଥିବା ଏକ ବସ୍‌ରୁ ପାଇଥିଲେ କନ୍ୟା । ତାପରେ ଦିର୍ଘ ଦୁଇ ଘଣ୍ଟା ଧରି ଚାଲିଥିଲା ଛକାପଞ୍ଝା ।

    ପରେ ବର ପକ୍ଷ ଏବଂ କନ୍ୟା ପକ୍ଷ ଏକ ମନ୍ଦିରକୁ ଯାଇ ଉଭଯଙ୍କ ବିବାହ କରାଇଥିଲେ ।ତେବେ ବର ଜଣଙ୍କ କନ୍ୟା ସହ ଅଢେଇ ବର୍ଷର ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରୁଥିଲେ କିନ୍ତୁ ଶେଷରେ ନି ଜିଦ୍ ରେ ଅଟଳ ଥିବା କନ୍ୟା ବର କୁ ମନାଇଛନ୍ତି ଏବଂ ତାଙ୍କୁ ହିଁ ବିବାହ କରିଛନ୍ତି ।

  • ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ, ପୋଷ୍ଟ ଅଫିସ ଘେରିଲେ ମହିଳା

    ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ, ପୋଷ୍ଟ ଅଫିସ ଘେରିଲେ ମହିଳା

    କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ମହିଳା ଜମାକାରୀଙ୍କ ଆନ୍ଦୋଳନ । କଣ୍ଟିଆପଡ଼ା ପୋଷ୍ଟ ଅଫିସ ଘେରିଲେ ଶତାଧିକ ମହିଳା । ୩୦୦ରୁ ଅଧିକ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।

    ପୋଷ୍ଟ ମାଷ୍ଟର ଭୈରବ ଚନ୍ଦ୍ର ନାଏକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ମହିଳା ଜମାକାରୀ । ସୂଚନା ଅନୁସାରେ କଣ୍ଟିଆପଡ଼ା,ପୁରୁଣିଆ ଓ ବଲାଣିପଶି ଗାଁର ଶତାଧିକ ମହିଳା ପୋଷ୍ଟ ଅଫିସରେ ଫିକ୍ସ,ପିଏଲଆଇ, ଆରଡି ସହ ସୁକନ୍ୟା ଯୋଜନାରେ ଟଙ୍କା ଜମା କରିଥିଲେ ।

    ହେଲେ ପୋଷ୍ଟ ମାଷ୍ଟର ତାଙ୍କ ଖାତାରେ ଟଙ୍କା ଜମା କରିନାହାଁନ୍ତି । ପାସବୁକ୍ ନଦେଇ ନିରୀହ ଲୋକଙ୍କ ଟଙ୍କା ହଡ଼ପ କରିଛନ୍ତି । ପାସବୁକ୍ ମାଗିଲେ ପୋଷ୍ଟମାଷ୍ଟର ଗାଳିଗୁଲଜ କରୁଛନ୍ତି । ଏନେଇ ଜମାକାରୀମାନେ ପ୍ରଥମେ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ କୌଣସି ପଦକ୍ଷେପ ନନେବାରୁ ପୋଷ୍ଟାଲ ସୁପେରିଣ୍ଟେଣ୍ଡଣ୍ଟ ଓ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

    ଏଥିରେ ବିଳମ୍ବ ହେବାରୁ ଜମାକାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଡିପୋଜିଟ୍ କରିଥିବା ଟଙ୍କା ଫେରସ୍ତ ପାଇଁ ସେମାନେ ବିକ୍ଷୋଭ କରିଛନ୍ତି । ପୋଷ୍ଟ ଅଫିସ ଘେରାଉ କରିବା ସହ ତୁରନ୍ତ ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି । ତଦନ୍ତ ସହ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ଜମାକାରୀ ।

  • ଜମ୍ମୁକାଶ୍ମୀର କିସ୍ତବାଡ଼ରେ ଖାଇକୁ ଗଡ଼ିଲା ଗାଡ଼ି, ୭ ମୃତ

    ଜମ୍ମୁକାଶ୍ମୀର କିସ୍ତବାଡ଼ରେ ଖାଇକୁ ଗଡ଼ିଲା ଗାଡ଼ି, ୭ ମୃତ

    ଜମ୍ମୁକାଶ୍ମୀର କିସ୍ତବାଡ଼ ଅଞ୍ଚଳରେ ଦୁର୍ଘଟଣା । ଗୋଟାଏ ଗାଡ଼ି ଗଭୀର ଖାଇ ଭିତରକୁ ଗଡ଼ିଯିବାରୁ ୭ ଜଣ ପ୍ରାଣ ହରାଇଛନ୍ତି । ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ।

    ଦଙ୍ଗଦୁରୁ ଜଳଭଣ୍ଡାର ପ୍ରକଳ୍ପର ୧୦ ଜଣ ଶ୍ରମିକଙ୍କୁ ନେଇ ଗାଡ଼ିଟି ଯାଉଥିବା ବେଳେ ଜଳଭଣ୍ଡାର କ୍ଷେତ୍ର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଉପତ୍ୟକା ଉପରୁ ଗୋଟିଏ ଗାଡ଼ି ଖସିଯାଇଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ପୋଲିସ କହିଛି । ଗାଡ଼ି ଦୁର୍ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, କିସ୍ତବାଡ଼ ଜିଲ୍ଲାପାଳ ଡକ୍ଟର ଦେବାଂଶ ଯାଦବଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ସବୁ ପ୍ରକାର ସାହାଯ୍ୟ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

    ଅଧିକ ଉଚ୍ଚରୁ ଗାଡ଼ିଟି ଖସିଯିବାରୁ ୭ ଜଣଙ୍କ ଜୀବନ ଯାଇଛି । ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଆବଶ୍ୟକପଡ଼ିଲେ କିସ୍ତବାଡ଼ ଜିଲ୍ଲା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଘଟଣା କାହିଁକି ଓ କେମିତି ଘଟିଲା ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

  • ଶିବ ମନ୍ଦିରରେ ଗଞ୍ଜେଇ ମନା

    ଶିବ ମନ୍ଦିରରେ ଗଞ୍ଜେଇ ମନା

    ଶୈବ ପୀଠ ଚିଲମ ଉପରେ ଲାଗିଲା ରୋକ। ଆଉ ଶିବ ମନ୍ଦିରରେ ଉଡିବ ନାହିଁ ଗଞ୍ଜେଇ ଧୂଆଁ । ଏହି ଚଳଣି ଉପରେ ରୋକ ଲଗାଇବାକୁ ରାଜ୍ୟ ସରାକର ପକ୍ଷରୁ ଅଧ୍ୟାଦେଶ ଜାରି ହୋଇଛି। ଅନନ୍ତ ବଳିଆ ଟ୍ରଷ୍ଚ ପକ୍ଷରୁ ଶିବ ମନ୍ଦିରରେ ହେଉଥିବା ଗଞ୍ଜେଇ ଅପବ୍ୟବହାର ବନ୍ଦ ପାଇଁ  ହୋଇଥିବା ଅନୁରୋଧ ସ୍ୱରୂପ ଏପରି ପ୍ରତିବନ୍ଧକ ଲଗାଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି କରିଛି ରାଜ୍ୟ ସଂସ୍କୃତି ବିଭାଗ।

    ସନ୍ଧ୍ୟା ହେଲେ ଶିବ ମନ୍ଦିର ପରିସରରେ ଜମେ ଗଞ୍ଜଡଙ୍କ ଭିଡ। ଗଞ୍ଜେଇ ଧୂଆଁ ଓ ଗନ୍ଧରେ ଭରିଯାଏ ଆଖପାଖ ଅଞ୍ଚଳ । ଫାଟିପଡେ ନାକ। କିନ୍ତୁ ଗଞ୍ଜେଇ ସେବନକାରୀଙ୍କ ଯୁକ୍ତି, ଦେବଦେବ ମହାଦେବ କୈଳାଶ ପର୍ବତ ଛାଡି ଓହ୍ଲାଇ ଆସନ୍ତି ସେଠାକୁ । ଖାଲି ସେତିକି ନୁହେଁ, ଗଞ୍ଜେଇ ଶିବଙ୍କର ଅତି ପ୍ରିୟ। ତାଙ୍କ ଭକ୍ତ ଭାବେ ତାଙ୍କ ପଥ ଆପଣାଇ ମହାଦେବଙ୍କୁ ଖୁସି କରୁଛନ୍ତି ସେମାନେ। ଏହା ଭୋଳା ଶଙ୍କରଙ୍କ ପ୍ରତି ସେମାନଙ୍କ ଭକ୍ତି ଓ ସମର୍ପଣର ନିଦର୍ଶନ ବୋଲି କୁହାଯାଇଥାଏ।

    ହେଲେ ଧର୍ମ, ସଂସ୍କୃତି ଓ ପରମ୍ପରା ନାମରେ ମନ୍ଦିର ପରି ପବିତ୍ର ସ୍ଥାନରେ ହେଉଥିବା ଗଞ୍ଜେଇ ପରି ନିଶା ସାମଗ୍ରୀର ଖୁଲମଖୁଲା ପ୍ରଚଳନକୁ ବିରୋଧ କରିଥିଲା ଅନନ୍ତ ବଳିଆ ଟ୍ରଷ୍ଟ। ସଂସ୍କୃତି ନାମରେ ଏହା ଏକ ଅପସଂସ୍କୃତି ଓ ନିଶାର ପ୍ରଚଳନ ବୋଲି ଯୁକ୍ତି ବାଢିଥିଲା ଟ୍ରଷ୍ଟ। ଯାହାକୁ ନେଇ ସଂସ୍କୃତି ବିଭାଗ ପକ୍ଷରୁ  ମନ୍ଦିରରେ ଗଞ୍ଜେଇ ଅପବ୍ୟବହାର ଉପରେ ଲଗାଯାଇଛି ରୋକ। କିନ୍ତୁ ଶିବଙ୍କ ନିକଟରେ ହେଉଥିବା ଗଞ୍ଜେଇ ଭୋଗ  ଉପରେ ନାହିଁ ପ୍ରତିବନ୍ଧକ। ପ୍ରତୀକତ୍ମକଭାବେ ହେବ ଗଞ୍ଜେଇ ଭୋଗ।

    ଅନ୍ୟପଟରେ ବିଭାଗର ଏପରି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି ଅନେକ। ବିଜେଡି ନେତା ତଥାଗତ ଶତପଥୀ ଏହାକୁ ଓଡିଆ ସଂସ୍କୃତି ବିରୋଧୀ କହିବା ସହ ଅଧିକାରୀମାନେ ଏହି ସଂସ୍କୃତି ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।