Author: suchanatv24x7

  • ରସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ଶ୍ରୀହରି

    ରସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ଶ୍ରୀହରି

    ଆଜି ରସଗୋଲା ଦିବସ । ମିଠା ଭିତରେ ରସଗୁଲା କଥା ଭିନ୍ନ। ଏହି ମିଠା ସମସ୍ତ ଓଡିଆଙ୍କର ଅତି ପ୍ରିୟ । ଖାଲି ଓଡିଆଙ୍କ ପ୍ରିୟ ନୁହେଁ, ସେମାନଙ୍କ ପ୍ରାଣର ଦେବତାଙ୍କୁ ପ୍ରିୟ ବୋଲି। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ୱ ରହିଛି । ଏହି ମିଠା ମା ଲକ୍ଷ୍ମ ଓ ମହାପ୍ରଭୁଙ୍କ ଭିତରେ ସୃଷ୍ଟି ହୋଇଥିବା ମତାନ୍ତର ଦୂର କରିବାର ମାଧ୍ୟମ ହୋଇଥାଏ। ୯ ଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ପ୍ରଭୁ ମା ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଏକାକୀ ଛାଡି ମାଉସୀ ମା’ଙ୍କ ମନ୍ଦିରକୁ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଚାଲିଯାଇଥାନ୍ତି। ସ୍ବାମୀଙ୍କ ଏତାଦୃଶ କାର୍ଯ୍ୟରେ କ୍ରୋଧିତ ହୋଇଥାନ୍ତି ମା। ତେଣୁ ଯେଉଁଦିନ ଭାଇ ଭଉଣୀଙ୍କୁ ନେଇ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଦେଢଶୂର ଓ ନଣନ୍ଦଙ୍କ ମନ୍ଦିର ପ୍ରବେଶ ପରେ ଅଭିମାନ ଓ ରାଗ ଜର୍ଜରିତା ମା ଲକ୍ଷ୍ନୀ ପ୍ରଭୁଙ୍କ ମନ୍ଦିର ପ୍ରବେଶ ପୂର୍ବରୁ ବନ୍ଦ କରିଦିଅନ୍ତି ମନ୍ଦିର ଦ୍ୱାର। ଶେଷରେ ମହାପ୍ରଭୁ ରସଗୋଲା ଦେଇ ମା’ଙ୍କ ମାନ ଭଞ୍ଜନ କରନ୍ତି ଓ ମନ୍ଦିରକୁ ପ୍ରବେଶ କରିଥାନ୍ତି। ତେଣୁ ନୀଳାଦ୍ରିବିଜେ ଦିନ ଓଡିଶା ବାସୀ ପାଳନ କରିଥାନ୍ତି ରସଗୋଲା ଦିବସ।

    ରସଗୋଲାକୁ ବିଶ୍ୱବ୍ୟାପୀ ଆଦୃତ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ଏକ ସାମାଜିକ କ୍ରାନ୍ତିରେ ପରିଣତ କରାଯାଇଛି। ୨୦୧୫ ଜୁଲାଇ ୪ ତାରିଖରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ପରେ ସୋସିଆଲ ମିଡିଆରେ ଏହାର ପ୍ରଚାର ଓ ପ୍ରସାର ଆରମ୍ଭ ହୋଇଥିଲା । ଏହାପରେ ୨୦୧୬ ଜୁଲାଇ ୧୭ ଠାରୁ ଏହି ଦିବସ ପାଳନ ହେଉଛି । ତେବେ କାହିଁ କେଉଁ କାଳରୁ ରସଗୋଲା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ନିବିଡ ସମ୍ପର୍କ ରହିଥିବା ବେଳେ କିନ୍ତୁ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ଆରମ୍ଭ ହୋଇଥିଲା‘ମିଠାଯୁଦ୍ଧ’ । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବେଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ୍ ।

  • ସରିଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ

    ସରିଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ

    ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ୧୨ ଦିନର ମାନବୀୟ ଲୀଳାଖେଳା ଶେଷ କରିଛନ୍ତି ମହାବାହୁ । ଆଜି ସିଂହଦ୍ୱାରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ । ରଥାରୂଢ଼ ଠାକୁର ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଫେରିବେ । ଏତେ ଦିନ ଧରି ଅଭିମାନ କରି ରହିଥିବା ମା’ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

    ଗତକାଲି ବିଳମ୍ୱିତ ରାତିରେ ଅଧର ନୀତି ଶେଷ ହୋଇଥିଲା । ଆଜି ସକାଳୁ ସକାଳୁ ନୀତିକାନ୍ତି ଆରମ୍ଭ ହୋଇଛି । ଆଜି ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୫ଟାରେ ବେଶ ଶେଷ ହୋଇଛି । ସେହିପରି ସାଢ଼େ ୬ଟାରେ ଗୋପାଳବଲ୍ଲଭ, ୭ଟାରୁ ୮ଟା ସକାଳଧୂପ ମଧ୍ୟ ଦିଆଯାଇଛି ।

    ଦିନ ୧୧ଟା ୪୫ରୁ ୧୨ଟା ଭିତରେ ମଇଲମ ଓ ବେଶ ଏବଂ ୧୨ଟା ୧୫ରେ ସଂଧ୍ୟା ଆଳତି ହେବ । ସେହିପରି ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ସଂଧ୍ୟାଧୂପ ନୀତି ଅନୁଷ୍ଠିତ ହେବ । ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ ।

    ଅପରାହ୍ଣ ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ଗୋଟାଏରୁ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ । ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ ମହାବାହୁ । ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତ୍ର ପହୁଡ଼ ହେବ ।

  • ମହାରାଷ୍ଟ୍ର: ଚକା ଫାଟି ଓଲଟିଲା ବସ୍, ଜଳିଗଲେ ୨୬ ଯାତ୍ରୀ

    ମହାରାଷ୍ଟ୍ର: ଚକା ଫାଟି ଓଲଟିଲା ବସ୍, ଜଳିଗଲେ ୨୬ ଯାତ୍ରୀ

    ମୁମ୍ବାଇର ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍‌ୱେ’ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବସ୍‌ରେ ନିଆଁ ଲାଗିଯିବାରୁ ଅନେକ ଯାତ୍ରୀ ବସ୍ ଭିତରେ ହିଁ ଜଳିଯାଇଛନ୍ତି । ଅନେକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

    ସୂଚନା ଅନୁସାରେ ଗତକାଲି ଏକ ବସ୍ ଯବତମାଲ୍‌ରୁ ପୁନେ ଯାଉଥିବା ବେଳେ ରାତି ପ୍ରାୟ ୨ଟା ବେଳେ ବୁଲଢାଣା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ରୁ ୨୫ଟି ଶବ ବାହାର କରାଯାଇଥିବା ବୁଲଢାଣା ଡେପୁଟି ପୋଲିସ କମିଶନର ବାବୁରାଓ ମହାମୁନି କହିଛନ୍ତି । ବସ୍‌ରେ ସମୁଦାୟ ୩୩ ଜଣ ଲୋକ ଥିବାବେଳେ ୮ ଜଣ ଗୁରୁତର ହୋଇ ବୁଲଢାଣା ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ।

    ଦୁର୍ଘଟଣାରୁ ବଞ୍ଚିଯାଇଥିବା ବସ୍ ଡ୍ରାଇଭରଙ୍କ କହିବାନୁସାରେ ବସର ଗୋଟାଏ ଟାୟାର୍‌ ଫାଟି ଓଲଟି ପଡ଼ିବାରୁ ସେଥିରେ ନିଆଁ ଲାଗିଯାଇଥିଲା । ଯାତ୍ରୀମାନେ ବସ୍ ଭିତରେ ହିଁ ଜଳିଗଲେ । ସେପଟେ ଟାୟାର୍‌ ଫାଟିଯିବାରୁ ଘରୋଇ ବସ୍‌ଟି ସିନ୍ଦଖେଡ଼ରାଜା ନିକଟରେ ରାସ୍ତା ଡିଭାଇଡର୍‌ ଆଡ଼କୁ ମାଡ଼ିଯାଇ ଓଲଟି ପଡ଼ିଥିଲା ବୋଲି ସ୍ଥାନୀୟ ପୋଲିସ ମଧ୍ୟ କହିଛି ।

    ଦୁର୍ଘଟଣାରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୃତ ବ୍ୟକ୍ତିମାନଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପାମୂଳକ ସହାୟତା ଘୋ‌ଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

    ଏଥିସହ ଘଟଣାର ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଘଟଣାସ୍ଥଳକୁ ଯିବେ ବୋଲି ସୂଚନା ମିଳିଛି । ସେପଟେ, ଏଭଳି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ୟୁପି: ମାଫିଆଙ୍କ ଜବତ ସମ୍ପତ୍ତିରେ ଗରିବଙ୍କ ପାଇଁ ଫ୍ଲାଟ୍ ନିର୍ମାଣ କଲେ ଯୋଗୀ

    ୟୁପି: ମାଫିଆଙ୍କ ଜବତ ସମ୍ପତ୍ତିରେ ଗରିବଙ୍କ ପାଇଁ ଫ୍ଲାଟ୍ ନିର୍ମାଣ କଲେ ଯୋଗୀ


    ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦର ହତ୍ୟା ପରେ ଏବେ ତାର ସମ୍ପତ୍ତି ଜବତ ହୋଇଛି । ତା ନାଁରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛନ୍ତି ରାଜ୍ୟ ସରକାର । ଜବରଦଖଲ ଜାଗାରେ କୋଠା ନିର୍ମାଣ କରି ଗରିବଙ୍କ ମଧ୍ୟରେ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

    ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଉ ଏକ ମହାନତା । ଗରିବଙ୍କୁ ଫ୍ଲାଟ ଯୋଗାଇ ବେଶ୍ ପ୍ରଶଂସିତ ହୋଇଛନ୍ତି ୟୁପି ସିଏମ୍ । ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ପାଇଁ ନିର୍ମିତ କୋଠା ଚାବି ପ୍ରଦାନ କରି ପ୍ରଶଂସା ସାଉଁଟିଛନ୍ତି ଯୋଗୀ । ହେଲେ ଆପଣ ଜାଣିଛନ୍ତି ଜମି କାହାର, ଆଉ ଘର ନିର୍ମାଣ କଲା କିଏ ।

    ଗରିବଙ୍କ ପାଇଁ ସାହାରା ବନିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ନିର୍ମିତ ହୋଇଛି ଆପାର୍ଟମେଣ୍ଟ । ୪୧ ସ୍କ୍ୱାର ମିଟର ବିଶିଷ୍ଟ ପ୍ରତି ଫ୍ଲାଟରେ ରହିଛି ୨ଟି ରୁମ୍, ଗୋଟିଏ ରୋଷେଇ ଗୃହ ସମେତ ଟଏଲଟ୍ ବ୍ୟବସ୍ଥା । ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୬୦୦୦ ହିତାଧିକାରୀ ଆବେଦନ କରିଥିବା ବେଳେ ୧୫୯୦ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି ।

    ଲଟେରୀ ପ୍ରୋସେସରେ ଯୋଗ୍ୟ ଘୋଷଣା କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭୬ଟି ଫ୍ଲାଟ୍ ଚାବି ପ୍ରଦାନ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଗତ ଏପ୍ରିଲରେ ୟୁପି ଡନ୍ ଅତିକ ଅହମ୍ମଦର ହତ୍ୟା ହୋଇଥିଲା । ତା ନାଁରେ ଥିଲା ଅପର୍ଯ୍ୟାପ୍ତ ସମ୍ପତ୍ତି, ଅନେକ ଜବରଦଖଲ ଜମି ଆଉ କୋଠା । ଅତିକ’ର କୋଠା ଭାଙ୍ଗି ରାଜ୍ୟ ସରକାର ନିର୍ମାଣ କରିଛନ୍ତି ନୂଆ ଫ୍ଲାଟ୍ ଯାହା ଗରିବଙ୍କ ମଧ୍ୟରେ ବଣ୍ଟାଯାଇଛି ।

    ଉତ୍ତରପ୍ରଦେଶରେ ହିଂସାରେ ଲାଗିଛି ବ୍ରେକ୍, ରାଜ୍ୟକୁ ଫେରିଛି ଶାନ୍ତି । ସବୁଠି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୟଗାନ । ଧୀରେ ଧୀରେ ମାଫିଆଙ୍କ ମୂଳପୋଛ ହେଉଛି । ସରକାରଙ୍କ ଚାପ, ପୋଲିସର କାର୍ଯ୍ୟାନୁଷ୍ଠାନ ଆଗରେ ହାର୍ ମାନୁଛନ୍ତି ମାଫିଆ । ଉତ୍ତରପ୍ରଦେଶ ସେହି ରାଜ୍ୟ ଯେଉଁଠି ଚାଲିଥିଲା ଗୁଣ୍ଡାରାଜ । ୨୦୧୭ ପୂର୍ବରୁ ଚାଲିଥିଲା ମାଫିଆଙ୍କ ଦାଦାଗିରି । ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦର ରାଜ୍ ଚାଲିଥିଲା । କେଉଁଠି ଆକ୍ରମଣ ତ ଆଉ କେଉଁଠି ହତ୍ୟା । ଗରିବ, ଶିଳ୍ପପତି, ପୁଞ୍ଜିପତି ଏବଂ ସରକାରୀ ଜମି ଜବରଦଖଲ କରିଥିଲା ଅତିକ ।

    ଧମକ ଦେଇ ଅବା ହତ୍ୟା କରି ବେଆଇନ୍ ଭାବେ ସମସ୍ତଙ୍କ ଜମି ନିଜ ନାଁରେ କରିଥିଲା ଗ୍ୟାଙ୍ଗଷ୍ଟର ଅତିକ । ଅତିକ, ତାର ଭାଇ ଓ ପୁଅର ଜୀବନ ଗଲା, ଏବେ ସମ୍ପତ୍ତି ବି ରହିଲାନି । ଆଜି ଉତ୍ତରପ୍ରଦେଶ ସ୍ଥିତି ବଦଳିଛି । ମାଫିଆଙ୍କ ଜବରଦଖଲ ଜମି, ସମ୍ପତ୍ତି ଏବେ ସରକାରଙ୍କ କବଜାରେ । ଲୋକଙ୍କ ମନରୁ ଦୂର ହୋଇଛି କୋକୁଆ ଭୟ, କାହିଁକିନା ୟୁପିରେ ଚାଲିଛି ଯୋଗୀ ରାଜ୍ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫ୍ଲାଟ୍ ଚାବି ପ୍ରଦାନ କରିବା ସହ ଉତ୍ତରପ୍ରଦେଶକୁ ମାଫିଆ ମୁକ୍ତ ରାଜ୍ୟ କରିବାକୁ ସଂକଳ୍ପ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

  • ଆଇନଗତ ଲଢେଇରେ ଟ୍ବିଟରର ପରାଜୟ

    ଆଇନଗତ ଲଢେଇରେ ଟ୍ବିଟରର ପରାଜୟ

    ଆଇନଗତ ଲଢେଇରେ ଟ୍ବିଟରକୁ ବଡ ଝଟକା। କେନ୍ଦ୍ର ବିରୋଧରେ ଟ୍ବିଟର ପକ୍ଷରୁ ଦାୟର ଯାଚିକାକୁ ଖାରଜ କରି ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏଥିସହ ୫୦ ଲକ୍ଷ ଜରିମାନା ମଧ୍ୟ ଲଗାଇଛନ୍ତି। ଗତ ଦୁଇ ବର୍ଷରେ କେନ୍ଦ୍ର ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିବା ଓ ଟ୍ୱିଟ ହଟାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ଟ୍ୱିଟର କର୍ଣ୍ଣାଟକା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

    ଟ୍ୱିଟର ଗତବର୍ଷ ଜୁଲାଇ ମାସରେ ଇଲେକ୍ଟ୍ରୋନିକ ଓ ଇନଫର୍ମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ ଅଧୀନରେ ଜାରି କରିଥିବା ନିର୍ଦ୍ଦେଶ ବିରୋଧରେ କର୍ଣ୍ଣାଟକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ନିଜ ଅଭିଯୋଗରେ ଟ୍ୱିଟର ଦର୍ଶାଇଥିଲା କି, କେନ୍ଦ୍ର ସରକାର ୨୦୨୧ ଫେବୃଆରୀରୁ ୨୦୨୨ ଫେବୃଆରୀ ମଧ୍ୟରେ କିଛି ଟ୍ୱିଟ ଓ ଆକାଉଣ୍ଟକୁ ବ୍ଲକ କରିବାକୁ ଓ ଟ୍ୱିଟର ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶନାମାରେ କେନ୍ଦ୍ର ସରକାର ଉପଯୁକ୍ତ କାରଣ ଦର୍ଶାଇ ନ ଥିବାରୁ ବାକ ସ୍ୱାଧୀନତା କଥା କହି କମ୍ପାନୀ ୩୯ଟି ଆକାଉଣ୍ଟ ସପକ୍ଷରେ ଯୁକ୍ତି କରିଥିଲା ଟ୍ୱିଟର। ଏଥିସହ କେନ୍ଦ୍ରର ବ୍ଲକିଂ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା।
    ଗତ ବର୍ଷ ଶୁଣାଣି ବେଳେ ଟ୍ୱିଟର ହାଇକୋର୍ଟଙ୍କୁ ଜଣାଇଥିଲା କି, ଯଦି କେନ୍ଦ୍ର ସରକାର କୌଣସି ଆକାଉଣ୍ଟକୁ ବ୍ଲକ କରିବାକୁ କହୁଛନ୍ତି, ତା’ହେଲେ ଏହା ପଛର କାରଣ ମଧ୍ୟ କହିବାକୁ ପଡ଼ିବ। ସେହିପରି ଆଇଟି ଆକ୍ଟ ୨୦୦୦ର ଧାରା ୬୯ଏ ଅଧୀନରେ ଜାରି କରାଯାଉଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବାର ପ୍ରାବଧାନ ରହିବା ଦରକାର। ଏହାରୁ କାଉଣ୍ଟର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଜଣାଯାଇଥିଲା କି, ଟ୍ୱିଟର ସହଯୋଗ ନ କରିବା ଟ୍ବିଟରର ଅଭ୍ୟାସଗତ କାର୍ଯ୍ୟ। କମ୍ପାନୀ ଆଦୌ ସହଯୋଗ କରୁନି। ଦେଶର ଅଇନ ଶୃଙ୍ଖଳା ସ୍ଥିତିକୁ ନେଇ କେନ୍ଦ୍ର ଏପରି ନିର୍ଦ୍ଦେଶ ଦିଆଯାଇଥିଲା ଓ ଏହା ପୂର୍ବରୁ ପ୍ରାୟ ୫୦ ଥର ବୈଠକ ହୋଇଥିଲା। କିନ୍ତୁ ଭାରତରେ ପ୍ରଚଳିତ ଆଇନକୁ ମାନିବା ମୁଡରେ ଟ୍ବିଟର ନଥିବା ସ୍ପଷ୍ଟ ହୋଇଥିଲା। ଏକଥା ଶୁଣିବା ପରେ ଟ୍ୱିଟର ସବୁ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି ।

    ଏଠାରେ ଉଲ୍ଲେଖ ଯୋଗ୍ୟ କି, ଟ୍ୱିଟର ପୂର୍ବତନ ସିଇଓ ତଥା ସହ ପ୍ରତିଷ୍ଠାତା ଜ୍ୟାକ ଡୋର୍ସି କିଛି ସପ୍ତାହ ତଳେ ଅଭିଯୋଗ କରିଥିଲେ କି ୨୦୨୧ ଚାଷୀ ଆନ୍ଦୋଳନ ବେଳେ ଭାରତ ସରକାର କିଛି ନିର୍ଦ୍ଦିଷ୍ଟ ଟ୍ୱିଟକୁ ହଟାଇବାକୁ କମ୍ପାନୀ ଉପରେ ଚାପ ପକାଇଥିଲେ। ଏଥିସହ କମ୍ପାନୀ କଥା ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦିଆଯାଇଥିଲା। କିନ୍ତୁ ଟ୍ବିଟରର ଏହି ଅଭିଯୋଗକୁ ଭାରତ ସରକାରଙ୍କ ପକ୍ଷରୁ ମିଛ ବୋଲି କହି ଖଣ୍ଡନ କରାଯାଇଥିଲା।କର୍ଣ୍ଣାଟକା ହାଇକୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ଟ୍ୱିଟ କରି ସବୁ ମିଛ ଧରା ପଡ଼ିଛି ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ସେ ଡୋର୍ସିଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି।

  • କଲମା ବ୍ୟାରେଜରୁ ମହାନଦୀକୁ ଆସୁଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ

    କଲମା ବ୍ୟାରେଜରୁ ମହାନଦୀକୁ ଆସୁଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ

    ଛତିଗଡର ମନମୁଖି କାର୍ଯ୍ୟ। ବର୍ଷା ଆରମ୍ଭରୁ କଲମା ବ୍ୟାରେଜର ୬୪ଟି ଗେଟ୍ ଖୋଲି ଦେଇଛି ଛତିଶଗଡ଼ ସରକାର। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି। ତେଣୁ କଲମା ବ୍ୟାରେଜ ଖୋଲି ଦିଆ ଯାଇଛି।

    ବ୍ୟାରେଜର ଏତେ ସଂଖ୍ୟକ ଗେଟ ଖୋଲିବା ଦ୍ୱାରା ସକାଳ ୯ଟା ସୁଦ୍ଧା ହୀରାକୁଦକୁ ୭୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଥିଲା ଓ ମଧ୍ୟାହ୍ନ ୧୨ ଟା ସୁଦ୍ଧା ହୀରାକୁଦ ଡ୍ୟାମକୁ ପ୍ରବେଶ କରିଥିଲା ୭୯ ହଜାର କ୍ୟୁସେକ୍ ଜଳ । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୫୦ ଫୁଟ୍ ରହିଛି। କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ।

    ପ୍ରତିବର୍ଷ ମୌସୁମୀ ଆସିଲେ ଛତିଶଗଡ଼ ଓଡିଶା ସହ ବିନା ବିଚାର ବିମର୍ଷରେ ଏମିତି ମନଇଛା କଲମା ବ୍ୟାରେଜର ଗେଟ ସବୁ ଖୋଲିଦିଏ ଫଳରେ ରାଜ୍ୟରେ ଏକାଧିକ ଥର ବନ୍ୟା ଆସିଥାଏ। ସେପଟେ ଅଣ ମୌସୁମୀ ସମୟରେ ବ୍ୟାରେଜର ସବୁ ଗେଟ୍‌ ବନ୍ଦ କରିଦିଏ। କିନ୍ତୁ ଏଥର ଅଣ ମୌସୁମୀ ସମୟରେ କଲମା ବ୍ୟାରେଜର ୬୪ ଗେଟ୍‌ ଖୋଲି ଦେଇଛି ଛତିଶଗଡ। ମହାନଦୀ ଟ୍ରିବ୍ୟୁନାଲ ଟିମର ଯାଞ୍ଚ ବେଳେ ଚାଲାକି ଦେଖାଇ କିଛି ଗେଟ୍ ଖୋଲି ଦେଇଥିଲା। ପରବର୍ତ୍ତୀ ସ୍ଥରରେ ତାକୁ ବନ୍ଦ କରିଥିଲା।