Author: suchanatv24x7

  • ମଧ୍ୟପ୍ରଦେଶର ଏକ ଗାଁରେ ଅସୁସ୍ଥ କଲରାପତରିଆ ବାଘ ବୁଲୁଥିଲା, ଆଗକୁ ​​ହେଲା ଏମିତି

    ମଧ୍ୟପ୍ରଦେଶର ଏକ ଗାଁରେ ଅସୁସ୍ଥ କଲରାପତରିଆ ବାଘ ବୁଲୁଥିଲା, ଆଗକୁ ​​ହେଲା ଏମିତି

    ମଧ୍ୟପ୍ରଦେଶର ଇକଲେରା ଗ୍ରାମବାସୀ ସେତେବେଳେ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ସେମାନେ ଜଙ୍ଗଲରେ ଅସୁସ୍ଥ ହୋଇ ଗୋଟେ କାଲରାପତ୍ରିଆ ବାଘ ବୁଲୁଥିବାର ଦେଖିଲେ । ଗ୍ରାମବାସୀଙ୍କ ଦ୍ୱାରା ବାଘକୁ ହଇରାଣ କରିବା ଏବଂ ତାକୁ ଗୃହପାଳିତ ପଶୁ ପରି ବ୍ୟବହାର କରୁଥିବା ଭିଡିଓ ସମ୍ନାକୁ ଆସିଛି ।

    କିଛି ଲୋକ ବାଘକୁ ଖେଳନା କରିଦେଇଥିଲେ | ସେମାନେ ଫଟୋ ଉଠାଇ ଭିଡିଓ କରିବା ଆରମ୍ଭ ମଧ୍ୟ କରିଦେଲେ | ଏତିକି ପର୍ଯ୍ୟନ୍ତ ଠିକ୍ ଥିଲା, କିନ୍ତୁ କିଛି ଲୋକ ତା ପିଠିରେ ବସି ସଵାରୀ ମଧ୍ୟ ଆରମ୍ଭ କରିଦେଲେ | ସନ୍ଧ୍ୟାସୁଦ୍ଧା ସୂଚନା ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଉଦ୍ଧାରକାରୀ ଦଳ ମଧ୍ୟ ଉଜୈନରୁ ଆସିସାରିଥିଲେ । ଉଜୈନର ଉଦ୍ଧାରକାରୀ ଦଳ ଏବଂ ଦେବାସ ବନ ବିଭାଗ ଦଳ କଲରାପତରିଆ ବାଘକୁ ଉଦ୍ଧାର କରିଥିଲେ।

    ବନ ବିଭାଗ ଏସଡିଓ ସନ୍ତୋଷ ଶୁକଲା କହିଛନ୍ତି ଯେ କଲରାପତରିଆ ବାଘର ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। କଲରାପତରିଆ ବାଘ ହୁଏତ ଅଧିକ ଖାଦ୍ୟ ଖାଇଥାଇପାରେ କିମ୍ବା ଅସୁସ୍ଥ ହୋଇଥାଇପାରେ | କଲରାପତରିଆ ବାଘକୁ ସାରାରାତି ପ୍ରାଣୀ ଚିକିତ୍ସକଙ୍କ ତତ୍ବବିଧାନରେ ଦୌଲତପୁର ବିଶ୍ରାମ ଗୃହରେ ରଖାଯାଇଥିଲା। ବର୍ତ୍ତମାନ ସକାଳେ ତାକୁ ଚିକିତ୍ସା ପାଇଁ ଇନ୍ଦୋର ପ୍ରାଣୀ ଉଦ୍ୟାନକୁ ନିଆଯାଉଛି,ଯେଉଁଠାରେ ଡାକ୍ତର ତାକୁ ଚିକିତ୍ସା କରିବେ। ସୁସ୍ଥ ହେବା ପରେ ତାକୁ ପୁନର୍ବାର ଜଙ୍ଗଲକୁ ଛାଡି ଦିଆଯିବ।

  • ରାଜ ରାସ୍ତାରେ ପ୍ରାଥମିକ ଶିକ୍ଷକ

    ରାଜ ରାସ୍ତାରେ ପ୍ରାଥମିକ ଶିକ୍ଷକ

    ଦରମା ବୃଦ୍ଧି ସହ ବିଭିନ୍ନ କାରଣରୁ ବାଦ୍‌ ପଡ଼ିଥିବା ୩୦ ହଜାର ଗଣଶିକ୍ଷକଙ୍କୁ ନିୟମିତ କରାଯିବା ଆଦି ୫ଟି ଦାବି ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓହ୍ଲାଇଛି ରାଜରାସ୍ତାକୁ । ସଭାପତି ଶରତ ଚନ୍ଦ୍ର ନାୟକ (ରାଜ୍ୟ ମହାସଂଘ) ଙ୍କ ନେତୃତ୍ୱରେ ସହସ୍ରାଧିକ ଶିକ୍ଷକ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

    ଇଜିଏସ୍‌ ଯୋଜନା ବନ୍ଦ ହେବା ପରେ ଛଟେଇ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ରାଜ୍ୟ ସରକାର ୨୦୦୮ ମସିହାରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବେ ନିୟୋଜିତ କରିଥିଲେ। ପରବର୍ତ୍ତୀ ସମୟରେ ଗଣଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁମାନେ ୮ବର୍ଷ ପୂରଣ କରିଥିଲେ, ସେମାନେ ନିୟମିତ ଶିକ୍ଷକ ହେଲେ। ମାତ୍ର ବିଭିନ୍ନ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ଗଣଶିକ୍ଷକ ନିୟମିତ ହେବାରୁ ବାଦ୍‌ ପଡ଼ିଛନ୍ତି।

    ଗଣଶିକ୍ଷକ ନିୟୋଜିତ ବର୍ଷ ୨୦୦୮ରୁ ୮ବର୍ଷ ଅବଧି ଗଣନା କରାଯାଇଥିବାରୁ ୨୦୧୨ ମସିହାରୁ ଓଡ଼ିଶାରେ ଲାଗୁ କରାଯାଇଥିବା ଓଟିଇଟି ସେମାନଙ୍କ ପାଇଁ ଆବଶ୍ୟକ ନାହିଁ ବୋଲି ସଭାପତି ନାୟକ କହିଛନ୍ତି। ଏଣୁ ଓଟିଇଟି ଉଚ୍ଛେଦ କରି ଯୋଗ୍ୟ ଗଣଶିକ୍ଷକଙ୍କୁ ନିୟମିତ କରିବା ସହ ଅବଶିଷ୍ଟ ଗଣଶିକ୍ଷକମାନଙ୍କ ଦରମା ବୃଦ୍ଧି କରାଯିବାକୁ ସେ ଦାବି କରିଛନ୍ତି।

    ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ ନ କରିବା ପର୍ଯ୍ୟନ୍ତ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ ପ୍ରକାଶ କରିଛନ୍ତି।

  • ୧୬ତମ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ

    ୧୬ତମ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ

    ପାକିସ୍ତାନର ଲାହୋରସ୍ଥିତ ମୁଲ୍‌ତାନ୍ ଷ୍ଟାଡ଼ିୟମରୁ ବୁଧବାରଠାରୁ ଆରମ୍ଭ ହେବ ୧୬ତମ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟର ଏହି ସଂସ୍କରଣରେ ୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ପ୍ରଥମଥର ପାଇଁ ନେପାଳ ଏସିଆ କପ୍ ଖେଳିବାର ସୁଯୋଗ ପାଇଛି । ପ୍ରଦାର୍ପଣ ଏସିଆ କପ୍‌ରେ ନେପାଳ ଟୁର୍ଣ୍ଣାମେଣ୍ଟ ଆୟୋଜକ ପାକିସ୍ତାନକୁ ଭେଟିବ ।

    ୧୬ତମ ସଂସ୍କରଣ ୫୦ ଓଭର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ ରହିଥିବା ବେଳେ ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କା, ରନର୍ସଅପ ପାକିସ୍ତାନ, ସର୍ବାଧିକ ଥର ଚାମ୍ପିଅନ୍ ଭାରତ, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳ ଅଂଶଗ୍ରହଣ କରୁଛନ୍ତି । ଏସିଆନ୍ କ୍ରିକେଟ୍ କାଉନ୍‌ସିଲର ପୁରୁଷ ପ୍ରିମିୟର କପ୍‌ରେ ଚାମ୍ପିଅନ୍ ହୋଇଥିବାରୁ ନେପାଳକୁ ଏସିଆ କପ୍ ଖେଳିବାର ସୁଯୋଗ ମିଳିଛି । ୬ଟି ଦଳକୁ ନେଇ ଦୁଇଟି ଗ୍ରୁପ୍ କରାଯାଇଛି । ଗ୍ରୁପ୍ ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିବା ବେଳେ ଗ୍ରୁପ୍ ବି’ରେ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ରହିଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ ।

    ଏହାମଧ୍ୟରୁ ୬ଟି ଲିଗ୍ ମ୍ୟାଚ୍ ଖେଳାଯିବାକୁ ରହିଥିବା ବେଳେ ସୁପର ୪ରେ ୬ଟି ମ୍ୟାଚ୍ ଖେଳାଯିବ । ସୁପର ୪ରେ ପ୍ରଥମ ଦୁଇ ସ୍ଥାନ ଅଧିକାର କରିଥିବା ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଆୟୋଜକ ଭାବେ ପାକସ୍ତାନ ରହିଥିଲେ ମଧ୍ୟ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ପ୍ରସ୍ତୁତ ନଥିବାରୁ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ ଖେଳାଯିବ । ଅନ୍ୟ ୯ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ ।

    ଶ୍ରୀଲଙ୍କାର କଲୋମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡ଼ିୟମରେ ସର୍ବାଧିକ ୬ଟି ମ୍ୟାଚ୍ ଖେଳାଯିବାକୁ ରହିଥିବା ବେେଳେ କାଣ୍ଡିର ପାଲିକେଳେ ଷ୍ଟାଡ଼ିୟମରେ ୩ଟି, ପାକିସ୍ତାନର ଗଦ୍ଦାଫି ଷ୍ଟାଡ଼ିୟମରେ ୩ଟି ଓ ମୁଲତାନ୍ ଷ୍ଟାଡ଼ିୟମରେ ଗୋଟିଏ ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୧୭ ତାରିଖରେ ଫାଇନାଲ ମ୍ୟାଚ୍ କଲୋମ୍ବୋଠାରେ ଖେଳାଯିବ ।

  • ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ପାଇଲା ପ୍ରଜ୍ଞାନ, ଜାରି ରହିଛି ଉଦଯାନର ଅନୁସନ୍ଧାନ

    ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ପାଇଲା ପ୍ରଜ୍ଞାନ, ଜାରି ରହିଛି ଉଦଯାନର ଅନୁସନ୍ଧାନ

    ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ -୩ ‘ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୨୩ ରେ ସନ୍ଧ୍ୟା ୦୬.୦୪ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା । ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅବତରଣ କରିବା ପରେ ବିଭିନ୍ନ ସମୟରେ ସେମାନେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିବାରେ ଲାଗିଛନ୍ତି।

    ISRO ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛି ଯେ ଚନ୍ଦ୍ରୟାନ -3 ର ରୋଭର ପ୍ରୟାଗନରେ ଲଗାଯାଇଥିବା ଏକ ଯନ୍ତ୍ର ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଭୂପୃଷ୍ଠରେ ସଲଫରର ଉପସ୍ଥିତି ସ୍ପଷ୍ଟ କରିଛି। ISRO ଏହି ପୋଷ୍ଟରେ କହିଛି, ବୈଜ୍ଞାନିକ ପରୀକ୍ଷଣ ଚାଲିଛି … ରୋଭରରେ ଲଗାଯାଇଥିବା ଲେଜର ଡ୍ରାଇଭ୍ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପ୍ (LIBS) ଯନ୍ତ୍ର ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଭୂପୃଷ୍ଠରେ ସଲଫର ଥିବାର ସ୍ପଷ୍ଟି କରଣ କରିଛି। ଆଶାନୁଯାୟୀ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନର ମଧ୍ୟ ସନ୍ଧାନ ମିଳିଛି | ହାଇଡ୍ରୋଜେନର ସନ୍ଧାନ ଜାରି ରହିଛି। “ଉଦଜାନ (ହାଇଡ୍ରୋଜେନ) ଅଛି କି ନା ତା’ ଉପରେ ଅନୁସନ୍ଧାନ ଚାଲିଛି। ତାହା ଯଦି ମିଳିଯାଏ, ତେବେ ଚନ୍ଦ୍ରରେ ଜଳ ଥିବା ସ୍ପଷ୍ଟ ହୋଇଯିବ ବୋଲି ଇସ୍ରୋ କହିଛି।

  • ଆସନ୍ତାକାଲି ପାଳନ ହେବ ବଳଭଦ୍ରଙ୍କ ଜନ୍ମ ଉତ୍ସବ

    ଆସନ୍ତାକାଲି ପାଳନ ହେବ ବଳଭଦ୍ରଙ୍କ ଜନ୍ମ ଉତ୍ସବ

    ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତିରେ ଉଦୟ ପର୍ବକୁ ନେଇ ହିଁ ସମସ୍ତ ନୀତି କାନ୍ତି ସେବା ପର୍ବ ପର୍ବାଣୀ ପାଳନ ହୋଇଥାଏ l ଶ୍ରୀମନ୍ଦିରରେ ତା ୩୧ ରିଖ ଗୁରୁବାର ଦିନ ହିଁ ବଳଭଦ୍ରଙ୍କ ଜନ୍ମ ନୀତି ଏବଂ ଆମ ମହାପ୍ରଭୁଙ୍କର ରକ୍ଷାବନ୍ଧନ ନୀତି ପାଳିତ ହେବ l ଜଗନ୍ନାଥ ମନ୍ଦିରକୁ କେନ୍ଦ୍ରକରି ଓଡିଶାର ସଂସ୍କୃତି ପରମ୍ପରା ଏୌତିହ ଏବଂ ନୀତି ନିୟମ ପୂଜା ଆଦି ପାଳନ କରଯାଇଥାଏ l ଯେହେତୁ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ୩୧ ତାରିଖ ଗୁରୁବାର ଦିନ ରକ୍ଷାବନ୍ଧନ ନୀତି ପାଳିତ ହେବ ଆମେ କିପରି ଭାବେ ୩୦ ତାରିଖ ବୁଧବାର ଦିନ ଏହା ପାଳନ କରିବା ?

      ମହାପ୍ରଭୁ ହେଉଛନ୍ତି ଆମଘରର ମୁରବି  କଣ ଏ ଓଡ଼ିଆ ଆଜି କିଛି ବ୍ୟକ୍ତିଙ୍କ କଥାରେ ଭ୍ରମିତ ହେଇଗଲା ! କଣ ସିଏ ଭୁଲିଗଲା ତାର ଇଷ୍ଟ ମହାପ୍ରଭୁଙ୍କୁ ! ସିଏ କଣ ଭୁଲିଗଲା ବାଡ଼ିରେ ନଡ଼ିଆ ଟିଏ ହେଲେ ଆଗ ସିଏ ମହାପ୍ରଭୁଙ୍କୁ ଦିଏ l  ଘରେ ଶୁଭକାମ ଟିଏ ହେଲେ ଆଗ ଗୁଆଟିଏ ନିମନ୍ତ୍ରଣ ଭାବେ ମହାପ୍ରଭୁଙ୍କୁ ପଠାଏ l ଶୁଦ୍ଧିକାମ ବେଳେ ଆଗ ସିଏ ନିର୍ମାଲ୍ୟ ଲୋଡାକରେ l କଣ ସିଏ ଭୁଲିଗଲା ମହାପ୍ରଭୁ ଉପାସ ରହିଜାଉଥିବା ସମୟରେ ସିଏ ଭି ଉପାସ ରହି ଯାଉଥିଲା l କଣ ଆଜି ଓଡ଼ିଆ ଭୁଲିଗଲା ନଅଁଙ୍କ ଦୃଭିକ୍ଷ ର କଥା  ନିଜେ ଭୋକ ଉପାସ ରେ ଝଟପଟ ହେଇକି ମରୁଥିଲା ହେଲେ ମହାପ୍ରଭୁଙ୍କୁ ଭୋକିଲା ରଖୁନଥିଲାl ଏସବୁ ଇତିହାସ ଆଉ ବର୍ତ୍ତମାନ ର କଥା l ଆମ ମହାପ୍ରଭୁ ଙ୍କ ପାଖରେ ଯାହା ହୁଏ ଏ ଓଡ଼ିଆ ତାକୁ ଅନୁକରଣ କରେ l ଆଜି ଏମିତି କଣ ହେଇଗଲା ଯେ ସିଏ ଭୁଲିଗଲାl ଆଜି ଏମିତି କଣ ହେଇଗଲା ସିଏ ଆଗ ସବୁ ନିଜେ କରିବାକୁ ବସିଛି l ମହାପ୍ରଭୁଙ୍କଠୁ ହିଁ ଆମେ ଜାତ ହୋଇଛୁ ତାଙ୍କୁ ନେଇ ଆମେ ଚଳିବା ତାଙ୍କର ଯେଉଁଦିନ ନୀତି ହେବ ଆମେ ସେଦିନ ସେହି ନୀତି ପାଳିତ କରିବା ଏହା ହିଁ ଶାସ୍ତ୍ର ସମତ୍ତ ଅଟେ l ଏଣୁ ପ୍ରତ୍ୟେକ ବ୍ୟକ୍ତି ର ପ୍ରଧାନ କର୍ତ୍ତବ୍ୟ ଯେ ଆମ ମହାପ୍ରଭୁ ଯେଉଁଦିନ ରାକ୍ଷୀ ବାନ୍ଧିବେ ଆମେ ମଧ୍ୟ ସେଦିନ ରାକ୍ଷୀ ବାନ୍ଧିବା ଉଚିତ ଅର୍ଥାତ ୩୧ ତାରିଖ ଗୁରୁବାର ଦିନ ଏହା ହିଁ ରାକ୍ଷୀବାନ୍ଧିବା ର ଉଚିତ ବିଧି ଆଉ ବିଧାନ ଅଟେ l ଏହି ଦିନ ଆପଣ ପୁରାଦିନ ନିଜ ଭାଇ ହାତରେ ରକ୍ଷାସୁତ ବାନ୍ଧିପାରିବେ ସମ୍ପୂର୍ଣ୍ଣ ଦିନ ଏହା ପାଳିତ ହେବ l ଏଥିରେ କୌଣସି ଦୌମତ୍ତ ପ୍ରକାଶ ନକରି ଆମ ମହାପ୍ରଭୁଙ୍କ ପରି ଆମେ ମାନେ ମଧ୍ୟ ୩୧ ତାରିଖ ଗୁରୁବାର ଦିନ ହିଁ ଆମେ ରକ୍ଷାବନ୍ଧନ ପାଳନ କରିବା l