Author: suchanatv24x7

  • ସାଉଦି ସାଂଘିକତାର ଝଟକା: ଋଣ ଫେରାଇବାକୁ ୟୁଏଇର ଚାପ, ଆର୍ଥିକ ସଙ୍କଟରେ ପାକିସ୍ତାନ

    ସାଉଦି ସାଂଘିକତାର ଝଟକା: ଋଣ ଫେରାଇବାକୁ ୟୁଏଇର ଚାପ, ଆର୍ଥିକ ସଙ୍କଟରେ ପାକିସ୍ତାନ

    ସାଉଦି ଆରବର ସମର୍ଥନ ଆଶାରେ ନିଜ ସ୍ଥିତି ଶକ୍ତ କରିବାକୁ ପାକିସ୍ତାନ ସାଉଦି ସହ ଘନିଷ୍ଠତା ବଢ଼ାଇଥିଲା । କିନ୍ତୁ ଏହି ସମ୍ପର୍କ ଶେଷରେ ପାକିସ୍ତାନ ପାଇଁ ଭାରି ପଡ଼ିଛି । ୟୁନାଇଟେଡ୍ ଆରବ ଏମିରେଟ୍ସ ପକ୍ଷରୁ ପାକିସ୍ତାନକୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ନେଇଥିବା ଋଣ ଟଙ୍କା ଶୀଘ୍ରତମ ସମୟରେ ଫେରାଇବାକୁ ପଡ଼ିବ । ୟୁଏଇ ପାକିସ୍ତାନକୁ ୨ ବିଲିୟନ ଡଲାର ଋଣ ପ୍ରଦାନ କରିଛି । ଦୁଇଟି କିସ୍ତିରେ ଏହି ଋଣ ପ୍ରଦାନ କରିଛି ୟୁଏଇ, ଅର୍ଥାତ୍ ପ୍ରଥମେ ୧ବିଲିୟନ୍ ଡଲାର, ପରେ ପୁଣି ୧ବିଲିୟନ୍ ଡଲାର ପାକିସ୍ତାନକୁ ଋଣ ଆକାରରେ ଦେଇଛି ୟୁଏଇ । ଏହି ଋଣ ସୁଝିବାର ଶେଷ ତାରିଖ ଥିଲା ଜାନୁଆରି ୧୬ ଓ ୨୨ ତାରିଖ । କିନ୍ତୁ ଏହି ସମୟସୀମା ମଧ୍ୟରେ ଋଣ ପରିଶୋଧ କରିନପାରିବାରୁ ପାକିସ୍ତାନକୁ ଆଉ ୩୦ଦିନର ମହଲତ ଦେଇଛି ୟୁଏଇ । ତଥାପି ପାକିସ୍ତାନ ଆହୁରି ସମୟ ଚାହୁଁଛି ଏବଂ ସୁଧ ହାର କମାଇବା ପାଇଁ ଗୁହାରି କରୁଛି ।ବର୍ତ୍ତମାନର ୬.୫% ସୁଧ ହାରରେ ପାକିସ୍ତାନକୁ ଋଣ ପ୍ରଦାନ କରିଛି ୟୁଏଇ । ତଥାପି ପାକିସ୍ତାନ ସୁଧ ହାର ହ୍ରାସ ଏବଂ ଦୀର୍ଘ ଅବଧି ଚାହୁଁଛି । ୟୁଏଇ କିନ୍ତୁ ଆଉ ଅଧିକ ସମୟ ବଢ଼ାଇବାକୁ ଚାହୁଁନି। କଠୋର ମନୋଭାବ ଗ୍ରହଣ କରି କେବଳ ଗୋଟିଏ ମାସ ମଞ୍ଜୁର କରିଛି । ଏହା ପ୍ରଥମ ଥର ଘଟିଛି, ଯେଉଁଠି ୟୁଏଇ ପାକିସ୍ତାନକୁ ଋଣ ପରିଶୋଧ ପାଇଁ ଏତେ କମ୍ ସମୟସୀମା ପ୍ରଦାନ କରିଛି । ଏହାକୁ ସାଉଦି ଆରବ ଓ ୟୁଏଇ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ଯୋଡା ଯାଇଛି ।

    ସବୁ କ୍ଷେତ୍ରରେ ପାକିସ୍ତାନ ଖୋଲାଖୋଲି ଭାବରେ ସାଉଦି ଆରବକୁ ସମର୍ଥନ କରିଆସୁଛି । ଏହି ପରିପ୍ରେକ୍ଷୀରେ, ୟୁଏଇ ପାକିସ୍ତାନ ଉପରେ ନିଜର ଦବଦବା ଜାହିର କରିବା ପାଇଁ କଠୋର ମନଭାବ ଆପଣାଇଥିବା କୁହାଯାଉଛି। ଯଦି ୟୁଏଇ ତାର କଠୋର ମନୋଭାବ ବଜାୟ ରଖେ, ତେବେ ପୂର୍ବରୁ ଏକ କଷ୍ଟକର ଆର୍ଥିକ ପରିସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇପାରେ ।

    ରିପୋର୍ଟରେ କୁହାଯାଇଛି, ଏସବିପିର ଗଭର୍ଣ୍ଣର ଜମିଲ ଅହମ୍ମଦ ୟୁଏଇ ସରକାରଙ୍କୁ ୨.୫ ବିଲିୟନ ଡଲାର ଋଣକୁ ଦୁଇ ବର୍ଷ ବୃଦ୍ଧି କରିବା ଏବଂ ସୁଧ ହାରକୁ ଅଧା କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପରବର୍ତ୍ତୀ ସମୟରେ ୟୁଏଇ ରାଷ୍ଟ୍ରପତିଙ୍କୁ ସମାନ ଅନୁରୋଧ କରିଥିଲେ । କିନ୍ତୁ ପାକିସ୍ତାନ ଷ୍ଟେଟ୍ ବ୍ୟାଙ୍କ ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ, ୟୁଏଇ ଋଣ ପରିଶୋଧ ସମୟ ବୃଦ୍ଧି କରିବାକୁ ସିଧା ସିଧା ମନା କରିଦେଇଛନ୍ତି । ୟୁଏଇ କେବଳ ଗୋଟିଏ ମାସ ପାଇଁ ସମୟ ବୃଦ୍ଧି କରିଛି । ଦୁଇ ବର୍ଷ ବୃଦ୍ଧି ଏବଂ ସୁଧ ହାରର ଦେଢ଼ଗୁଣ ପାଇଁ ପାକିସ୍ତାନର ଦାବି ପୂରଣ ହେବାର ସମ୍ଭାବନା କମ୍ ଦେଖାଯାଉଛି ।

    ତେବେ ଏଠାରେ କହିରଖୁଛୁ କି, ୨୦୧୮ ମସିହାରେ, ୟୁଏଇ ପାକିସ୍ତାନକୁ ଗୋଟିଏ ବର୍ଷ ପାଇଁ ୨ ବିଲିୟନ ଡଲାର ଋଣ ଦେଇଥିଲା । ପାକିସ୍ତାନ ଏହି ରାଶି ପରିଶୋଧ କରିପାରିନଥିଲା ଏବଂ ସେବେଠାରୁ ସମୟ ଗଡ଼ାଇ ଚାଲିଛି ପାକିସ୍ତାନ । ୨୦୧୮ ମସିହାରେ, ୟୁଏଇ ଋଣ ଉପରେ ୩% ସୁଧ ହାର ନେଉଥିଲା। ଗତ ବର୍ଷ, ଏହାକୁ ୬.୫% ବୃଦ୍ଧି କରିଥିଲା । ପାକିସ୍ତାନ ପୁଣି ଥରେ ୩% ହାର ହ୍ରାସ ପାଇଁ ଅନୁରୋଧ କରିଛି । ସବୁଠୁ ରୋଚକ କଥା ହେଉଛି ପାକିସ୍ତାନ ମୁଦ୍ରା ହିସାବରେ ୨ ବିଲିୟନ ଡଲାର ହେଉଛି ପାକିସ୍ତାନର ୧୬ ବିଲିୟନ ଡଲାର ସହ ସମାନ । ବର୍ତ୍ତମାନର ହାରରେ, ପାକିସ୍ତାନ ୟୁଏଇ ଋଣ ଉପରେ ବାର୍ଷିକ ପ୍ରାୟ ୧୩୦ ମିଲିୟନ୍ ଡଲାର ସୁଧ ଦେଉଛି ।

  • ଇରାନ ଡ୍ରୋନ୍‌କୁ ଧ୍ୱଂସ କଲା ଆମେରିକା ଲଢୁଆ ବିମାନ, ଆରବ ସାଗରରେ ମୁତୟନ US ଯୁଦ୍ଧଜାହାଜ ଅଳ୍ପକେ ବର୍ତ୍ତିଲା

    ଇରାନ ଡ୍ରୋନ୍‌କୁ ଧ୍ୱଂସ କଲା ଆମେରିକା ଲଢୁଆ ବିମାନ, ଆରବ ସାଗରରେ ମୁତୟନ US ଯୁଦ୍ଧଜାହାଜ ଅଳ୍ପକେ ବର୍ତ୍ତିଲା

    ଆମେରିକା ଓ ଇରାନ ମଧ୍ୟରେ ଟଣାଟଣି ଦିନକୁ ଦିନ ବଢ଼ୁଥିବାବେଳେ ଆରବ ସାଗରରେ ଦୁଇ ଦେଶର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଆରବ ସାଗରରେ ମୁତୟନ ଥିବା ଆମେରିକୀୟ ଯୁଦ୍ଧଜାହାଜ ଦିଗକୁ ଆକ୍ରାମକ ଭାବେ ଆଗେଇ ଆସୁଥିବା ଇରାନର ଏକ ଡ୍ରୋନ୍‌କୁ ଆମେରିକାର ଫାଇଟର ଜେଟ୍‌ ଗୁଳି କରି ଧ୍ୱଂସ କରିଦେଇଛି ବୋଲି ଆମେରିକା ଦାବି କରିଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡ ଅନୁସାରେ, ଆରବ ସାଗରରେ ମୁତୟନ ବିମାନ ବାହକ ୟୁଏସଏସ୍‌ ଆବ୍ରାହମ୍‌ ଲିଙ୍କନ ଦିଗକୁ ମାଡ଼ି ଆସୁଥିବା ଇରାନୀୟ ଡ୍ରୋନ୍‌କୁ ଆମେରିକୀୟ ଯୁଦ୍ଧବିମାନ ସଫଳ ଭାବେ ଗୁଳି କରି ଖସାଇ ଦେଇଛି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରୋଲିନ୍ ଲିଭିଟ୍ କହିଛନ୍ତି ଯେ, ଏହି ଘଟଣା ସତ୍ତ୍ୱେ ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଚଳିତ ସପ୍ତାହର ଶେଷ ଭାଗରେ ଇରାନ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ଆମେରିକା ସେନା ସୂଚନା ଅନୁଯାୟୀ, ଇରାନର ଶାହିଦ-୧୩୯ ଡ୍ରୋନ୍‌ ଆନ୍ତର୍ଜାତିକ ଜଳରାଶିରେ ମୁତୟନ ଆମେରିକା ଯୁଦ୍ଧଜାହାଜ ଆଡ଼କୁ ଆକ୍ରାମକ ଭାବେ ମାଡ଼ି ଆସୁଥିଲା ।

    ଆମେରିକା ସେନା ଦ୍ବାରା ଚେତାବନୀ ଦିଆଯିବା ସତ୍ତ୍ବେ ଏହାକୁ ପଛକୁ ହଟି ନଥିଲା । ଏହାପରେ ଯୁଦ୍ଧଜାହାଜରେ ନିୟୋଜିତ ଏକ ଏଫ୍- ୩୫ସି ଲଢ଼ୁଆ ବିମାନ ଦ୍ୱାରା ଡ୍ରୋନ୍‌କୁ ମଝି ଆକାଶରେ ଗୁଳି କରି ଖସାଇ ଦିଆଯାଇଥିଲା । ରିପୋର୍ଟ ଅନୁସାରେ, ଘଟଣା ସମୟରେ ଆମେରିକାର ଯୁଦ୍ଧଜାହାଜଟି ଇରାନର ଦକ୍ଷିଣ ଉପକୂଳରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ଥିଲା ।ଆମେରିକା ସେନା ଅନୁଯାୟୀ, ଏହାର କିଛି ଘଣ୍ଟା ପରେ ହର୍ମୁଜ ପ୍ରଣାଳୀରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ ଆମେରିକା ପତାକା ଥିବା ଟ୍ୟାଙ୍କର୍‌ ଷ୍ଟେନା ଇମ୍ପେରେଟିଭ୍‌କୁ ଅଟକ ରଖିବାକୁ ଚେଷ୍ଟା କରିଥିଲେ । ଇରାନୀ ସେନାର ଦୁଇଟି ଡଙ୍ଗା ଏବଂ ଏକ ଡ୍ରୋନ ଦ୍ରୁତ ଗତିରେ ଟ୍ୟାଙ୍କରର ପିଛା କରିଥିଲେ । ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସ୍ପଷ୍ଟ କରିଛି ଯେ, ଇରାନୀ ଡ୍ରୋନକୁ ଖସାଇ ଦେବାରେ କୌଣସି ଆମେରିକୀୟ ସୈନିକ ଆହତ ହୋଇନାହାନ୍ତି କିମ୍ବା କୌଣସି ଉପକରଣ କ୍ଷତିଗ୍ରସ୍ତ ହୋଇନାହିଁ । ଏହି ଦୁଇଟି ଘଟଣା ଉପସାଗରୀୟ ଅଞ୍ଚଳରେ ଗମ୍ଭୀର ସୁରକ୍ଷା ଚିନ୍ତା ସୃଷ୍ଟି କରିଛି । ଆମେରିକା ଇରାନର ଏହି କାର୍ଯ୍ୟକୁ ଉସୁକାଇବା ପରି ବୋଲି କହିଛି ।

  • T20 ବିଶ୍ୱକପ୍ ଆଗରୁ ଧୋନୀଙ୍କ ବଡ଼ କଥା, ଭାରତ ଫେଭରିଟ୍, କିନ୍ତୁ ଫର୍ମାଟ୍ ପୁରା ଅନିଶ୍ଚିତ

    T20 ବିଶ୍ୱକପ୍ ଆଗରୁ ଧୋନୀଙ୍କ ବଡ଼ କଥା, ଭାରତ ଫେଭରିଟ୍, କିନ୍ତୁ ଫର୍ମାଟ୍ ପୁରା ଅନିଶ୍ଚିତ

    ଆସନ୍ତା ଫେବ୍ରୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ବିଶ୍ୱକପ୍‌ |ଏହି ମ୍ୟାଚକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତକୁ ଏହି ପ୍ରତିଯୋଗିତାର ସବୁଠାରୁ ପ୍ରଭାବଶାଳୀ ଦଳ ବୋଲି କହିଛନ୍ତି | ତାହା ସହ ସେ ଟ୍ବେଣ୍ଟି-୨୦ କ୍ରିକେଟର ଅନିଶ୍ଚିତତା ବିଷୟରେ ମଧ୍ୟ ସତର୍କ କରାଇଛନ୍ତି |

    ଧୋନୀ କହିଛନ୍ତି ବର୍ତ୍ତମାନର ଭାରତୀୟ ଦଳରେ ଅଭିଜ୍ଞ ଖେଳାଳି ସହ ଚାପ ସମ୍ଭାଳିବାର ଯୋଗ୍ୟତା ମଧ୍ୟ ରହିଛି | ପ୍ରତ୍ୟେକ ଖେଳାଳି ନିଜ ଭୂମିକାରେ ପରିପୂର୍ଣ୍ଣ କିନ୍ତୁ ଟ୍ବେଣ୍ଟି-୨୦ର ନିୟମ ଅନୁସାରେ ଦିନେ ଦିନେ ପରିସ୍ଥିତି ବଦଳିଯାଇପାରେ କୌଣସି ଅଭିଜ୍ଞ ଖେଳାଳି ନିଜ ଭାରସାମ୍ୟ ହାରିପାରନ୍ତି, ତେବେ ବିପକ୍ଷର ଛୋଟ ଖେଳାଳି ମଧ୍ୟ ମ୍ୟାଚ ବଦଳେଇପାରନ୍ତି | ସେ କହିଛନ୍ତି ଆହତ ହେବାର ସମ୍ଭାବନା ଏହି ଫର୍ମାଟ୍‌ରେ ବେଶି, ତେଣୁ ଭାଗ୍ୟ, ସମୟ ଓ ଟସ୍ ମ୍ୟାଚରେ ବଡ଼ ପ୍ରଭାବ ପକାଏ | ପିଚ୍ ଓ କାକର ମଧ୍ୟ ଟ୍ବେଣ୍ଟି-୨୦ରେ ରୁଟ୍‌ ଧାରାକୁ ନିର୍ଣ୍ଣୟ କରିଥାଏ ବୋଲି ସେ କହିଛନ୍ତି |

    ବିଶ୍ୱକପ୍‌ର ପ୍ରଥମ ଦିନରେ ଆୟୋଜକ ଭାରତ, ଯୁକ୍ତରାଷ୍ଟ୍ର ଆମେରିକାଙ୍କୁ ଭେଟିବ | ଫେବ୍ରୁଆରୀ ୧୫ରେ ଭାରତ ଓ ପାକିସ୍ତାନ ମୁକାବିଲା ଶ୍ରୀଲଙ୍କାର କଲମ୍ବୋରେ ନିର୍ଦ୍ଧାରିତ ହେଲେ ମଧ୍ୟ, ପାକିସ୍ତାନଙ୍କ ବର୍ଜନ ଧମକ ଯୋଗୁଁ ଏହି ମ୍ୟାଚକୁ ନେଇ ଅନେକ ପ୍ରଶ୍ନ ଉଠୁଛି |

  • ଜନ୍ମମାଟିର ଡାକରା: ତିନି ଦିନିଆ ଗସ୍ତରେ ମୟୂରଭଞ୍ଜରେ ରାଷ୍ଟ୍ରପତି

    ଜନ୍ମମାଟିର ଡାକରା: ତିନି ଦିନିଆ ଗସ୍ତରେ ମୟୂରଭଞ୍ଜରେ ରାଷ୍ଟ୍ରପତି

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଦର୍ଶନ ସାରିବା ପରେ ସେ ତିନି ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବ୍ଲୁ–ବୁକ୍ ସୁରକ୍ଷା ନିୟମାବଳୀ ଅନୁଯାୟୀ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମଙ୍ଗଳବାର ଦିନ ଏହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଏଡିଜି ଦୟାଲ ଗାଙ୍ଗୱାର ଓ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି କରିଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳରେ ଜଣେ କରି ବରିଷ୍ଠ ଓ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି।

    କୋଣସି ପ୍ରକାର ତ୍ରୁଟି ନ ହେବା ଓ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପୋଲିସ ବିଭାଗ ପୂରାପୂରି ସଚେତନ ରହିଛି।ସୁରକ୍ଷା ଦୃଷ୍ଟିରୁ ସହରରେ ୪୮ ପ୍ଲାଟୁନ ପୋଲିସ ଫୋର୍ସ ଓ ଶତାଧିକ ପୋଲିସ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି ।

    ୬ ଜଣ ଏସପି ଓ କମାଣ୍ଡାଣ୍ଟ ରାଙ୍କ ଅଫିସର, ୧୨ ଜଣ ଏଏସପି ଡେପୁଟି କମାଣ୍ଡାଣ୍ଟ ଅଫିସର , ୨୭ ଡିଏସପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଫିସର, ୬୦ ଇନ୍ସପେକ୍ଟର,୧୬୦ ଏସଆଇ ୩୪୦ ହୋମଗାର୍ଡ,୩ ଟି ଏସ୍ଓଜି ଟିମ୍,୨ ଟି ଡିବିଏଫ ଟିମ୍ ଏବଂ ଗୋଟିଏ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ମହାମହିମଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପ୍ରସ୍ତୁତ ରହିଛି । ଏହା ପୂର୍ବରୁ ରାଷ୍ଟ୍ରପତି ଯାଜପୁର ଗସ୍ତରେ ଯାଇଥିଲେ ସେଠାରେ ମା ବିରଜଙ୍କା ଦର୍ଶନ କରିଥିଲେ ଏବଂ ନାଭିଗୟାରେ ପିଣ୍ତଦାନ କରିଥିଲେ ।

  • ବାଦାମରୁ ମଦ ପର୍ଯ୍ୟନ୍ତ—ଶୁଳ୍କ ଶୂନ୍ୟ ହେବ ଏହି ସାମଗ୍ରୀ

    ବାଦାମରୁ ମଦ ପର୍ଯ୍ୟନ୍ତ—ଶୁଳ୍କ ଶୂନ୍ୟ ହେବ ଏହି ସାମଗ୍ରୀ

    ଭାରତ–ଆମେରିକା ମଧ୍ୟରେ ସମ୍ପନ୍ନ ହୋଇଥିବା ଐତିହାସିକ ବାଣିଜ୍ୟ ଚୁକ୍ତିକୁ ନେଇ ଦେଶର ରାଜନୀତି ତେଜ ହୋଇଉଠିଛି। ଏହି ଚୁକ୍ତି ପରେ ବିରୋଧୀ ଦଳଗୁଡ଼ିକ ମୋଦୀ ସରକାରଙ୍କୁ ଲକ୍ଷ୍ୟ କରି ସମାଲୋଚନା କରୁଥିବା ବେଳେ, ଟ୍ରେଡ୍ ଡିଲ୍‌କୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି।

    ଏହି ସମସ୍ତ ଆଲୋଚନା ମଧ୍ୟରେ ଆମେରିକାର ସ୍ପଷ୍ଟ ଆଭିମୁଖ୍ୟ ଅନେକ ପ୍ରଶ୍ନରେ ପୂର୍ଣ୍ଣଛେଦ ପକାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ–ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଟ୍ରୁଥ୍ ସୋସିଆଲରେ ଏକାଧିକ ଦାବି କରିଥିବା ବେଳେ, ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର ମଙ୍ଗଳବାର ଦିନ ‘ଏକ୍ସ’ରେ ଏକ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ଯେ ଭାରତ ଆମେରିକୀୟ କୃଷି ଉତ୍ପାଦ ଉପରେ ଶୁଳ୍କକୁ ଶୂନ୍ୟ କରିବ।

    ଗ୍ରୀୟର କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ସହିତ ହୋଇଥିବା ଏହି ଐତିହାସିକ ଚୁକ୍ତି ଆମେରିକୀୟ ଚାଷୀ ଓ ଉତ୍ପାଦକମାନଙ୍କୁ ଭାରତୀୟ ବଜାରରେ ପ୍ରବେଶ କରିବାରେ ବଡ଼ ସୁଯୋଗ ଦେବ। ତେବେ ସେ ଏକ ସାକ୍ଷାତକାରରେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଚୁକ୍ତି ଭାରତକୁ କିଛି କୃଷି ଉତ୍ପାଦର ଆମଦାନୀ ଉପରେ ସୁରକ୍ଷାମୂଳକ ବ୍ୟବସ୍ଥା ବଜାୟ ରଖିବାର ସୁଯୋଗ ଦେଇଛି।ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର କହିଛନ୍ତି, ଭାରତରେ ବାଦାମ, ମଦ, ସ୍ପିରିଟ୍, ଫଳ, ପନିପରିବା ଇତ୍ୟାଦି ଅନେକ ସାମଗ୍ରୀ ଉପରେ ଶୁଳ୍କ ଶୂନ୍ୟ ହେବାକୁ ଯାଉଛି। ଯଦିଓ, ସେ ଚାଉଳ, ସୋୟାବିନ୍, ଚିନି କିମ୍ବା କ୍ଷୀର ଉତ୍ପାଦ ବିଷୟରେ ଉଲ୍ଲେଖ କରିନଥିଲେ, କିନ୍ତୁ ଭାରତ ଏହି ସବୁ ସାମଗ୍ରୀକୁ ବାଣିଜ୍ୟ ଚୁକ୍ତିରୁ ବାଦ ଦେଇଛି।


    ସେପଟେ ରାଷ୍ଟ୍ରପଟି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ସବୁଠାରୁ ଭଲ ବନ୍ଧୁମାନଙ୍କ ମଧ୍ୟରୁ ଜଣେ, ଯିଏ ୫୦୦ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ କିଣିବାକୁ, ଆମେରିକା ଉପରେ ଶୁଳ୍କକୁ ଶୂନ୍ୟ କରିବାକୁ ଏବଂ ରୁଷରୁ ଅଶୋଧିତ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛନ୍ତି, ଯାହା ଏକ ଭଲ ସଙ୍କେତ। କାହିଁକିନା ଭାରତ ରୁଷଠୁ ତେଲ କିଣିବା, ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଇ ଦେବା ସହ ସମାନ ଥିଲା। ଏବେ ଭାରତ ରୁଷଠୁ ତେଲ ନକିଣିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ଵାଗତଯୋଗ୍ୟ ବୋଲି ଟ୍ରମ୍ପ କହିଛନ୍ତି।

  • ନିଜ ଦେଶରେ ହିଁ ହାସ୍ୟାସ୍ପଦ: ଶାହବାଜ–ମୁନୀରଙ୍କୁ ନେଇ ନେଟିଜେନଙ୍କ ଉପହାସ

    ନିଜ ଦେଶରେ ହିଁ ହାସ୍ୟାସ୍ପଦ: ଶାହବାଜ–ମୁନୀରଙ୍କୁ ନେଇ ନେଟିଜେନଙ୍କ ଉପହାସ

    ଭାରତ ଓ ଆମେରିକା ମଧ୍ୟରେ ଶୁଳ୍କ ହ୍ରାସ ସମ୍ପର୍କିତ ଚୁକ୍ତି ଘୋଷଣା ପରେ ପାକିସ୍ତାନରେ ସୋସିଆଲ୍ ମିଡିଆ ଉପରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ପାକିସ୍ତାନୀ ନେଟିଜେନମାନେ ଏହାକୁ କେନ୍ଦ୍ର କରି ଦେଶର ବେସାମରିକ ଓ ସାମରିକ ନେତୃତ୍ୱକୁ ଉପହାସ ଓ ସମାଲୋଚନାର ଲକ୍ଷ୍ୟ କରିଛନ୍ତି।

    ନେଟିଜେନମାନଙ୍କ କହିବା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ବାଣିଜ୍ୟ ଚୁକ୍ତି ଘୋଷଣା କରିଥିବାବେଳେ ପାକିସ୍ତାନକୁ ଅଣଦେଖା କରିଛନ୍ତି। କିଛି ନେଟିଜେନ ମତ ପ୍ରକାଶ କରିଛନ୍ତି ଯେ, ଏହି ଘଟଣା ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସହ ପାକିସ୍ତାନର ସମ୍ପର୍କକୁ ନେଇ ପ୍ରତାରଣାର ଭାବନାକୁ ପ୍ରକାଶ କରୁଛି।ଶାହବାବ ସରିଫ ଓ ମୁନିର ଜୋକର ପାଲଟି ଯାଇଛନ୍ତି। ପାକିସ୍ତାନୀ ନେଟିଜେନମାନେ କହିଛନ୍ତି, ଭାରତ ନିଜ ପାଦରେ ଠିଆ ହୋଇଛି ।  କଡ଼ା ଆଭିମୁଖ୍ୟ ଜାରି ରଖିଛି। ମୁନିର ଓ ଶାହବାଜଙ୍କ ପରି ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ନତମସ୍ତକ ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ମାଧ୍ୟମରେ ଆଲୋଚନା ପରେ ସୋମବାର ଟ୍ରମ୍ପ ଏହି ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ। ପାକିସ୍ତାନୀମାନେ ଦର୍ଶାଇଛନ୍ତି ଟ୍ରମ୍ପ ପ୍ରଶାସନ ଆଗରେ ନୀରବ ନ ହୋଇ ଭାରତ ଶୁଳ୍କ ହ୍ରାସ କରିବା ପାଇଁ ଏକ ଚୁକ୍ତି କରିପାରିଛି।


    ଡୋନାଲ୍ଡ ଟ୍ରମ୍ପ ଫିଲ୍ଡ ମାର୍ଶାଲଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜଣେ ମହିଳା ଭାବେ ବ୍ୟବହାର କରିଛନ୍ତି। ଯିଏ ତାଙ୍କ ପ୍ରେମିକଙ୍କୁ ସମସ୍ତ ବେଆଇନ ଓ ଘୃଣ୍ୟ କାମ କରିବାକୁ ବାଧ୍ୟ କରନ୍ତି। ଯେତେବେଳେ କିଛି ଦେବା କିମ୍ବା ନେବାର ସମୟ ଆସେ, ସେ କୁହନ୍ତି ଯେ ମୁଁ ମୋ ପରିବାରର ନିଷ୍ପତ୍ତି ମାନିବାକୁ ବାଧ୍ୟ, ମୋତେ ଭୁଲିଯାଅ। ମୋ ଶରୀର ମୋ ସ୍ୱାମୀଙ୍କର ରହିବ, କିନ୍ତୁ ମୋ ଆତ୍ମା ସର୍ବଦା ତୁମର ରହିବ। ଉମର ଅଲି ନାମକ ଜଣେ ପାକିସ୍ତାନୀ ୟୁଜର ‌‌ସୋସିଆଲ ମିଡିଆ ଏକ୍ସରେ କଟାକ୍ଷ କରି ଏଭଳି ଲେଖିଛନ୍ତି।

    ଚାଟୁକାର ସାଜି ହାତ ଖାଲି
    ପାକିସ୍ତାନୀମାନେ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଚାଟୁକାର ସାଜି ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବା ସତ୍ତ୍ୱେ ମୁନିର କିଛି ପାଇଲେ ନାହିଁ। ସେମାନଙ୍କ ହାତ ଖାଲି ରହିଛି। ପାକିସ୍ତାନୀମାନେ କହିଛନ୍ତି, ଭାରତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଥିଲା ଓ ତାଙ୍କ ଆକ୍ରମଣାତ୍ମକ ମନୋଭାବ ସତ୍ତ୍ୱେ ଦୃଢ଼ ଭାବରେ ଠିଆ ହୋଇଥିଲା। ପ୍ରତିବଦଳରେ, ଟ୍ରମ୍ପ ଭାରତ ଉପରେ ଆମେରିକାର ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିଥିଲେ, ଯାହା ଦକ୍ଷିଣ ଏସିଆରେ ଭାରତର ସମସ୍ତ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ସର୍ବନିମ୍ନ।

    ବେଆଇନ ସରକାର ପାକିସ୍ତାନକୁ ଚଳାଉଛନ୍ତି
    ପାକିସ୍ତାନ ଶାସକଙ୍କୁ ସମାଲୋଚନା କରିଥିବା ଲୋକେ ଇମ୍ରାନ ଖାନଙ୍କ ସମର୍ଥକ ଓ ତାଙ୍କ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ ର ସଦସ୍ୟ । ଏକ ବେଆଇନ ସରକାର ପାକିସ୍ତାନକୁ ଚଳାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

    ବୈଦେଶିକ ନୀତି ବ୍ୟକ୍ତିଗତ ସମ୍ପର୍କକୁ ନେଇ ନୁହେଁ
    ପୂର୍ବତନ ପିଟିଆଇ ମନ୍ତ୍ରୀ ହମ୍ମାଦ ଆଝାର କହିଛନ୍ତି ଯେ ଆଧୁନିକ ଯୁଗରେ ବୈଦେଶିକ ନୀତି ବ୍ୟକ୍ତିଗତ ସମ୍ପର୍କକୁ ନେଇ ନୁହେଁ। ଏହା ଅର୍ଥନୈତିକ ଶକ୍ତି, ଶୁଳ୍କ ଓ ବଜାର ପ୍ରବେଶକୁ ଉପଯୋଗ କରିବା ଆଧାରରେ ହୋଇଥାଏ।। ଇୟୁ ଓ ଆମେରିକା ସହିତ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତି ଏହି କଥାକୁ ପ୍ରମାଣିତ କରୁଛି।

    ବୋଲ୍ ତେରେ ସାଥ୍ କ୍ୟା ସଲୁକ୍ କିୟା ଜାଏ
    ଏଆଇ ଇମେଜ୍ ପାଇଁ ଜଣାଶୁଣା ପାକିସ୍ତାନୀ କ୍ରିଏଟର ବିଲାଲ ଏଆଇ ଟ୍ରମ୍ପ ଓ ମୋଦିଙ୍କ ସହିତ କାନ୍ଦୁଥିବା ସରିଫ ଏବଂ ମୁନିରଙ୍କ ଏକ ଫଟୋ ସେୟାର କରିଛନ୍ତି। ସେ ଏହାର କ୍ୟାପସନ‌ ଦେଇଛନ୍ତି, ମୁଭର, ସେକର ଏବଂ ବୈଗର। ପାକିସ୍ତାନୀ ଏକ୍ସ ବ୍ୟବହାରକାରୀ ଖୁରମ ଟ୍ରମ୍ପ ଓ ମୋଦୀଙ୍କର ଏକ ଏଆଇ ଚିତ୍ର କରିଛନ୍ତି। ଚିତ୍ରରେ ଟ୍ରମ୍ପ-ମୋଦୀ ମୁନିରଙ୍କୁ ଚିଡ଼ାଇ ତାଙ୍କ କାନ ଟାଣୁଛନ୍ତି। ପୃଷ୍ଠଭୂମିରେ ଏକ ବଲିଉଡ୍ ଗୀତ , ବୋଲ୍ ତେରେ ସାଥ୍ କ୍ୟା ସଲୁକ୍ କିୟା ଜାଏ ବାଜୁଛି।

  • ମଧ୍ୟପ୍ରାଚ୍ୟ ଜଳସୀମାରେ ଉତ୍ତେଜନା,ଇରାନୀ ଡ୍ରୋନ୍‌କୁ ମାରି ଖସାଇଲା ଆମେରିକା

    ମଧ୍ୟପ୍ରାଚ୍ୟ ଜଳସୀମାରେ ଉତ୍ତେଜନା,ଇରାନୀ ଡ୍ରୋନ୍‌କୁ ମାରି ଖସାଇଲା ଆମେରିକା

    ଆରବ ସାଗରରେ ଆମେରିକା ଇରାନର ଡ୍ରୋନକୁ ମରଇ ଖସେଇଲା | ଆମେରିକାର ଯୁଦ୍ଧପୋତ USS ଆବ୍ରାହମ୍ ଲିଙ୍କନ ନିକଟକୁ ଆକ୍ରାମକ ଭାବରେ ଆସୁଥିବା ଇରାନର ଏକ ଡ୍ରୋନ୍‌କୁ ଅମେରିକୀୟ F35C ଯୁଦ୍ଧବିମାନ ମାରି ଖସାଇଦେଇଛି | ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡ ଏହି ଘଟଣାର ସୁଚନା ଦେଇ ସେହି ଡ୍ରୋନକୁ ଶାହେଦ 139 ବୋଲି ଚିହ୍ନଟ କରିଛି |

    ଘଟଣା ସମୟରେ USS ଆବ୍ରାହମ୍ ଲିଙ୍କନ ଇରାନର ଦକ୍ଷିଣ ଉପକୂଳରୁ ପ୍ରାୟ 800 କିମି ଦୂରରେ ଅନ୍ତର୍ଜାତୀୟ ଜଳସୀମାରେ ମୁତୟନ କରିଥିଲା | ଡ୍ରୋନକୁ ବାରମ୍ବାର ସତର୍କ କରାଯାଇଥିଲା ସତ୍ୱେ ସେ ଜାହାଜ ପାଖକୁ ଆସିବା ବନ୍ଦ କରିନଥିଲା | ଯାହାର ପରିଣତିରେ ସୁରକ୍ଷାକ୍ରମେ ଏହାକୁ ମାରି ଖସାଇବାକୁ ପଡ଼ିଲା |

    ଏପର୍ଯ୍ୟନ୍ତ ଆମେରିକାର ଦାବି ଉପରେ ଇରାନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି | ଏହି ଘଟଣା ଦୁଇ ଦେଶ ମଧ୍ୟରେ ଲାଗିଥିବା ଝଗଡାକୁ ଆଉହୁରି ଗଭୀର କରିଦେଇଛି | ଗତ ମାସରେ ମଧ୍ୟ ପ୍ରାଚ୍ୟରେ ଆମେରିକା ତାଙ୍କ ସାମରିକ ସଂଖ୍ୟା ବଢ଼ାଇଥିଲା ଏକାଧିକ ଯୁଦ୍ଧପୋତ, F35 ଏବଂ F15 ଯୁଦ୍ଧବିମାନ ମୁତୟନ କରି ସମୁଦ୍ରସୀମାରେ ପରିସ୍ଥିତିକୁ ସତର୍କ ନଜରରେ ରଖିଥିଲା| ଯାହା ଲାଗୁଛି ଯଦି ଏପରି ପରିସ୍ଥିତି ଲାଗି ରୁହେ ତେବେ , କୋଣସି ସମୟରେ ଛୋଟ ଘଟଣା ବଡ଼ ସଂଘର୍ଷରୁ ଯୁଦ୍ଧକୁ ନେଇଯାଇପାରେ |

  • ମା’ର ମମତାକୁ ରକ୍ଷା କଲା ଶିଶୁର ସାହସ: ସମୁଦ୍ରରୁ ଉଦ୍ଧାର କଲା ମା’ ଓ ଭାଇଭଉଣୀ

    ମା’ର ମମତାକୁ ରକ୍ଷା କଲା ଶିଶୁର ସାହସ: ସମୁଦ୍ରରୁ ଉଦ୍ଧାର କଲା ମା’ ଓ ଭାଇଭଉଣୀ

    ଅଷ୍ଟ୍ରେଲିଆର ଜଣେ ୧୩ ବର୍ଷର ବାଳକଙ୍କ ଅଦମ୍ୟ ସାହସ ଓ ଦୃଢ଼ ମନୋବଳ ସମ୍ମୁଖରେ ସମସ୍ତ ପ୍ରତିକୂଳ ପରିସ୍ଥିତି ହାର ମାନିଛି। ଭୟାବହ ସମୁଦ୍ର ଓ ବଡ଼ ବଡ଼ ଲହଡ଼ିକୁ ଅବହେଳା କରି ୪ ଘଣ୍ଟା ଧରି ଅବିରତ ପହଁରି ଶେଷରେ ନିଜ ମାଆ ଓ ଦୁଇ ସାନ ଭାଇଭଉଣୀଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିପାରିଛନ୍ତି ଅଷ୍ଟିନ୍ ଆପେଲବି।

    ଅଷ୍ଟିନ୍ ଶୁକ୍ରବାର ଦିନ ନିଜ ପରିବାର ସହ ଛୁଟି କାଟିବା ଉଦ୍ଦେଶ୍ୟରେ ପର୍ଥରୁ ପଶ୍ଚିମ ଅଷ୍ଟ୍ରେଲିଆର କ୍ୱିଣ୍ଡାଲପ୍‌କୁ ଯାଇଥିଲେ। ସେଠାରେ ଥିବା ହୋଟେଲରୁ କାୟାକ୍ ଓ ପ୍ୟାଡେଲ୍ ବୋର୍ଡ ଭଡାରେ ନେଇ ସମୁଦ୍ରକୁ ପସିଥିଲେ। କିନ୍ତୁ ହଠାତ୍ ପବନର ବେଗ ବଢ଼ିଯିବାରୁ ଅଷ୍ଟିନ୍, ତାଙ୍କ ମାଆ ଏବଂ ଦୁଇ ସାନ ଭାଇଭଉଣୀ ଧୀରେଧୀରେ ସମୁଦ୍ରର ଗଭୀର ଅଞ୍ଚଳକୁ ଭାସି ଯାଇଥିଲେ।ଗଭୀର ସମୁଦ୍ରରେ ଅଷ୍ଟିନ ଓ ତାଙ୍କ ପରିବାର ଫସି ଯାଇଥିବାବେଳେ ସମୁଦ୍ର କୂଳକୁ ଫେରି ପାରିନଥିଲେ। ଶେଷରେ ସମୁଦ୍ରରେ ଫସି ରହିଥିବା ନିଜ ପରିବାରକୁ ଉଦ୍ଧାର କରିବାକୁ ଅଷ୍ଟିନଙ୍କୁ ଏକାକୀ ସଂଘର୍ଷ କରିବାକୁ ପଡ଼ିଥିଲା। ସହାୟତା ମାଗିବାକୁ ଅ‌ଷ୍ଟିନ ତାଙ୍କ କାୟାକରେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ କାୟାକରେ ପାଣି ଭରି ଯିବାରୁ ସେ ପିନ୍ଧିଥିବା ଲାଇଫ୍‌ ଜ୍ୟାକେଟ୍‌କୁ ଫିଙ୍ଗି ଦେଇ ପହଁରି ପହଁରି ସମୁଦ୍ର କୂଳକୁ ଯିବାକୁ ଚିନ୍ତା କରିଥିଲେ। ପଶ୍ଚିମ ଅଷ୍ଟ୍ରେଲିଆର ଅଶାନ୍ତ ଜଳରାଶିରେ ପ୍ରାୟ ଚାରି ଘଣ୍ଟା ଧରି ପହଁରି ସନ୍ଧ୍ୟା ପ୍ରାୟ ୬ଟାରେ ଉପକୂଳରେ ପହଞ୍ଚିଥିଲେ। 

    ମଙ୍ଗଳବାର ଅଷ୍ଟିନ୍‌ ତାଙ୍କ ସଂଘର୍ଷ କଥା କହିଥିଲେ, ସମୁଦ୍ରରେ ବହୁତ ବଡ଼ ବଡ଼ ଲହଡ଼ି ଆସୁଥିଲା, ମୋ ପାଖରେ ଲାଇଫ୍‌ ଜ୍ୟାକେଟ୍‌ ମଧ୍ୟ ନଥିଲା। ମୁଁ କେବଳ ପହଁରିବା ଜାରି ରଖିବି ବୋଲି ଭାବୁଥିଲି ଓ ଶେଷରେ କୂଳରେ ପହଞ୍ଚି ମା’ ଓ ଭାଇଭଉଣୀ ସମୁଦ୍ର ଭିତରକୁ ଭାସି ଯାଇଥିବା କଥା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲି। ପୁଲିସ ହେଲିକପ୍ଟର ଅଷ୍ଟିନଙ୍କ ମା’ ୪୭ ବର୍ଷୀୟ ଜୋଆନ୍‌ ଆପେଲବି, ତାଙ୍କର ୧୨ ବର୍ଷର ପୁଅ ବ୍ୟୁ ଓ ୮ ବର୍ଷର ଝିଅ ଗ୍ରେସ୍‌ଙ୍କୁ ରାତି ୮ଟା ୩୦ ମିନିଟରେ ଗଭୀର ସମୁଦ୍ର ଭିତରୁ ଠାବ କରିବା ପରେ ଉଦ୍ଧାର କରିଥିଲା ।

     ଏହି ତିନିଜଣ ସେମାନଙ୍କ ଆରମ୍ଭ ସ୍ଥାନରୁ ପ୍ରାୟ ୧୪ କିଲୋମିଟର (୯ ମାଇଲ) ଦୂରକୁ ଭାସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯିବାବେଳକୁ ସେମାନେ ପ୍ରାୟ ୧୦ ଘଣ୍ଟା ପାଣିରେ ବିତାଇ ସାରିଥିଲେ। ଉଦ୍ଧାରକାରୀମାନେ ପହଞ୍ଚିବା ବେଳକୁ ତିନିଜଣ ଶୀତରେ ଥରୁ ଥିଲେ। ଥଣ୍ଡା ଯୋଗୁଁ ବ୍ୟୁଙ୍କ ଗୋଡ଼ ଶିଥିଳ ପଡ଼ିଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି। ଅ‌ଷ୍ଟ୍ରେଲିଆନ ବ୍ରଡକାଷ୍ଟିଂ କର୍ପକୁ ସାକ୍ଷାତକାର ଦେଇ ଜୋଆନ କହିଛନ୍ତି, ଅଷ୍ଟିନଙ୍କୁ ସହାୟତା ମାଗିବାକୁ ପଠାଇବା ମୋ ପାଇଁ ସବୁଠୁ କଠିନ ନିଷ୍ପତ୍ତି ଥିଲା। ସେହି ସମୟରେ ଆମେ ସକାରାତ୍ମକ ରହିଥିଲୁ। ଅଷ୍ଟିନ ନିଶ୍ଚୟ କୂଳରେ ପହଞ୍ଚି ଯିବେ ବୋଲି ମୋର ବିଶ୍ବାସ ଥିଲା। ସନ୍ଧ୍ୟା ହୋଇଯିବାରୁ ଭୟ ଲାଗୁଥିଲା। ତଥାପି ଆମେ ଗୀତ ଗାଇ ମଜା କରୁଥିଲୁ ଓ ଏହାକୁ ଏକ ଖେଳ ଭାବରେ ଗ୍ରହଣ କରିଥିଲୁ ଜୋଆନ୍ କହିଥିଲେ।

  • ନ୍ୟାୟ ପାଇଁ ଥାନାକୁ ଗଲେ ମଧ୍ୟ ନିରାଶା: ପୁଲିସ୍‌ ଉପରେ ଭରସା ହରାଉଛନ୍ତି ସାଧାରଣ ଲୋକ

    ନ୍ୟାୟ ପାଇଁ ଥାନାକୁ ଗଲେ ମଧ୍ୟ ନିରାଶା: ପୁଲିସ୍‌ ଉପରେ ଭରସା ହରାଉଛନ୍ତି ସାଧାରଣ ଲୋକ

    ରକ୍ଷକ ଯେବେ ଭକ୍ଷକ ସାଜେ—ଏମିତି ଏକ ଚିନ୍ତାଜନକ ଘଟଣା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଥାନାରେ ସାମ୍ନାକୁ ଆସିଛି। ସୁରକ୍ଷା ଦେବାର ଦାୟିତ୍ୱ ନେଇଥିବା ପୋଲିସ ବାବୁ ଜଣେ ଦୀର୍ଘ ଚାରି ବର୍ଷ ଧରି ଜଣେ ମା’ ଓ ତାଙ୍କ ପୁଅଙ୍କୁ ଅତ୍ୟାଚାର କରିଆସୁଥିବା ଗୁରୁତର ଅଭିଯୋଗ ହୋଇଛି।

    ଜମିବାଡ଼ି ବିବାଦକୁ କେନ୍ଦ୍ର କରି ନିଜ ସ୍ୱାର୍ଥ ସାଧନ କରୁଥିବା ଅଭିଯୋଗ ଉଠିଛି ପୂର୍ବତନ କୃଷ୍ଣପ୍ରସାଦ ଥାନା ଏସ୍‌ଆଇ ଚନ୍ଦ୍ରଶେଖର ନାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ନ୍ୟାୟ ଦାବିରେ ଅସହାୟ ମା’ ଜଣେ ଥାନା ଆଗରେ ଧାରଣାରେ ବସିଛନ୍ତି। କଣ ଭୁଲ ଥିଲା ସେ ମାଁର କଣ ପୁଅ ପାଇଁ ନ୍ୟାୟ ମାଗିବା ଭୁଲ ଥିଲା | କାହିଁକି ଚୁପ ବସିଛି ପ୍ରସାଶନ | ଏଥି ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ନେଉନାହାଁତି ସରକାର | ରକ୍ଷକ ଯେବେ ଭକ୍ଷକ ସାଜୁଛି ସେଠି ସାଧାରଣ ଜନତା କେତେ ସୁରକ୍ଷିତ | ଏଠି ନ୍ୟାୟ ପାଇଁ ସରକାରଙ୍କ ଆଗରେ ଭିକ ମାଗିବା ପାଇଁ ପଡୁଛି | ଏଭଳି ଏକ ଚାଞ୍ଚଲ୍ୟ ଘଟଣା ଦେଖିବାକୁ ମିଳୁଛି ପୁରୀ ଜିଲ୍ଲାରେ |

    ରାଷ୍ଟ୍ରପତି ଓଡ଼ିଶା ଆଗମନ ସମୟରେ ମଧ୍ୟ ନ୍ୟାୟ ଆଶାରେ ଭିକ ମାଗିବାକୁ ପଡ଼ୁଛି ଏହି ମା’ଙ୍କୁ—ଯାହା ପୋଲିସ ବ୍ୟବସ୍ଥା ଉପରେ ଗଭୀର ପ୍ରଶ୍ନ ଉଠାଉଛି। ଅଭିଯୋଗ ଅନୁଯାୟୀ, ପୁଅ ସୌମ୍ୟ ରଞ୍ଜନ ପଣ୍ଡା ନାଗପୁରରେ ରହୁଥିବା ସମୟରେ ମଧ୍ୟ ଓଡ଼ିଶାରେ ତାଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିଲା।

  • କ୍ୟାନ୍ସର ବିରୋଧରେ ଏକଜୁଟ ହେବ ଦେଶ, ବିଶ୍ୱ କର୍କଟ ଦିବସ ପାଳନ

    କ୍ୟାନ୍ସର ବିରୋଧରେ ଏକଜୁଟ ହେବ ଦେଶ, ବିଶ୍ୱ କର୍କଟ ଦିବସ ପାଳନ

    ଦେଶ ପ୍ରତିବର୍ଷ ଫେବୃଆରୀ ୪ରେ ବିଶ୍ୱ କର୍କଟ ଦିବସ ପାଳନ କରୁଛି | କର୍କଟ ବିଷୟରେ ସଚେତନତା, ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ସମୟୋପଯୁକ୍ତ ଚିକିତ୍ସା ପ୍ରଦାନ ନେଇ ଲୋକମାନଙ୍କ ମଧ୍ୟରେ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ | ଚଳିତ ବର୍ଷର ଥିମ୍ United by Unique, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ କର୍କଟ ସହ ଲଢ଼େଇର ଅଲଗା ଯାତ୍ରାକୁ ଉଦ୍ଭାସିତ କରେ |

    ଭାରତରେ କ୍ୟାନ୍ସରର ସ୍ଥିତି ଦିନକୁ ଦିନ ଚିନ୍ତା ବଡୁଛି | ପ୍ରତିବର୍ଷ ୧୫ ଲକ୍ଷରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଓ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୨୦ ଲକ୍ଷ ଟପିବାର ଆଶଙ୍କା କରାଯାଉଛି | ମାତ୍ର ୨୯% ରୋଗୀ ପ୍ରାଥମିକ ସ୍ତରରେ ଚିହ୍ନଟ ହେଉଥିବାରୁ ଚିକିତ୍ସା ଜଟିଳ ହେଉଛି | ତମାଖୁ ସେବନ ୩୩% କର୍କଟର ପ୍ରମୁଖ କାରଣ ବୋଲି ଅଭିଯୋଗ, ସହ ପ୍ରଦୂଷଣ, ମେଦବହୁଳତା ଓ ଅସୁସ୍ଥ ଜୀବନଶୈଳୀ ମଧ୍ୟ ମୂଳ କାରକ |

    ମହିଳାମାନଙ୍କ ମଧ୍ୟରେ ସ୍ତନ ଓ ସର୍ଭାଇକାଲ୍ କ୍ୟାନ୍ସର, ପୁରୁଷମାନଙ୍କ ମଧ୍ୟରେ ମୁଖ ଓ ଫୁସଫୁସ କ୍ୟାନ୍ସର ଅଧିକ ଦେଖାଯାଉଛି | ବିଶେଷଜ୍ଞମାନେ କହିବା ଅନୁସାରେ ତମାଖୁ ଓ ନିଶାଦ୍ରବ୍ୟ ବର୍ଜନ, ସୁସ୍ଥ ଖାଦ୍ୟ, ବ୍ୟାୟାମ ଓ ନିୟମିତ ସ୍ୱାସ୍ଥ୍ୟ ସ୍କ୍ରିନିଂ ହେଉଛି ପ୍ରତିରୋଧର ମୁଖ୍ୟ ଉପାୟ |