Author: suchanatv24x7

  • ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ

    ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ

    ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ପାଇଁ ସୁପାରିସ। ରେଲୱେ ବୋର୍ଡ ପକ୍ଷରୁ ଏହି ସିବିଆଇ ତଦନ୍ତ ସୁପାରିସ କରାଯାଇଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଏଥିପାଇଁ ଦାୟୀ ତାହାର ତଦନ୍ତ ହେବ। ଆଜି ସିବିଆଇ ତଦନ୍ତ ସୁପାରିସ ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଳମନ୍ତ୍ରୀ କହିଛନ୍ତି, ଯେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର ବିଭାଗୀୟ ତଥ୍ୟ ମିଳିବା ପରେ ରେଲୱେ ବୋର୍ଡ ଏହାର ସିବିଆଇ ତଦନ୍ତ ସୁପାରିସ୍ କରିଛି। ତେଣୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯିବ।
    ସୂଚନା ଥାଉକି, ବାହାନାଗା ରେଳଷ୍ଟେଶନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାକୁ ଦୁଇଦିନ ବିତିଥିଲେ ହେଁ ଏପର୍ଯ୍ୟନ୍ତ କାହାର ଭୁଲ ଏଥିପାଇଁ ଦାୟୀ ସ୍ପଷ୍ଟ କରାଗଲାନି କିମ୍ବା ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନି। ଯେତେବେଳେ କି ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ଯାଞ୍ଚ କରିବା ପରେ ଭୁଲ କରିଥିବା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଅନ୍ୟପଟେ ଘଟଣାର ତଦନ୍ତ କରୁଥିଲା ରେଲୱେ ସୁରକ୍ଷା ବୋର୍ଡ। ବୋର୍ଡ ଚାହିଁଥିଲେ ବିଭାଗୀୟ ଯାଞ୍ଚ ରିପୋର୍ଟରୁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିଥାଆନ୍ତା। ହେଲେ ଏପରି ନ କରି ଘଟଣାକୁ ସିବିଆଇ ତଦନ୍ତ ନିମନ୍ତେ ଦିଆଯିବା ଆଲୋଚନାର ବିଷୟ ହୋଇଛି।

    ରେଳ ମନ୍ତ୍ରୀ ଏହା ପୂର୍ବରୁ କହିଥିଲେ କି ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀ କହିଛନ୍ତି କି, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିର ଚିହ୍ନଟିକରଣ ସରିଛି।
    ରେଳ ମନ୍ତ୍ରୀ ଆହୁରି କହିଛନ୍ତି କି, ଏହି ଦୁର୍ଘଟଣାର ତଦନ୍ତ ଶେଷ ହୋଇଯାଇଛି। ରେଳ ସେଫ୍ଟି କମିଶନର ତଦନ୍ତ କରିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ କିଛି କହିବା ଠିକ ହେବ ନାହିଁ। ଆମେ ସମସ୍ତେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଏହି ଘଟଣା ପାଇଁ ଦାୟୀ ଥିବା ଲୋକଙ୍କ ଚିହ୍ନଟ କରାଯାଇଛି।

    କବଚର ଏହି ଦୁର୍ଘଟଣା ସହିତ କିଛି ସଂପର୍କ ନାହିଁ। ଏହି ଘଟଣା ପୂରା ଅଲଗା। ଏଥିରେ ପଏଣ୍ଟ ମେସିନର କଥା ଆସୁଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂର କଥା ଆସୁଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଯେଉଁମାନେ ଏଥିପାଇଁ ଦାୟୀ ତାହା ତଦନ୍ତ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

  • ରେଳ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ!

    ବାହାନଗା ରେଳ ଦୁର୍ଘଟଣା ଘଟଣାର ତଦନ୍ତ ପାଇଁ ସୁପାରିଶ

    ରେଳବାଇ ବୋର୍ଡ ପକ୍ଷରୁ ସୁପାରିଶ

    କେଉଁ ପରିସ୍ଥିତିରେ ହୋଇଛି ଦୁର୍ଘଟଣା

    କିଏ ଦୁର୍ଘଟଣା ପାଇଁ ଦାୟୀ

    ତଦନ୍ତ କରିବ ସିବିଆଇ

    ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହନ୍ତୁ: ରାହୁଲ ଗାନ୍ଧୀ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହନ୍ତୁ: ରାହୁଲ ଗାନ୍ଧୀ

    ସରକାରୀ ରିପୋର୍ଟ ଅନୁଯାୟୀ, ବାଲେଶ୍ୱର ରେଳ ଦୁର୍ଘଟଣାରେ ୨୭୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ହେଲେ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଇସ୍ତଫା ଦେଇଦେବା ଉଚିତ ବୋଲି କଂଗ୍ରେସ କହିଛି । ନଚେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍ କରିଛନ୍ତି ।

    ରାହୁଲ ଟ୍ବିଟ କରି ଲେଖିଛନ୍ତି, “୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ମଧ୍ୟ କୌଣସି ଉତ୍ତରଦାୟୀ ନାହିଁ । ମୋଦି ସରକାର ଏତେ ହୃଦୟ ବିଦାରକ ରେଳ ଦୁର୍ଘଟଣାର ଉତ୍ତରଦାୟିତ୍ୱ ନେବାରୁ ଖସିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ତୁରନ୍ତ ରେଳ ମନ୍ତ୍ରୀଙ୍କ ଠାରୁ ଇସ୍ତଫା ନେବା ଆବଶ୍ୟକ।”

    ଏହି ଭୟାନକ ଦୁର୍ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି । ଖଡଗେ କହିଛନ୍ତି, ସ୍ୱାଧୀନ ଭାରତର ଏହା ସବୁଠାର ଭୟଙ୍କର ରେଳ ଦୁର୍ଘଟଣା । ବିଜ୍ଞାପନରେ ବିଶ୍ବାସ ରଖୁଥିବା ସରକାରଙ୍କ କାର୍ଯ୍ୟ କରିବା ପ୍ରଣାଳୀର ଅସଲ ଚେହେରା ସାମ୍ନାକୁ ଆସିଛି ।

    ଖଡଗେ ପ୍ରଶ୍ନ କରି ଆହୁରି କହିଛନ୍ତି, ରେଳବାଇରେ ୩ ଲକ୍ଷ ପଦ ଖାଲି ପଡ଼ିଛି, ତାହା କେବେ ପୂରଣ ହେବ । ସେହିପରି ଆଧିକାରୀକ ସ୍ତରର ଅନେକ ପଦବୀ ମଧ୍ୟ ଖାଲି ପଡିଛି । ଆଉ ଏହି ଖାଲି ପଡିଥିବା ପଦର ନିଯୁକ୍ତି ପିଏମଓ ଦେଇଥାଏ । କେନ୍ଦ୍ରରେ ମୋଦି ସରକାର ୯ ବର୍ଷ ରହିଛି, ହେଲେ ଏହି ୯ ବର୍ଷ ଭିତରେ କାହିଁକି ଖାଲି ପଡିଥିବା ପୂରଣ କରାଗଲା ନାହିଁ ବୋଲି ଖଡଗେ ପ୍ରଶ୍ନ କରିଛନ୍ତି ।

  • ଦୁର୍ଘଟଣାର କାରଣ ନୁହେଁ ସିଗନାଲ ସମସ୍ୟା: ରେଳବାଇ ବୋର୍ଡ

    ଦୁର୍ଘଟଣାର କାରଣ ନୁହେଁ ସିଗନାଲ ସମସ୍ୟା: ରେଳବାଇ ବୋର୍ଡ

    ବାହାନଗା ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ପକ୍ଷରୁ ରବିବାର ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସେଦିନ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଥିଲା, ତାହା କହିଥିଲେ ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା।

    ବୋର୍ଡ ପକ୍ଷରୁ କୁହାଯାଇଛି, ବାହାନଗା ବଜାର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଷ୍ଟେସନ ଦେଇ ୪ଟି ଲାଇନ ଯାଇଛି। ସେଥିରୁ ଦୁଇଟି ମୁଖ୍ୟ ଲାଇନ ଥିବା ବେଳେ ସେ ଦୁଇଟି ମଝିରେ ରହିଛି। ଦୁଇ ମୁଖ୍ୟ ଲାଇନର କଡ଼ରେ ରହିଛି ଦୁଇଟି ଲୁପ୍ ଲାଇନ। ଦୁର୍ଘଟଣା ଘଟିବା ଦିନ ଉଭୟ ଲୁପ୍ ଲାଇନରେ ଦୁଇଟି ଲୁହା ପଥର ବୋଝେଇ ମାଲଗାଡ଼ି ଛିଡ଼ା ହୋଇଥିଲେ।

    ସେହି ସମୟରେ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇରୁ ହାୱଡା ଅଭିମୁଖେ ଯାଉଥିଲା ଓ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ହାୱଡା ପଟରୁ ଆସୁଥିଲା। ଉଭୟ ଟ୍ରେନ ପାଇଁ ଦୁଇଟି ଯାକ ମୁଖ୍ୟ ଲାଇନରେ ଗ୍ରୀନ୍ ସିଗ୍‌ନାଲ ଦିଆଯାଇଥିଲା। କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୬ କିଲୋମିଟର ବେଗରେ ଯାଉଥିଲା। ଉଭୟ ଟ୍ରେନର ଘଣ୍ଟା ପ୍ରତି ବେଗ ୧୩୦ କିମି । ତେଣୁ କେହି ଅଧିକ ବେଗରେ ଯାଉ ନଥିଲେ ।

    ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା ଆହୁରି କହିଛନ୍ତି, କୌଣସି କାରଣରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହା ଏକ ଲୁପ୍‌ଲାଇନରେ ଥିବା ଲୁହା ପଥର ବୋଝେଇ ଟ୍ରେନ୍‌କୁ ଧକ୍କା ଦେଇଥିଲା। ହେଲେ ସେଥିରେ ଲୁହା ପଥର ଲୋଡ ହୋଇଥିବାରୁ ତାହା ହଲଚଲ ହୋଇନଥିଲା। କିନ୍ତୁ କରମଣ୍ଡଳର ବଗିଗୁଡ଼ିକ ଧକ୍କା ପରେ ଏଣେତେଣେ ପଡ଼ିଥିଲା। କରମଣ୍ଡଳର କିଛି ବଗି ଯାଇ ତୃତୀୟ ଲାଇନରେ ପଡ଼ିଥିଲା ଯେଉଁଥିରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଆସୁଥିଲା। କରମଣ୍ଡଳର କିଛି ବଗି ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର କିଛି ବଗିରେ ମାଡ଼ ହୋଇଥିଲା। ତେବେ କାବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଅନ୍ୟ ଟ୍ରେନଗୁଡ଼ିକ ଦୁର୍ଘଟଣାର ଶିକାର ହୋଇନାହାନ୍ତି।

    ସିହ୍ନା ଆହୁରି କହିଛନ୍ତି କି, ସିଗ୍‌ନାଲ ସମସ୍ୟା ଥିବା ଜଣାପଡ଼ିଛି। କିନ୍ତୁ ଏହାକୁ ସିଗନାଲ ଫେଲ୍ୟୁଅର ବୋଲି କହିବା ଠିକ୍ ନୁହେଁ।ସବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ। ତେବେ ଏସବୁ କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୂରା ତଦନ୍ତ ରିପୋର୍ଟ ନଆସିଲା ପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ।

    ଏଠାର ସୂଚନାଯୋଗ୍ୟ, ରେଳୱେ ବୋର୍ଡର ପ୍ରେସମିଟ ପୂର୍ବରୁ ବାହାନଗାରେ କ୍ୟାମ୍ପ କରି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

  • ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ନବୀନଙ୍କ ସହାୟତା ରାଶି ଘୋଷଣା

    ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ନବୀନଙ୍କ ସହାୟତା ରାଶି ଘୋଷଣା

    ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ପରେ ସହାୟତା ରାଶି ଘୋଷଣା ହୋଇଛି । ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ । ସେହିପରି,ଗୁରୁତର ଆହତ ହୋଇଥିଲେ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ଏଥିସହ ସମସ୍ତ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କେବଳ ଓଡ଼ିଶାବାସୀଙ୍କ ପାଇଁ ଉପଲବ୍ଧ ହେବ । ଯଦି ଓଡ଼ିଆ ହୋଇଥିବେ, ଓଡ଼ିଶାର ବାସିନ୍ଦା ହୋଇଥିବେ ତେବେ ଘୋଷଣା ଅନୁସାରେ ସହାୟତା ରାଶି ମିଳିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ରାଶି ଦିଆଯିବ ।

    ବାହାନଗା ରେଳ ଦୁର୍ଘଟଣାକୁ ନେଇ ସମସ୍ତେ ଚିନ୍ତିତ । ସବୁଠି ଶୋକର ଛାୟା, ସମସ୍ତେ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶୁକ୍ରବାର ରାତିରେ ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା ।

    ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି । ଅନେକ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ୧୧୭୫ ଆହତଙ୍କ ଚିକିତ୍ସା ଜାରି ରହିଛି । ଏଯାଏ ପାଖାପାଖି ୮୦୦ ଜଣଙ୍କୁ ଡିସଚାର୍ଜ କରାଯାଇଛି । ସମସ୍ତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ସେପଟେ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ମଧ୍ୟ ରହିଛି ।

  • ଟ୍ରେନ ଦୁର୍ଘଟଣା: ମୃତକଙ୍କ ପିଛା ୧୦ ଲକ୍ଷ ଦେବ ଆନ୍ଧ୍ର

    ଟ୍ରେନ ଦୁର୍ଘଟଣା: ମୃତକଙ୍କ ପିଛା ୧୦ ଲକ୍ଷ ଦେବ ଆନ୍ଧ୍ର

    ବାହାନଗା ଟ୍ରେନ ଦୁର୍ଘଟଣା ଘଟଣା

    ଆନ୍ଧ୍ର ସରକାରର ଅନୁକମ୍ପା ରାଶି ଘୋଷଣା

    ମୃତକଙ୍କ ପିଛା ୧୦ ଲକ୍ଷ ଟଙ୍କା

    ଗୁରୁତର ଆହତଙ୍କୁ ୫ ଲକ୍ଷ

    ସାମାନ୍ୟ ଆହତଙ୍କୁ ମିଳିବ ୧ ଲକ୍ଷ ଟଙ୍କା

  • ଟ୍ରେନ୍ ଦୁର୍ଘଟଣା ମାମଲାରେ ସରକାରଙ୍କୁ ପ୍ରଶ୍ନ କଲେ ତେଜସ୍ବୀ, କହିଲେ ଟୋଟାଲ ସରକରାଙ୍କ ବିଫଳତା

    ଟ୍ରେନ୍ ଦୁର୍ଘଟଣା ମାମଲାରେ ସରକାରଙ୍କୁ ପ୍ରଶ୍ନ କଲେ ତେଜସ୍ବୀ, କହିଲେ ଟୋଟାଲ ସରକରାଙ୍କ ବିଫଳତା

    ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରବିବାର ଦିନ ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆମେ ଏଥିପାଇଁ ବହୁତ ଦୁଃଖିତ । ହେଲେ ଏହି ଘଟଣାରେ ଅବହେଳା ହୋଇଛି । ଏହି ଘଟଣା ରେଳବାଇର ଦାବିକୁ ବିଫଳ କରିଛି । ଭାରତ ସରକାର, ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ବିଫଳତା ବୋଲି ତେଜସ୍ବୀ କହିଛନ୍ତି । ଏଥିପାଇଁ କିଏ ଦାୟୀ ତାହା ସ୍ଥିର ହେବା ଉଚିତ୍ । ଯଥାଶୀଘ୍ର ତଦନ୍ତ କରାଯିବା ଉଚିତ୍ । ଏହି ଘଟଣାରେ ବିହାରର ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ସୂଚନା ନିଆଯାଉଛି, ଏହା ପରେ ବିହାର ସରକାର ନିଷ୍ପତ୍ତି ନେବେ ।

    ତେଜସ୍ୱୀ ଯାଦବ କହିଛନ୍ତି ଯେ, ରେଳବାଇ ସୁନିଶ୍ଚିତ କରିଛି ଯେ ସୁରକ୍ଷା ହେଉଛି ସେମାନଙ୍କର ପ୍ରାଥମିକତା । କିନ୍ତୁ ଏତେ ବଡ ଦୁର୍ଘଟଣା ପରେ ମଧ୍ୟ ସେମାନେ କୌଣସି ଉତ୍ତରଦାୟୀ ନେଉନାହାନ୍ତି । ଏହି ସମୟ ରାଜନୀତି ପାଇଁ ହେବା ଉଚିତ୍ ନୁହେଁ । କିନ୍ତୁ ଉତ୍ତରଦାୟୀ ହେବା ଜରୁରୀ । ଏହା ଏକ ବଡ ଦୁର୍ଘଟଣା, ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ତେଜସ୍ବୀ କହିଛନ୍ତି ।

    ତେଜସ୍ୱୀ କହିଛନ୍ତି ଯେ, କୁସ୍ତିଯୋଦ୍ଧା ମାନଙ୍କ କ୍ଷେତ୍ରରେ କେନ୍ଦ୍ର କୌଣସି ତଦନ୍ତ କରିନାହିଁ । ତେଣୁ ସେମାନେ କ’ଣ କରିବେ ମୁଁ ଜାଣିନାହିଁ, କେବଳ ସମୟ କହିବ । କିନ୍ତୁ ସେପର୍ଯ୍ୟନ୍ତ କେହି ଜଣେ ନିଜ କାନ୍ଧରେ ଦାୟିତ୍ବ ଗ୍ରହଣ କରିବା ଉଚିତ୍ । ଏଭଳି ଏକ ବଡ଼ ଘଟଣା ଘଟିଛି, ପ୍ରଧାନମନ୍ତ୍ରୀ ମୋଦୀ ଏକ ସାମ୍ବାଦିକ ସମ୍ମିଳନୀ କରିବା ଉଚିତ୍ ।

  • ସୁପ୍ରିମ କୋର୍ଟରେ ବାହାନଗା ରେଳ ଦୁର୍ଘଟଣା ମାମଲା

    ସୁପ୍ରିମ କୋର୍ଟରେ ବାହାନଗା ରେଳ ଦୁର୍ଘଟଣା ମାମଲା

    ବାଲେଶ୍ବର ବାହାନଗା ‌ରେଳ ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ସୁପ୍ରିମ୍‌ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।ସୁପ୍ରିମ୍‌ କୋର୍ଟରେ ଓକିଲାତି କରୁଥିବା ଆଡ୍‌ଭୋକେଟ୍‌ ବିଶାଳ ତିୱାରି ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ନିଜ ଯାଚିକାରେ ସେ ଏକ କମିଶନ ଗଠନର ଦାବି କରିବା ସହ ଏହାର ଅଧ୍ୟକ୍ଷ ଦାୟିତ୍ୱ ଜଣେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତିଙ୍କୁ ଦେବାକୁ ଦାବି ଜଣାଇଛନ୍ତି।

    ଏଥିସହ ‘କବଚ’ ସୁରକ୍ଷା ବ୍ୟବସ୍ଥା ବା ‘ଅଟୋମେଟିକ୍‌ ଟ୍ରେନ୍‌ ପ୍ରୋଟେକ୍ସନ୍‌’ ଲଗାଇବା ପାଇଁ ଗାଇଡ୍‌ଲାଇନ୍‌ ଜାରି କରିବା ଲାଗି ମଧ୍ୟ ଏହି ଜନସ୍ବାର୍ଥ ମାମଲାରେ ଦାବି କରାଯାଇଛି। ଏହି ବ୍ୟବସ୍ଥା ପ୍ରଚଳନ କରାଗଲେ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିବା ସହିତ ଦେଶରେ ରେଳ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ‌ବୋଲି ତିୱାରି ନିଜ ଯାଚିକାରେ କହିଛନ୍ତି।

    ସେ ତାଙ୍କ ଯାଚିକାରେ ଆହୁରି କହିଛନ୍ତି କି, ସୁପ୍ରିମ୍‌ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ବୈଷୟିକ ଜ୍ଞାନ ଥିବା ସଦସ୍ୟମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ସରକାର ନିର୍ଦେଶ ଦିଅନ୍ତୁ । ଏହି କମିଟି ବର୍ତ୍ତମାନର ରେଳବାଇ ବ୍ୟବସ୍ଥାରେ ଥିବା ମାନ ଓ ବିପଦର ସମୀକ୍ଷା କରିବ। ଏଥିସହ ରେଳବାଇ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପରିବର୍ତ୍ତନ ସଂକ୍ରାନ୍ତରେ ମଧ୍ୟ ପ୍ରସ୍ତାବ ଦେବ। ଏହାଛଡ଼ା, ଏହି କମିଟି ଅଦାଲତରେ ୨ ମାସରେ ତା’ର ରିପୋର୍ଟ ଦାଖଲ କରିବା ଦରକାର ‌ବୋଲି ଏଥିରେ ଉଲ୍ଲେଖ ରହିଛି।

  • ଭୁବନେଶ୍ୱର: ରାସ୍ତା ମଝିରେ ଅଘଟଣ, CNG ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

    ଭୁବନେଶ୍ୱର: ରାସ୍ତା ମଝିରେ ଅଘଟଣ, CNG ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

    ରାସ୍ତା ମଝିରେ ଅଘଟଣ । CNG ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଛି । ଭୁବନେଶ୍ୱର NH-16 ପଳାଶୁଣୀ ଓଭର୍ ବ୍ରିଜ୍ ଉପରେ ଚଳନ୍ତା ଟ୍ୟାଙ୍କରରୁ ଏହି ଗ୍ୟାସ୍ ଲିକ୍ ହୋଇଛି ।

    ସୂଚନା ଅନୁସାରେ ଫିଲିଂ ଷ୍ଟେସନକୁ ଯାଉଥିଲା କମ୍ପାନୀ ଟ୍ୟାଙ୍କର । ତେବେ ଯାଉଥିବା ବେଳେ ରାସ୍ତାରେ ଗାଡ଼ିରୁ ଗ୍ୟାସ୍ ଲିକ୍ ହେଉଥିଲା କିନ୍ତୁ ଡ୍ରାଇଭର ଜାଣିନଥିଲେ । ଗ୍ୟାସ୍ ଲିକ୍ ହେଉଥିବା ନେଇ ଅନ୍ୟ ଗାଡ଼ି ଡ୍ରାଇଭର ସୂଚନା ଦେଇଥିଲେ । ପଳାଶୁଣୀ ରାସ୍ତାରେ ଗାଡ଼ି ଅଟକାଇଥିଲେ ଡ୍ରାଇଭର । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଥିଲା ।

    ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ପାଣି ପକାଯାଇ ଗ୍ୟାସ୍ ନିୟନ୍ତ୍ରଣ କରାଯାଇଥିଲା । ଏହାପରେ ଏକ୍ସପର୍ଟ ଟିମ୍ ଗ୍ୟାସ୍ ଲିକ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିଲେ । ଗ୍ୟାସ୍ ଭଲବ ବନ୍ଦ ପରେ ଟ୍ୟାଙ୍କରକୁ ଅନ୍ୟତ୍ର ପଠାଇଯାଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଅଞ୍ଚଳରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଲୋକେ । କାରଣ ଗ୍ୟାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପିଥିଲେ ନିଆଁ ଲାଗିଯାଇଥାନ୍ତି । ସ୍ଥାନୀୟ ଲୋକେ ବହୁତ ସମସ୍ୟା ଭୋଗିଥାନ୍ତେ । ତେବେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାରୁ ତାହା ଏବେ ନିୟନ୍ତ୍ରଣାଧୀନ ରହିଛି ।

  • ଛୋଟ ପୋଷାକ ପିନ୍ଧିଲେ ମନ୍ଦିରରେ ପ୍ରବେଶ ମନା, ମନ୍ଦିର କମିଟିର ନିଷ୍ପତ୍ତି

    ଛୋଟ ପୋଷାକ ପିନ୍ଧିଲେ ମନ୍ଦିରରେ ପ୍ରବେଶ ମନା, ମନ୍ଦିର କମିଟିର ନିଷ୍ପତ୍ତି

    ଏଣିକି ମଥୁରା ଓ ଆଗ୍ରାର ଅନେକ ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ କଟକଣା ଲଗାଯାଇଛି । ଏହା ସହିତ ଭକ୍ତମାନଙ୍କୁ ମନ୍ଦିରରେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗ୍ରାସ୍ଥିତ କୈଳାଶ ମହାଦେବ ମନ୍ଦିର ସମେତ ଅନେକ ମନ୍ଦିରରେ ଛୋଟ ପୋଷାକ ପିନ୍ଧି ମନ୍ଦିର ପରିଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଗ୍ରା ପରି ମଥୁରାର ରାଧା ବଲ୍ଲଭଙ୍କ ସମେତ ଅନେକ ମନ୍ଦିରରେ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି ।

    ଭକ୍ତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି ଯେ, ଯଦି ସେମାନେ ମନ୍ଦିରକୁ ଆସନ୍ତି ତେବେ ସେମାନେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବା ଉଚିତ୍, ନଚେତ୍ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କଠୋର ନିୟମ କରାଯାଇଛି । ଏହା ସହିତ ମନ୍ଦିର ବାହାରେ ଏ ସମ୍ପର୍କିତ ଏକ ବୋର୍ଡ ମଧ୍ୟ ରଖାଯାଇଛି, ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଛୋଟ ପୋଷାକ ପିନ୍ଧି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

    ଆଗ୍ରା କୈଳାଶ ମହାଦେବ ମନ୍ଦିରର ମହନ୍ତ ପଙ୍କଜ ଗିରି ଏହା ବିଷୟରେ କହିଛନ୍ତି ଯେ, ହିନ୍ଦୁ ସଂସ୍କୃତି ଅନୁଯାୟୀ ପୋଷାକ ପିନ୍ଧି ପାରମ୍ପାରିକ ମନ୍ଦିରକୁ ଆସିବା ଉଚିତ୍ । ଯାହାଦ୍ୱାରା କାହାର ଧାର୍ମିକ ବିଶ୍ୱାସ ଆଘାତ ହେବନାହିଁ । ଏହାକୁ ଦୃଷ୍ଟିରେ ରଖି ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିସହିତ ମଥୁରାର ମନକାମେଶ୍ୱର ମହାଦେବ ମନ୍ଦିରର ମହନ୍ତ ଯୋଗେଶ ପୁରୀ ମଧ୍ୟ ତାଙ୍କ କଥାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ପୋଷାକ ମନ୍ଦିରରେ ପ୍ରବେଶ କରିବା ପାଇଁ ଆଦର୍ଶ ବୋଲି ବିବେଚନା କରାଯାଇଛି । ତେଣୁ ଭକ୍ତମାନେ କେବଳ ଭାରତୀୟ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିବା ଆବଶ୍ୟକ ।