Author: suchanatv24x7

  • ଶିମିଳିପାଳରେ ବାଘ ଗଣନା, NTCA କରିବ ଫଟୋ ବିଶ୍ଳେଷଣ

    ଶିମିଳିପାଳରେ ବାଘ ଗଣନା, NTCA କରିବ ଫଟୋ ବିଶ୍ଳେଷଣ

    ବାରିପଦା ; ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇସାରିଛି | ବାଘଙ୍କ ଠିକ ସଂଖ୍ୟା ଜାଣିବା ସହ ସୁରକ୍ଷାକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଏହି ଗଣନା କାର୍ଯ୍ୟ ଆରମ୍ଭ କରାଯାଉଛି | ଶିମିଳିପାଳର ପ୍ରାୟ ୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ଏହି ବାଘ ଗଣନା ପ୍ରକ୍ରିୟା ଚାଲିଛି |

    ଖବର ଅନୁଯାୟୀ, ବାଘଙ୍କ ଯିବା ଆସିବା ହେଉଥିବା ରାସ୍ତା ଓ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ କ୍ୟାମେରା ଟ୍ରାପ୍ ଲଗାଯାଇଛି | ଏହି କାର୍ଯ୍ୟ ପାଇଁ ପାଖାପାଖି ୭୦୦ରୁ ଅଧିକ କ୍ୟାମେରାକୁ ବିଭିନ୍ନ ଉପାୟରେ ୧୩ ଶହଟି ସ୍ଥାନରେ ଲଗାଯାଇଛି |

    ଏହି କ୍ୟାମେରା ସାମ୍ନାରୁ ବାଘ କିମ୍ବା ଅନ୍ୟ କୌଣସି ବନ୍ୟଜନ୍ତୁ ପାର ହେଲେ ସ୍ୱୟଂଚାଳିତ ଭାବେ ଫଟୋ ଉଠିବ | ସବୁ ଫଟୋ ସଂଗ୍ରହ କରି ପରେ ଜାତୀୟ ବାଘ ସୁରକ୍ଷା ପ୍ରାଧିକରଣ (NTCA) କୁ ପାଠ ଯିବ | NTCA ପକ୍ଷରୁ ଏହି ଫଟୋଗୁଡ଼ିକର ବିଶ୍ଳେଷଣ ଓ ସମୀକ୍ଷା କରାଯିବା ପରେ ଶିମିଳିପାଳରେ ବାଘଙ୍କ ପ୍ରକୃତ ସଂଖ୍ୟା ଏବଂ ସ୍ଥିତି ସ୍ପଷ୍ଟ ହେବ | ବନବିଭାଗ ଆଶା ପ୍ରକାଶ କରିଛି ଯେ, ଏହି ବାଘ ଗଣନା ପ୍ରକ୍ରିୟା ଶିମିଳିପାଳର ବନ୍ୟଜନ୍ତୁ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ |

  • ମୋଦୀଙ୍କ “ମା ପାଇଁ ଗୋଟିଏ ଗଛ” ଅଭିଯାନ ଏବେ ବିଦେଶ ମାଟିରେ, ଇସ୍ରାଏଲରେ ରୋପଣ ହେଲା ୩୦୦ ବୃକ୍ଷଚାରା

    ମୋଦୀଙ୍କ “ମା ପାଇଁ ଗୋଟିଏ ଗଛ” ଅଭିଯାନ ଏବେ ବିଦେଶ ମାଟିରେ, ଇସ୍ରାଏଲରେ ରୋପଣ ହେଲା ୩୦୦ ବୃକ୍ଷଚାରା

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମା ପାଇଁ ଗୋଟିଏ ଗଛ” ଅଭିଯାନ ଏବେ ଦେଶ ସୀମା ଛାଡ଼ି ବିଦେଶ ମାଟିରେ ମଧ୍ୟ ପ୍ରସିଦ୍ଧି ଲାଭ କରୁଛି। ଇହୂଦୀ ପର୍ବ ତୁ ବିଶ୍ୱତ ଅବସରରେ ଇସ୍ରାଏଲର ମୋଶାଭ ନେଭାଟିମରେ ୩୦୦ଟି ବୃକ୍ଷଚାରା ରୋପଣ କରାଯାଇଛି। ତୁ ବିଶ୍ୱତକୁ ଇସ୍ରାଏଲରେ ପରିବେଶ ସଚେତନତା ଦିବସ ଭାବେ ପାଳନ କରାଯାଏ। ଏହାକୁ “ଗଛର ନୂଆ ବର୍ଷ” ଭାବରେ ମଧ୍ୟ ଜଣାଯାଏ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ଭାରତୀୟ ଦୂତାବାସର ଉଦ୍ୟମରେ କେରେନ୍ କାୟେମେଟ୍ ଲେ ଇସ୍ରାଏଲ୍ମୋଶାଭ ନେଭାଟିମ୍ର ସହଯୋଗରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଅଭିଯାନ ପରିବେଶଗତ ସ୍ଥିରତା, ସାମୁଦାୟିକ ସମ୍ପର୍କ ଓ ଭାରତ–ଇସ୍ରାଏଲ ମଧ୍ୟରେ ସମାନ ପ୍ରତିବଦ୍ଧତାର ଏକ ସ୍ପଷ୍ଟ ପ୍ରତୀକ। କାର୍ଯ୍ୟକ୍ରମରେ ଇସ୍ରାଏଲର ପରିବେଶ ସୁରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ରାମି ରୋସେନ, ଇସ୍ରାଏଲରେ ଭାରତର ରାଷ୍ଟ୍ରଦୂତ ଜେ.ପି. ସିଂହ ଓ ବେନି ଶିମନ୍ ଆଞ୍ଚଳିକ ପରିଷଦର ମୁଖ୍ୟ ନିର ଜମିର ଉପସ୍ଥିତ ଥିଲେ। ବକ୍ତାମାନେ ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ପାଇଁ ଭାରତ–ଇସ୍ରାଏଲର ସମାନ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇଥିଲେ।

    ଇସ୍ରାଏଲରେ ଭାରତର ରାଷ୍ଟ୍ରଦୂତ ଜେ.ପି. ସିଂହ କହିଥିଲେ ଯେ “ମା ପାଇଁ ଗୋଟିଏ ଗଛ” ଓ “ତୁ ବିଶ୍ୱତ” ଦୁହିଁ ପ୍ରଥା ପରିବେଶ ସୁରକ୍ଷା, ସମୁଦାୟ ଅଂଶଗ୍ରହଣ ଓ ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହନ ଦେଇଥାଏ। ଇସ୍ରାଏଲ ଓ ଭାରତ ମଧ୍ୟରେ ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶକୁ ନେଇ ସମାନ ପ୍ରତିବଦ୍ଧତାର ଏହା ଏକ ସଶକ୍ତ ପ୍ରତୀକ ବୋଲି ବକ୍ତାମାନେ କହିଥିଲେ।

  • ଏମ୍‌ଏସ୍‌ପି ଭିତ୍ତିରେ ବାଲି-ପଥର: ଲଘୁ ଖଣିଜ ପାଇଁ ନୂଆ ମାର୍ଗଦର୍ଶିକା

    ଏମ୍‌ଏସ୍‌ପି ଭିତ୍ତିରେ ବାଲି-ପଥର: ଲଘୁ ଖଣିଜ ପାଇଁ ନୂଆ ମାର୍ଗଦର୍ଶିକା

    ଓଡ଼ିଶାରେ ଲଘୁ ଖଣିଜ ସମ୍ପଦ ପାଇଁ ନୂଆ ବ୍ୟବସ୍ଥା ଆସିଛି, ଯାହାର ମାଧ୍ୟମରେ ଖଣି ଲିଜ୍ ଏବେ ନିଲାମ ନୁହେଁ, ବରଂ ‘ଇ-ଲଟେରୀ’ ସହଜ ମାଧ୍ୟମରେ ମିଳିବ। ରାଜ୍ୟର ବାଲି, ପଥର ଓ ମୋରମ ଭଳି ଲଘୁ ଖଣିଜ ସମ୍ପଦର ସୁଚିତ୍ର ପରିଚାଳନା ଏବଂ କଳାବଜାରୀ ନିରୋଧ କରିବା ପାଇଁ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଓଡ଼ିଶା ଲଘୁ ଖଣିଜ ରିହାତି (ସଂଶୋଧନ) ନିୟମାବଳୀ, ୨୦୨୫’ ଅନୁସାରେ ଏହି ନୂତନ କାର୍ଯ୍ୟକାରୀ ମାର୍ଗଦର୍ଶିକା ଜାରି ହୋଇଛି। ଏହି ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜସ୍ୱ ବୃଦ୍ଧି ସହିତ ଖଣିଜ ସମଗ୍ରୀର ସଠିକ୍ ଯୋଗାଣ ଏବଂ ଦର ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା।

    ଲଘୁ ଖଣି ନିଲାମ ଯୁଗ ଓଡ଼ିଶାରେ ସମାପ୍ତ ହେଲା। ଖୋଲା ନିଲାମ ପ୍ରକ୍ରିୟା ବନ୍ଦ ହୋଇ, ବଣ୍ଟନ ଏବେ ‘ଇ-ଲଟେରୀ’ ମାଧ୍ୟମରେ କରାଯିବ। ବେଆଇନ ଖନନ ରୋକିବା ପାଇଁ ଓଡ଼ିଶା ସରକାର ଏହି ନୂତନ ନିଷ୍ପତ୍ତି ନେଇଛନ୍ତି। ବାଲି ଓ ପଥର ସହିତ ଅନ୍ୟାନ୍ୟ ଲଘୁ ଖଣିଜ ସମ୍ପଦ ସୁଲଭ ମୂଲ୍ୟରେ ମିଳିବ। ସରକାର MSP ଧାର୍ଯ୍ୟ କରି, କୌଣସି ଖଣି ମାଲିକ ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଦରରେ ସାମଗ୍ରୀ ବିକ୍ରି କରିପାରିବେ ନାହିଁ। ଲିଜ୍ ସୀମାରେ କଟକଣା ରହିବ ଜଣେ ବ୍ୟକ୍ତି ଏକାଧିକ ଖଣି ନେଇପାରିବେ ନାହିଁ, ଏକ ଜିଲ୍ଲାରେ ସର୍ବାଧିକ ୩ଟି ଖଣି ଓ ସର୍ବାଧିକ ୫ଟି ଖଣି ରାଜ୍ୟ ପରିସରରେ ନିଜ ନିୟନ୍ତ୍ରଣରେ ରଖିପାରିବେ। ସମଗ୍ର ପ୍ରକ୍ରିୟା ସ୍ୱଚ୍ଛ ଓ ପ୍ରତ୍ୟକ୍ଷ ହେବାକୁ ଏକ ସ୍ବତନ୍ତ୍ର ପୋର୍ଟାଲ୍ ସୃଷ୍ଟି ହୋଇଛି।

    ଖଣି ଚିହ୍ନଟଠାରୁ ଆରମ୍ଭ କରି ଟ୍ରାଞ୍ଜିଟ୍ ପାସ୍ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅନଲାଇନ୍ ହେବ। ଖଣି ମାଲିକମାନେ ରୟାଲଟି ଓ ଅତିରିକ୍ତ ଶୁଳ୍କ ଦେବେ, ଏବଂ ଖଣି ଉତ୍ତୋଳନ କରି କିମ୍ବା ନକରି, ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ଉପରେ ଶୁଳ୍କ ଦେବାକୁ ପଡିବ। MSP ଠାରୁ ଅଧିକ ଦରରେ ବିକ୍ରି କରାଗଲେ ଗଣନା କରାଯିବ ଏବଂ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ।

  • ଆଜିଠୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲାଭାର୍ଥୀ ପାଇବେ ୬୦ ହଜାର

    ଆଜିଠୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲାଭାର୍ଥୀ ପାଇବେ ୬୦ ହଜାର

    ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ କଲ୍ୟାଣମୂଳକ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି | ଏହି ଯୋଜନାର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ତାରାତାରିଣୀଙ୍କ ପୀଠରୁ କରାଯିବ | ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହି ଯୋଜନାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବେ |

    ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ଏହି ଯୋଜନାରେ ଆର୍ଥିକ ଭାବେ ଦୁର୍ବଳ ପରିବାରର କନ୍ୟାଙ୍କ ବିବାହ ପାଇଁ ସହାୟତା ଦିଆଯିବ | ଯୋଜନା ଅନୁସାରେ ୧୮ରୁ ୩୫ ବର୍ଷ ବୟସର କନ୍ୟା ଏବଂ ୨୧ରୁ ୩୫ ବର୍ଷ ବୟସର ପୁଅ ଏହାର ଲାଭ ନେଇପାରିବେ | ପ୍ରତ୍ୟେକ ଲାଭାର୍ଥୀଙ୍କୁ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ |

    ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି ଦିନ ସାଢେ ୧୧ଟା ସମୟରେ ମା’ ତାରାତାରିଣୀ ପୀଠରେ ଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ପହଞ୍ଚିବେ | ଏହି ଅବସରକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ସହିତ ସମସ୍ତ ପ୍ରକାର ବ୍ୟାପକ ବନ୍ଦୋବସ୍ତ କରାଯାଇଛି | ଏହି ଯୋଜନା ମାଧ୍ୟମରେ ଗରିବ ଓ ମଧ୍ୟମ ବର୍ଗର ପରିବାରମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି |

  • ଦିଲ୍ ଆଶିକାନା ୨୪ ବର୍ଷ ପରେ ପୁଣି ଫେରିଛି

    ଦିଲ୍ ଆଶିକାନା ୨୪ ବର୍ଷ ପରେ ପୁଣି ଫେରିଛି

    ୨୦୦୦ରୁ ୨୦୧୫ ପର୍ଯ୍ୟନ୍ତ ସମୟକୁ ଆଧୁନିକ ଭଲିଉଡ୍‌ରେ ରୋମାଣ୍ଟିକ ଯୁଗ ବୋଲି କୁହିଲେ ଅତ୍ୟଧିକ ଭୁଲ୍ ହେବନି। “କୁଛ୍ କୁଛ୍ ହୋତା ହେ” ସହିତ ଆରମ୍ଭ ହୋଇ, ବିବାହ ଭଳି ପାରିବାରିକ ଏବଂ ରୋମାଣ୍ଟିକ ଫିଲ୍ମରେ ହଲ ଦର୍ଶକମାନେ ଖଚାଖଚ ଭରିଥାନ୍ତି। ସେତେବେଳେ ସିନେପ୍ରେମୀମାନଙ୍କର ଉତ୍ସାହ ଅତ୍ୟଧିକ ଥିଲା।

    ବର୍ତ୍ତମାନ ସମୟରେ ଦର୍ଶକ ଥ୍ରିଲର୍, ଆକ୍ସନ୍, ହରର୍, ଫ୍ୟାଶନ୍ ଏବଂ କମର୍ସିଆଲ୍ ଫିଲ୍ମକୁ ପସନ୍ଦ କରୁଥିବାବେଳେ, ସେତେବେଳର ରୋମାଣ୍ଟିକ ମାହୁଳ ଏକଦମ ଭିନ୍ନ ଲାଗୁଥିଲା। ତେଣୁ ପିଭିଆର୍ ସିନେମା ସେହି ସୁନ୍ଦର ରୋମାଣ୍ଟିକ ସମୟକୁ ପୁଣି ଆଣିବା ପ୍ରସ୍ତାବ କରୁଛି।

    ଏହି ଯୋଜନା ଫେବୃଆରୀ ୧୪, ଅର୍ଥାତ୍ ଭାଲେଣ୍ଟାଇନ୍ ଡେ ପରିପ୍ରେକ୍ଷ୍ୟରେ ନିର୍ଦ୍ଧାରିତ। ପିଭିଆର୍ ପୁଣି ଏହି ରୋମାଣ୍ଟିକ ଏରାକୁ ନେଇଯିବ। ଶାହରୁଖ୍ ଏବଂ ଐଶ୍ୱର୍ୟାଙ୍କର କଲ୍ଟ କ୍ଲାସିକ୍ “ଦେବଦାସ”, ସଲମାନ ଖାନଙ୍କର “ତେରେନାମ୍” ଏବଂ ବିବେକ୍ ଓବରୟଙ୍କର “ୟୁବା” ଫିଲ୍ମ ପୁଣିଥରେ ରି-ରିଲିଜ୍ ହେବାକୁ ଯାଉଛି।

    ପ୍ରେମ ଦିବସରେ ପ୍ରେମର ଅନେକ ରଙ୍ଗ ଉତ୍ସବ ପାଳନ କରି, ପିଭିଆର୍ ଦର୍ଶକମାନଙ୍କୁ ଏହି ରୋମାଣ୍ଟିକ କ୍ଲାସିକ୍ ଅନୁଭବ ଦେବାକୁ ପ୍ରସ୍ତୁତ। ଦେବଦାସ ଫେବୃଆରୀ ୬ରେ ପୁନଃ ରି-ରିଲିଜ୍ ହେବାକୁ ଯାଉଛି, ଯେଉଁଥିରେ ୟୁବା ୨୦ ଫେବୃଆରୀ ଏବଂ ତେରେ ନାମ୍ ୨୭ ଫେବୃଆରୀରେ ହଲରେ ପୁଣି ପ୍ରଦର୍ଶିତ ହେବ। ପିଭିଆରର ଏହି ଘୋଷଣା ପରେ, ପୁରୁଣା ସିନେମା ଦର୍ଶକମାନେ ହଲରେ ଦେଖିବାକୁ ଖୁସି ଓ ଉତ୍ସାହିତ ହୋଇପାରିଛନ୍ତି।

    ସଞ୍ଜୟ ଲିଲା ଭନ୍ସାଲିଙ୍କ ନିର୍ଦ୍ଦେଶିତ ଦେବଦାସ, ଯାହା ୨୦୦୨ରେ ପ୍ରଥମେ ରିଲିଜ୍ ହୋଇଥିଲା, ଶାହରୁଖ୍ ଖାନ୍, ଐଶ୍ୱର୍ୟା ରାୟ ବଚ୍ଚନ, ମାଧୁରି ଦିକ୍ଷିତ୍ ଏବଂ ଜ୍ୟାକି ଶ୍ରଫଙ୍କ ଶକ୍ତିଶାଳୀ ଅଭିନୟରେ ଦର୍ଶକମାନଙ୍କୁ ଆକର୍ଷଣ କରିଥିଲା। ଗୀତ, ସିନେମାଟୋଗ୍ରାଫି ଏବଂ ସେଟ୍ ଡିଜାଇନ୍ ସବୁକିଛି ଚମକଦାର ଥିଲା। ଆଜି ବି ଦେବଦାସ ସଞ୍ଜୟ ଲିଲା ଭନ୍ସାଲିଙ୍କର ସର୍ବୋତ୍ତମ କୃତି ମଧ୍ୟରେ ଗଣାଯାଏ।

    ଏହି ରୋମାଣ୍ଟିକ କ୍ଲାସିକ୍ ସିନେମାର ସମ୍ମାନ ପ୍ରତିଷ୍ଠା ପାଇଁ ତେରେ ନାମ୍ ୨୦୦୩ରେ ସତିଶ କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା, ଯେଉଁଥିରେ ସଲମାନ ଏବଂ ନିର୍ଜରା ଭୂମିକାରେ ଭୂମିକା ଚାୱଲା ନଜର ଆସିଥିଲେ। ଏହି ସିନେମା ମୂଳତଃ ସାଉଥ୍ ଫିଲ୍ମର ରିମେକ୍ ଥିଲେ, ତଥାପି ଦର୍ଶକମାନେ ଏହାକୁ ବହୁତ ପସନ୍ଦ କରିଥିଲେ।

    ଅନ୍ୟପଟେ, ବିବେକ୍ ଓବରୟଙ୍କ ୟୁବା ସିନେମା ଯୁବ ପୀଢୀ ଏବଂ ରାଜନୈତିକ ପରିସ୍ଥିତିକୁ ନେଇ ତିଆରି ହୋଇଥିଲା।

    ସେହିପରି, ପୁରୁଣା ସିନେମାର ରି-ରିଲିଜ୍ ଦର୍ଶକଙ୍କୁ ଭାଲ ଲାଗୁଥିବା ଦେଖି, ୨୦୦୦ ମସିହାର ସୁପର୍-ଡୁପର୍ ହିଟ୍ ସିନେମା ୟେ ଦିଲ୍ ଆଶିକାନା ମଧ୍ୟ ପୁନଃ ରିଲିଜ୍ ହେବ। ନିର୍ମାତାମାନେ ଆଶା କରୁଛନ୍ତି ଯେ, ୨୪ ବର୍ଷ ପରେ ମଧ୍ୟ ଦର୍ଶକମାନେ ସିନେମାକୁ ଭଲପାଇବେ।

  • ମିସନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍, ଶାଢ଼ିରେ ଝଲସିବ ଓଡ଼ିଆ ଅସ୍ମିତା

    ମିସନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍, ଶାଢ଼ିରେ ଝଲସିବ ଓଡ଼ିଆ ଅସ୍ମିତା

    ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ମିସନ ଶକ୍ତି ଅନ୍ତର୍ଗତ ମହିଳାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରାଯାଇଛି। ମିଶନ୍ ଶକ୍ତି ମହିଳା ପରିଧାନ କରିବେ ନୂଆ ପୋଷାକ ।  ଯେଉଁଥିରେ ରହିବ ଓଡ଼ିଆ ଅସ୍ମିତାର ଝଲକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଯେ, ଖୁବଶୀଘ୍ର ମିସନ ଶକ୍ତି ନୂଆ ରୂପରେ ସାମ୍ନାକୁ ଆସିବ। ଏହି ନୂଆ ଡ୍ରେସ୍ କୋଡ୍ ଆସନ୍ତା ଏପ୍ରିଲ ୧ ତାରିଖ, ଉତ୍କଳ ଦିବସ ଅବସରରୁ ଲାଗୁ ହେବ। ତେବେ ଶାଢ଼ୀର ରଙ୍ଗ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆଣାଯାଇନାହିଁ। ଏହି ଡ୍ରେସ୍ କୋଡ୍ ମହିଳାଙ୍କ ଏକତା, ପରିଚୟ ଓ ସ୍ୱାଭିମାନକୁ ପ୍ରତିବିମ୍ବିତ କରିବ ବୋଲି କୁହାଯାଇଛି। ଦୀର୍ଘଦିନ ଧରି ଏହି ଦାବି ହୋଇଆସୁଥିଲା । କେବଳ ଏତିକି ନୁହେଁ, ମହିଳାଙ୍କୁ ଦିଆଯିବ ନୂଆ ସ୍ମାର୍ଟ ଫୋନ୍ । ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୪୬ହଜାର କମ୍ୟୁନିଟି ରିସର୍ଚ୍ଚ ପର୍ସନ ବା ସିଆରପି ମହିଳାଙ୍କୁ ସ୍ମାର୍ଟଫୋନ ଯୋଗାଇ ଦିଆଯିବ । ଏହା ମାଧ୍ୟମରେ ସେମାନେ ଡିଜିଟାଲ ପେମେଣ୍ଟ, ଅନଲାଇନ୍ ଟ୍ରେନିଂ, ବ୍ୟବସାୟିକ ସୂଚନା ଓ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ପାଇପାରିବେ ।

  • ଦୈନନ୍ଦିନ ଜୀବନରେ କମ୍ ଚିନି: ଶରୀରରେ ପକାଏ ବଡ଼ ପରିବର୍ତ୍ତନ

    ଦୈନନ୍ଦିନ ଜୀବନରେ କମ୍ ଚିନି: ଶରୀରରେ ପକାଏ ବଡ଼ ପରିବର୍ତ୍ତନ

    ଯଦିଓ ଦୈନନ୍ଦିନ ଚା’ରେ ଚିନି କମ କରିବା ଏକ ଛୋଟ ପରିବର୍ତ୍ତନ ଲାଗେ, ତଥାପି ଏହାର ଶାରୀରିକ ଲାଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ବିଶେଷଜ୍ଞମାନଙ୍କ କହିବାନୁସାରେ, ଚିନି ଛାଡ଼ିବା ପରେ ଶରୀର ଯେପରି ଧୀରେ ଧୀରେ ଖାପ ଖୁଆଏ, ତାହା ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦିଏ |

    ପ୍ରଥମ ସପ୍ତାହରୁ ବିନା ଚିନିରେ ଚା ପିଇବା ସହଜ ନୁହଁ | ଜିହ୍ବା ଓ ମସ୍ତିଷ୍କ ଶୀଘ୍ର ସନ୍ତୋଷ ପାଇଁ ଚିନିରେ ଅଭ୍ୟସ୍ତ ଥିବାରୁ ଆମକୁ ସ୍ୱାଦ ନ ଲାଗିପାରେ | ଶକ୍ତି ହ୍ରାସ ମୁଣ୍ଡବିନ୍ଧା ଇତ୍ୟାଦି ଲକ୍ଷଣ ଦେଖାଯାଇପାରେ | କିନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟମାନଙ୍କ କହିବା ଅନୁଯାୟୀ, କେବଳ ଏକ ସପ୍ତାହ ପରେ ରକ୍ତଶର୍କରା ସ୍ତର ସ୍ଥିର ହେବା ଆରମ୍ଭ କରେ | ବାରମ୍ବାର ଗ୍ଲୁକୋଜ୍ ବୃଦ୍ଧି ନ ହେବା ଫଳରେ ଇନସୁଲିନ୍ ସମ୍ବେଦନଶୀଳତାରେ ଉନ୍ନତ ହୁଏ |ଚିନି କମେଇବାର ପ୍ରାୟ 14 ଦିନ ପରେ ସ୍ୱାଦ ଇନ୍ଦ୍ରିୟ ପୁନଃ ସ୍ବାଭାବିକ ହୁଏ | ଚା, କ୍ଷୀର ଓ ଫଳର ପ୍ରାକୃତିକ ମିଠା ଅଧିକ ସ୍ପଷ୍ଟ ଅନୁଭବ ହୁଏ | ଖାଇବା ପରେ ଥକାପଣ ଓ ମନୋଦାଶାର ପରିବର୍ତ୍ତନ କମିଯାଏ | ଗୋଟେ ମାସ ପରେ ଚିନି ବିନା ଚା ପିଇବା ସହଜ ହୋଇଯାଏ | ଓଜନ ହ୍ରାସ, ବିଶେଷକରି ପେଟରେ ଚର୍ବି କାମିଜଏ ,ଚର୍ମରେ ଉନ୍ନତି, ବ୍ରଣ କମିବା ସହ ହୃତ୍‌ପିଣ୍ଡ ଓ ଯକୃତ ଭଲ ରୁହେ | କୋଲେଷ୍ଟ୍ରଲ୍ ମଧ୍ୟ କମିଯାଏ | ବିଶେଷଜ୍ଞମାନଙ୍କ ମତାନୁସାରେ, ଚିନି ଛାଡିବା ପରେ ଯେତେବେଳେ ଜିହ୍ବା ନୂଆ ସ୍ୱାଦକୁ ଅଭ୍ୟସ୍ତ ହୋଇଯାଏ, ତେବେ ପୁଣି ଚିନି ଖାଇବାକୁ ଇଚ୍ଛା ହୁଏନି।

  • ମା’ ବିରଜାଙ୍କ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ମା’ ବିରଜାଙ୍କ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଭୁବନେଶ୍ୱରରୁ ବିଶେଷ ବିମାନରେ ଯାଜପୁର ଆସି ପହଞ୍ଚିବା ପରେ ସେ ମା’ ବିରଜାଙ୍କୁ ଦର୍ଶନ କରି ନାଭିଗୟାରେ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ କରିଛନ୍ତି | ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ |

    ମା’ ବିରଜାଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ପିଣ୍ଡଦାନ ନୀତି ସଂପାଦନ ପାଇଁ ୧୬ ଜଣ ବ୍ରାହ୍ମଣ ଏବଂ ୩୨ ଜଣ ସେବାୟତ ବିଶେଷ ଭାବେ ନିୟୋଜିତ ହୋଇଛନ୍ତି | ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ମା’ ବିରଜାଙ୍କୁ ବିଶେଷ ବେଶରେ ସଜାଯାଇଛି | କୁସୁମାଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଭଲ ଭାବରେ ସଜାଯାଇଥିଲା | ତାହା ସହ ସାଂସ୍କୃତିକ ଦଳ, ଲୋକନୃତ୍ୟ, କୀର୍ତ୍ତନ ଓ ଆଧ୍ୟାତ୍ମିକ ପରିବେଷଣ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅତ୍ୟନ୍ତ ଭବ୍ୟ ସ୍ୱାଗତ କରାଯାଇଛି | ନାଭିଗୟାକୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପରିଷ୍କାର କରାଯାଇ ସୁନ୍ଦର ଭାବେ ସାଜସାଜି କରାଯିବ ସହ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି | ୨୦ ପ୍ଲାଟୁନ ପୁଲିସ ଫୋର୍ସ, ୩ ଜଣ SP, ୩୦ ଜଣ ଇନ୍ସପେକ୍ଟର ସବ୍‌ଇନ୍ସପେକ୍ଟର ନିଯୁକ୍ତ କରିବା ସହ କେତେକ ସ୍ଥାନରେ କମଣ୍ଡ ରାଙ୍କ୍ ଅଫିସର ମୁତୟନ କରାଯାଇଛି | ବିରଜା ମନ୍ଦିର ପରିସର, ବ୍ରହ୍ମାକୁଣ୍ଡ ଓ ଆଖପାଖ ଅଞ୍ଚଳକୁ ଫୁଲ, ପ୍ରଦୀପ ଓ ବିଭିନ୍ନ ସଜାଣିରେ ଆକର୍ଷଣୀୟ ଭାବେ ସଜାଯାଇଛି |

    ମହାମହିମ ଯାଜପୁର କାର୍ଯ୍ୟକ୍ରମ ସାରିବା ପରେ ବାଲେଶ୍ୱର ଯିବେ |ବିରଜା ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲେଶ୍ୱରର ଫକୀରମୋହନ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ | ସେଠାରୁ ଅପରାହ୍ଣ ପ୍ରାୟ ୩.୫୦ରେ ପୁରୀ ଯିବା କାର୍ଯ୍ୟକ୍ରମ ରହିଛି | ରାଷ୍ଟ୍ରପତିଙ୍କ ଏହି ପ୍ରଥମ ଯାଜପୁର ଗସ୍ତକୁ ଐତିହାସିକ କରିବା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିଶେଷ ପ୍ରସ୍ତୁତି ହୋଇଥିବା ଦେଖାଗଲା।

  • ସଂଘର୍ଷରୁ ସଫଳତା: ଅମାଲ ମଲ୍ଲିକଙ୍କ ଜୀବନ ଯାତ୍ରା

    ସଂଘର୍ଷରୁ ସଫଳତା: ଅମାଲ ମଲ୍ଲିକଙ୍କ ଜୀବନ ଯାତ୍ରା

    ବଲିଉଡ଼ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଅମାଲ ମଲ୍ଲିକ ସ୍ନେହପୂର୍ଣ୍ଣ ଅଭିନୟ ଏବଂ ସଂଘର୍ଷ ଭର୍ତ୍ତି ଜୀବନ ଯାତ୍ରା ପାଇଁ ଏକ ନୂଆ ଦୃଷ୍ଟିକୋଣ ଦେଖାଇଛନ୍ତି | ତାଙ୍କର ଆତ୍ମୀୟ କଥା ଏବେ Bigg Boss 19 ପରେ ଏକ ଗଭୀର ସମ୍ମିଳିତ ଆଲୋଚନାର ବିଷୟ ପଲିଟିଯାଇଛି |

    ଅମାଲ କହିଛନ୍ତି ଯେ ତାଙ୍କର ପରିବାରର ନାମ ମଲ୍ଲିକ ଥିଲେ ବଳିଉଡ୍ ଇଣ୍ଡଷ୍ଟ୍ରିରେ ଘଟୁଥିବା କିଛି ପ୍ରତିଷ୍ଠିତ ପ୍ରଥା ସହିତ ସମ୍ପର୍କ ରଖିଥିଲେ ମଧ୍ୟ ଏହା ପାଇଁ ସେ ଅନେକ ମୌକା ହାରାଇଛନ୍ତି । ଲୋକେ ତାଙ୍କୁ ଚାକିରିରୁ ବାହାର କରିଦେଇଥିଲେ ଯେତେବେଳେ ତାଙ୍କ ସରନେମ ଜାଣିଲେ ଏହା ତାଙ୍କ ପୂର୍ବ ଜୀବନର କଠୋର ବାଧା ଥିଲା ବୋଲି ସେ କହିଛନ୍ତି |

    Bigg Boss 19 ମଞ୍ଚରେ ଅମାଲ ତାଙ୍କ ଜୀବନ ସଂଘର୍ଷ, ପରିବାରର କଥା ଓ ଆର୍ଥିକ ବ୍ୟାପାର ବିଷୟରେ ଖୋଲା ଖୋଲି ଭାବେ କହିଛନ୍ତି | ସେ ଅନେକ ସଙ୍କଟ ସମୟ ବ୍ୟାପି ଏକ ପ୍ରକର ଋଣ ଓ ସ୍ୱାସ୍ଥ୍ୟ ସମସ୍ୟା ସହିତ ମୁକାବିଲା କରିଥିଲେ ବୋଲି କହିଥିଲେ | Bigg Boss ହାଉସରେ ତାଙ୍କର ବ୍ୟକ୍ତିଗତ ଯାତ୍ରା ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା ଓ ତାଙ୍କର ଏହି ସଂଘର୍ଷ ଓ ସଫଳତା ବିଷୟରେ ଖୋଲା ସାକ୍ଷାତକାର ଅନେକ ଲୋକଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି | ସେ Bigg Boss 19 ର ଚତୁର୍ଥ ରନର୍ଅପ୍ ହୋଇଥିଲେ, ଯେଉଁଥିରେ ସେ ଦର୍ଶକଙ୍କୁ ତାଙ୍କର ଜୀବନ ଗଢ଼ା କାହାଣୀ ଓ ଜୀବନ ଉଦ୍ଧାର ଯାତ୍ରା ସହିତ ଅନେକ କଥା କହିଥିଲେ |

    ଅମାଲଙ୍କ ଜୀବନ କାହାଣୀ ଏକ ସ୍ୱତନ୍ତ୍ର ଶିକ୍ଷା ଦେଉଛି ସଂଘର୍ଷରେ ବି ପ୍ରକୃତ ସଫଳତା ଦୃଢ଼ ମନୋବଳ, ସତ କହିବାର ସାହସ ଓ ନିଜ ପାଇଁ ଲଢେଇ କରିବା |

  • ସେନା ମୁଖ୍ୟଙ୍କ ପୁସ୍ତକ ନେଇ ହଙ୍ଗାମା, ଲୋକସଭାରେ ଶାହ ଓ ରାହୁଲଙ୍କ ଟକ୍କର

    ସେନା ମୁଖ୍ୟଙ୍କ ପୁସ୍ତକ ନେଇ ହଙ୍ଗାମା, ଲୋକସଭାରେ ଶାହ ଓ ରାହୁଲଙ୍କ ଟକ୍କର

    ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଗୋଟିଏ ମନ୍ତବ୍ୟ ଗୃହରେ ହଟ୍ଟଗୋଳର କାରଣ ହୋଇଥିଲା। ଚୀନ୍ ଓ ଡୋକଲାମ ପ୍ରସଙ୍ଗ ଉଠାଇ କଂଗ୍ରେସ ସାଂସଦ ପୂର୍ବତନ ସେନା ମୁଖ୍ୟ ମନୋଜ ନରଭାଣେଙ୍କ ନାମ ଉଲ୍ଲେଖ କରିଥିଲେ। ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ, ନରଭାଣେଙ୍କ ପୁସ୍ତକରେ ଡୋକଲାମ ଅଞ୍ଚଳରେ ଭାରତୀୟ ସୀମା ସମୀପରେ ଚୀନ୍ ସେନାର ଟ୍ୟାଙ୍କ ଥିବା କଥା ଉଲ୍ଲେଖ ରହିଛି। ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁସ୍ତକର ଉଲ୍ଲେଖ ଉପରେ ଆପତ୍ତି ପ୍ରକାଶ କରିଥିଲେ।

    ସେ କହିଥିଲେ,ଏକ ପ୍ରକାଶିତ ପତ୍ରିକା କାହାଣୀକୁ ନେଇ ଏପରି କହିବା ଗୃହର ନିୟମକୁ ଉଲ୍ଲଂଘନ କରୁଛି । ରାହୁଲ ପ୍ରତିକ୍ରିୟା ଦେଇ କହିଥିଲେ, ତାଙ୍କ ଉତ୍ସ ନିର୍ଭରଯୋଗ୍ୟ ଓ ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ନରଭାଣେଙ୍କ ଅପ୍ରକାଶିତ ସ୍ମୃତିରୁ ଅଣାଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲ ଗାନ୍ଧୀଙ୍କ ଦାବି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, କଂଗ୍ରେସ ସାଂସଦ ଯାହା କହିଛନ୍ତି ତାହା ସତ୍ୟ ନୁହେଁ । ରାହୁଲ ଗାନ୍ଧୀ ନିଜେ କହିଛନ୍ତି ଯେ , ପୁସ୍ତକ ପ୍ରକାଶିତ ହୋଇନାହିଁ । ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସମାନ କଥା କହିଛନ୍ତି, ଆମେ କିପରି ଏକ ପୁସ୍ତକର ଉଦ୍ଧୃତିର ଉଦାହରଣ ଦେଇପାରିବୁ ଯାହା ପ୍ରକାଶିତ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।