Author: suchanatv24x7

  • ୬୯ ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷିତ, ଅଲ୍ଲୁ ଅର୍ଜୁନ୍ ଶ୍ରେଷ୍ଠ ଅଭିନେତା

    ୬୯ ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷିତ, ଅଲ୍ଲୁ ଅର୍ଜୁନ୍ ଶ୍ରେଷ୍ଠ ଅଭିନେତା

    ଘୋଷଣା ହୋଇଛି ୬୯ ତମ ଜାତୀୟ ଚଳଚିତ୍ର ପୁରସ୍କାର । ୨୦୨୨ ମସିହା ପାଇଁ ଅଲ୍ଲୁ ଅର୍ଜୁନ୍ ଶ୍ରେଷ୍ଠ ଅଭିନେତା ଓ ଆଲିୟା ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀର ଆଖ୍ୟା ପାଇଛନ୍ତି। ସେହିପରି ସର୍ଦ୍ଦାର ଉଦ୍ଦମ ଶ୍ରେଷ୍ଠ ହିନ୍ଦୀ ସିନେମା, ପ୍ରତୀକ୍ଷା ଶ୍ରେଷ୍ଠ ଓଡିଆ ସନେମା ହେବାରେ ସଫଳ ହୋଇଛି । କାଳ ଭୈରବ ଓ ଶ୍ରେୟା ଘୋଷାଲ୍ ଶ୍ରେଷ୍ଠ ଗାୟକ ଗାୟିକା ହୋଇଛନ୍ତି । ପୁଷ୍ପା ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଦେବିଶ୍ରୀ ପ୍ରସାଦ, ସିନେମା ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ୍ ଶ୍ରେଷ୍ଠ ଅଭିନେତା, ଗଙ୍ଗୁ ବାଇ କାଥିଆଓ୍ବାର୍ଡି ପାଇଁ ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ,’ମିମି’ ପାଇଁ ବି କ୍ରିତୀ ସାନ୍ନନ ଶ୍ରେଷ୍ଠ ଅଭିନେତ୍ରୀ, ମରାଠି ସିନେମା ଗୋଦାବରୀ ପାଇଁ ନିଖିଳ ମହାଜନ ଶ୍ରେଷ୍ଠ ନିର୍ଦ୍ଦେଶକ, ‘ମିମି’ ପାଇଁ ପଙ୍କଜ ତ୍ରୀପାଠି ଶ୍ରେଷ୍ଠ ସହ ଅଭିନେତା, କଶ୍ମୀର୍ ଫାଇଲ୍ ପାଇଁ ପଲ୍ଲବୀ ଜୋଶୀ ଶ୍ରେଷ୍ଠ ସହ ଅଭିନେତ୍ରୀର ଆଖ୍ୟା ପାଇଛନ୍ତି।

  • ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ

    ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ

    ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା। ବୃକ୍ଷ ରୋପଣରେ ବ୍ୟାପକ ହେରଫେର କରିଥିବା ନେଇ ହୋଇଥିଲା ଅଭିଯୋଗ। ଅଭିଯୋଗ ଆଧାରରେ ପରିଡାଙ୍କ ଘର ସମେତ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ।

    ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ ବାସଭବନ, ରାୟଗଡ଼ା ଓ ଭୁବନେଶ୍ୱର ସମେତ ୪ଟି ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ ଜାରି ରହିଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ ଟିମ୍ ସାମିଲ ହୋଇଛି। ଏଥିରେ ୮ ଜଣ ଡିଏସପି, ୬ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।

    ରାୟଗଡ଼ା ଜିଲ୍ଲାର ଚନ୍ଦାପାହାଡରେ ୩ କୋଟି ଟଙ୍କାର ବୃକ୍ଷ ରୋପଣରେ ଦୁର୍ନୀତି ହୋଇଥିଲା। କିନ୍ତୁ ବୃକ୍ଷରୋପଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସୂଚନା କର୍ମୀ ରବୀନ୍ଦ୍ର ପାଟ କଣ୍ଡାଳ ଭିଜିଲାନ୍ସ ବିଭାଗ ସମେତ ବିଭିନ୍ନ ଅଧିକାରୀଙ୍କ ନିକଟରେ ‌ଅଭିଯୋଗ କରିଥିଲେ। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ପରିଡାଙ୍କ ଘରେ ଚଢ଼ାଉ କରିଛି।

  • ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ସରଗରମ ରାଜନୀତି

    ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ସରଗରମ ରାଜନୀତି

    ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ଅନୁଷ୍ଠିତ ହେବ । ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବା ବେଳେ ସାଧାରଣ ସମ୍ପାଦକ ପଦବୀ ପାଇଁ ପ୍ରଦୀପ ବାରିକ ନାମାଙ୍କନ ଦାଖଲ କରିଛନ୍ତି । ସମ୍ପାଦକ ପ୍ରାଥି ପ୍ରଦୀପ, ଧାଙ୍ଗରପଡା ପ୍ରୀତମ ହୋଣ୍ଡା ସୋ ରୁମ ସମ୍ମୁଖ ନିକଟରୁ ବହୁସଂଖ୍ୟାରେ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଭରିଥିଲେ । ପରିବର୍ତ୍ତନର ସ୍ଲୋଗାନ ଦେଇ ସମର୍ଥକ ଟ୍ରକ୍ ମାଲିକ ମାନେ ଜିଲା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଚଳିତ ବର୍ଷ ବିଭିନ୍ନ ପଦପଦବୀ ପାଇଁ ମୋଟ ୩୨୫ଟି ନାମାଙ୍କନ ବିକ୍ରି ହୋଇଥିବା ବେଳେ ୧୨୫ ଜଣ ଦାଖଲ କରିଛନ୍ତି । ସଭାପତି ପଦବୀରେ ୪ ଜଣ ଏବଂ ସାଧାରଣ ସମ୍ପାଦକ ପଦବୀରେ ୩ ଜଣ ନାମାଙ୍କନ ଦାଖଲ କରିଛନ୍ତି ।

    ସଂଘର ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ୪୬୬୭ ଜଣ ସଦସ୍ୟ ରହିଥ‌ିବା ବେଳେ ୭ଟି ଜୋନ୍ ରହିଛି । କେନ୍ଦୁଝର ଜୋନ୍‌ରେ ସର୍ବାଧ‌ିକ ୨୦୩୦, ଘଷିପୁରାରେ ୭୬୭, ରାମଚନ୍ଦ୍ରପୁରରେ ୫୬୬, ଚମ୍ପୁଆରେ ୪୦୮, ଢେଙ୍କିକୋଟରେ ୩୧୧, ହାଟହିନ୍ଦୀରେ ସର୍ବନିମ୍ନ ୨୮୦ ଓ ଘଟଗାଁ ଜୋନ୍‌ରେ ୩୦୫ ଜଣ ସଦସ୍ୟ ରହିଛନ୍ତି । ଜିଲାର ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ ନେଇ ନିର୍ବାଚନ କମିଟି ଗଠନ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ପ୍ରଧାନ ଏହାକୁ ପରିଚାଳନା କରିବା ସହ ବରିଷ୍ଠ ନାଗରିକ ମଣ୍ଡଳୀ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।

  • ଶୋଇବା ପୂର୍ବରୁ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

    ଶୋଇବା ପୂର୍ବରୁ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

    ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯେପରି ଖାଦ୍ୟ ଜରୁରୀ ହୋଇଥାଏ, ସେହିପରି ନିଦ ମଧ୍ୟ ଜରୁରୀ ହୋଇଥାଏ । ନିରାମୟ ଜୀବନ ପାଇଁ ଆବଶ୍ୟକ ନିଦ୍ରା ଗୁରୁତ୍ୱପୂର୍ଣ୍ଣ । ନିଦ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତା ପାଇଁ ମୂଳଦୁଆ ସାବ୍ୟସ୍ତ ହୋଇଥାଏ । ରାତିରେ ଶୋଇବା ପରେ ବାରମ୍ବାର ନିଦ ଭାଙ୍ଗେ । ଯେଉଁ କାରଣରୁ ଆପଣ ସକାଳେ ଉଠିବା ପରେ ସତେଜ ଅନୁଭବ କରନ୍ତି ନାହିଁ । ଏହି ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳେ । ସଠିକ୍ ନିଦ ନହେବା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଆପଣ ଭାବିଛନ୍ତି କି ରାତିରେ ଆପଣଙ୍କ ନିଦ କାହିଁକି ଭାଙ୍ଗିଯାଏ ।

    ଭଲ ନିଦରେ ଶୋଇବାକୁ ହେଲେ ରାତି ଖାଦ୍ୟପେୟ ପ୍ରତି ବେଶ୍ ଗୁରୁତ୍ୱ ଦେବାକୁ ପଡିଥାଏ । ଶୋଇବା ପୂର୍ବରୁ ସତେଜ ଓ ହାଲୁକା ଖାଦ୍ୟ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି, ଯାହା ଶୋଇବା ପୂର୍ବରୁ ଖାଇଲେ ନିଦ ନହେବା ସହ ଅସ୍ଥିରତା ଲାଗିଥାଏ ।

    ଆସନ୍ତୁ ଜାଣିବା ଏହି ୫ଟି ଖାଦ୍ୟ ଓ ପାନୀୟ ସମ୍ପର୍କରେ ଯାହା ରାତିରେ ଆପଣଙ୍କ ନିଦ ହଜାଇ ପାରେ ।

    କଫି ବା ଚା: ଶୋଇବା ପୂର୍ବରୁ କଫି କି ଚା ପିଅନ୍ତୁ ନାହିଁ । କାରଣ ଏହା ଉତ୍ତେଜକ ପାନୀୟ ହୋଇଥିବା ବେଳେ ନିଦ ନ ଆସିବାର ଏକ କାରଣ । କଫିର ପ୍ରଭାବ ଶରୀରରେ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ତେଣୁ ଶୋଇବା ପୂର୍ବରୁ କଫି, ଚା କି ଏନର୍ଜୀ ଡ୍ରିଙ୍କସ୍ ଠାରୁ ଦୂରେଇ ରୁହନ୍ତୁ ।

    ମଦ: ମଦ ଶରୀରରେ ଉନ୍ମାଦନା ସୃଷ୍ଟି କରିଥାଏ । ଶୋଇବା ପୂର୍ବରୁ ମଦ ପିଇଲେ, ଏହା ଆପଣଙ୍କ ନିଦ ଖରାପ କରିପାରେ । ତେଣୁ ଶୋଇବା ପୂର୍ବରୁ ମଦ ପିଇବାରୁ ଦୂରେଇ ରୁହନ୍ତୁ ।

    ଫାଷ୍ଟଫୁଡ: ରାତିରେ ଶୋଇବା ପୂର୍ବରୁ କେବେ ଫାଷ୍ଟଫୁଡ ଖାଇବା ଉଚିତ ନୁହେଁ । ଏପରି ଖାଦ୍ୟ ଗ୍ୟାସ ସମସ୍ୟା ସୃଷ୍ଟିର କାରଣ ହୋଇଥାଏ । ଏହି କାରଣରୁ ନିଦ ଠିକରେ ଆସି ନଥାଏ ।

    ମିଠାଯୁକ୍ତ ଖାଦ୍ୟ: ଶୋଇବା ପୂର୍ବରୁ ମିଠାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ସୁଗାର ସ୍ତର ବଢ଼ିଯାଇଥାଏ । ଯାହା ଅନିଦ୍ରାର କାରଣ ହୋଇଥାଏ । ଏଥିପାଇଁ ଶୋଇବା ପୂର୍ବରୁ ଏମିତି ଖାଦ୍ୟରୁ ଦୂରେଇ ରୁହନ୍ତୁ ।

    ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ: ରାତିରେ ଶୋଇବା ପୂର୍ବରୁ ଅଧିକ ପ୍ରୋଟିନ ଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଏହା ହଜମ ପ୍ରକ୍ରିୟା ଉପରେ ଚାପ ପକାଇବା ସହ ଏହାକୁ ମନ୍ଥର କରିଦେଇଥାଏ । ଯାହା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇଥାଏ ।