Author: suchanatv24x7

  • ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବୟାନ ପରେ ବିରୋଧୀ ନେତାଙ୍କ ବିରୋଧରେ ମାମଲା

    ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବୟାନ ପରେ ବିରୋଧୀ ନେତାଙ୍କ ବିରୋଧରେ ମାମଲା

    କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓ ଅନ୍ୟ ବିରୋଧୀ ନେତାଙ୍କ ବିରୋଧରେ ମାମଲା ଦାୟର ହୋଇଛି। ସଂସଦର ନୂଆ ବିଲଡିଂ ଉଦ୍ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରା ନ ଯିବା ଓ ତାଙ୍କ ଦ୍ୱାରା ଉଦଘାଟନ କରାନଯିବାକୁ ନେଇ ହେଉଥିବା ରାଜନୈତିକ ବୟାନବାଜିକୁ ବୁରୋଧ କରି  ସୁପ୍ରିମକୋର୍ଟର ଜଣେ ଓକିଲ ବିନୀତ ଜିନ୍ଦଲ ଏପରି ଅଭିଯୋଗ ଦାଏର କରିଛନ୍ତି। ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବିରୋଧୀଙ୍କ ବୟାନ ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ସହ ଲୋକଙ୍କୁ ସରକାର ବିରୋଧରେ ଉସକାଇବା ପାଇଁ ହେଉଥିବା ଅଭିଯୋଗ ହୋଇଛି।

    ଅଭିଯୋଗରେ କୁହାଯାଇଛି କି,  ଦେଶରେ ଥିବା ବିଭିନ୍ନ ସଂପ୍ରଦାୟ ଭିତରେ ବିଦ୍ୱେଷ ସୃଷ୍ଟି କରିବା ଓ ବିଶୃଙ୍ଖଳା ସୃଷ୍ଟି କରି ଭାରତ ସରକାରଙ୍କ ପାଇଁ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରି ରାଜନୈତିକ ଫାଇଦା ହାସଲ ହେଉଛି ବିରୋଧୀଙ୍କ ଏକମାତ୍ର ଲକ୍ଷ୍ୟ ଥିଲା। ଯାହା ଆଇପିସିର ଧାରା ୧୨୧, ୧୫୩(ଏ), ୫୦୫ ଓ ୩୪ ଅନ୍ତର୍ଗତ ଏକ ଅପରାଧ।

    ଆହୁରି ଅଭିଯୋଗରେ ଉଲ୍ଳେଖ କରାଯାଇଛି କି, ଖଡଗେ ଓ କେଜ୍ରିୱାଲ ଉଦ୍ଦେଶ୍ୟମୁଳକଭାବେ ମହାମହିମ ରାଷ୍ଟ୍ରପତିଙ୍କ ଜାତିକୁ ନିଜ ବୟାନରେ ଉଲ୍ଲେଖ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାର ଜାଣିଶୁଣି ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ଏହି କାର୍ଯ୍ୟକ୍ରମରୁ ଅଲଗା ରଖାଯାଇଛି। ଏପରି କହି ସେମାନେ ଜନଜାତି ଲୋକଙ୍କ ଭିତରେ ବିଦ୍ୱେଷ ସୃଷ୍ଟି କରିବାକୁ ଚାହୁଁଥିବା କୁହାଯାଇଛି। ଏପରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୟାନବାଜି ଆଦିବାସୀ ସଂପ୍ରଦାୟର ଲୋକଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଖୋରକା ଯୋଗାଇବାର ବହୁ ସମ୍ଭାବନା ରହିଛି।

    ଲୋକଙ୍କ ଉପରେ ପ୍ରଭାବ ପକାଇବାକୁ ସକ୍ଷମ ହେଉଥିବା ରାଜନେତାମାନଙ୍କର ଜାତିକୁ ନେଇ ଏପରି ବୟାନ ଓ ନିର୍ବାଚିତ ସରକାରଙ୍କ ବିରୋଧରେ ଏପରି ଅପପ୍ରଚାର ଅତ୍ୟନ୍ତ ନିନ୍ଦନୀୟ। ନିଜର ରାଜନୀତିକ ଫାଇଦା ପାଇଁ ରାଜନେତାମାନେ ସମ୍ବିଧାନର ସର୍ବୋଚ୍ଚ ପଦକୁ ମଧ୍ୟ ଅସମ୍ମାନ କରିବାକୁ ପଛାଉ ନାହାନ୍ତି। ସରକାର ବିରୋଧରେ ଗୋଟିଏ ସଂପ୍ରଦାୟର ଲୋକଙ୍କ ମନରେ ଅବିଶ୍ୱାସକୁ ବୃଦ୍ଧି କରିବାକୁ ମଧ୍ୟ ସେମାନେ ଚେଷ୍ଟା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା।

    ସୂଚନାଯୋଗ୍ୟ, କେଜରିୱାଲ କହିଥିଲେ କି, ମହାମହିମ ରାଷ୍ଟ୍ରପତି ଜଣେ ଆଦିବାସୀ ସମ୍ପ୍ରଦାୟର। ଆମ ସମାଜରେ କାହିଁ କେଉଁ କାଳରୁ ପୂଜା ପାଠ ଓ ଧାର୍ମିକ କାର୍ଯ୍ୟରେ ଦଳିତ ଆଦିବାସୀଙ୍କୁ ସାମିଲ କରା ନ ଯିବାର ଚଳଣି ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ସଂସଦ ଭବନ ଉଦ୍ଘାଟନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ହୋମରେ ତାଙ୍କୁ ସାମିଲ କରାଇବାକୁ ଚାହୁଁ ନଥିବାରୁ ତାଙ୍କୁ ଏହି କାର୍ଯ୍ୟକ୍ରମରୁ ଅଲଗା ରଖିଛନ୍ତି। ଆଦିବାସୀଙ୍କ ନାମରେ ମୋଦି ସରକାର ରାଜନୀତି କରୁଥିବା ସେ ଅଭିଯୋଗ ଆଣିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ଓ ବହୁ ବିରୋଧୀ ନେତା ମଧ୍ୟ ବାରମ୍ବାର ରାଷ୍ଟ୍ରପତିଙ୍କ ଜାତିକୁ ନେଇ ରାଜନୈତିକ ବୟାନ ଦେଉଛନ୍ତି।

    ଶ୍ରୀ ଜିନ୍ଦଲ ଅଭିଯୋଗ ଦାଖଲ କରିବା ସହ ଦିଲ୍ଲୀ ପୁଲିସ୍‌ କମିଶନରଙ୍କୁ ଏଫଆଇଆର ରୁଜୁ କରି ଅଭିଯୁକ୍ତ ରାଜନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

  • ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନରେ କାହିଁକି ସାମିଲ ହୋଇପାରିବେ ନାହିଁ: କମଲ ହାସନ

    ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନରେ କାହିଁକି ସାମିଲ ହୋଇପାରିବେ ନାହିଁ: କମଲ ହାସନ

    ନୂତନ ସଂସଦ ଭବନ ଉଦଘାଟନକୁ ଅଭିନେତା କମଲ ହାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାହିଁକି ଏହି କାର୍ଯ୍ୟକ୍ରମରେ ଯୋଗଦେବା ଉଚିତ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଦିନ ସଂସଦର ନୂତନ ଭବନକୁ ଦେଶକୁ ଉତ୍ସର୍ଗ କରିବାକୁ ଯାଉଛନ୍ତି ।

    ଅନେକ ବିରୋଧୀ ଦଳ ଉଦଘାଟନୀ ସମାରୋହକୁ ବୟକଟ କରିବାକୁ ଘୋଷଣା କରିଛନ୍ତି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଦାବି କରିଛନ୍ତି ଯେ, ନୂତନ ସଂସଦକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ । ଏପରି ସମୟରେ କମଲ ହାସନ କହିଛନ୍ତି ଯେ, ଜାତୀୟ ଗୌରବର ଏହି ମୁହୂର୍ତ୍ତ ରାଜନୈତିକ ସ୍ତରରେ ବିଭେଦ ସୃଷ୍ଟି କରିଛି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏକ ସରଳ ପ୍ରଶ୍ନ ପଚାରୁଛି, ଦୟାକରି ଦେଶକୁ କୁହନ୍ତୁ, ଭାରତର ରାଷ୍ଟ୍ରପତି ଆମ ନୂତନ ସଂସଦର ଉଦଘାଟନୀ ଉତ୍ସବରେ କାହିଁକି ଯୋଗଦେବେ ନାହିଁ ?

    କମଲ ହାସନ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ମୁଖ୍ୟ ଭାବରେ ଭାରତର ରାଷ୍ଟ୍ରପତି ଏହି ଐତିହାସିକ ଘଟଣାର ଅଂଶ ହେବା ଉଚିତ ନୁହେଁ ବୋଲି ମୁଁ ଅନୁଭ କରିପାରୁ ନାହିଁ । ସେ କହିଛନ୍ତି ଯେ, ଜାତୀୟ ସ୍ୱାର୍ଥ ପାଇଁ ମୁଁ ନୂତନ ସଂସଦର ଉଦଘାଟନୀ ଉତ୍ସବରେ ଯୋଗ ଦେବି । କିନ୍ତୁ, ଭାରତର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ଏବଂ ଉଦଘାଟନୀ ଉତ୍ସବରେ ବିରୋଧୀ ଦଳଙ୍କ ସାମିଲ ନହେବାକୁ ନେଇ ମୋର ମତଭେଦ ଜାରି ରହିବ।

    ମକ୍କଲ ନିଧି ମୟମ, କମଲ ହାସନଙ୍କ ବୟାନ ଜାରି କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଆମର ରାଜନୈତିକ ମତଭେଦ ଗୋଟିଏ ଦିନ ଅପେକ୍ଷା କରିପାରିବ। ଭାରତର ନୂତନ ସଂସଦର ଉଦଘାଟନୀ ସମାରୋହରେ ସେହି ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ଆବଶ୍ୟକ ।

    କମଲ ହାସନ କହିଛନ୍ତି ଯେ, ସେ ସହଭାଗୀ ଗଣତନ୍ତ୍ରରେ ବିଶ୍ବାସ କରନ୍ତି, ତେଣୁ ଏହାକୁ ବିରୋଧ କରୁଥିବା ତମାମ ବିରୋଧି ଦଳ ଗୁଡିକ ଏହା ଉପରେ ପୁନର୍ବିଚାର କରିବାକୁ ସେ ଆହ୍ବାନ କରିଛନ୍ତି । ହାସନ କହିଛନ୍ତି ଯେ, ସମଗ୍ର ବିଶ୍ବର ନଜର ଆମ ଉପରେ । ଆସନ୍ତୁ ନୂତନ ସଂସଦର ଉଦଘାଟନକୁ ଜାତୀୟ ଏକତାର ଏକ ଉତ୍ସବ କରିବା ।

  • କର୍ଣ୍ଣାଟକରେ ଓଡିଶା ମଡେଲ, ୫ ଟଙ୍କାରେ ଜଳଖିଆ ଏବଂ ୧୦ ଟଙ୍କାରେ ପେଟ ପୂରା ଖାଦ୍ୟ

    କର୍ଣ୍ଣାଟକରେ ଓଡିଶା ମଡେଲ, ୫ ଟଙ୍କାରେ ଜଳଖିଆ ଏବଂ ୧୦ ଟଙ୍କାରେ ପେଟ ପୂରା ଖାଦ୍ୟ

    ଓଡିଶା ଭଳି କର୍ଣ୍ଣାଟକରେ ଏଣିକି ମିଳିବ ୫ ଟଙ୍କାରେ ଖାଦ୍ୟ । କର୍ଣ୍ଣାଟକରେ କଂଗ୍ରେସ ସରକାର ଆସିବା ପରେ ରାଜ୍ୟରେ ଇନ୍ଦିରା କ୍ୟାଣ୍ଟିନ ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, ରାଜ୍ୟରେ ପୁଣି ଥରେ ଇନ୍ଦିରା କ୍ୟାଣ୍ଟିନର ଶୁଭାରମ୍ଭ କରାଯିବ । ମାତ୍ର ଗୋଟିଏ ମାସ ଭିତରେ ସମସ୍ତ ପ୍ରସ୍ତୁତୁ ସରିବା ସହ ଏହାକୁ ଆରମ୍ଭ କରାଯିବ । ଏହି କ୍ୟାଣ୍ଟିନରେ ଲୋକମାନେ ଅତି ଶୁଲଭ ମୂଲ୍ୟରେ ଖାଦ୍ୟ ପାଇପାରିବେ । କ୍ୟାଣ୍ଟିନରେ ୫ ଟଙ୍କାରେ ଜଳଖିଆ ଏବଂ ୧୦ ଟଙ୍କାରେ ପେଟ ପୂରା ଖାଇବା ଦିଆଯିବ ।

    ପୂର୍ବରୁ ଯେତେବେଳେ କର୍ଣ୍ଣାଟକରେ କଂଗ୍ରେସ ସରକାର ଥିଲା ସେତେବେଳେ ଏହି କ୍ୟାଣ୍ଟିନର ଆରମ୍ଭ କରାଯାଇଥିଲା । ପରେ ପୁଣି ବିଜେପି କ୍ଷମତାକୁ ଆସିବା ପରେ ଇନ୍ଦିରା କ୍ୟାଣ୍ଟିନକୁ ବନ୍ଦ କରିଦେଇଥିଲା । ଦେଶର ହୁହୁ ହୋଇ ଦରଦାମ ବୃଦ୍ଧି ହେଉଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ, ଖାଦ୍ୟ ସାମଗ୍ରୀର ମଧ୍ୟ ଦରଦାମ୍ ବୃଦ୍ଧି ହେଉଛି । କର୍ଣ୍ଣାଟକ ନିର୍ବାଚନୀ ରାଲି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ କର୍ଣ୍ଣାଟକ ଗସ୍ତରେ ଯାଇଥିଲେ ସେତେବେଳେ ସେ ଖାଦ୍ୟ ବିକ୍ରି କରୁଥିବା ଲୋକଙ୍କ ସହ ଆଲୋଚନା କରିଥିଲେ । ଆଉ ସେହି ସମୟରେ ସେମାନେ ରାହୁଲ ଗାନ୍ଧୀଙ୍କୁ ଏହି ସେବା ପୁଣିଥରେ ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ । ରାହୁଲ ଗାନ୍ଧୀ ସେମାନଙ୍କ କଥାକୁ ସମ୍ମାନ ଦେଇ ସେହି ସେବା ପୁନଶ୍ଚ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

  • ନିର୍ଦ୍ଦେଶକୁ ଅବମାନନା, ୨୩୩ କଲେଜ ଅଧ୍ୟକ୍ଷ ଓ କିରାଣିଙ୍କ ଦରମା ବନ୍ଦ

    ନିର୍ଦ୍ଦେଶକୁ ଅବମାନନା, ୨୩୩ କଲେଜ ଅଧ୍ୟକ୍ଷ ଓ କିରାଣିଙ୍କ ଦରମା ବନ୍ଦ

    ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୩୩ କଲେଜ ଅଧ୍ୟକ୍ଷ ଓ କିରାଣିଙ୍କ ଦରମା ବନ୍ଦ କରି ବିଭାଗ । ମେ’ମାସର ଦରମା ନ ଉଠାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

    କିଛିଦିନ ପୂର୍ବେ ୨୩୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କିରାଣିଙ୍କୁ ଉଚ୍ଚଶିକ୍ଷା ବିଭାଗ ସହକାରୀ ନିର୍ଦ୍ଦେଶକ କିଛି ଅଫିସିଆଲ ରିପୋର୍ଟ ମାଗିଥିଲେ । ତୁରନ୍ତ ଚିଠିର ଉତ୍ତର ଦେବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା । ହେଲେ ଏହି କଲେଜ ଗୁଡ଼ିକର ଅଧ୍ୟକ୍ଷ ଓ କିରାଣି ଚିଠିର କୌଣସି ଉତ୍ତର ଦେଇନଥିଲେ । କଲେଜ ଗୁଡ଼ିକୁ ବାରମ୍ବାର ଏ ନେଇ କୁହାଯାଇଥିଲା ତଥାପି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅବମାନନା କରାଗଲା । ସହକାରୀ ନିର୍ଦ୍ଦେଶକ ଚିଠି କରି କୌଣସି ଉତ୍ତର ପାଇଲେ ନାହିଁ । ତେଣୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟକ୍ଷ ଓ କିରାଣିଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    କଲେଜ ଗୁଡ଼ିକ ଉଚ୍ଚଶିକ୍ଷା ବିଭାଗର ଚିଠିର କୌଣସି ଉତ୍ତର ଦେଇନାହାଁନ୍ତି । ଏହାର ଅର୍ଥ ସେମାନେ ସରକାରୀ ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା କରିଛନ୍ତି । ତେଣୁ ଏବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆକ୍ସନ ନିଆଯାଇଛି । ଏପରି ଅବହେଳା ପାଇଁ ମେ’ମାସର ଦରମା ଉଠାଇ ପାରିବେନି ବୋଲି କହିଛି ବିଭାଗ । ତେବେ ଉଚ୍ଚ ଶିକ୍ଷା ବିଭାଗ କେଉଁ ରିପୋର୍ଟ ମାଗିଥିଲା,ତାହା ଏଯାଏ ସ୍ପଷ୍ଟ ହୋଇନି ।

    ଗତ କିଛି ବର୍ଷ ହେଲା ଦୁର୍ନୀତିଗ୍ରସ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର, ବିଭିନ୍ନ ବିଭାଗରେ ବଦଳି ତଥା ଦୋଷୀଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଶିକ୍ଷା ବିଭାଗର ନିର୍ଦ୍ଦେଶ ଅବମାନନା କରି ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି କଲେଜ ଅଧ୍ୟକ୍ଷ ।

  • ୧୦୬ କେଜିର ଗଞ୍ଜେଇ ଜବତ, ୨ ଗିରଫ

    ୧୦୬ କେଜିର ଗଞ୍ଜେଇ ଜବତ, ୨ ଗିରଫ

    ଗୁଇନ୍ଦା ସୂଚନା ଆଧାରରେ ଭୁବନେଶ୍ୱର ଏସଟିଏଫ ନୟାଗଡ ପୋଲିସ ସହାୟତାରେ ଦୁଇ ଜଣଙ୍କୁ କାବୁ କରିନେଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ସେମାନଙ୍କ ଠାରୁ ଏକ ଇନୋଭା କାର ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଦୁହିଁଙ୍କ ଘର କନ୍ଧମାଳ ଜିଲ୍ଳାରେ। ଏନେଇ ଏସଟିଏଫ ଇଟାମିଟି ଥାନାରେ ଏନଡିପିଏସର ଧାରା ୧୯୮୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

    ସୂଚନାକ ମୁତାବକ, ଏସଟିଏଫକୁ ଗୁଇନ୍ଦା ସୂଚନା ମିଳିଥିଲା କି, ନୟାଗଡରେ ବେଆଇନ ଗଞ୍ଜେଇ କାରବାର ହେଉଛି। ଏହାପରେ ଏସଟିଏଫ ନ଼ୟାଗଡ ଇଟାମାଟି ଥାନା ସହ ଯୋଗାଯୋଗ କରିବ। ସହ ରେଡ କରି କନ୍ଧମାଳ ଜିଲ୍ଲାର ଦୁଇ ଗଞ୍ଜେଇ  ଚାଲାଣକାରୀଙ୍କୁ କାବୁ କରି ନେଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଫିରିଙ୍ଗିଆର ୨୯ ବର୍ଷୀୟ ଯୁଗଳ ନାୟକ ହୋଇଥିବା ବେଳେ ଅନ୍ୟଜଣେ ୨୪ ବର୍ଷୀୟ ରଞ୍ଜିତ ଭୋଇ। ଉଭୟ ଏକ ଇନୋଭା କରରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କାର ଯାଞ୍ଚ କରି ୧୦୬ କେଜିର ଗଞ୍ଜେଇ ଠାବ କରିଥିଲା।

    ୨୦୨୦ରୁ ଏସଟିଏଫ ଆରମ୍ଭ କରିଥିବା ସ୍ପେସାଲ ଡ୍ରାଇଭରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୯କେଜି ବ୍ରାଉନ ସୁଗାର/ହେରୋଇନ, ୨୦୨ କେଜି କୋକିନ, ୧୧୪ରୁ ଅଧିକ କିଲୋର ଗଞ୍ଜେଇ, ୭୫୦ ଗ୍ରାମର ଅଫିମ ଜବତ କରିବା ସହ ୧୭୧ ଡ୍ରଗ ବେପାରୀଙ୍କୁ ଗିରଫ କରିଛି।

  • ବରଯାତ୍ରୀ ଵୋଲରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

    ବରଯାତ୍ରୀ ଵୋଲରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

    ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅଧିନରେ ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ବାଦାମ ପାହାଡ ସସୁଲାଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ବ୍ଳକର କୁସୁମୀ ଗ୍ରାମସନ୍ନିକଟ ପୁରୁଣିଆ ଗ୍ରାମ ଶ୍ଶଶାନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୩ଟାରେ ଏକ ବୋଲେରୋ ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ ଖାଲରେ ଓଲଟିପଡିଥିଲା। ଜନୈକ ବରଯାତ୍ରୀ  ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଉଛନ୍ତି ୨୮ ବର୍ଷୀୟ ସଂଜୟ ଚୌଧୁରୀ। ପୋଲିସ ମୃତଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ  ଶବକୁ ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଛେଦ ପାଇଁ ପଠାଇଛି ।

     ସୂଚନା ଆନୁଯାୟୀ, କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରୁ ଵରଯାତ୍ରୀ ଦଳ କୁସୁମୀ ଗ୍ରାମକୁ ଯାଇ ବାହାଘର ଉତ୍ସବରେ ଯୋଗଦେଇଥିଲେ। ବିବାହ ଭୋଜି ଖାଇ ଫେରୁଥିବା ବେଳେ ପୁରୁଣିଆ ଶ୍ମଶାନ ପାଖ ରାସ୍ତାରେ ବୋଲେରୋ ଡ୍ରାଇଭର ଗାଡି ଉପରୁ  ଭାରସାମ୍ୟ ହରାଇ ବସିଥିଲେ ଓ ଗାଡି ଖାଲରେ ଖସିପଡିଥିଲା।  ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ପୋଲିସ ।

  • Закачать аддендум Мостбет получите и распишитесь камп инструкция, веб-обозрение програмки Mostbet на Windows Компьютер

    Среднее по значимости ошибка предлагает более 50 альтернатив бетов. Матчи во прямом телеэфире не акцентируются по марже от прематчевых — 7percent. Выбрать залет али до некоторой степени событий в видах размещения ставки. Подтвердите свой аккаунт, перейдя по части ссылке, которые вы получите и распишитесь на свою электрическую почитаю али в виде смс сообщения на мобильник. В капустник «Промокод» вколите свой промокод, еликий вы возымели через Мостбет или через партнеров фирмы. (more…)

  • ଆମେରିକାରେ ଦିପାବଳୀକୁ ସଙ୍ଘୀୟ ଛୁଟି ଘୋଷଣା ପାଇଁ ଦାବି

    ଆମେରିକାରେ ଦିପାବଳୀକୁ ସଙ୍ଘୀୟ ଛୁଟି ଘୋଷଣା ପାଇଁ ଦାବି

    ଆମେରିକାର ଜଣେ ବିଶିଷ୍ଟ ସାଂସଦ ଶୁକ୍ରବାର ଦିନ ‘ଆଲୋକର ପର୍ବ’ ଦିପାବଳୀ ଉପଲକ୍ଷେ ସଙ୍ଘୀୟ ଛୁଟି ଘୋଷଣା କରିବାକୁ ଆମେରିକା କଂଗ୍ରେସରେ ଏକ ବିଧେୟକ ଆଗତ କରିଛନ୍ତି । ସାଂସଦଙ୍କ ଏହି ପଦକ୍ଷେପକୁ ଦେଶର ବିଭିନ୍ନ ସମ୍ପ୍ରଦାୟ ସ୍ୱାଗତ କରିଛନ୍ତି ।

    ଲୋକସଭାରେ ଏହି ବିଲ୍ ଆଗତ ହେବାର ଖୁବ୍ ଶୀଘ୍ର ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମହିଳା ଗ୍ରେସ୍ଡ ମେଙ୍ଗ କହିଛନ୍ତି, ‘ଦିୱାଲୀକୁ ବିଶ୍ବର ଲକ୍ଷ ଲକ୍ଷ ଲୋକ ତଥା କୁଇନ୍ସ, ନ୍ୟୁୟର୍କ ଏବଂ ଯୁକ୍ତରାଷ୍ଟ୍ରର ଅଗଣିତ ସମ୍ପ୍ରଦାୟ ପାଇଁ ବର୍ଷର ଗୁରୁତ୍ବପୂର୍ଣ୍ଣ ଦିନ ମାନଙ୍କ ମଧ୍ୟରୁ ଗୋଟିଏ ।

    ଦିୱାଲି ଡେ ଆକ୍ଟ ଯଦି କଂଗ୍ରେସ ଦ୍ବାରା ପାରିତ ହୋଇଯାଏ ଓ ରାଷ୍ଟ୍ରପତି ଏଥିରେ ଦସ୍ତଖତ କରିଦିଅନ୍ତି, ତେବେ ଆଲୋକର ପର୍ବକୁ ଯୁକ୍ତରାଷ୍ଟ୍ରରେ ଦ୍ୱାଦଶ ସଙ୍ଘୀୟ ମାନ୍ୟତା ପ୍ରାପ୍ତ ଛୁଟି ହେବ ।

    କଂଗ୍ରେସ ମହିଳା ସାଂସଦ କହିଛନ୍ତି ଯେ, ଦୀପାବଳିରେ ସଙ୍ଘୀୟ ଛୁଟି ପରିବାର ଏବଂ ସାଙ୍ଗମାନଙ୍କୁ ଏହି ପର୍ବକୁ ଏକାଠି ପାଳନ କରିବାର ସୁଯୋଗ ଦେବ ଏବଂ ଏହା ସହିତ ସରକାର ଦେଶର ବିଭିନ୍ନ ସଂସ୍କୃତିକୁ ସହତ୍ବ ଦେବା ପରି ମନେହେବ ।

    ମେଙ୍ଗ କହିଛନ୍ତି, କୁଇନ୍ସରେ ଦିୱାଲୀ ଉତ୍ସବ ଏକ ସୁନ୍ଦର ସମୟ ଅଟେ ଏବଂ ପ୍ରତିବର୍ଷ ଏତେ ସଂଖ୍ୟାରେ ଲୋକଙ୍କ ପାଇଁ ଦିନଟି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଅନୁଭବ କରିହୁଏ । ଆମେରିକାର ଶକ୍ତି ଆମେରିକାକୁ ତିଆରି କରିଥିବା ବିବିଧ ଅନୁଭବ, ସଂସ୍କୃତି ଏବଂ ସମ୍ପ୍ରଦାୟରୁ ଆସିଛି ।

    ମେଙ୍ଗ କହିଛନ୍ତି ଯେ, ଦିୱାଲି ଡେ ଆକ୍ଟ ସମସ୍ତ ଆମେରିକୀୟଙ୍କୁ ଏହି ଦିନର ମହତ୍ତ୍ବ ବିଷୟରେ ଶିକ୍ଷା ଦେବ ଏବଂ ଆମେରିକାର ବିବିଧତାକୁ ପାଳନ କରିବା ଦିଗରେ ଏକ ପଦକ୍ଷେପ । ମୁଁ ଏହି ବିଲ୍କୁ କଂଗ୍ରେସ ମାଧ୍ୟମରେ ଆଗକୁ ନେବାକୁ ଅପେକ୍ଷା କରିଛି ।

    ଏହି ପଦକ୍ଷେପକୁ ସ୍ୱାଗତ କରି ନ୍ୟୁୟର୍କ ବିଧାନସଭା ସଦସ୍ୟ ଜେନିଫର ରାଜକୁମାର କହିଛନ୍ତି ଯେ, ଚଳିତ ବର୍ଷ ଆମର ସମ୍ପୂର୍ଣ୍ଣ ରାଜ୍ୟ ଦିୱାଲୀକୁ ଏବଂ ଦକ୍ଷିଣ ଏସୀୟ ସମୁଦାୟ ବିଶେଷଙ୍କୁ ସ୍ୱୀକୃତି ଦେବା ସମର୍ଥନରେ ଗୋଟିଏ ସ୍ୱରରେ କହୁଛନ୍ତି ।

    ରାଜକୁମାର କହିଛନ୍ତି ଯେ, ସରକାରରେ ମୋର ବିଶ୍ବସ୍ତ ସହକର୍ମୀ ମେଙ୍ଗ ବର୍ତ୍ତମାନ ଦିୱାଲୀକୁ ଏକ ସଙ୍ଘୀୟ ଛୁଟିରେ ପରିଣତ କରିବା ପାଇଁ ଏହି ଐତିହାସିକ ଆଇନକୁ ଜାତୀୟ ସ୍ତରରେ ନେବାକୁ ପ୍ରୟାସ କରୁଛନ୍ତି । ଏଥିସହିତ ଆମେ କହି ରଖୁଛୁ ଯେ, ଦିୱାଲୀ ଏକ ଆମେରିକୀୟ ହୋଲି ଡେ ।

  • ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ପରେ କାମୁଡି ଖାଇଲା ଯୁବକ

    ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ପରେ କାମୁଡି ଖାଇଲା ଯୁବକ

    ଧୀରେ ଧୀରେ ମଣିଷ ଭିତରେ ମରି ଯାଉଛି ମାନବିକତା। ସରିଯାଉଛି ସମ୍ୱେଦନା। ସେଥିପାଇଁ  ମଣିଷ ପାଲଟି ଯାଉଛି ପଶୁର ହିଂସ୍ରତା । ଏମିତି ଏକ ହିଂସ୍ରତାପୂର୍ଣ୍ଣ ଓ ହୃଦୟ ବିଦାରକ ଘଟଣା ରାଜସ୍ଥାନର ପାଲିରେ ଦେଖିବାକୁ ମିଳିଛି।

    ପାଲି ଜିଲ୍ଲାର ସେଣ୍ଡ୍ରା ଅନ୍ତର୍ଗତ ଏକ ଜଙ୍ଗଲରେ କିଛି ଲୋକ ଏମିତି ଦୃଶ୍ୟ ଦେଖିଥିଲେ କି ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ। ଦେଖିଥିଲେ କି,  କେହି ଜଣେ ଫୁଙ୍ଗୁଳା ଦେହରେ ମାଟି ଉପରେ ଆଣ୍ଠେଇ କିଛି ଗୋଟିଏ କରୁଛି। ଏହା ଦେଖି ସେମାନେ ନିକଟକୁ ଯାଇଥିଲେ ଆଉ ଦେଖିଥିଲେ କି, ଅଳ୍ପ ବୟସର ଯୁବକଟିର ଦେହମୁଣ୍ଡ ରକ୍ତରେ ଜୁଡୁବୁଡ। ସେ ଆଣ୍ଠେଇ ପଡିଛି ଓ ତା ଆଗରେ ପଡିଥିବା ଜଣେ ବୃଦ୍ଧାଙ୍କୁ ଅତି ବିଭତ୍ସ ଭାବେ କାମୁଡି ମାଂସ ଖାଇ ଚାଲିଛି। ମାଟି ରକ୍ତରେ ଭିଜି ଯାଇଥିବା ବେଳେ ଯୁବକର ମୁହଁ ଓ ଦେହ ସବୁଠି ରକ୍ତ ଆଉ ରକ୍ତ। ଯୁବକ ଲୋକଙ୍କୁ ଦେଖି ସେଠାରୁ ଦୌଡି ପଳାଇବା ବେଳକୁ ଲୋକେ ପିଛା କରି କିଛି ବାଟରେ ତାକୁ ଧରି ସେଣ୍ଡ୍ରା ଥାନାକୁ ସୂଚନା ଦେଇଥିଲେ।

    ପୋଲିସ ଉକ୍ତ ଯୁବକକୁ ଗିରଫ କରିବା ସହ ପଚରା ଉଚରାରୁ ଜାଣିବାକୁ ପାଇଛି କି, ହତ୍ୟାକାରୀ ଯୁବକର ବୟସ ୨୪ ବର୍ଷ। ତାର ନାମ ସୁରେନ୍ଦ୍ର ଓ ମୁମ୍ବାରେ ରୁହେ।  ଆଉ ମୃତା ବୃଦ୍ଧା ସ୍ଥାନୀୟ ଅଞ୍ଚଳର ଶାନ୍ତିଦେବୀ। ତାଠାରୁ ପୁଲିସ ଜାଣିବାକୁ ପାଇଛି କି, ବୃଦ୍ଧା ଜଙ୍ଗଲରେ ଛେଳି ଚରାଉଥିବା ବେଳେ  ସୁରେନ୍ଦ୍ର ତାଙ୍କୁ ଏକାକୀ ଦେଖିଥିଲା। ସେ ଏକ ବଡ ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ଛେଚି ତାଙ୍କୁ ମାରିଦେଇଥିଲା। ଶାନ୍ତି ଦେବୀ ମରିଯାଇଥିଲେ। ହେଲେ ଏଥିରେ ବିଚଳିତ ହୋଇନଥିଲା ସୁରେନ୍ଦ୍ର କି ତାର ମନସାଦ ମେଣ୍ଟି ନ ଥିଲା। ସେ ଶାନ୍ତି ଦେବୀଙ୍କ ମୁହଁ ଓ ଦେହର ମାଂସ କାମୁଡି ଖାଇଥିଲା।  

    ତେବେ କାହିଁକି ସୁରେନ୍ଦ୍ର ମୁମ୍ବାଇରୁ ପାଲି ଆସିଥିଲା ଓ ଏମିତି ଏକ ଲୋମଟାଙ୍କୁରା କାର୍ଯ୍ୟ କଲା?  କଣ ସେ ଜଣେ ମାସିକ ବିକାରଗ୍ରସ୍ତ ନା ତା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ପୋଲିସ ଖୋଳତାଡ ଜାରି ରଖିଥିବା ବେଳେ ପ୍ରଶ୍ନ ଉଠୁଛି, ଏ କି ପ୍ରକାରର ମାନସିକତା ମଣିଷ ଭିତରେ ବୃଦ୍ଧି ପାଉଛି?  

  • ଖରାଦିନେ ମୁହଁରେ ଲଗାନ୍ତୁ ମୁଲତାନି ମାଟି ସହ ଏହି ସବୁ ଜିନିଷ…

    ଖରାଦିନେ ମୁହଁରେ ଲଗାନ୍ତୁ ମୁଲତାନି ମାଟି ସହ ଏହି ସବୁ ଜିନିଷ…



    ଗ୍ରୀଷ୍ମ ରୁତୁରେ ଚେହେରାକୁ ଦାଗହୀନ ଏବଂ ଚମକପୂର୍ଣ୍ଣ ରଖିବା ଏତେ ସହଜ ନୁହେଁ । ଝାଳ, ପ୍ରଦୂଷଣ ଏବଂ ଧୂଳି ଯୋଗୁଁ ଚର୍ମ ଶୁଖିଯାଏ । ଏପରି ପରିସ୍ଥିତିରେ, ଚର୍ମର ଚମକ ବଜାୟ ରଖିବା ପାଇଁ ମୁଲତାନି ମାଟି ଏକ ଚତ୍ମକାର ଉପାୟ । ତେବେ ଏହା ସହିତ କିଛି ଜିନିଷ ମିଶ୍ରଣ କରି ଏହାକୁ କିଛି ଦିନ ମୁହଁରେ ଲଗାଇଲେ କେବଳ ଶୁଷ୍କ ଚର୍ମ କୋଷଗୁଡିକ ଦୂର ହୁଏ ନାହିଁ ବରଂ ଚର୍ମକୁ ମଧ୍ୟ ହାଇଡ୍ରେଟ୍ କରେ । ମୁଲତାନି ମାଟି, କାକୁଡି, ବେସନ ହେଉଛି ସେହି କିଛି ଜିନିଷ ଯାହା ଖରାଦିନେ ଆମ ଚର୍ମର ଯତ୍ନ ନିଏ । ତେବେ ଆପଣ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯିବାକୁ ହେଲେ ଆପଣଙ୍କ ରୋଟିନ୍ ପରିବର୍ତ୍ତନ କରିବାକୁ ପଡିବ । ଆପଣ ସହଜରେ ଘରେ ମୁଲତନି ମାଟି ଫେସ୍ ପ୍ୟାକ୍ ତିଆରି କରିପାରିବେ ଯାହା ଚର୍ମକୁ ଏକ ନୂତନ ଜୀବନ ଦେବ । ସଠିକ୍ ଭାବରେ ପ୍ରୟୋଗ ହେଲେ ଚମକୁଥିବା ଚର୍ମ ପାଇଁ ଘରୋଇ ଉପଚାର ଭାବରେ ବ୍ୟବହୃତ ଏହି ସୌନ୍ଦର୍ଯ୍ୟ ଉପାଦାନଗୁଡ଼ିକ କେତେ ପ୍ରଭାବଶାଳୀ ତାହା କଳ୍ପନା କରିବା କଷ୍ଟକର । ଏଠାରେ ଆମେ ଆପଣଙ୍କ ପାଇଁ ମୁଲତାନି ମାଟିର ଏକ ଫେସ୍ ପ୍ୟାକ୍ ଆଣିଛୁ, ଯାହା ଆପଣଙ୍କ ଚେହେରାକୁ ଚମକାଇବ । ଆସନ୍ତୁ ଜାଣିବା ମୁଲତାନିମାଟି ଚେହେରା ପାଇଁ କେତେ ଫାଇଦା ….


    ଚମକୁଥିବା ଚେହେରା ପାଇଁ ମୁଲତାନି ମାଟି।
    ଚର୍ମକୁ ସୁସ୍ଥ ରଖିବା ଏବଂ ଖରାଦିନେ ଚମକିବା ଏକ ଚ୍ୟାଲେଞ୍ଜ । ସୂର୍ଯ୍ୟକିରଣ, ଅତ୍ୟଧିକ ତେଲ ଏବଂ ବ୍ରଣ ଗ୍ରୀଷ୍ମ ରୁତୁରେ ଅସୁବିଧାଜନକ ଅଟେ । ଏହି ସମସ୍ତ ଚର୍ମ ସମସ୍ୟାରୁ ମୁକ୍ତି ପାଇବା ଏବଂ ଚର୍ମକୁ ହାଇଡ୍ରେଟ୍ କରିବା ପାଇଁ ମୁଲତାନି ମାଟି ଅତ୍ୟନ୍ତ ଲାଭଦାୟକ । ଏହାର ଉତ୍କୃଷ୍ଟ ଲାଭ ପାଇଁ ବହୁ ଦିନରୁ ମଲ୍ଟାନି ମିଟି ବ୍ୟବହୃତ ହୋଇଆସୁଛି । ଏଠାରେ କିଛି ମଲ୍ଟାନି ମିଟି ଫେସ୍ ପ୍ୟାକ୍ ଅଛି ଯାହା ଗରମ ମାସରେ ଆପଣଙ୍କ ଚର୍ମକୁ ଉଜ୍ଜ୍ୱଳ କରିବାରେ ସାହାର୍ଯ୍ୟ କରିବ ।


    କାକୁଡି ଏବଂ ମୁଲତାନି ମାଟି ।
    ମୁଲତାନି ମାଟି ଏବଂ କାକୁଡି ପେଷ୍ଟକୁ ମିଶ୍ରଣ କରନ୍ତୁ, ଏଥିରେ କିଛି ବୁନ୍ଦା ଗୋଲାପ ପାଣି ମିଶାଇ ମୁହଁରେ ଲଗାନ୍ତୁ । ଏହାକୁ 15 ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ୟାକ୍ ଚର୍ମର ହାଇଡ୍ରେସନ୍ ବଜାୟ ରଖିବ ଏବଂ ତେଲିଆ ଚର୍ମରୁ ମୁକ୍ତି ପାଇବ ।
    ଆଲୋଭେରା ଏବଂ ମୁଲତାନି ମାଟି ।ମୁଲତାନି ମାଟି ଏବଂ ଆଲୋ ଭେରାର ମିଶ୍ରଣ ଚର୍ମକୁ ପୁଷ୍ଟିକର କରିବାରେ ସାହାଯ୍ୟ କରେ । ସେଗୁଡିକୁ ମିଶ୍ରଣ କରନ୍ତୁ ଏବଂ ଏହାକୁ ମୁହଁ ଏବଂ ଗଳାରେ ପ୍ରାୟ 15 ରୁ 20 ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ସାଧାରଣ ପାଣିରେ ଧୋଇ ଦିଅନ୍ତୁ । ପ୍ରାକୃତିକ ଚମକ ବଜାୟ ରଖିବାରେ ଏହି ଫେସ୍ ପ୍ୟାକ୍ ବହୁତ ଲାଭଦାୟକ ।

    ହଳଦି ଏବଂ ମୁଲତାନି ମାଟି ।
    ହଳଦୀ ହେଉଛି ଏକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ପଡର , ଯାହା ଚର୍ମର ପିଗମେଣ୍ଟେସନ୍ ରୁ ମୁକ୍ତି ଦେଇଥାଏ । ମୁଲତାନି ମାଟି ଏବଂ ହଳଦୀ କୁ ମିଶାଇ ମୁହଁରେ ଲଗାନ୍ତୁ । ଏହି ପ୍ୟାକ୍ ଆପଣଙ୍କୁ ବ୍ରଣରୁ ରକ୍ଷା କରିବ ।


    ମହୁ ଏବଂ ମୁଲତାନି ମାଟି
    ମହୁ ସହିତ ମଲ୍ଟାନି ମିଟି ଫେସ୍ ପ୍ୟାକ୍ ଚର୍ମକୁ ମଶ୍ଚରାଇଜ୍ କରିବାରେ ସାହାଯ୍ୟ କରେ । ତୁମକୁ କେବଳ ମହୁ ଏବଂ ମଲ୍ଟାନି ମିଟିର ଏକ ପେଷ୍ଟ ତିଆରି କରି ଏଥିରେ କିଛି ବୁନ୍ଦା ଲେମ୍ବୁ ମିଶାଇ ଦିଅ । ଏହାକୁ 15 ରୁ 20 ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅ ଏବଂ ପରେ ମୁହଁ ଧୋଇ ଦିଅ ।


    ଅମୃତଭଣ୍ଡା ଏବଂ ମୁଲତାନି ମାଟି
    ଅମୃତଭଣ୍ଡା ଓ ମଲ୍ଟାନି ମିଟି ଚର୍ମ ପାଇଁ ଚମତ୍କାରି ଅଟେ । ଏହାକୁ ତୁମ ଚର୍ମରେ ଲଗାତାର 15 ମିନିଟ୍ ପର୍ଯ୍ୟନ୍ତ ରଖ ଏବଂ ତାପରେ ଏହାକୁ ଧୋଇ ଦିଅ । ଏହା ଜମାଟ ବାନ୍ଧୁଥିବା ଚର୍ମ ଖୋଳିବାରେ ସାହାଯ୍ୟ କରେ ଏବଂ ତ୍ୱଚାକୁ ଏକ ପ୍ରାକୃତିକ ଚମକ ଦେଇଥାଏ ।