Author: suchanatv24x7

  • ବିଶ୍ବ ଖାଦ୍ୟ ସୁରକ୍ଷା ଦିବସ

    ବିଶ୍ବ ଖାଦ୍ୟ ସୁରକ୍ଷା ଦିବସ

    ପ୍ରତିବର୍ଷ 7 ଜୁନ୍ ରେ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ଦିବସ ପାଳନ କରାଯାଏ ।  ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଖାଦ୍ୟ ଉତ୍ପାଦକ, ଗ୍ରାହକ ଏବଂ ସରକାରଙ୍କୁ ଖାଦ୍ୟ ନିରାପତ୍ତା ବିଷୟରେ ଅବଗତ କରାଇବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ପ୍ରତିବର୍ଷ ବିଶ୍ୱରେ ପ୍ରତି 10 ଜଣ ଲୋକ ଦୂଷିତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡନ୍ତି। କୌଣସି ଦେଶ ଏହା ଦ୍ୱାରା ସ୍ପର୍ଶ କରନ୍ତି ନାହିଁ ।  ଖାଦ୍ୟରେ ଜୀବାଣୁ, ଜୀବାଣୁ, ପରଜୀବୀ ଏବଂ ରାସାୟନିକ ପଦାର୍ଥର ଉପସ୍ଥିତି ଯୋଗୁଁ 200 ରୁ ଅଧିକ ରୋଗ ହୁଏ। ଏହି କାରଣରୁ ଖାଦ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଦିନ ପାଳନ କରିବା 2018 ରେ WHO ଏବଂ ଖାଦ୍ୟ ଏବଂ କୃଷି ସଂଗଠନ (FAO) ଦ୍ୱାରା ଆରମ୍ଭ ହୋଇଥିଲା ।  ଏହି ଦିନ ପାଳନ କରିବାର ଗୋଟିଏ କାରଣ ହେଉଛି ଲୋକଙ୍କୁ ଖାଦ୍ୟ ନିରାପତ୍ତାର ଗୁରୁତ୍ୱ ବିଷୟରେ ଅବଗତ କରାଇବା ।  ଖାଦ୍ୟ ନଷ୍ଟ ନକରିବା ଏବଂ ସ୍ୱାସ୍ଥ୍ୟ ପାଇଁ ନିରାପଦ ଖାଦ୍ୟ ଯୋଗାଇବା ହେଉଛି ଏହି ଦିନ ପାଳନ କରିବା ସମ୍ବନ୍ଧୀୟ ବିଷୟ । ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ 2023 ର ବିଷୟବସ୍ତୁ ହେଉଛି 'ଖାଦ୍ୟ ମାନକ ଜୀବନ ବଞ୍ଚାନ୍ତୁ' |WHO ଅନୁଯାୟୀ, ବିଶ୍ୱ ଖାଦ୍ୟ ଦିବସର ମହତ୍ତ୍ୱ କେବଳ ଜଣେ ବ୍ୟକ୍ତି କିମ୍ବା କ one ଣସି ଶ୍ରେଣୀ ସହିତ ନୁହେଁ, ବରଂ ଆମେ ସମସ୍ତେ ଏହା ସହିତ ସଂଯୁକ୍ତ ।  ଆପଣ ସରକାରଙ୍କ ପାଇଁ କାମ କରନ୍ତୁ, ଖାଦ୍ୟ ବ୍ୟବସାୟରେ ଅଛନ୍ତି କିମ୍ବା ଏକ କ୍ୟାଟରିଂ ଆଉଟଲେଟରେ କାମ କରନ୍ତୁ, ଆପଣଙ୍କୁ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବାକୁ ପଡିବ ଯାହା ଦ୍ବାରା ଗ୍ରାହକଙ୍କ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ନହୁଏ। ଏଥିପାଇଁ ସ୍ୱଚ୍ଛତା, ଉତ୍ପାଦନ, ସଂରକ୍ଷଣ ସୁବିଧା ଏବଂ ଖାଦ୍ୟ ମୂଲ୍ୟର ଯତ୍ନ ନେବା ଆବଶ୍ୟକ । 
    
    ଖାଦ୍ୟ ନିରାପତ୍ତାକୁ କିପରି ସୁନିଶ୍ଚିତ କରାଯିବ । 
    -ଖାଦ୍ୟ ସାମଗ୍ରୀକୁ ସଠିକ୍ ପରିଷ୍କାର କରିବା ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଜରୁରୀ ।  କଞ୍ଚା କିଛି ଖାଇବା ପୂର୍ବରୁ ପନିପରିବା କିମ୍ବା ଫଳ ଭଲ ଭାବରେ ଧୋଇ ଦିଅନ୍ତୁ । 
    -ରାନ୍ଧିବା ସମୟରେ ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନିଅନ୍ତୁ ।  ଯଦି ଖାଦ୍ୟ ଏକ ସ୍ୱଚ୍ଛ ଉପାୟରେ ପ୍ରସ୍ତୁତ ନହୁଏ, ତେବେ ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ । 
    -ଅନେକ ଖାଦ୍ୟ ରାନ୍ଧିବା ପରେ ଖାଇବା ଠିକ୍ ।  ବିଶେଷ କରି ମାଂସ ଏବଂ ମାଛ ରାନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି । 
    -ଖାଦ୍ୟ ସାମଗ୍ରୀକୁ ସଠିକ୍ ଭାବରେ ସଂରକ୍ଷଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । 
    -ଜୀବାଣୁ ନଷ୍ଟ କରିବା ପାଇଁ ଖାଦ୍ୟ ଗରମ କରି ଖାଇବା ଭଲ।
    -ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ହାତ ଧୋଇ ଦିଅନ୍ତୁ ।
  • ‘୪୧ ​ଶହଙ୍କୁ ସଂପୂର୍ଣ୍ଣ ମାଗଣାରେ ପଶ୍ଚିମବଙ୍ଗ ପଠାଯାଇଛି’

    ‘୪୧ ​ଶହଙ୍କୁ ସଂପୂର୍ଣ୍ଣ ମାଗଣାରେ ପଶ୍ଚିମବଙ୍ଗ ପଠାଯାଇଛି’

    ବାଲେଶ୍ବର ବାହନଗା ଟ୍ରେନ୍ ଦୁର୍ଘଟଣା ପରେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୪୧ ​ଶହ ଲୋକଙ୍କୁ ସଂପୂର୍ଣ୍ଣ ମାଗଣାରେ ପଶ୍ଚିମବଙ୍ଗ ପଠାଯାଇଛି। କଟକ, ପୁରୀ ଓ ଭୁବନେଶ୍ବରରୁ ୧୦୫ଟି ବସ୍‌ରେ ଗଲା ୩ ଦିନ ଭିତରେ ୪୧୦୦ ଯାତ୍ରୀଙ୍କୁ ମାଗଣାରେ ପଠାଇବା ବ୍ୟବସ୍ଥା କରି ପାରିଛି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ। ଓଡ଼ିଶା ଭିତରେ ବି ୧୨୬ଟି ବସରେ କଟକ, ପୁରୀ ଓ ଭୁବନେଶ୍ବରରେ ଅଟକିଥିବା ୭ ହଜାର ଯାତ୍ରୀଙ୍କୁ ସଂପୂର୍ଣ୍ଣ ମାଗଣାରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚା ଯାଇଥିଲା। ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପରେ ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନରେ ହେଲପ୍ ଡେସ୍କ୍‌ ଖୋଲିବା ପାଇଁ ବିଭାଗ ପକ୍ଷରୁ ପୁରୀ, କଟକ, ଭୁବନେଶ୍ବର ଆରଟିଓଙ୍କ ଜରିଆରେ ପାଣ୍ଠିର ବ୍ୟବସ୍ଥା କରାଯାଇଥିଲା।


    ଦୁର୍ଘଟଣା ଦିନ ଓ ପରେ ମୃତକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ୮୪ଟି ଆମ୍ବୁଲାନ୍‌ସ ବ୍ୟବସ୍ଥା କରାଯାଇଥିଲା। ଏବେ ବି ୧୮ଟି ଆମ୍ବୁଲାନ୍‌ସ ଏଥିପାଇଁ ସଂରକ୍ଷିତ ରଖାଯାଇଛି। ମୃତ ଶରୀର ଓ ସେମାନଙ୍କ ସଂପର୍କୀୟଙ୍କୁ ନେବା ପାଇଁ ଏହି ଆମ୍ବୁଲାନସ୍‌ ବ୍ୟବହାର କରାଯାଉଛି। ସେଥିରୁ ୪ଟି ଆମ୍ବୁଲାନ୍‌ସ ଓଡ଼ିଶାର ବିଭିନ୍ନ ସ୍ଥାନକୁ, ୩୫ଟି ବିହାର ଓ ୪୩ଟି ପଶ୍ଚିମବଙ୍ଗ ପଠାଯାଇଛି। ଦୁର୍ଘଟଣାସ୍ଥଳରୁ ୪୭ ଛୋଟ ପିଲାଙ୍କୁ ଉଦ୍ଧାର କରି ବିହାର ବାଗଲପୁରକୁ ଏକ ସ୍ବତନ୍ତ୍ର ବସ୍‌ରେ ନିଆଯାଇଥିଲା। କଟକରୁ ୨୨ଟି ବସ୍‌ରେ ୧୦୭୦ ଯାତ୍ରୀ, ପୁରୀରୁ ୪୭ଟି ବସ୍‌ରେ ୨୦୩୦ ଯାତ୍ରୀ ଓ ଭୁବନେଶ୍ବରରୁ ୩୬ଟି ବସ୍‌ରେ ୧୬୬୫ ଯାତ୍ରୀଙ୍କୁ କଲିକତା ନିଆଯାଇଥିଲା।
    ଭୁବନେଶ୍ବର ରେଳଷ୍ଟେସନ୍‌ରୁ ୨୧ଟି ବସ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ୧୦୫୦ ଯାତ୍ରୀ, କଟକ ରେଳଷ୍ଟେସନ୍‌ରୁ ୧୦୫ଟି ବସ୍‌ରେ ୫୩୪୪ ଯାତ୍ରୀଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ନିଆଯାଇଥିଲା। ୧୦୫ଟି ବସ୍‌ରେ୩ ଦିନ ଭିତରେ ୪୧୦୦ ଯାତ୍ରୀଙ୍କୁ ମାଗଣା ପଠାଇବା ବ୍ୟବସ୍ଥା କରିଛି ରାଜ୍ୟ ସରକାର ବୋଲି ସୂଚନା ଦିଆ ଯାଇଛି।

  • ମୃତକଙ୍କ ଚିହ୍ନଟ ପାଇଁ ଏମ୍ସ-ଭୁବନେଶ୍ୱର ଯାଆନ୍ତୁ: ପୂର୍ବତଟ ରେଳପଥ

    ମୃତକଙ୍କ ଚିହ୍ନଟ ପାଇଁ ଏମ୍ସ-ଭୁବନେଶ୍ୱର ଯାଆନ୍ତୁ: ପୂର୍ବତଟ ରେଳପଥ

    ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ, ରେଳ ଧାରଣା ମରାମତି ଶେଷ ହୋଇ ରେଳ ଚଳାଚଳ ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ୮୩ଟି ମୃତଦେହ ଚିହ୍ନଟ ନ ହୋଇ ପଡିରହିଛି। ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଜାରି କରିଛି ପୂର୍ବତଟ ରେଳପଥ। ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନ ଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

    ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇ କ୍ୟାପିଟାଲ୍‌, ସମ୍‌, କିମ୍ସ, ହାଇଟେକ୍‌ ଓ ଆମ୍ରି ହସ୍ପିଟାଲ୍‌ରେ ଥିବା ୩୯ ମୃତଦେହକୁ ଗତକାଲି ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର, ହସ୍ପିଟାଲ୍‌ର ଅନ୍ୟାନ୍ୟ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରମାନେ ଅକ୍ଳାନ୍ତ ପରିଶ୍ରମ କରିଥିବା ବେଳେ ଏମ୍ସରେ ଏବେ ସୁଦ୍ଧା ସମୁଦାୟ ୧୬୨ଟି ମୃତଦେହ ପହଞ୍ଚିଥିଲା। ସେଥିମଧ୍ୟରୁ ୭୧ଟି ମୃତଦେହକୁ ସେମାନଙ୍କ ସଂପର୍କୀୟମାନଙ୍କୁ ପ୍ରଦାନ କରାଯାଇଛି। ଅନ୍ୟ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଏବେ ବି ଜାରି ରହିଛି। ତେଣୁ ଯେଉଁ ଯାତ୍ରୀଙ୍କ ପରିବାର ସେମାନଙ୍କ ସ୍ବଜନଙ୍କୁ ଖୋଜୁଛନ୍ତି ସେମାନେ ଭୁବନେଶ୍ୱର ଏମ୍ସ ଯାଇ ମୃତଦେହ ଖୋଜିପାରିବେ ବୋଲି କୁହାଯାଇଛି।

    ସେପଟେ କିଛି ମୃତଦେହ ପାଇଁ ଜଣେ ବି ଦାବିଦାର ନଥିବ ବେଳେ ଗୋଟେ ଗୋଟେ ମୃତଦେହ ପାଇଁ ୬ ଜଣ ଲେଖାଏ ଦାବିଦାର ବାହାରୁଥିବା ସେ କହିଛନ୍ତି। ଓଡ଼ିଶାରେ ଡିଏନଏ ପରୀକ୍ଷଣ ବ୍ୟବସ୍ଥା ନଥିବାରୁ ଭୁବନେଶ୍ବର ଏମ୍‌ସ ତତ୍ତ୍ବାବଧାନରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଛି। ପ୍ରକୃତ ପରିଜନଙ୍କୁ ଚିହ୍ନଟ ପାଇଁ ଏମ୍ସରୁ ୩୩ ରକ୍ତ ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ। 

    ଉଲ୍ଲେଖଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଗତକାଲି ଟ୍ରାକ୍‌ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌।ଚେନ୍ନାଇ ପଟୁ ଯାତ୍ରା କରୁଥିବା ଏହି ଦ୍ରୁତଗାମୀ ଟ୍ରେନ୍ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଯାଇଥିଲା। ଜୁନ୍ ୨ ତାରିଖ ସନ୍ଧ୍ୟାରେ କୋଲକାତାରୁ ଚେନ୍ନାଇ ଅଭିମୁଖେ ଯିବା ବେଳେ ବାହାନଗା ବଜାର ଷ୍ଟେସନ୍‌ଠାରେ ଅପ୍‌ଲାଇନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ। ତା ପରଠାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ସେପଟେ ଡାଉନ୍‌ ଲାଇନ୍‌ରେ ଚେନ୍ନାଇ ପଟୁ ଆସୁଥିବା କରମଣ୍ଡଳକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ୩ ଦିନ ଅଟକାଇ ଦିଆଯାଇଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ଗତକାଲି ଏହି ଟ୍ରେନ୍ କୋଲାକାତାକୁ ଯାଇଛି।

  • ଆଜିଠାରୁ WTC ଫାଇନାଲ୍ ଟକ୍କର, ଚାମ୍ପିଅନ୍ ହେବାକୁ ଲଢ଼ିବେ ଭାରତ ଓ ଅଷ୍ଟ୍ରେଲିଆ

    ଆଜିଠାରୁ WTC ଫାଇନାଲ୍ ଟକ୍କର, ଚାମ୍ପିଅନ୍ ହେବାକୁ ଲଢ଼ିବେ ଭାରତ ଓ ଅଷ୍ଟ୍ରେଲିଆ

    ଆଜିଠାରୁ ଓଭାଲରେ ଆରମ୍ଭ ହେଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମୁକାବିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମୁକାବିଲା ହେବ । ଗତଥରର ରନର୍ସ ଅପ୍ ଟିମ୍ ଇଣ୍ଡିଆ ଏଥର କିନ୍ତୁ ଟାଇଟଲ୍ ନେବା ପାଇଁ ପୁରା ଯୋଶରେ ମୈଦାନକୁ ଓହ୍ଲାଇବ ।

    କିଏ ଜିତିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମୁକାବିଲା । ଭାରତ ନା ଟିମ୍ ଅଷ୍ଟ୍ରେଲିଆ । କାହାର ହେବ ବାଜିମାତ୍ ସେ ନେଇ କହିବା ମୁସ୍କିଲ । କାରଣ ଗତ କିଛି ମାସ ହେଲା ଭାରତ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଟେଷ୍ଟରେ ଉନ୍ନତ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । IPLର ଷ୍ଟାର ତଥା ଇନଫର୍ମ ଶୁବମନ୍ ଗିଲ୍ ନିଜ ଫର୍ମ ବଜାୟ ରଖିଲେ ଅଷ୍ଟ୍ରେଲିଆ ପାଇଁ ଘାତକ ସାଜିବେ । ଅଭିଜ୍ଞ ଚେତେଶ୍ୱର ପୂଜାରା, ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ, ଦୀର୍ଘଦିନ ପରେ ଦଳକୁ କମବ୍ୟାକ୍ କରିଛନ୍ତି ଅଜିଙ୍କ୍ୟା ରାହାଣେ । ସେ ଏବେ ଫର୍ମରେ ଥିବାରୁ ଦଳ ପାଇଁ ପ୍ଲସ୍ ପଏଣ୍ଟ । ୱିକେଟକିପର ଭରତ ଏବଂ ଅଧିନାୟକ ରୋହିତ ଶର୍ମା ଯଦି ଭଲ ବ୍ୟାଟିଂ କରନ୍ତି ତେବେ ଅଷ୍ଟ୍ରେଲିଆକୁ ହରାଇବାରେ କୌଣସି ସମସ୍ୟା ରହିବନି । ରବୀନ୍ଦ୍ର ଜାଡେଜା, ଆର.ଅଶ୍ୱିନଙ୍କ ପରି ଅଲରାଉଣ୍ଡରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମହମ୍ମଦ ସାମି, ସିରଜ, ଉମେଶ ଯାଦବ ଭଳି ବୋଲର ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳିବେ ।

    ପ୍ରଥମ ଥର ପାଇଁ ଫାଇନାଲରେ ଏଣ୍ଟ୍ରି କରିଛି ଟିମ୍ ଅଷ୍ଟ୍ରେଲିଆ । ଏକ ଶକ୍ତିଶାଳୀ ଟିମ୍ ଭାରତ ବିପକ୍ଷରେ ଲଢ଼େଇ କରିବ । ୱାର୍ଣ୍ଣର, ଖାୱଜା, ଲାବସଚାଗ୍ନେ, ସ୍ମିଥଙ୍କ ପରି ଲଢ଼ୁଆ ଖେଳାଳି ମୈଦାନକୁ ଓହ୍ଲାଇବେ । କ୍ୟାମେରାନ୍ ଗ୍ରୀନ୍, ଟ୍ରେଭିଡ୍ ହେଡ ଏବଂ ଆଲେକ୍ସ କ୍ୟାରେଙ୍କ ଉପସ୍ଥିତି ଦଳକୁ ଆହୁରି ଶକ୍ତିଶାଳୀ କରିଛି । ଆରମ୍ଭରୁ ଶେଷ ଯାଏ ବ୍ୟାଟିଂ କରିବାରେ ଖେଳାଳିଙ୍କୁ କୌଣସି ସମସ୍ୟା ନାହିଁ । ଆବଶ୍ୟକସ୍ଥଳେ ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କ ମଧ୍ୟ ଭଲ ବ୍ୟାଟିଂ କରିପାରିବେ । ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳିବା ପାଇଁ ଷ୍ଟାର୍କଙ୍କ ସାଥ୍ ଦେବେ କମିନ୍ସ, ଅଭିଜ୍ଞ ଲାଏନ୍ ଏବଂ ସ୍କଟ ବୋଲାଣ୍ଡ ।

    ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଗତଥର ରନର୍ସ ଅପ୍ ହୋଇଥିବା ବେଳେ ଏଥର ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛି । ବଛାବଛା ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଦଳ । ସେପଟେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ WTC ଫାଇନାଲରେ ଏଣ୍ଟ୍ରି କରିଛି । ଟାଇଟଲ୍ ଜିତିବାକୁ ପୁରା ଦମ୍ ଲଗାଇବ ଦଳ । ତେଣୁ ଫାଇନାଲ୍ ମୁକାବିଲା ବେଶ୍ ରୋମାଞ୍ଚକ ହେବା ଆଶା କରାଯାଉଛି ।

  • ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଆହତ ବ୍ୟକ୍ତିଙ୍କ ପାଇଁ ଭିକ୍ଷା ମାଗିଲେ ପ୍ରଶାସନିକ ଅଧିକାରୀ

    ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଆହତ ବ୍ୟକ୍ତିଙ୍କ ପାଇଁ ଭିକ୍ଷା ମାଗିଲେ ପ୍ରଶାସନିକ ଅଧିକାରୀ

    ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ନିଆରା କାର୍ଯ୍ୟ କରିଛନ୍ତି ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନେ । ଏମାନେ ହାତରେ ଗାମୁଛା ଧରି କେନ୍ଦ୍ରାପଡା ରାଜନଗର ବଜାରରେ ବୁଲି ବୁଲି ଭିକ୍ଷା କରୁଛନ୍ତି । ମୃତ ପରିବାର ଲୋକଙ୍କ ପାଇଁ କିଛି ସହାୟତା ସମାନଙ୍କର ମୁଳ ଉଦ୍ଦେଶ୍ୟ । ଏହି ପରୋପକାରୀ ଲୋକଙ୍କ ମଧ୍ୟରେ ଅଛନ୍ତି ରାଜନଗର ଥାନାଅଧିକାରୀ, ବିଡ଼ିଓ, ତହସିଲଦାର, ବ୍ଲକ ଅଧକ୍ଷା, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଅନେକ ସଭ୍ୟ ଓ ସରପଞ୍ଚ । ବାହାନଗା ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଯାତ୍ରୀ ଓ ମୃତକଙ୍କ ପରିବାରକୁ ସାହାଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କିଛି ଅର୍ଥ ଦାନ କରିବାକୁ ଏହା ଏକ ଅଭିନବ ପ୍ରୟାସ ।

    ସେମାନେ କେବଳ ଯେ ସାହାଯ୍ୟ ମାଗୁଥିଲେ ତାହା ନୁହେଁ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା କରିବା ସହିତ କ୍ୟାଣ୍ଡେଲ ମାର୍ଚ୍ଚ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରକାରୀ ଅଫିସର ଠାରୁ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ବଣିକ ସଙ୍ଘର କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ । ଦୋକାନ ଦୋକାନ ବୁଲି ଭିକ୍ଷା ମାଗିବା ସହ ବାଟରେ ଯାଉଥିବା ଲୋକେ ବି ସ୍ଵଇଛାରେ ଦାନ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଏମାନଙ୍କ ଉଦ୍ୟମକୁ ସାଧାରଣ ଲୋକ ବେଶ ପ୍ରଶଂସା କରିଛନ୍ତି ।

  • ଟ୍ରେନ ନେଇଗଲା ପୁଅର ଜୀବନ, ବିହାରରୁ ବୃଦ୍ଧ ବାପାଟେ ଭୁବନେଶ୍ବର ଆସିଛି ପୁଅର ମୃତଦେହ ନେବା ପାଇଁ

    ଟ୍ରେନ ନେଇଗଲା ପୁଅର ଜୀବନ, ବିହାରରୁ ବୃଦ୍ଧ ବାପାଟେ ଭୁବନେଶ୍ବର ଆସିଛି ପୁଅର ମୃତଦେହ ନେବା ପାଇଁ

    ଏ କରୁଣ ଚିତ୍ର ହେଉଛି ଜଣେ ଅସହାୟ ବାପାଙ୍କର । ପୁଅ ଦିନମଜୁରିଆ କାମ ପାଇଁ ଟ୍ରେନରେ ଯାଉଥିଲା । ହେଲେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି ଜାଣିପାରି ସିଧା ବିହାରରୁ ଭୁବନେଶ୍ବର ଦଉଡି ଆସିଛନ୍ତି । ହଁ ଆଜ୍ଞା ବାହାନଗା ଟ୍ରେନ ଦୁର୍ଘଟଣା ଅନେକ ଘର ଉଜାଡି ଦେଇଛି ଆଉ ଅନେକ ସଂସାର ଭାଙ୍ଗି ଦେଇଛି । ଏହି ବୃଦ୍ଧ ଜଣକ କୌଣସି କାରଣରୁ ଜଣିବାକୁ ପାଇଥିଲେ ଯେ, ତାଙ୍କ ପୁଅର ମୃତଦେହ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଅଛି । ତେଣୁ ସେ ଭାଗଲପୁରରୁ ଅତି ବିକଳ ହୋଇ ସିଧା ଧାଇଁ ଆସିଥିଲେ ଭୁବନେଶ୍ବର । ସେଠାରେ ଥିବା ଅଧିକାରୀଙ୍କୁ ନେହୁରା ହେଉଛନ୍ତି ତାଙ୍କ ପୁଅକୁ ଫେରାଇ ଦେବା ପାଇଁ । ଆଉ ଏତିକି ବେଳେ ଅତ୍ୟଧିକ ଭାବପ୍ରବଣ ହୋଇପଡିଥିଲେ ବୃଦ୍ଧ ଜଣକ ।

    ଏହି ବୃଦ୍ଧ ଜଣକ ହେଉଛନ୍ତି ବିହାର ଭାଗଲପୁରର ଚୁଲାହୀ ମଣ୍ଡଳ । ତାଙ୍କ ୨୨ ବର୍ଷିୟ ପୁଅ ସର୍ମୋଦ ମଣ୍ଡଳ କରମଣ୍ଡଳ ଏକ୍ସପ୍ରେସରେ ମଜୁରୀ ଲାଗି ଟଙ୍କା ରୋଜଗାର କରିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ । ହେଲେ ବିଧାତାର ବିଧାନ ଥିଲା କିଛି ଅଲଗା । ବୃଦ୍ଧ ବାପାକୁ ଆଜି ଏକା କରି ଆରପାରିକୁ ଚାଲିଗଲା ରୋଜଗାରିଆ ପୁଅ ସର୍ମୋଦ । ଯେଉଁ ପୁଅ ପରିବାର ମୁହଁରେ ଦାନା ଦେଇଥାନ୍ତା ସିଏ ଆଜି ସମସ୍ତଙ୍କୁ ପର କରି ଛାଡି ଚାଲିଗଲା । ତେଣୁ ବାପା ଚୁଲାହୀ ଆଜି ଦୁଖରେ ଭାଙ୍ଗିପଡିଛନ୍ତି । ଏହି ବୃଦ୍ଧ ଅବସ୍ଥାରେ ଯେଉଁ ପୁଅ ତାର ଆଶାବାଡି ହେବା କଥା ସେହି ପୁଅର ଶବ ନେବାକୁ ଆଜି ବିହାରରୁ ଦଉଡି ଆସିଛି ବାପା ଚୁଲାହୀ । ସତରେ ଏଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ।

  • ପୁଣି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଦଳାଇଲେ ମୁଖ୍ୟ ଶାସନ ସଚିବ

    ପୁଣି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଦଳାଇଲେ ମୁଖ୍ୟ ଶାସନ ସଚିବ

    ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ନେଇ ଆଜି ପୁଣି ନୂଆ ରିପୋର୍ଟ ଉପସ୍ଥାପନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ମୁଖ୍ୟ ଶାସନ ସଚିବ ଟ୍ରେନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସୂଚନା ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟକୁ ଆଧାର କରି ମୁଖ୍ୟ ଶାସନ ସଚିବ ମୃତ୍ୟୁ ସଂଖ୍ୟାକୁ ନେଇ ନୂଆ ସୂଚନା ଦେଇଛନ୍ତି।

    ମୁଖ୍ୟ ଶାସନ ସଚିବ କହିଛନ୍ତି କି, ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ଥିବା ରିପୋର୍ଟ ହୋଇଛି। ଭୁବନେଶ୍ୱରକୁ ମୋଟ ୧୯୩ଟି ମୃତଦେହ ଆସିଥିବା ବେଳେ ବାଲେଶ୍ୱରରେ ୯୪ଟି ମୃତଦେହ ସଂପୃକ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସେହିପରି ଭଦ୍ରକ ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହି ମୃତଦେହକୁ ପରିବାର ଲୋକଙ୍କୁ ମଧ୍ୟ ହସ୍ତାନ୍ତର କରାଯାଇଛି।

    ଭୁବନେଶ୍ୱର ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ମୋଟ ୨୮୮ଟି ମୃତଦେହରୁ ୨୦୫ଟିକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାସରିଛି। ୮୩ ମୃତଦେହ ଚିହ୍ନଟ ନ ହୋଇ ରହିଥିବା ବେଳେ ସେସବୁର ଡିଏନ୍‌ଏ ସାମ୍ପଲ ରଖାଯାଇଛି। ଦାବିଦାର ଆସିଲେ ଡିଏନ୍‌ଏ ମ୍ୟାଚ୍ କରି ମୃତଦେହ ହସ୍ତାନ୍ତର କରାଯିବ।

    ତେବେ ଏହା ପୂର୍ବରୁ ରବିବାର ପୂର୍ବାହ୍ନରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କି, ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ମୁଖ୍ୟ ଶାସନ ସଚିବ ସେହିଦିନ ଏହାକୁ ଖଣ୍ଡନ କରି କହିଥିଲେ ଯେ ମୋଟ ମୃତ୍ୟୁ ସଂଖ୍ୟା ୨୭୫ । ତା’ପୂର୍ବଦିନ ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କୁହାଯାଇଥିଲା। ଗତକାଲି ରେଳମନ୍ତ୍ରଣାଳୟ ମୃତ୍ୟୁ ସଂଖ୍ୟା ୨୭୮ ଥିବା ସୂଚନା ଦେଇଥିଲା।

    କିନ୍ତୁ ଏସବୁ ସଂଖ୍ୟାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖଣ୍ଡନ କରି ଚାଲିଛନ୍ତି। ଦୁର୍ଘଟଣା ପରେ ତାଙ୍କ ରାଜ୍ୟର ୩୧ ଜଣ ଯାତ୍ରୀ ନିଖୋଜ ଥିବା ସେ କହିଛନ୍ତି। ଏଥିସହ, ଦୁର୍ଘଟଣାସ୍ଥଳରେ ଥିବା ବହୁ ପ୍ରତ୍ୟକ୍ଷଦର୍ଶୀ କୁହନ୍ତି ମୃତ୍ୟୁ ସଂଖ୍ୟା ୫୦୦ରୁ ଅଧିକ ହେବ। ସରକାର ଏହାକୁ ଲୁଚାଉଛି। ସେପଟେ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଥିବା ୧୫ ବର୍ଷରୁ କମ ବୟସର ପିଲାଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ନ ଥିବାକୁ ନେଇ ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି ପ୍ରଶ୍ନ କରିଛନ୍ତି।
    ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ହାତ ଗଣତି କିଛି ପିଲାଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନ୍ୟମାନେ କେଉଁଠି ଓ କେମିତି ଅଛନ୍ତି ସେ ନେଇ ତ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ। ଯେଉଁଠି ବୟସ୍କଙ୍କର ଶରୀର ଟ୍ରେନ ଦୁର୍ଘଟଣାରେ ଖଣ୍ଡ ବିଖଣ୍ଡ ହୋଇଛି, ସେଠି ପୂର୍ଣ୍ଣ ଶାରୀରିକ ବିକାଶ ଲାଭକରିନଥିବା ପିଲା ଯେ କିପରି ସୁରକ୍ଷିତ ଥିବେ ବୋଲି ପ୍ରଶ୍ନ କରିବା ସହ ଦୁର୍ଘଟଣାରେ ଅନେକ ଶିଶୁ ଅନାଥ ହୋଇଥିବା ସନ୍ଦେହ କରି ସେମାନଙ୍କ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସେନାପତି।

  • ଏତେ ବଡ ଦୁର୍ଘଟଣା ପରେ କେମିତି ଅଛନ୍ତି କରମଣ୍ଡଳ ଡ୍ରାଇଭର ଆଉ ଆସିଷ୍ଟାଣ୍ଟ ଡ୍ରାଇଭର ?

    ଏତେ ବଡ ଦୁର୍ଘଟଣା ପରେ କେମିତି ଅଛନ୍ତି କରମଣ୍ଡଳ ଡ୍ରାଇଭର ଆଉ ଆସିଷ୍ଟାଣ୍ଟ ଡ୍ରାଇଭର ?

    କରମଣ୍ଡଳ ଏକ୍ସପ୍ରେସର ଏତେବଡ ଦୁର୍ଘଟଣା ପରେ ଏବେ ଖୋଜାପଡୁଛନ୍ତି ଡ୍ରାଇଭର । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଟ୍ରେନକୁ ଯେଉଁ ଡ୍ରାଇଭର ଚଲାଉଥିଲେ ସେ ଏବେ କେମିତି ଅଛନ୍ତି । ତାଙ୍କର କେତେ କ୍ଷତି ହୋଇଛି । କାରଣ ସେ ଛାତି ଥରା ଦୃଶ୍ୟ ଲୋକଙ୍କ ମନକୁ ପ୍ରତି ମୁହୂର୍ତ୍ତରେ ଆନ୍ଦୋଳିତ କରୁଛି, ଯେଉଁଥିରେ କରମଣ୍ଡଳର ଇଞ୍ଜିନ ମାଲ ଗାଡିର ବଗି ଉପରେ ଚଢିଯାଇଥିଲା । କେବଳ ଇଞ୍ଜିନକୁ ହଁ ଦେଖିଲେ ଅନୁମାନ କରିହୁଏ ଯେ, କେତେ ଭୟାନକ ଥିଲା ଏହି ଦୁର୍ଘଟଣା । ଏତେ ଜୋର ହିଟ୍ କରିବା ପରେ ଅସଂଖ୍ୟ ଲୋକଙ୍କ ମୃତ୍ୟୁ ଘଟିଛି । ଏପରି ସ୍ଥିତିରେ ଲୋକୋ ପାଇଲଟ ବା ଡ୍ରାଇଭର ଆଉ ଆସିଷ୍ଟାଣ୍ଟ ଡ୍ରାଇଭର କେମିତି ଥିବେ ତାହାକୁ ନେଇ ସବୁଠି ଆଲୋଚନା ।

    କରମଣ୍ଡଳ ଏକ୍ସପ୍ରେସର ବେଗ ଥିଲା ପାଖାପାଖି ୧୩୦ କିଲୋମିଟର । ଲୁପ୍ ଲାଇନରେ ଠିଆ ହୋଇଥିଲା ମାଲବାହୀ ଟ୍ରେନ୍ । ଟ୍ରାକ ପରିବର୍ତ୍ତନ କରି ବହୁତ ବଡ ଭୁଲ କରିବସିଥିଲା କରମଣ୍ଡଳ । ଠିଆ ହୋଇଥିବା ମାଲ ଗାଡିକୁ ଏତେ ଜୋରରେ ହିଟ୍ କରିଥିଲା ଯେ, ସାରା ବିଶ୍ବ ସ୍ତବ୍ଧ ହୋଇଯାଥିଲା । ଧକ୍କା ଏତେ ଜୋର ହୋଇଥିଲା ଟ୍ରେନର ବଗି ଗୁଡିକ ଛିନଭିନ ହୋଇଯାଇଥିଲା । ଅନେକ ଲୋକ ଅତି ଦୟନୀୟ ଭାବେ ଜୀବନ ହାରିଲେ ।

    ହେଲେ କଥାରେ ଅଛି ଯାହାକୁ ରଖେ ଅନନ୍ତ କି କରିପାରେ ବଳବନ୍ତ । ସବୁଠୁ ଡେଞ୍ଜର ଏରିଆରେ ଥିବା କରମଣ୍ଡଳ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କର ସେପରି ବିଶେଷ କିଛି କ୍ଷତି ହୋଇନାହିଁ । ଗୁଣନିଧିଙ୍କ ଘର କଟକ ଜିଲ୍ଲା ୪୨ ମୌଜାରେ ହୋଇଥିବା ବେଳେ ତାଙ୍କ ବାପା ହେଉଛନ୍ତି ବିଷ୍ଣୁଚରଣ ମହାନ୍ତି । ଏବେ ଗୁଣନିଧିଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ସେ ଭୁବନେଶ୍ବର ଆମ୍ରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଗୁଣନିଧିଙ୍କ ଆସିଷ୍ଟାଣ୍ଟ ଡ୍ରାଇଭର ହଜାରି ବେହେରା ମଧ୍ୟ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ଜଟିଳ ରହିଛି । ସେମାନଙ୍କ ଆସୁ ଆରୋଗ୍ୟ ପାଇଁ ସାରା ଓଡିଶାବାସୀ କାମନା କରିଛନ୍ତି ।

  • ସେଦିନ କରମଣ୍ଡଳରେ କେତେ ପିଲା ଥିଲେ?

    ସେଦିନ କରମଣ୍ଡଳରେ କେତେ ପିଲା ଥିଲେ?

    କରମଣ୍ଡ ଟ୍ରେନ ଦୁର୍ଘଟଣାର ଭୟାବହତା ଏବେ ମଧ୍ୟ ତାଜା। ଏବେ ବି ଆତ୍ମୀୟ ସ୍ୱଜନଙ୍କ ପ୍ରତୀକ୍ଷାରେ ପଡିରହିଛି ଶହେରୁ ଅଧିକ ମୃତଦେହ। ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସହକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟରୁ ଆରମ୍ଭ କରି ଚିକିତ୍ସା, ମୃତଦେହ ହସ୍ତାନ୍ତରରୁ ପରିବହନ ସବୁ କିଛି ବେଶ ସୁରୁଖୁରୁରେ କରାଯାଇଛି। ଏହାକୁ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ। ହେଲେ ସବୁ ଉତ୍କର୍ସତା ଭିତରେ କିନ୍ତୁ ଗୋଟିଏ ଦିଗ ଦୃଷ୍ଟି ଆଢୁଆଳରେ ଯେମିତି ରହିଯାଇଛି।

    ଏହି ଲୌହ ଦାନବର ତାଣ୍ଡବ ଲୀଳାରେ କଣ ଛୋଟଛୋଟ ପିଲା ମୃତାହତ ହୋଇ ନାହାନ୍ତି? କାହିଁ କେଉଁଠି ତ ସେମାନଙ୍କ ସମ୍ପର୍କରେ ସୂଚନା ନାହିଁ। ଏହି ଅଘଟଣ ପୂର୍ବରୁ କ୍ଷତିଗ୍ରସ୍ତ ବଗିଗୁଡିକରେ ମା କୋଳରେ କଣ କୌଣସି କୁନି ପିଲା ନ ଥିଲେ? ସେଦିନ କରମଣ୍ଡଳ ଯାତ୍ରୀ କଣ ସେମାନଙ୍କ ଛିଆ ପିଲାଙ୍କୁ ସାଙ୍ଗରେ ନେଇ ଯାତ୍ରା କରୁ ନ ଥିଲେ? ସେମାନେ ଗଲେ କୁଆଡେ?

    ଦୁର୍ଘଟଣା ପରେ ୧୫ ବର୍ଷରୁ ସାନ ପିଲାଙ୍କ ମୃତଦେହ ତ କାହିଁ କୌଣସି ସ୍ଥାନରେ ଦେଖିବାକୁ ମିଳିନଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ଥିଲେ ହାତ ଗଣତି କିଛି । ଅନ୍ୟମାନେ କେଉଁଠି ଓ କେମିତି ଅଛନ୍ତି ସେ ନେଇ ତ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ତ ଆସିନାହିଁ। ଯେଉଁଠି ଭେଣ୍ଡିଆଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ ଦେଇଛି ଏହି ଯନ୍ତ୍ର ଦାନବ, ସେଠି ପୂର୍ଣ୍ଣ ଶାରୀରିକ ବିକାଶ ଲାଭକରିନଥିବା ପିଲା ଯେ ସୁରକ୍ଷିତ ଥିବେ ତାହା କିପରି ଚିନ୍ତା କରିହେବ?

    ଏହା ବ୍ୟତୀତ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ଶିଶୁ ମଧ୍ୟ ବାପା ବା ମା, ଅଥବା ଉଭୟଙ୍କୁ ହରାଇଥିବେ। ଏମାନଙ୍କ ପାଇଁ ସରକାର କିଛି ପଦକ୍ଷେପ ନେଇଛନ୍ତି ତ? ଏହି ସମ୍ବେଦନଶୀଳ ଦିଗଗୁଡିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି। ତେଣୁ ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ପିଲାଙ୍କ ଥଇଥାନ ସରକାରଙ୍କ ଆଶୀର୍ବାଦ ଯୋଜନାରେ କରିବାକୁ ସେନାପତି ଦାବି କରିଛନ୍ତି।