Author: suchanatv24x7

  • ବର୍ଷା ବିଗାଡିଲା ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌

    ବର୍ଷା ବିଗାଡିଲା ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌

    ବୁଲାୱାୟୋର କୁଇନ୍ସ ସ୍ପୋର୍ଟ୍ସ କ୍ଲବରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ 19 ବର୍ଷରୁ କମ୍ ବିଶ୍ୱକପରେ ମୁହାଁମୁହିଁ ହୋଇଛନ୍ତି। ଭାରତୀୟ ଦଳ ଆମେରିକା ଏବଂ ବାଂଲାଦେଶ ବିପକ୍ଷରେ ପ୍ରଭାବଶାଳୀ ବିଜୟ ସହିତ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଛି। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ବୁଲାୱାୟୋର କୁଇନ୍ସ ସ୍ପୋର୍ଟସ୍ କ୍ଲବରେ ଅନୁଷ୍ଠିତ ହେବ। ଟସ୍ ଦିନ 12:30 ରେ ହେବାର ଥିଲା କିନ୍ତୁ ବର୍ଷାର ପ୍ରଭାବ ଯୋଗୁଁ ଏଯାଏଁ ଟସ ପଡ଼ିପାରିନି। ଭାରତ ଏବଂ ନ୍ୟୁଜିଲାଣ୍ଡ ଉଭୟ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଭାରତ ସେମାନଙ୍କର ପ୍ରଥମ ମ୍ୟାଚ୍‌ରେ DLS ପଦ୍ଧତି ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାକୁ 6 ୱିକେଟ୍‌ରେ ପରାସ୍ତ କରିଥିଲା।

    ଏହା ପରେ ସେମାନେ DLS ପଦ୍ଧତି ଅନୁଯାୟୀ ବାଂଲାଦେଶ ବିପକ୍ଷରେ 18 ରନ୍‌ରେ ବିଜୟୀ ହୋଇଥିଲେ। ଚଳିତ ବର୍ଷ, ୧୯ ବର୍ଷରୁ କମ୍ ବିଶ୍ୱକପ୍ ନାମିବିଆ ଏବଂ ଜିମ୍ବାୱେ ମିଳିତ ଭାବରେ ଆୟୋଜନ କରୁଛନ୍ତି। ମ୍ୟାଚ ଗୁଡିକ ହରାରେ, ବୁଲାୱାୟୋ ଏବଂ ୱିଣ୍ଡହୋକରେ ଖେଳାଯାଉଛି। ପାଞ୍ଚ ଥରର ଡିଫେଣ୍ଡିଂ ଚାମ୍ପିଅନ୍ ଭାରତକୁ ଗ୍ରୁପ୍ Aରେ ସାମିଲ କରାଯାଇଛି, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ, ବାଂଲାଦେଶ ଏବଂ ଆମେରିକା ମଧ୍ୟ ସାମିଲ ଅଛନ୍ତି।

    ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଫେବୃଆରୀ ୬ ତାରିଖରେ ହରାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଆୟୁଷ ମଥ୍ରେ , ବୈଭବ ସୂର୍ଯ୍ୟଭନ୍ସି , ବେଦାନ୍ତ ତ୍ରିବେଦୀ, ଭିହାନ ମାଲହୋତ୍ରା, ଅଭିଗାନ୍ କୁଣ୍ଡୁ , କନିଷ୍କ୍, ଚୌହନ ହରଭାନ୍ ପାଙ୍ଗାଲିଆ, ଆର.ଏସ୍ ଆମ୍ବ୍ରିସ୍, ହେନିଲ ପଟେଲ, ଦୀପେଶ ଦେବେନ୍ଦ୍ରନ୍ ଏବଂ ଖିଲାନ୍ ପଟେଲ | ଆର୍ଯ୍ୟନ୍ ମାନ, ହୁଗୋ ବଗ୍, ଟମ୍ ଜୋନ୍ସ ଅଧିନାୟକ, ସ୍ନେହିଥ୍ ରେଡ୍ଡୀ, ମାର୍କୋ ଆଲ୍ପେ, ଜାକବ୍ କୋଟର୍, ଜସକରଣ ସାନ୍ଧୁ, କଲମ୍ ସାମସନ୍, ଫ୍ଲାଇନ୍ ମୋର୍, ସେଲଭିନ୍ ସଞ୍ଜୟ ଏବଂ ମାସନ୍ କ୍ଲାର୍କ। ୧୯ ବର୍ଷରୁ କମ୍ କ୍ରିକେଟରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଉପରେ ଏକ ଦୃଢ଼ ଅଗ୍ରଣୀ ରହିଛି। ଏହି ଦୁଇ ଦଳ ଏପର୍ଯ୍ୟନ୍ତ ୨୧ଟି ଯୁବ ଦିନିକିଆ ଯେଉଁଥିରେ ଭାରତୀୟ ଦଳ ୧୮ଟିରେ ବିଜୟୀ ହୋଇଥିବା ବେଳେ କିୱିମାନେ ତିନୋଟିରେ ବିଜୟୀ ହୋଇଛନ୍ତି।

  • ଭାରତ ତିଆରି କରିବ ନିଜର ସ୍ପେସ୍ ଷ୍ଟେସନ୍, ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମହାକାଶ ପ୍ରକଳ୍ପ |

    ଭାରତ ତିଆରି କରିବ ନିଜର ସ୍ପେସ୍ ଷ୍ଟେସନ୍, ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମହାକାଶ ପ୍ରକଳ୍ପ |

    ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ଐତିହାସିକ ଲମ୍ଫ ମାରିବାକୁ ପ୍ରସ୍ତୁତ ହେଉଛି | ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଭାରତୀୟ ମହାକାଶ ଷ୍ଟେସନ୍ (Indian Space Station) ତିଆରି ପାଇଁ ଆଗେଇ ଆସିଛି | ଏହା ISROର ସବୁଠାରୁ ଗୁରୁତ୍ୱପୂର୍ଣ ପ୍ରକଳ୍ପ ମଧ୍ୟରୁ ଗୋଟିଏ ବୋଲି ଜଣାଯାଉଛି |

    ଏହି ପ୍ରକଳ୍ପରେ ଭାରତୀୟ ଶିଳ୍ପ କ୍ଷେତ୍ରକୁ ସାମିଲ କରିବାକୁ ISRO ପକ୍ଷରୁ ପ୍ରସ୍ତାବ ଦିଆଯାଇଛି | ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (VSSC) ଦ୍ୱାରା ଘରୋଇ କମ୍ପାନିମାନଙ୍କ ପାଇଁ ‘ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ’ (EOI) ଜାରି କରାଯାଇଛି | ଏହା ମାଧ୍ୟମରେ ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ୍ BAS-01 ନିର୍ମାଣ ପାଇଁ ଯୋଗ୍ୟ କମ୍ପାନିମାନଙ୍କୁ ବଛାଯାଇଛି |

    ISRO ସ୍ପଷ୍ଟ କରିଛି ଯେ, ଏହି ମଡ୍ୟୁଲ୍‌ଗୁଡ଼ିକ ମଣିଷଙ୍କ ପାଇଁ ବାସଯୋଗ୍ୟ ହେବାରୁ ନିର୍ମାଣ କ୍ଷେତ୍ରରେ କଠୋର ମାନଦଣ୍ଡ ଲାଗୁ କରାଯାଇଛି | ପ୍ରତ୍ୟେକ ମଡ୍ୟୁଲ୍‌ର ବ୍ୟାସ ୩.୮ ମିଟର ଏବଂ ଉଚ୍ଚତା ୮ ମିଟର ହେବ | ଏହା ଉଚ୍ଚ-ଶକ୍ତି ଆଲୁମିନିୟମ୍ ମିଶ୍ରଧାତୁ AA-2219 ରେ ତିଆରି ହେବ | ତିଆରି କରିବା ସମୟରେ ୦.୫ ମିଲିମିଟର ଯଦି କିଛି ତ୍ରୁଟି ରହିଯାଏ ତେବେ ତାକୁ ଗ୍ରହଣ କରାଯିବ ନାହିଁ | ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ୨୦୨୮ରେ ଆରମ୍ଭ ହେବ ଏବଂ ସେହି ବର୍ଷ ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ୍ BAS-01 ଲଞ୍ଚ କରାଯିବ | ସମ୍ପୂର୍ଣ୍ଣ ପ୍ରକଳ୍ପ ୨୦୩୫ ସୁଦ୍ଧା ଶେଷ କରାଯିବ | ଷ୍ଟେସନର ସମସ୍ତ ପାଞ୍ଚଟି ମଡ୍ୟୁଲ୍ ତିଆରି କରାଯାଇ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ |

    ଭାରତୀୟ ମହାକାଶ ଷ୍ଟେସନକୁ ପୃଥିବୀରୁ ପ୍ରାୟ ୪୦୦ରୁ ୪୫୦ କିଲୋମିଟର ଉଚ୍ଚତାରେ ନିମ୍ନ ପୃଥିବୀ କକ୍ଷପଥରେ ଅବସ୍ଥାପିତ କରାଯିବ | ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୩ରୁ ୪ ଜଣ ମହାକାଶଚାରୀ ରହି ବିଭିନ୍ନ ବୈଜ୍ଞାନିକ ଗବେଷଣା ଓ ପରୀକ୍ଷଣ କରିପାରିବେ | ଏହି ପ୍ରକଳ୍ପ ଯଦି ସଠିକ ଭାବେ କାର୍ଯ୍ୟକରି ହୁଏ,ତେବେ ଭାରତ ନିଜସ୍ୱ ମହାକାଶ ଷ୍ଟେସନ ଥିବା କିଛି ବଛା ଦେଶମାନଙ୍କ ମଧ୍ୟରେ ସାମିଲ ହେବ ଏବଂ ମହାକାଶ ଶକ୍ତି ରୂପେ ଭାରତର ସ୍ଥାନ ଆହୁରି ମଜବୁତ ହୋଇଯିବ |

  • ସରସ୍ବତୀ ପୂଜାରେ ମଦ ପିଇ ଗଡ଼ିଲେ, ନବମ ଶ୍ରେଣୀ ଛାତ୍ର

    ସରସ୍ବତୀ ପୂଜାରେ ମଦ ପିଇ ଗଡ଼ିଲେ, ନବମ ଶ୍ରେଣୀ ଛାତ୍ର

    ସରସ୍ବତୀ ପୂଜାରେ ମଦ ପିଇ ବଜାରରେ ଗଡ଼ିଲେ ନବମ ଶ୍ରେଣୀ ଛାତ୍ର । ଆଜ୍ଞା ହଁ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ ସରସ୍ବତୀ ପୂଜା ଅବସରରେ ଦୁଇ ନବମ ଶ୍ରେଣୀ ପିଲା ମଦ ପିଇ ମାତାଲ୍ ଅବସ୍ଥାରେ ବଜାରରେ ଗଡ଼ୁଥିବା  ଦେଖିବାକୁ ମିଳିଛି । ଏହି ଭିଡିଓ ତତ୍କାଳିକ ଭାବରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସରସ୍ବତୀ ପୂଜା ଅବସରରେ ଗତକାଲି ଏହି ଅଞ୍ଚଳରେ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂଜାର ଉତ୍ସାହ ଦେଖାଯାଇଥିଲା। ଅନେକ ଛାତ୍ରଛାତ୍ରୀ ନୂଆ ପୋଷାକ ପିନ୍ଧି ପୂଜା କରି ଭୋଗ ନେଉଥିଲେ। ଟିକାବାଲି ସରକାରୀ ହାଇସ୍କୁଲର ଦୁଇଜଣ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି, ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିଲେ । ଏହା ଦେଖି ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ସ୍କୁଲ ପିଲାଙ୍କୁ ମଦ ଦେଲା କିଏ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପରେ ଛାତ୍ରମାନଙ୍କ ପ୍ରତି ଆବଶ୍ୟକ ଶିକ୍ଷାମୂଳକ ଏବଂ ଅନୁଶାସନାତ୍ମକ ପଦକ୍ଷେପ ନିଆଯିବାକୁ ସମ୍ଭାବନା ରହିଛି।

  • ଜାତୀୟ କନ୍ୟା ସନ୍ତାନ ଦିବସ :ଝିଅଟିଏ କେବଳ ସନ୍ତାନ ନୁହେଁ, ସେ ହିଁ ସମାଜର ଶକ୍ତି

    ଜାତୀୟ କନ୍ୟା ସନ୍ତାନ ଦିବସ :ଝିଅଟିଏ କେବଳ ସନ୍ତାନ ନୁହେଁ, ସେ ହିଁ ସମାଜର ଶକ୍ତି

    ଆଜି ସାରା ଦେଶ ପାଳନ କରୁଛି ଜାତୀୟ କନ୍ୟା ସନ୍ତାନ ଦିବସ | ଏହି ଦିବସଟି କେବଳ ଏକ ଆନୁଷ୍ଠାନିକ ପର୍ବ ନୁହେଁ, ବରଂ ଝିଅମାନଙ୍କର ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାନ ସୁଯୋଗ ପ୍ରତି ଜନସାଧାରଣଙ୍କୁ ସଚେତନ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ଦିନ |

    ପ୍ରତିବର୍ଷ ଜାନୁଆରୀ ୨୪ ତାରିଖକୁ ଭାରତରେ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଏ | ୨୦୦୮ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିବସ ପାଳନର ଶୁଭାରମ୍ଭ କରାଯାଇଥିଲା| ସମାଜରେ କନ୍ୟା ସନ୍ତାନମାନେ ସାମ୍ନା କରୁଥିବା ଅସମାନତା, ଶିକ୍ଷାର ଅଭାବ, କନ୍ୟା ଭ୍ରୂଣ ହତ୍ୟା ଓ ବାଲ୍ୟ ବିବାହ ଭଳି କୁପ୍ରଥାକୁ ବିରୋଧକରି ଜନସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଧେଶ୍ୟ |

    ବିଶେଷଜ୍ଞମାନେ ମତରେ, “ଜଣେ ଶିଶୁକନ୍ୟା କେବଳ ଗୋଟିଏ ପରିବାରର ସଦସ୍ୟ ନୁହେଁ, ସେ ହେଉଛି ଆସନ୍ତାକାଲିର ସମାଜର ମୂଳ ଆଧାର।”ଗୋଟେ ଝିଅ ଯଦି ଶିକ୍ଷିତ ହେଲା କେବଳ ଏକ ପରିବାର ବିକାଶ ହେବ ନାହିଁ ,ବରଂ ସମଗ୍ର ଦେଶ ମଧ୍ୟ ପ୍ରଗତିର ପଥରେ ଆଗେଇ ଯିବା |

    ଚଳିତ ବର୍ଷ ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ, ଶିକ୍ଷାମୂଳକ ସଭା, କ୍ରୀଡ଼ା ଓ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି |ଝିଅମାନଙ୍କୁ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ନେତୃତ୍ୱ ମାଧ୍ୟମରେ ସଶକ୍ତ କରିବା ଉପରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

    ଆଜିର ସମୟରେ ଝିଅମାନେ ଆଉ କେବଳ ଘରର ଚାରିକାନ୍ଥଭିତରେ ସୀମିତ ରହୁନାହାନ୍ତି | ମହାକାଶ ବିଜ୍ଞାନ, ଚିକିତ୍ସା, କ୍ରୀଡ଼ା, ପ୍ରଶାସନ ଓ ସୀମା ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସେମାନେ ନିଜ ପ୍ରତିଭାର ପରିଚୟ ଦେଉଛନ୍ତି | ତଥାପି ଦେଶର କିଛି ଅଞ୍ଚଳରେ ଆଜି ମଧ୍ୟ କନ୍ୟା ଭ୍ରୂଣ ହତ୍ୟା ଓ ବାଲ୍ୟ ବିବାହ ଭଳି ଅନ୍ଧ ବିଶ୍ୱସ ରହିଛି, ଯାହା ଏକ ଚିନ୍ତାର କାରଣ ହୋଇ ରହିଛି |ଏହି ସମସ୍ୟାର ସମାଧାନ ପାଇଁ କେବଳ ସରକାରୀ ନୀତି ନୁହେଁ, ସାମାଜିକ ମାନସିକତାରେ ପରିବର୍ତ୍ତନ ଅତ୍ୟାବଶ୍ୟକ | ଝିଅମାନଙ୍କୁ ପୁଅମାନଙ୍କ ସହ ସମାନ ସୁଯୋଗ ଦେବା ସହ,ସୁରକ୍ଷା ଓ ସମ୍ମାନ ଦେବା ନିହାତି ଆବଶ୍ୟକ |କାରଣ ଝିଅଟିଏ ହସିଲେ ହିଁ ଦେଶ ହସିବ ଏବଂ ଏକ ସମୃଦ୍ଧ ଭାରତ ଗଠନ ହେବ |

  • ପୁରୀ ଶ୍ରୀମନ୍ଦିରରେ ଅଘଟଣ: ପୋଲିସ ମାଡ଼ରେ ନାବାଳକ ଗୁରୁତର

    ପୁରୀ ଶ୍ରୀମନ୍ଦିରରେ ଅଘଟଣ: ପୋଲିସ ମାଡ଼ରେ ନାବାଳକ ଗୁରୁତର

    ପୁରୀ ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଅଭିଯୋଗ ଆସିଛି ସାମ୍ନାକୁ | ଆହତ ନାବାଳକକୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି | ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆବଶ୍ୟକ ପଡିଲେ କଟକର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି।

    ଖବର ଅନୁଯାୟୀ, ଶୁକ୍ରବାର ରାତିରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ ତାଙ୍କ ସ୍ତ୍ରୀ ଓ ନାବାଳକ ପୁଅ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ | ଦର୍ଶନ କରିବା ସମୟରେ ବାହାର କାଠ ପାଖ ଭିଡ଼ ମଧ୍ୟରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ନାବାଳକ ପୁଅକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି | ଏହାକୁ ନେଇ ପ୍ରତିବାଦ କରିବାରୁ ସମ୍ପୃକ୍ତ ପୋଲିସ କର୍ମଚାରୀ ପୁଣି ମାଡ଼ ମାରିଥିବା କୁହାଯାଉଛି |

    ଏହି ଘଟଣା ସମ୍ପର୍କରେ ପୁରୀ ଏସପିଙ୍କୁ ଜଣାଇବା ପରେ ସିଟି ଡିଏସପି, ସିଂହଦ୍ୱାର ଥାନା ଓ କୁମ୍ଭାରପଡ଼ା ଥାନାର ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି | ତେବେ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ଆଧିକାରିକଙ୍କ ପ୍ରତିକ୍ରିୟା ମିଳିପାରିନି |

  • ଗୋଲାପ ବିକ୍ରି ଆଳରେ ନାବାଳିକା ସହ ଦୁଷ୍କର୍ମ

    ଗୋଲାପ ବିକ୍ରି ଆଳରେ ନାବାଳିକା ସହ ଦୁଷ୍କର୍ମ

    ଦିଲ୍ଲୀର କାରୋଲ ବାଗ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଟ୍ରାଫିକ ସିଗନାଲ ନିକଟରେ ଗୋଲାପ ଫୁଲ ବିକ୍ରି କରୁଥିବା ଏକ ୧୧ ବର୍ଷୀୟ ନାବାଳିକାକୁ ଜଣେ ଇ-ରିକ୍ସା ଚାଳକ ଠକେଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି |
    ପୁଲିସର ତଦନ୍ତ ଅନୁଯାୟୀ , ଜାନୁଆରୀ ୧୧ ତାରିଖ ଅପରାହ୍ଣ ୩ଟା ୩୦ ସମୟରେ ପ୍ରସାଦ ନଗର ଟ୍ରାଫିକ ସିଗନାଲ ନିକଟରେ ଏହି ଘଟଣା ଘଟିଥିଲା | ୪୦ ବର୍ଷୀୟ ଇ-ରିକ୍ସା ଚାଳକ ଦୁର୍ଗେଶ ନାବାଳିକାଟିକୁ ଫୁଲ ବିକ୍ରି କରିଦେବା ଆଳ ଦେଖାଇ ନିଜ ରିକ୍ସାରେ ବସାଇ ନେଇଥିଲା। ପରେ ସେ ନିକଟସ୍ଥ ଏକ ଜଙ୍ଗଲାଞ୍ଚଳକୁ ନେଇ ଦୁଷ୍କର୍ମ କରିଥିଲେ | ବାଳିକାଟି ଅଚେତ ହୋଇଯାଇଥିବାର ଦେଖି ଅଭିଯୁକ୍ତ ଭୟଭୀତ ହୋଇଯାଇଥିଲା | ଯେଉଁ ଟ୍ରାଫିକ ପୋଷ୍ଟ ନିକଟରୁ ଝିଅଟିକୁ ନେଇଥିଲା ସେଠାରେ ଅଚେତ ଅବସ୍ଥାରେ ଛାଡ଼ି ପଳାଇଯାଇଥିଲା ଅଭିଯୁକ୍ତ । ପରେ ହୋସ୍ ଆସିବା ପରେ ନାବାଳିକା ବହୁ କଷ୍ଟରେ ଘରେ ପହଞ୍ଚିଥିଲା |

    ଘଟଣା ବିଷୟରେ ଜାଣିବା ପରେ ପରିବାରଲୋକ ତୁରନ୍ତ ଝିଅଟିକୁ ହସ୍ପିଟାଲ ନେଇଯାଇଥିଲେ | ତାହାପରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ | ପୁଲିସ୍‌ ଏହି ମାମଲାରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଇ-ରିକ୍ସା ଚାଳକକୁ ଗିରଫ କରିଛି। ଘଟଣାକୁ ନେଇ ତଦନ୍ତ ଜାରିରହିଛି | ଏହି ଘଟଣା ପରେ ସହରରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ପୁନର୍ବାର ପ୍ରଶ୍ନ ଉଠିଛି |

  • ରାଜ୍ୟର ବିକାଶ ପାଇଁ ପରିବର୍ତ୍ତନ ଆବଶ୍ୟକ

    ରାଜ୍ୟର ବିକାଶ ପାଇଁ ପରିବର୍ତ୍ତନ ଆବଶ୍ୟକ

    କେରଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସିଧାସଳଖ ଟାର୍ଗେଟ୍ କରି ଜୋରଦାର ସମାଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ ପରିବର୍ତ୍ତନ ଅତ୍ୟାବଶ୍ୟକ ବୋଲି କହିବା ସହ ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ନେଇ ସେ କଂଗ୍ରେସ ଉପରେ ପ୍ରହାର କରିଛନ୍ତି। ଆଜି କେରଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା କରିଛନ୍ତି। ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ନୂତନ ଟ୍ରେନ ସେବାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ କେରଳର ବିକାଶକୁ ନୂତନ ଗତି ଦେଇଛି। କେରଳର ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

    ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ରେଳ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରାଯାଇଛି, ଯାହା ଆର୍ଥିକ ବିକାଶ ସହିତ ଯାତାୟାତ ବ୍ୟବସ୍ଥାକୁ ନୂଆ ଦିଗ ଦେବ। ଏହି ସମସ୍ତ ପ୍ରକଳ୍ପ ତିରୁବନନ୍ତପୁରମକୁ ଦେଶର ପ୍ରମୁଖ ବିକାଶ କେନ୍ଦ୍ର ମଧ୍ୟରେ ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

  • ପାଗରେ ହଠାତ୍ ପରିବର୍ତ୍ତନ: ଦିଲ୍ଲୀରେ ତାପମାତ୍ରା ହ୍ରାସ,

    ପାଗରେ ହଠାତ୍ ପରିବର୍ତ୍ତନ: ଦିଲ୍ଲୀରେ ତାପମାତ୍ରା ହ୍ରାସ,

    ପଶ୍ଚିମାଝଡ଼ ପ୍ରଭାବରେ ଦିଲ୍ଲୀ-ଏନ୍‌ସିଆର୍‌ ସହ ଉତ୍ତର ଭାରତର ଅନେକ ଅଞ୍ଚଳରେ ପାଗର ହଠାତ୍ ପରିବର୍ତ୍ତନ ଦେଖାଦେଇଛି | ଶୁକ୍ରବାର ସକାଳୁ ଦିଲ୍ଲୀ-ଏନ୍‌ସିଆର୍‌ରେ ବର୍ଷା ହୋଇଥିବାବେଳେ, ସିମ୍‌ଲା ଓ ମନାଲିରେ ଚଳିତ ବର୍ଷର ପ୍ରଥମ ତୁଷାରପାତରେ ରେକର୍ଡ |

    ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳ, ବିଶେଷକରି କାଶ୍ମୀର ଉପତ୍ୟକା ଓ ଗୁଲମର୍ଗରେ ପ୍ରବଳ ତୁଷାରପାତ ହୋଇ ସମଗ୍ର ଅଞ୍ଚଳ ବରଫ ଚାଦରରେ ଢାଙ୍କି ହୋଇଯାଇଛି । ତୁଷାରପାତ ଯୋଗୁଁ ଅନେକ ସଡ଼କ ପଥ ବନ୍ଦ ରହିଥିବାବେଳେ, ସତର୍କତାମୂଳକ ପଦକ୍ଷେପ ଭାବେ ନବଯୁଗ ଟନେଲ ପାଖ ଜମ୍ମୁ–ଶ୍ରୀନଗର ଜାତୀୟ ରାଜପଥକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଖରାପ ପାଗ ଯୋଗୁଁ ଅନେକ ବିମାନ ଉଡ଼ାଣ ମଧ୍ୟ ବାତିଲ ହୋଇଛି।

    ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସକ୍ରିୟ ପଶ୍ଚିମାଝଡ଼ ପ୍ରଭାବରେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ଝଡ଼, ବର୍ଷା ଓ ତୁଷାରପାତର ସମ୍ଭାବନା ରହିଛି। ଦିଲ୍ଲୀ-ଏନ୍‌ସିଆର୍‌ ସହ ପଞ୍ଜାବ ଓ ହରିୟାଣା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଘଣ୍ଟାପ୍ରତି ୩୦–୪୦ କି.ମି. ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ିର ମଧ୍ୟ ସମ୍ଭାବନା ରହିଛି।

    ବର୍ଷା ପ୍ରଭାବରେ ଦିଲ୍ଲୀର ତାପମାତ୍ରା ଗୁରୁବାର ୨୭.୧ ଡିଗ୍ରୀ ସେଲସିୟସ ସହ ସାତ ବର୍ଷର ସବୁଠାରୁ ଉଷ୍ଣ ଜାନୁଆରି ଦିନ ରେକର୍ଡ କରିଥିଲା | ଶୁକ୍ରବାର ସର୍ବାଧିକ ତାପମାତ୍ରା ୧୯ ଡିଗ୍ରୀ ଓ ସର୍ବନିମ୍ନ ୧୨ ଡିଗ୍ରୀ ରହିପାରେ ବୋଲି IMD ପୂର୍ବାନୁମାନ କରିଛନ୍ତି |

    ଏହି ମଧ୍ୟରେ ବର୍ଷା କାରଣରେ ଦିଲ୍ଲୀ-ଏନ୍‌ସିଆର୍‌ର ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର ଆସିଛି। ଦିଲ୍ଲୀର AQI ୩୦୨, ନୋଏଡାରେ ୨୯୩ ଓ ଗୁରୁଗ୍ରାମରେ ୨୭୨ ରେକର୍ଡ ହୋଇଛି। IMD ଆକଳନ ଅନୁଯାୟୀ, ଜାନୁଆରି ୨୩ ଓ ୨୪ରେ ବାୟୁ ଗୁଣବତ୍ତା ‘ମଧ୍ୟମ’ ରହିପାରେ, କିନ୍ତୁ ୨୫ରେ ପୁଣି ‘ଖରାପ’ ଅବସ୍ଥାକୁ ଫେରିପାରେ।

    ଉତ୍ତରାଖଣ୍ଡର ଉତ୍ତରକାଶୀ, ଡେରାଡୁନ, ରୁଦ୍ରପ୍ରୟାଗ ଓ ଚାମୋଲିରେ ପ୍ରବଳ ବର୍ଷା ଓ ତୁଷାରପାତ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ, ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଜଙ୍ଗଲ ନିଆଁର ଆଶଙ୍କା କମିବ ବୋଲି ଅନୁମାନ କରାଯାଇଛି |

  • ୪ ଦିନ ଧରି ବ୍ୟାଙ୍କ ବନ୍ଦ: ଗ୍ରାହକଙ୍କୁ ବଢ଼ିପାରେ ସମସ୍ୟା

    ୪ ଦିନ ଧରି ବ୍ୟାଙ୍କ ବନ୍ଦ: ଗ୍ରାହକଙ୍କୁ ବଢ଼ିପାରେ ସମସ୍ୟା

    ଦେଶର ବ୍ୟାଙ୍କ ସେବା ଆସନ୍ତା ସପ୍ତାହରେ ଗୁରୁତର ଭାବେ ପ୍ରଭାବିତ ହେବାକୁ ଯାଉଛି । ଜାନୁଆରୀ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଲଗାତାର ୪ ଦିନ ଧରି ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା ଆଶଙ୍କା ଉଠୁଛି |
    ଜାନୁଆରୀ ୨୪ରେ ପଡୁଛି ଚତୁର୍ଥ ଶନିବାର ଓ ୨୫ ରବିବାର ଥିବାରୁ ସାପ୍ତାହିକ ଛୁଟି ରହିବ । ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ପାଇଁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏହା ପରେ ୨୭ ଜାନୁଆରୀରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ କରିବେ ,ତାହା ନେଇ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ବିପଦରେ ପଡିପାରେ |
    ବ୍ୟାଙ୍କ କର୍ମଚାରୀମାନେ ସପ୍ତାହକୁ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଧର୍ମଘଟରେ ସରକାରୀ, ବେସରକାରୀ, ବିଦେଶୀ, ଗ୍ରାମୀଣ ଓ ସମବାୟ ବ୍ୟାଙ୍କର ପ୍ରାୟ ୮ ଲକ୍ଷ କର୍ମଚାରୀ ଓ ଅଧିକାରୀ ସାମିଲ ହେବେ |
    ଏହି ସମୟରେ ଚେକ୍ କ୍ଲିୟରେନ୍ସ, ନଗଦ ଜମା-ଉଠାଣ, ଋଣ ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଭବ ପଡିପାରେ | ତେଣୁ ଗ୍ରାହକମାନଙ୍କୁ ଆଗରୁ ଜଣେଇ ଦିଆଯାଉଛିକି ନିଜ ଆବଶ୍ୟକ ବ୍ୟାଙ୍କ କାର୍ଯ୍ୟ ସମାପ୍ତ କରିନେବାକୁ | ହେଲେ ଏଟିଏମ୍, ଅନଲାଇନ୍ ବ୍ୟାଙ୍କିଂ ଓ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍ ସେବା ସାଧାରଣ ଭାବେ ଚାଲୁ ରହିବାର ଆଶା କରାଯାଉଛି |

  • ଘଣ୍ଟା ଘଣ୍ଟା ଧରି ଅପେକ୍ଷା , ଶେଷରେ ଇଭେଣ୍ଟ ଛାଡିଲେ ନାନା ପାଟେକର

    ଘଣ୍ଟା ଘଣ୍ଟା ଧରି ଅପେକ୍ଷା , ଶେଷରେ ଇଭେଣ୍ଟ ଛାଡିଲେ ନାନା ପାଟେକର

    ରୋମିଓ ଫିଲ୍ମର ଟ୍ରେଲର ଶୁଭାରମ୍ଭକୁ ନେଇ ଆୟୋଜିତ ହୋଥିବା ଇଭେଣ୍ଟରେ ଏକ ଅପ୍ରତ୍ୟାଶିତ ଘଟଣା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି | ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ନାନା ପାଟେକର ସହକଳାକାର ସାହିଦ୍ କପୁର୍ ଓ ତୃପ୍ତି ଡିମିରି ବହୁ ସମୟ ଧରି ବିଳମ୍ବରେ ପହଞ୍ଚିବାରୁ ବିରକ୍ତ ହୋଇ ଇଭେଣ୍ଟ ଛାଡି ପଳାଇଯାଇଥିଲେ |
    ସୂଚନା ଅନୁସାରେ, ଫିଲ୍ମର ଟ୍ରେଲର ଲଞ୍ଚ ପାଇଁ ନାନା ପାଟେକର ଠିକ ସମୟରେ ତଥା ସବୁଠାରୁ ପ୍ରଥମେ ଇଭେଣ୍ଟରେ ପହଁଚିଯାଇଥିଲେ | କିନ୍ତୁ ସାହିଦ୍ କପୁର୍ ଓ ତୃପ୍ତି ଡିମିରି ଘଣ୍ଟା ଘଣ୍ଟା ଧରି ନ ଆସିବାରୁ ତାଙ୍କ ଧୈର୍ୟ୍ୟର ସୀମା ଅତିକ୍ରମ ହୋଇଯାଇଥିଲା | ଫଳରେ ଟ୍ରେଲର ଲଞ୍ଚ ଆରମ୍ଭ ହେବା ପୂର୍ବରୁ ନାନା ପାଟେକର ଇଭେଣ୍ଟ ଛାଡି ଚାଲିଯାଇଥିଲେ |
    ନାନା ପାଟେକରଙ୍କ ଏଭଳି ପଦକ୍ଷେପ ନବା ପରେ ଇଭେଣ୍ଟ ସ୍ଥଳରେ ଚର୍ଚ୍ଚା ଜୋର୍ ଧରିଥିଲା | ପରେ ଫିଲ୍ମର ନିର୍ଦ୍ଦେଶକ ବିଶାଲ ଭରଦ୍ବାଜ ମଞ୍ଚ ଉପରକୁ ଆସି ଏହି ଘଟଣାକୁ ନେଇ ସଫେଇ ଦେଇଥିଲେ |
    ଗଣମାଧ୍ୟମରେ ବିଶାଲ ଭରଦ୍ବାଜ କହିଥିଲେ, ନାନା ପାଟେକରଙ୍କ ଇଭେଣ୍ଟ ଛାଡି ଯିବାର କୌଣସି ବଡ଼ ବିଷୟ ନୁହେଁ | ଏହା ତାଙ୍କର ନିଜସ୍ୱ ଶୈଳୀ ଓ ଅନନ୍ଦାଜ | ସେ ଆହୁରି କହିଥିଲେ ଯେ ଗତ ୨୭ ବର୍ଷ ଧରି ସେ ନାନା ପାଟେକରଙ୍କୁ ଜାଣିଛନ୍ତି ଓ ତାଙ୍କର ପିଲାଳିଆମି ସମସ୍ତଙ୍କୁ ଜଣା | ଏହି ମଧ୍ୟ ସେ ସ୍ୱାକାର କରିଥିଲେ ନାନା ପାଟେକରଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା ଏହିଥିରେ ତାଙ୍କର କୌଣସି ଦୋଷ ନାହିଁ | ଆହୁରି ମଧ୍ୟ କହିଛନ୍ତି “ଏହା ଆମର ପ୍ରଥମ ସହଯୋଗୀତା, ତଥାପି ନାନାଙ୍କ ପ୍ରତି ମୋର ସମ୍ମାନ ବହୁତ ଅଛି | ତାଙ୍କର ଏହି ଶୈଳୀ ପାଇଁ ସେ ସବୁବେଳେ ଜଣାଶୁଣା |”
    ନାନା ପାଟେକରଙ୍କ ଇଭେଣ୍ଟ ଛାଡି ଚାଲିଯିବା ଘଟଣା ଏବେ ସୋସିଆଲ ମିଡିଆ ଓ ଗସିପ୍ ଜଗତରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଯାଇଛି |