Author: suchanatv24x7

  • କେନ୍ଦୁଝର: ଆଜି ଶେଷ ହେବ ୩ ଦିନ ଧରି ଚାଲିଥିବା ଟାଇକୋଣ୍ଡୋ ପ୍ରତିଯୋଗିତା

    କେନ୍ଦୁଝର: ଆଜି ଶେଷ ହେବ ୩ ଦିନ ଧରି ଚାଲିଥିବା ଟାଇକୋଣ୍ଡୋ ପ୍ରତିଯୋଗିତା

    କେନ୍ଦୁଝରରେ ୩ ଦିନ ଧରି ଚାଲିଥିବା ୩୬ତମ ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଆଜି ଶେଷ ହେବ । ଧରଣୀଧର ସ୍ପଟ୍ କମ୍ପ୍ଲେକ୍ସ ଶଙ୍କରପୁର ଠାରେ ୯,୧୦ ତାରିଖରେ ଚାଲିଥିବା ବେଳେ ଆଜି ୧୧ ତାରିଖରେ ଶେଷ ହେବ । ଗତକାଲି କେନ୍ଦୁଝର ନଗରପାଳିକା ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ପ୍ରୋତ୍ସାହିତ କରିଥିଲେ । ଆଜି ଉଦଯାପନୀରେ ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିଯୋଗିତାରେ ରାଜ୍ୟର ଏକୋଇଶି ଜିଲ୍ଲାରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି ।

  • କେନ୍ଦୁଝର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ, ମା’ତାରିଣୀଙ୍କ ଦର୍ଶନ କଲେ 5T ସଚିବ

    କେନ୍ଦୁଝର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ, ମା’ତାରିଣୀଙ୍କ ଦର୍ଶନ କଲେ 5T ସଚିବ

    କେନ୍ଦୁଝର ଜିଲ୍ଲା ଗସ୍ତରେ 5T ସଚିବ ଭି.କେ.ପାଣ୍ଡିଆନ । ଆଜି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଘଟଗାଁ ମା’ତାରିଣୀଙ୍କ ଦର୍ଶନ କରିଛନ୍ତି । ଗତକାଲି ଗସ୍ତର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ 5T ସଚିବ ।

    ଘଟଗାଁରେ ମା’ତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ୍ । ମା’ଙ୍କ ପୀଠରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଲୋକେ ସଚିବଙ୍କୁ ସ୍ଵାଗତ କରିଥିଲେ । ସେଠାରେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଆଗାମୀ ୬ ମାସ ମଧ୍ୟରେ ମା’ତାରିଣୀ ପୀଠର ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

    ଗତକାଲି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ 5T ସଚିବ । ଭୀମକୁଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ନିର୍ମାଣ କରିବାକୁ ସେ ଘୋଷଣା କରିଛନ୍ତି । । ବଡ଼ବିଲ,ଯୋଡ଼ା ଅଞ୍ଚଳ ଗସ୍ତ କରିବା ସହ କାନପୁର ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ 5T ସଚିବ । ଓଏସଏମଇ ପଡ଼ିଆରେ ମିଶନ ଶକ୍ତି ମହିଳାଙ୍କ ସମାବେଶରେ ଯୋଗ ଦେବା ସହ ସେଲଫି ନେଇଥିଲେ । ଏହାପରେ ସେ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜନ ସମାବେଶରେ ଯୋଗ ଦେଇଥିଲେ ।

  • ସଚିନ ପାଇଲଟ ବାପାଙ୍କ ଆଜି ଶ୍ରାଦ୍ଧବାର୍ଷିକୀ, ନୂଆ ଦଳ ଘୋଷଣା କରିବା ଚର୍ଚ୍ଚା

    ସଚିନ ପାଇଲଟ ବାପାଙ୍କ ଆଜି ଶ୍ରାଦ୍ଧବାର୍ଷିକୀ, ନୂଆ ଦଳ ଘୋଷଣା କରିବା ଚର୍ଚ୍ଚା

    ରାଜସ୍ଥାନରେ ରାଜନୀତି ବାତାବରଣ ଏବେ ଠିକ୍ ନାହିଁ । କଂଗ୍ରେସ ପାଇଁ ଟେନସନ୍ ବଢ଼ିବାରେ ଲାଗିଛି । କାରଣ ସଚିନ ପାଇଲଟ୍ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ । କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିପାରନ୍ତି ସଚିନ ପାଇଲଟ୍ । ଆଜି ବାପା ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ୍‌ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ଟ୍ୱିଟ୍ କରିଥିବା ରହସ୍ୟମୟ ବାର୍ତ୍ତା କଂଗ୍ରେସକୁ ଚିନ୍ତିତ କରିପକାଇଛି । ..

    ଶ୍ରାଦ୍ଧ ବାର୍ଷିକୀରେ ପିତା ରାଜେଶ ପାଇଲଟ୍‌ଙ୍କୁ ଭକ୍ତିପୂତ ପ୍ରଣାମ ଜଣାଉଛି ବୋଲି ଟ୍ୱିଟରରେ ଜଣାଇଛନ୍ତି ସଚିନ । ନିଜ କର୍ମକ୍ଷେତ୍ର ପ୍ରତି ତାଙ୍କର ଆସକ୍ତି,ଜନସାଧାରଣଙ୍କୁ ଆପଣାଇବାର ଆନ୍ତରିକତା ଓ ଜନକଲ୍ୟାଣ ନିମନ୍ତେ ତାଙ୍କର କାର୍ଯ୍ୟଶୈଳୀ ମାର୍ଗଦର୍ଶିକା ବୋଲି ସେ କହିଛନ୍ତି । ସର୍ବସାଧାରଣଙ୍କ ସ୍ବାର୍ଥକୁ ଶ୍ରେଷ୍ଠ ବିଚାରି ସେ କଦାପି ନିଜ ନୀତି ସହିତ ସାଲିସ କରି ନାହାଁନ୍ତି । ସଦାସର୍ବଦା ତାଙ୍କ ଚିନ୍ତାଧାରା ଓ ଆଦର୍ଶ ଅନୁସରଣ କରିବି ବୋଲି କହିଛନ୍ତି ସଚିନ । ବାପା ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧ ଦିବସରେ ସଚିନ ନିଜ ରାଜନୈତିକ ଭବିଷ୍ୟତ ବିଷୟରେ କୌଣସି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି । ଏଭଳି କଳ୍ପନାଜଳ୍ପନା ଚାଲିଥିବା ବେଳେ ଆଜି ଦୌସାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ସଚିନ । ତେଣୁ କଂଗ୍ରେସ ତାଙ୍କ ଉପରେ ସତର୍କ ଦୃଷ୍ଟି ରଖିଛି ।

    ରାଜେଶ ପାଇଲଟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ନୂଆ ଦଳ ଗଠନ କରିବା ନେଇ ବଡ଼ ଘୋଷଣା କରିପାରନ୍ତି । କିନ୍ତୁ ପାଇଲଟ୍ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ରାଜସ୍ଥାନରେ ଚାଲିଥିବା ଦଳର ଆଭ୍ୟନ୍ତରୀଣ କନ୍ଦଳର ସକାରାତ୍ମକ ସମାଧାନ ହୋଇଯିବ ବୋଲି କଂଗ୍ରେସ ବିଶ୍ବାସ ରଖିଛି ।

  • ଦିନକ ପାଇଁ ବସ୍ କଣ୍ଡକ୍ଟର ସାଜିବେ ସିଦ୍ଧରମୈୟା, ମହିଳାଙ୍କୁ ଦେବେ ମାଗଣା ଟିକେଟ୍

    ଦିନକ ପାଇଁ ବସ୍ କଣ୍ଡକ୍ଟର ସାଜିବେ ସିଦ୍ଧରମୈୟା, ମହିଳାଙ୍କୁ ଦେବେ ମାଗଣା ଟିକେଟ୍

    କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବା ପରେ ଏବେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ଅଣ୍ଟା ଭିଡ଼ିଛି । ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଗୋଟିଏ ପରେ ଗୋଟାଏ ପୂରଣ କରିବ କଂଗ୍ରେସ । ସେଥିପାଇଁ ଆଜିଠାରୁ ରାଜ୍ୟରେ ମହିଳାଙ୍କୁ ମିଳିବ ମାଗଣା ଟିକେଟ୍ ।

    ଆଜି ଗୋଟିଏ ଦିନ ପାଇଁ ବସ୍ କଣ୍ଡକ୍ଟର ବନିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଆଜି ଦିନକ ପାଇଁ କଣ୍ଡକ୍ଟର ସାଜି ଯାତ୍ରୀଙ୍କ ଟିକେଟ୍ କାଟିବେ । ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଶକ୍ତି ଯୋଜନାର ଶୁଭାରମ୍ଭ କରିବେ ସିଏମ୍ । ସରକାରୀ ବସରେ ମହିଳାମାନଙ୍କୁ ମାଗଣା ଯାତ୍ରା ଲାଗି ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ଆଉ ସେହି ପ୍ରତିଶ୍ରୁତି ଅନୁସାରେ ସିଦ୍ଧରମୈୟା ବସ୍ ଭିତରେ ମହିଳା ଯାତ୍ରୀଙ୍କୁ ମାଗଣା ଟିକେଟ୍ ଦେବେ । କଂଗ୍ରେସ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାକୁ କହିଛି ।

    ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଙ୍ଗାଳୁରୁ ମେଟ୍ରୋ ପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ ବା ବିଏମଟିସି ବସରେ ଯାତ୍ରା କରିବେ । ସେଥିରେ ମହିଳା ଯାତ୍ରୀଙ୍କୁ ମାଗଣା ଟିକେଟ ପ୍ରଦାନ କରିବେ ବୋଲି କହିଛନ୍ତି । ନିଜନିଜ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଯୋଜନାର ଶୁଭାରମ୍ଭ କରିବେ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବର୍ଗର ମହିଳାଙ୍କୁ ଏହି ସୁବିଧା ମିଳିପାରିବ ।

    ଗତ ନିର୍ବାଚନରେ କଂଗ୍ରେସ ୫ଟି ଗ୍ୟାରେଣ୍ଟି ଦେଇଥିଲା । ସେଗୁଡ଼ିକ ମଧ୍ୟରେ ମାଗଣା ରହିଛି ଗୃହଜ୍ୟୋତି ଯୋଜନା, ଗୃହଲକ୍ଷ୍ମୀ ଯୋଜନା, ବିପିଏଲ ପରିବାରକୁ ମାସିକ ମାଗଣା ୧୦ କେଜି ଚାଉଳ ସଂକ୍ରାନ୍ତ ଅନ୍ନ ଭାଗ୍ୟ ଯୋଜନା, ମହିଳାଙ୍କୁ ମାଗଣା ବସସେବା ଏବଂ ଡିଗ୍ରୀଧାରୀ ବେକାରୀଙ୍କ ଲାଗି ୨୪ ମାସ ଯାଏ ମାସିକ ୩ ହଜାର ଲେଖାଏଁ ଭତ୍ତା ପ୍ରଦାନ ସଂକ୍ରାନ୍ତ ଯୁବନିଧି ଯୋଜନା । ଆସନ୍ତା ଜୁଲାଇ ପହିଲାରେ ଅନ୍ନଭାଗ୍ୟ ଯୋଜନା ଏବଂ ଅଗଷ୍ଟ ୧୫ରୁ ଗୃହଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରାଯିବ ।

  • ଆହୁରି ଉଗ୍ର ହେବ ‘ବିପର୍ଯ୍ୟୟ’,ଜୁନ୍ ୧୫ ସୁଦ୍ଧା ଗୁଜରାଟ ଉପକୂଳ ନିକଟରେ ପହଞ୍ଚିପାରେ

    ଆହୁରି ଉଗ୍ର ହେବ ‘ବିପର୍ଯ୍ୟୟ’,ଜୁନ୍ ୧୫ ସୁଦ୍ଧା ଗୁଜରାଟ ଉପକୂଳ ନିକଟରେ ପହଞ୍ଚିପାରେ

    ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହେଉଛି ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ । ଏହା ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ବିପର୍ଯ୍ୟୟ ଆହୁରି ତୀବ୍ରତର ହେବାର ସମ୍ଭାବନା ରହିଛି । ଏଥିସହ ଅତ୍ୟନ୍ତ ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ସୂଚନା ଅନୁସାରେ ଅତି ଉଗ୍ର ପାଲଟିଥିବା ଏହି ସାମୁଦ୍ରିକ ବାତ୍ୟା, ଉତ୍ତର ଆଡ଼କୁ ଗତିଶୀଳ ହୋଇ ଜୁନ୍‌ ୧୫ରେ ପାକିସ୍ତାନ ଓ ନିକଟବର୍ତ୍ତୀ ସୌରାଷ୍ଟ୍ର ଓ କଚ୍‌ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି ।

    ପାଣିପାଗ ବିଭାଗ ଟ୍ୱିଟ୍ କରି ଜଣାଇଛି ଯେ ଗତକାଲି ରାତି ପ୍ରାୟ ୨.୩୦ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପୋରବନ୍ଦରର ଦକ୍ଷିଣ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୫୧୦ କିଲୋମିଟର୍‌ ଦୂର ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଥିଲା । ଏହା ଆହୁରି ଉଗ୍ର ହେବ ଏବଂ ଜୁନ୍ ୧୫ ତାରିଖ ସୁଦ୍ଧା ପାକିସ୍ତାନ ଏବଂ ସୌରାଷ୍ଟ୍ର ଓ କଚ୍‌ ଉପକୂଳ ନିକଟରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ଅନୁସାରେ,ବାତ୍ୟା ‘ବିପର୍ଯ୍ୟୟ’ଗୁଜରାଟ ଉପକୂଳରେ ‘ଲ୍ୟାଣ୍ଡ୍‌ଫଲ୍‌’ କରିବ ନାହିଁ । ଏହାର ପ୍ରଭାବରେ ସୌରାଷ୍ଟ୍ର ଏବଂ କଚ୍‌ରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି ।

    ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କେରଳର ୮ଟି ଜିଲ୍ଲାରେ ‘ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୁମ୍ବାଇ,ରାଇଗଡ଼,ରତ୍ନଗିରି ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

  • বাংলাদেশে অর্থ উপার্জনের জন্য ক্রিক্যা গ্যাম্বলিং ফাইন প্লেয়িং ওয়েবপেজ প্রতিষ্ঠা করে

    প্রধান কারণ কেন নতুন সফ্টওয়্যারটি একেবারে নতুন প্রযুক্তি গ্রহণ করার প্রবণতা এবং সাধারণত অনেক বেশি প্রসারিত এবং অনেক বেশি দরকারী অফার করে। তবুও আপনি কি এশিয়াতে পাওয়া আসল নগদ জুয়া সফ্টওয়্যার সম্ (more…)