Author: suchanatv24x7

  • ବିଶ୍ୱାସରେ ବାନ୍ଧବୀ ଦେଲା ବିଷ, ଆଉ ତା’ପରେ….

    ବିଶ୍ୱାସରେ ବାନ୍ଧବୀ ଦେଲା ବିଷ, ଆଉ ତା’ପରେ….

    ବାନ୍ଧବୀ କଲା ବିଶ୍ୱାସଘାତକତା । ଯାହା ଉପରେ ଅଧିକ ବିଶ୍ବାସ ଥିଲା ,ସିଏ ହିଁ ଦେଲା ବିଶ୍ବାସରେ ବିଷ। ଶାଢୀ ପିନ୍ଧାଇ ଦେବା ଆଳ କରି ବାନ୍ଧବୀର ଫଟୋ ଉଠାଇ ନିଜ ପୁରୁଷ ବନ୍ଧୁଙ୍କୁ ପଠାଇ ବ୍ଲାକେମେଲ୍‌ କରିବାକୁ ପଛାଇଲା ନାହିଁ। ନିଜ ବାନ୍ଧବୀର ଏପରି ବିଶ୍ୱାସଘାତକତାକୁ ସେ ସହଜେ ଗ୍ରହଣ କରି ପାରିଲେନି। ଏପରିକି ବାରମ୍ବାର ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଦେଲେ ପୀଡ଼ିତା ଯୁବତୀ ଜଣକ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଘଟିଛି।

    ଅଭିଯୋଗ ଅନୁଯାୟୀ, ମୃତ ଯୁବତୀଜଣକ ଯୁକ୍ତ ତିନି ବିଜ୍ଞାନର ଛାତ୍ରୀ ଥିଲେ। ଯାଜପୁର ଜିଲ୍ଲା ଗଡ଼ମଧୁପୁରର ଅଞ୍ଚଳର ଜଣେ ଯୁବତୀ ନିଜ ନିଜ ସଂପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଏହି ଛାତ୍ରୀଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ସଂପୃକ୍ତ ଛାତ୍ରୀଙ୍କ ବିବାହ ପ୍ରସ୍ତାବ ନେଇ କିଛି ବ୍ୟକ୍ତି ଆସି ତାଙ୍କୁ ଦେଖିବାକୁ ଘରକୁ ଆସିଥିଲେ। ଉକ୍ତ ସମୟରେ ଲୁଗା ପିନ୍ଧାଇ ଦେବାକୁ କହି ବାନ୍ଧବୀଜଣକ ତାଙ୍କର କିଛି ଆପତ୍ତିଜନକ ଫଟୋ ଉଠାଇ ଦେଇଥିଲେ। ଏ ସଂପର୍କରେ ମାହାଙ୍ଗା ଥାନାରେ ଏତଲା ହେବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଯୁବତୀ ସମେତ ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏନେଇ ପୁଲିସ କିମ୍ବା ଅଭିଯୁକ୍ତ ଯୁବତୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

    ପରବୀର୍ତ୍ତ ସମୟରେ ସେହି ଫଟୋଗୁଡ଼ିକୁ ସେ ନିଜ ପୁରୁଷ ବନ୍ଧୁ ସମେତ ଏକାଧିକ ବ୍ୟକ୍ତିଙ୍କୁ ପଠାଇଦେଇଥିଲା। ଏହି ଫଟୋକୁ ଦେଖାଇ କିଛି ଯୁବକ ବିଭିନ୍ନ ସମୟରେ ସଂପୃକ୍ତ ଯୁବତୀଙ୍କୁ ବ୍ଲାକମେଲ୍ କରିବା ସହ ଟଙ୍କା ଦାବି କରିଆସୁଥିଲେ । ଏପରିକି ଶାରିରୀକ ସମ୍ପର୍କ ରଖିବାକୁ ବି ଧମକ ଦେଉଥିଲେ। ଏଭଳି ଜୁଲମ୍ ସହିନପାରି ଶେଷରେ ଯୁବତୀ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

  • କେନ୍ଦ୍ର ଗୃହମନ୍ତ୍ରୀଙ୍କ ପରେ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ

    କେନ୍ଦ୍ର ଗୃହମନ୍ତ୍ରୀଙ୍କ ପରେ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ

    **EDS: TV GRAB** New Delhi: Union Minister Nirmala Sitharaman speaks in the Lok Sabha during the Winter Session of Parliament, in New Delhi, Monday, Dec. 2, 2019. (LSTV/PTI Photo) (PTI12_2_2019_000076B)

    ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶା ଗସ୍ତରେ ଆସି ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।ଏହି ଦୁଇ ଦିନିଆ ଗସ୍ତ ସମୟରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଶ୍ରୀମତୀ ସୀତାରମଣ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁରସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

    ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ସେ ପୁରୀ ଅଭିମୁଖେ ଗସ୍ତ କରିବେ ।ପୁରୀରେ ରାତିରେ ରହିବେ।

    ଗୁରୁବାର ସକାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଏହାପରେ ପୁରୀର ପେଣ୍ଠକଟା ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବୃକ୍ଷରୋପରଣ କରିବେ ।

    ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସେ ବୀରହରେକୃଷ୍ଣପୁରସ୍ଥିତ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ଭୁବନେଶ୍ୱର ଫେରି ଆସିବେ । ଗୁରୁବାର ଅପରାହ୍ନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱରଠାରେ କୁଇ ଓ ଦେଶୀୟ ଭାଷା ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରିବେ ଓ ପ୍ରାୟ ୫ଟାରେ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହଠାରେ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ । ଗୁରୁବାର ରାତିରେ ଶ୍ରୀମତୀ ସୀତାରମଣ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

    ଅର୍ଥମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଞ୍ଚି ନାରାୟଣ ତ୍ରିପାଠୀ, ସାଧାରଣ ସଂପାଦକ ଶାରଦା ଶତପଥୀ, ଯତୀନ ମହାନ୍ତି ଉପସ୍ଥିତ ଥିଲେ।

  • ଏଣିକି ଖରାରେ ଟ୍ରାଫିକ ପୋଲିସ ପିନ୍ଧିବେ ଏସି ହେଲମେଟ

    ଏଣିକି ଖରାରେ ଟ୍ରାଫିକ ପୋଲିସ ପିନ୍ଧିବେ ଏସି ହେଲମେଟ

    ପ୍ରଚଣ୍ଡ ଖରାରେ ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ବିଭାଗ ପକ୍ଷରୁ AC ହେଲ୍‌ମେଟ୍‌ ପାଇଁ ଏକ ନୂତନ ପରୀକ୍ଷା ଆରମ୍ଭ ହୋଇଛି। ସୂଚନାନୁସାରେ, ହେଲମେଟକୁ ଶକ୍ତି ଦେବା ପାଇଁ ବ୍ୟାଟେରୀ ବ୍ୟବହାର କରାଯାଇଛି, ଯାହା ପୋଲିସ୍ କର୍ମଚାରୀଙ୍କୁ ଉତ୍ତାପ ସହିତ ଧୂଳି, ସୂର୍ଯ୍ୟ କିରଣ ଏବଂ ପ୍ରଦୂଷଣରୁ ରକ୍ଷା କରିବ। ଏହି ପରୀକ୍ଷଣ ହେତୁ ନିକଟରେ ଅହମ୍ମଦାବାଦରେ ଡ୍ୟୁଟିରେ ଥିବାବେଳେ କିଛି ପୋଲିସ ଏସି ହେଲମେଟ ପିନ୍ଧିଥିବାର ନଜର ଆସିଥିଲେ। ତେବେ ହେଲମେଟ୍‌କୁ ଏକ ତାର ଜରିଆରେ ବ୍ୟାଟେରି ସହ ସଂଯୋଗ କରାଯାଇଛି । ଏହି ବ୍ୟାଟେରି ପୁଲିସକର୍ମୀଙ୍କ ଅଣ୍ଟାରେ ରହିବ । ତେଣୁ ହେଲ୍‌ମେଟ ବେଶୀ ଓଜନଦାର ହେବ ନାହିଁ । ଏଥିରେ ଏକ ଛୋଟ ଫ୍ୟାନ୍‌ ରହିଛି । ଯାହା ଦ୍ୱାରା ହେଲ୍‌ମେଟରୁ ବାହାରୁଥିବା ଥଣ୍ଡା ପବନ ଦେହରେ ମଧ୍ୟ ବାଜିବ । ବ୍ୟାଟେରି ଫୁଲ୍‌ ଚାର୍ଜ ହେବା ପରେ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକ୍‌ଅପ୍‌ ରଖିବ । ଫଳରେ ୮/୧୦ ଘଣ୍ଟା ପର୍ଯ୍ୟନ୍ତ ହେଲମେଟରେ ଏସି କାମ କରିବ । ହେଲମେଟ ଭିତରେ ତାପମାତ୍ରା ୨୪ରୁ ୨୫ ଡିଗ୍ରୀ ସେଲ୍‌ସିୟସ ରହିବ । ଆଗ ପାଖରେ ଏକ ଗ୍ଲାସ୍‌ ରହିଛି । ହେଲମେଟ ବ୍ୟବହାରର କିଛି ଦିନ ପରେ ଏହା କିପରି କାମ କରୁଛି ସେନେଇ ଟ୍ରାଫିକ୍‌ ପୋଲିସ କର୍ମଚାରୀ ଜଣାଇବା ପରେ ଅହମଦାବାଦ ପୋଲିସ ଏହାର ଅଧିକ ନିର୍ମାଣ ପାଇଁ ବ୍ୟବସ୍ଥା କରିବ ବୋଲି କୁହାଯାଇଛି । କର୍ମଚାରୀଙ୍କ ପାଇଁ ଏହା କେତେ ଉପଯୋଗୀ ହେବ, ଏହାର ସୂଚନା ଏହାର ଶେଷ ହେବା ପରେ ହିଁ ସାମ୍ନାକୁ ଆସିବ ।

  • ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ ଆଉ ତା” ପରେ ଯାହା ଘଟିଲା ….

    ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ ଆଉ ତା” ପରେ ଯାହା ଘଟିଲା ….

    ନିଟ୍‌ ରେଜଲ୍ଟକୁ ନେଇ ହଠାତ୍‌ ଏକ ପରିବାର ଉପରେ କଳା ବାଦଲ ଘୋଟି ଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ତାମିଲନାଡ଼ୁର ଚେନ୍ନାଇରେ ଘଟିଛି। ମୃତକ ହେଲେ ଜଗଦିସ୍ୱରନ । ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ପାରିବାରୁ ଝୁଲି ପଡ଼ିଲେ ଛାତ୍ର । ଆଉ ପୁଅର ମୃତ୍ୟୁ ଖବରକୁ ସହ୍ୟ କରି ନ ପାରି ତା’ ପର ଦିନ ବାପା ବି ନେଲେ ଚରମ ପଦକ୍ଷେପ । ଫଳରେ ହଠାତ୍‌ ବାପପୁଅଙ୍କ ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି।

    ଜଗଦିସ୍ୱରନ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଚେନ୍ନାଇରେ ନିଟ୍‌ ପାଇଁ ପ୍ରସ୍ତୁତି ଚଳାଇଥିଲେ। ମାତ୍ର ଦୁଇ ଥର ଚେଷ୍ଟା କରି ମଧ୍ୟ ସେ ସଫଳ ହୋଇ ପାରି ନ ଥିଲେ। ଏହାପରେ ଗତ ଶନିବାର ସେ ପରିବାର ଲୋକଙ୍କ ଫୋନ ଉଠାଇ ନ ଥିଲେ। ଏହାପରେ ଜଗଦିସ୍ୱରନ ନିଜ ରୁମ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ତାଙ୍କ ସହପାଠୀ ସୂଚନା ଦେଇଥିଲେ।

    ଗୋଟିଏ ଦିନ ବ୍ୟବଧାନରେ ବାପପୁଅଙ୍କ ଆତ୍ମହତ୍ୟା ଖବର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏପରିକି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ସେ ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ପିଲାଙ୍କୁ କଠିନ ପରିଶ୍ରମ ସହ ନିଜ ଉପରେ ଆତ୍ମବିଶ୍ୱାସ ରଖିବାକୁ କହିଛନ୍ତି। ତେଣୁ ପରୀକ୍ଷା ଫଳାଫଳରେ ବିଚଳିତ ହୋଇ କୌଣସି ଚରମ ପଦକ୍ଷେପ ନ ନେବାକୁ ସେ ପରାମର୍ଶ ଦେଇଛନ୍ତି।

    ପୁଅ ମୃତ୍ୟୁ ଶକ୍ତ ଧକ୍କା ଦେଇଥିବା ବେଳେ ଏହାକୁ ସହଜେ ଗ୍ରହଣ କରି ପାରି ନ ଥିଲେ ତାଙ୍କ ବାପା। ରବିବାର ସକାଳେ ସେ ନିଜ କବାଟ ଖୋଲି ନ ଥିବା ବେଳେ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

  • ରେଲ୍‌ୱେ ଚାକିରି ଦେବା ନାଁରେ ୩ ଲକ୍ଷ ଟଙ୍କା ଠକେଇ

    ରେଲ୍‌ୱେ ଚାକିରି ଦେବା ନାଁରେ ୩ ଲକ୍ଷ ଟଙ୍କା ଠକେଇ

    ଭୁବନେଶ୍ୱର ରେଲ୍‌ୱେ ଚାକିରି କରାଇ ଦେବା ନାଁରେ ୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ଜଣେ ଠକକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ା ଅଞ୍ଚଳର କାହ୍ନୁ ଚରଣ ସ୍ବାଇଁ (୪୩)। ବଡ଼ କଥା ହେଉଛି ଅଭିଯୁକ୍ତ କାହ୍ନୁ ଜଣେ ବରଖାସ୍ତ ପୁଲିସ କର୍ମଚାରୀ। ପୁଲିସ ତା’ଠାରୁ ଜାଲ୍‌ ନିଯୁକ୍ତି ପତ୍ର ଏବଂ ‌କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।କାହ୍ନୁ ଓଡ଼ିଶା ସ୍ପେସାଲ ଆର୍ମଡ୍‌ ପୁଲିସ (ଓଏସ୍‌ଏପି) କର୍ମଚାରୀ ଭାବେ ୨୦୧୮ ମସିହାରେ କୋରାପୁଟରେ କାର୍ଯ୍ୟରତ ଥିଲେ। ଚାକିରିରେ ଅନିୟମିତତା ଯୋଗୁ ତାଙ୍କୁ ବରଖାସ୍ତ କରାଯାଇଥିଲା।ରେଲୱେରେ ବଙ୍ଗଳା ପିଅନ ଚାକିରୀ କରାଇଦେବ କହି ସାଗର ପ୍ରଧାନ ନାମକ ଯୁବକଙ୍କଠୁ ତିନି ଲକ୍ଷ ଟଙ୍କା ଠକି ନେଛନ୍ତି ଟଙ୍କା ଦେବାର ୧୯ ଦିନ ବିତିଯାଇଥିବାରୁ ତାଙ୍କୁ ଚାକିରୀ ନମିଳିବାରୁ ସନ୍ଦେହ କରି ତାଙ୍କ ବାପା ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରି ଥିଲେ ଯେ ସେ ଏହି ଟଙ୍କା ତାଙ୍କ ଵିଲ ଓ ଘର ବନ୍ଧା ପକାଇ ଆଣିଥିଲେ ତାଙ୍କ ପୁଅ ଚାକିରି କରିବବୋଲି..