Author: suchanatv24x7

  • “ଆଜି ମହାମହିମ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ”

    “ଆଜି ମହାମହିମ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ”

    ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ। ଗତକାଲି ତିନି ରାଇରଙ୍ଗପୁରରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ରାତିରେ ଶିମିଳିପାଳରେ ରାତ୍ରିବାସ କରିଥିଲେ। ଆଜି ଶିମିଳିପାଳରେ ତାଙ୍କର ବୈଠକ ଓ କାର୍ଯ୍ୟକ୍ରମ ହେବାକୁ ଯାଇଛି। ଏହା ପରେ ତିନି ଭୁବନେଶ୍ବରକୁ ଫେରିଆସିବେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ସ୍ବତନ୍ତ୍ର ବାୟୁସେନା ବିମାନ ମାଧ୍ୟମରେ ତିନି ଛତିଶଗଡ଼ ଅଭିମୁଖେ ଯିବେ।ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ  ସାମିଲ ହେବା ସହ ତାଙ୍କ ଶ୍ବଶୁର ଘର ଗାଁ ପାହାଡ଼ପୁରକୁ ଯାଇଥିଲେ । ସ୍ଥାନୀୟ ବାସିନ୍ଦା ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସେ ଏସ୍‌ଏଲ୍‌ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବିତୀୟଦିନର ମୟୁରଭଂଜ ଗସ୍ତ ଏକପ୍ରକାର ବ୍ୟସ୍ତବହୁଳ ରହିଥିଲା। ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟଠାରୁ ଆରମ୍ଭ କରି ମହିଳା ଓ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିବା, ଜାହିରାପୀଠରେ ଆଶୀର୍ବାଦ ଭିକ୍ଷା, ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପର୍ଯ୍ୟନ୍ତ ସବୁଠି ଲୋକଙ୍କ ସହିତ ସଂପର୍କ ଯୋଡ଼ିଥିଲେ ।

    ଏହି ମାଟିର ଝିଅ ଭାବେ ଛାପ ଛାଡ଼ିଥିଲେ। ଦେଶର ପ୍ରଥମ ନାଗରିକଙ୍କୁ ପାଖରେ ପାଇ ସମସ୍ତେ ଭାବବିହ୍ବଳ ହୋଇଥିଲେ। ପାରମ୍ପରିକ ନୃତ୍ୟରେ ସ୍ବାଗତ କରିଥିଲେ।  ରାଷ୍ଟ୍ରପତି ଶିମିଳିପାଳ ଯାଇ ଗୁରୁଗୁଡ଼ିଆଠାରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି।
    ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗତକାଲି ରାଇରଙ୍ଗପୁର ଗସ୍ତରେ ଆସି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ତାଙ୍କ ଶ୍ବଶୁରଘର ଗାଁ ପାହାଡ଼ପୁରକୁ ଯାଇଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ପାଛୋଟି ନେଇଥିଲେ।

    ଏହାପରେ ସେ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ରାଷ୍ଟ୍ରପତି ଚାଲିଚାଲି ମୁର୍ମୁଛକ ପର୍ଯ୍ୟନ୍ତ ଆସି ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହି ସମୟରେ ତାଙ୍କ ଭାଇ ତରଣୀସେନ ଓ ଝିଅ ଇତିଶ୍ରୀ ଉପସ୍ଥିତ ଥିଲେ ।  ସେଠାରୁ ଚାଲିଚାଲି ଗୋଷାଣୀପୀଠକୁ ଯାଇଥିଲେ। ସାନ୍ତାଳୀ ପାରମ୍ପରିକ ରୀତିନୀତି ଅନୁଯାୟୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଗ୍ରାମବାସୀ। ଗୋଷାଣୀ ପୀଠରେ ଦେବଦେବୀଙ୍କଠାରୁ ଆଶୀର୍ବାଦ ଭିକ୍ଷା କରି ଗ୍ରାମବାସୀଙ୍କ ସହିତ ଭାବ ବିନିମୟ କରିଥିଲେ। ଏହାପରେ ଜାହିରା ପୀଠକୁ ଯାଇ ଜାହିରା ଆୟୋ (ଜାହିରା ମାଆ)ଙ୍କ ଆଶୀର୍ବାଦ ନେଇଥିଲେ। ସେଠାରେ ମହିଳାମାନଙ୍କ ସହ ଆଲୋଚନା କରିବା ସହ ଗାଁର କିଛି ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଥିଲେ ।

    ପରେ ପାହାଡ଼ପୁରସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଯାଇ ସେଠାରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ। ସେମାନଙ୍କ ସହିତ ପାଠପଢ଼ା ସଂପର୍କରେ ଆଲୋଚନା କରିଥିଲେ। ଗ୍ରାମର କିଛି ବେକାର ଯୁବକଯୁବତୀଙ୍କୁ ଡାକି କିପରି ରୋଜଗାରକ୍ଷମ ହୋଇପାରିବେ, ସେ ନେଇ ପରାମର୍ଶ ଦେଇଥିଲେ। ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟ ବୋର୍ଡର ସଦସ୍ୟଙ୍କୁ ବିଦ୍ୟାଳୟକୁ ସୁନ୍ଦର ଭାବରେ ପରିଚାଳିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

  • ଶେଯ ଉପରେ ବସି ଭଗବାନଙ୍କ ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜଙ୍କ ସ୍ପଷ୍ଟ ଉତ୍ତର

    ଶେଯ ଉପରେ ବସି ଭଗବାନଙ୍କ ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜଙ୍କ ସ୍ପଷ୍ଟ ଉତ୍ତର

    ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି | ଭଗବାନଙ୍କର ନାମ ଜପ କରିବା କଣ ସବୁ ସ୍ଥାନରେ ଠିକ | ଯେଉଁଠିକି ଗୁରୁ ମନ୍ତ୍ର ଜପ କରିବା ପାଇଁ କିଛି ନିୟମ ମାନିବକୁ ପଡିଥାଏ ବୋଲି ଶାସ୍ତ୍ରରେ ଲେଖା ଅଛି | ଇଏ ନେଇ ତାଙ୍କ ବକ୍ତବ୍ୟ ପ୍ରକାଶ ପାଇଛି |

    ଆମମାନଙ୍କ ମନରେ ଅନେକ ପ୍ରଶ୍ନ ଆସେ କି ସବୁ ସ୍ଥାନରେ ବା ସବୁ ଅବସ୍ଥାରେ କଣ ଭଗବାନ ଙ୍କ ନାମ ଜପ କରିବା ଠିକ କି ? ବିଶେଷ କରି ଶୌଚାଳୟ ସମୟରେ ଆଉ ଶୋଇବା ସମୟରେ ଶେଯ ଉପରେ ନାମ ଜପ କରିବାକୁ ନେଇ ଅନେକ ଭ୍ରମ ରହିଥାଏ | ଇଏ ସବୁ ପ୍ରଶ୍ନ ନେଇ ଜଣେ ମହିଳା ଶ୍ରଦ୍ଧାଳୁ ପ୍ରେମାନନ୍ଦଜୀଙ୍କ ପାଖକୁ ଆସିଥିଲେ | ପ୍ରେମନ୍ଦଜୀଙ୍କୁ ପ୍ରଶ୍ନ କରିଥିଲେ ଏବଂ ଠିକ ଉତ୍ତର ମଧ୍ୟ ପାଇଛନ୍ତି | ମହାରାଜଜୀ କହିଛନ୍ତି, ଶାସ୍ତ୍ରରେ ନାମ ଜପ ଓ ଗୁରୁ ମନ୍ତ୍ର ଜପର ଅଲଗା ଅଲଗା ନିୟମ ରହିଛି ଏବଂ ଏଥିପାଇଁ ଭିନ୍ନ ଭିନ୍ନ ମର୍ଯ୍ୟାଦା ବି ରହିଛି | ଶୌଚାଳୟରେ ଥାଇ ବି ଠାକୁରଙ୍କ ନାମ ଜପ କରାଯାଇପାରିବ । ଶାସ୍ତ୍ରରେ କୁହାଯାଇଛି, ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥା ଗତୋପି ବା , ଯଃ ସ୍ମରେତ୍ ପୁଣ୍ଡରିକାକ୍ଷଂ ସ ବାହ୍ୟାଭ୍ୟନ୍ତରଃ ଶୁଚିଃ’ | ଅର୍ଥାତ୍ ବ୍ୟକ୍ତି ପବିତ୍ର କି ଅପବିତ୍ର ଯେଉଁ ଅବସ୍ଥାରେ ଥାଉ ନା କାହିଁକି ଯଦି ସେ ଭଗବାନଙ୍କୁ ସୁମରଣା କରୁଛି ତାହାଲେ ତା’ର ଅନ୍ତର ଭିତରେ ପବିତ୍ର ହୋଇଥିବା ଦରକାର | ପ୍ରେମାନନ୍ଦଜୀ ଏକଥା ବି କହିଛନ୍ତି , ଯଦି ଗୁରୁମନ୍ତ୍ରକୁ ନେଇ କିଛି ନିୟମ ଅଛି ତେବେ ଯେଉଁ ଶଯ୍ୟା ଉପରେ ଗୃହସ୍ଥ ଧର୍ମର ପାଳନ କରାଯାଉଛି ତା’ ଉପରେ ବସି ଗୁରୁ ମନ୍ତ୍ର ଜପ କରିବା ଅନୁଚିତ । ସେହିପରି ଶୌଚାଳୟ କିମ୍ବା କୌଣସି ଅପବିତ୍ର ଅବସ୍ଥାରେ ଗୁରୁ ମନ୍ତ୍ର ଜପ କରିବା ଠିକ ନୁହଁ । କିନ୍ତୁ ଭଗବାନଙ୍କ ନାଁ ଜପ କରିବା ଏହି ନିୟମଠାରୁ ଅଲଗା । ନାମ ଜପ ଯେକୌଣସି ଅବସ୍ଥାରେ କରିହେବ । ସେ ଶୌଚାଳୟରେ ହେଉ ବା ଶେଯ ଉପରେ ହେଉ । ନାମ ସ୍ମରଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ | ବ୍ୟକ୍ତି ପ୍ରତି ପରିସ୍ଥିତିରେ ଭଗବାନଙ୍କ ନାମ ଜପ କରିପାରିବ କାରଣ ଏହା ଉଭୟ ମନ ଓ ଆତ୍ମକୁ ଶୁଦ୍ଧ କରିବା ସହ ମନୁଷ୍ୟକୁ ଭଗବାନଙ୍କ ନିକଟତର କରିଥାଏ |

  • “କୋରିଆନ୍ ଆମ ଜୀବନ” ଗାଜିଆବାଦର 3 ଝିଅ ଭଉଣୀଙ୍କ ଆତ୍ମହତ୍ୟା ଘଟଣା

    “କୋରିଆନ୍ ଆମ ଜୀବନ” ଗାଜିଆବାଦର 3 ଝିଅ ଭଉଣୀଙ୍କ ଆତ୍ମହତ୍ୟା ଘଟଣା

    ଉତ୍ତରପ୍ରଦେଶର ଗାଜିଆବାଦରୁ ସାମ୍ନାକୁ ଆସିଥିବା ଏକ ହୃଦୟବିଦାରକ ଘଟଣା ସାରା ଦେଶକୁ ଆନ୍ଦୋଳିତ କରିଛି। ତିନି ନାବାଳିକା ଭଉଣୀଙ୍କ ମୃତ୍ୟୁ ପରେ ମିଳିଥିବା ଆତ୍ମହତ୍ୟା ନୋଟ୍‌ରେ ସେମାନଙ୍କ ମନରେ ଚାଲିଥିବା ଭୟ, ଅସନ୍ତୋଷ ଓ ମାନସିକ ଚାପର ଏକ ଗଭୀର ଚିତ୍ର ଦେଖିବାକୁ ମିଳିଛି।ନୋଟ୍‌ରେ ଝିଅମାନେ ଦକ୍ଷିଣ କୋରିଆନ୍ ସଂସ୍କୃତି, କେ–ପପ୍ ଓ କୋରିଆନ୍ ଅଭିନେତାମାନଙ୍କ ପ୍ରତି ତାଙ୍କର ଅତ୍ୟଧିକ ଆକର୍ଷଣ ବିଷୟରେ ଖୋଲାମେଳା ଭାବେ ଲେଖିଛନ୍ତି। “କୋରିଆନ୍ ଓ କେପପ୍ ଆମର ଜୀବନ ଥିଲା” ଏହି ପଂକ୍ତି ତାଙ୍କ ମନସିକ ଅବସ୍ଥାକୁ ସ୍ପଷ୍ଟ କରୁଛି। କିନ୍ତୁ ଏହା କେବଳ ଏକ ଫ୍ୟାନ୍‌ଡମ୍ କିମ୍ବା ପସନ୍ଦର କଥା ନୁହେଁ; ନୋଟ୍‌ରୁ ଜଣାପଡ଼ୁଛି ଯେ ପରିବାରିକ ଚାପ, ନିୟନ୍ତ୍ରଣ ଓ କଥିତ ଶାରୀରିକ–ମାନସିକ ଯନ୍ତ୍ରଣା ମଧ୍ୟ ସେମାନଙ୍କ ମନକୁ ଭାଙ୍ଗିଦେଇଥିଲା। ଝିଅମାନେ ଲେଖିଥିଲେ ଯେ ସେମାନଙ୍କୁ ପସନ୍ଦ ନ ଥିବା ବିଷୟରେ ଧ୍ୟାନ ଦେବାକୁ ବାରମ୍ବାର ବାଧ୍ୟ କରାଯାଉଥିଲା।

    ବିବାହ ସମ୍ପର୍କିତ ଆଲୋଚନା ସେମାନଙ୍କ ମନରେ ଭୟ ଓ ଉତ୍ତେଜନା ସୃଷ୍ଟି କରୁଥିଲା ବୋଲି ନୋଟ୍‌ରେ ଉଲ୍ଲେଖ ଅଛି। ଏହା ସହିତ, ଘରେ ମିଳୁଥିବା କଠୋର ବ୍ୟବହାର ତାଙ୍କୁ ଆଉ ଅଧିକ ଏକାକୀ କରିଦେଇଥିଲା। ପୁଲିସ୍ ଏବେ ସମଗ୍ର ଘଟଣାର ତଦନ୍ତ କରୁଛି। ନୋଟ୍‌ର ସତ୍ୟତା, ପରିବାରିକ ପରିସ୍ଥିତି ଓ ଝିଅମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରତ୍ୟେକ ପ୍ରସଙ୍ଗକୁ ଗଭୀର ଭାବେ ଖୋଜାଯାଉଛି। ବିଶେଷଜ୍ଞମାନେ କହୁଛନ୍ତି, କିଶୋର–କିଶୋରୀମାନଙ୍କ ମନସିକ ସ୍ୱାସ୍ଥ୍ୟ, ତାଙ୍କର ପସନ୍ଦ–ଅପସନ୍ଦ ଓ ଭାବନାକୁ ଅବହେଳା କଲେ ଏପରି ଦୁର୍ଘଟଣା ଘଟିପାରେ। ଏହି ଘଟଣା ସମାଜ ପାଇଁ ଏକ ଗଭୀର ସତର୍କବାଣୀ। ପିତା–ମାତା, ପରିବାର ଓ ସମାଜକୁ ଶିଖାଉଛି ଯେ ଶିଶୁମାନଙ୍କ ସହିତ କଥାହେବା, ଶୁଣିବା ଓ ସମୟରେ ମାନସିକ ସହଯୋଗ ଦେବା କେତେ ଆବଶ୍ୟକ।

  • ଶେଯ କି ଶୌଚାଳୟରେ ବସି ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜ ଦେଲେ ସ୍ପଷ୍ଟ ଉତ୍ତର

    ଶେଯ କି ଶୌଚାଳୟରେ ବସି ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜ ଦେଲେ ସ୍ପଷ୍ଟ ଉତ୍ତର

    ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ସେ ଭଗବାନଙ୍କ ନାମ ଜପ ସମ୍ପର୍କରେ ଥିବା ଭ୍ରମକୁ ସ୍ପଷ୍ଟ କରିଛନ୍ତି। ଅନେକ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନ ଥାଏ—ଶେଯ ଉପରେ ବସି କିମ୍ବା ଶୌଚାଳୟରେ ଥାଇ ଭଗବାନଙ୍କ ନାମ ଜପ କରିହେବ କି ନାହିଁ? ଏହି ପ୍ରଶ୍ନକୁ ନେଇ ଜଣେ ମହିଳା ଭକ୍ତ ପ୍ରେମାନନ୍ଦଜୀଙ୍କୁ ପଚାରିଥିଲେ।ଉତ୍ତରରେ ମହାରାଜଜୀ କହିଥିଲେ ଯେ, ଶାସ୍ତ୍ରରେ ‘ନାମ ଜପ’ ଓ ‘ଗୁରୁ ମନ୍ତ୍ର ଜପ’ ପାଇଁ ଭିନ୍ନ ଭିନ୍ନ ନିୟମ ଓ ମର୍ଯ୍ୟାଦା ରହିଛି। ଭଗବାନଙ୍କ ନାମ ଯେକୌଣସି ସ୍ଥାନ ଓ ଯେକୌଣସି ଅବସ୍ଥାରେ ଜପ କରାଯାଇପାରେ।

    ସେ ଶାସ୍ତ୍ର ଉଦ୍ଧୃତ କରି କହିଥିଲେ—
    “ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥା ଗତୋପି ବା,
    ଯଃ ସ୍ମରେତ୍ ପୁଣ୍ଡରିକାକ୍ଷଂ ସ ବାହ୍ୟାଭ୍ୟନ୍ତରଃ ଶୁଚିଃ”

    ଅର୍ଥାତ୍, ଜଣେ ବ୍ୟକ୍ତି ପବିତ୍ର ହେଉନ୍ତୁ କି ଅପବିତ୍ର, ଯେଉଁ ଅବସ୍ଥାରେ ଥିଲେ ବି ଯଦି ସେ ଭଗବାନଙ୍କ ସ୍ମରଣ କରନ୍ତି, ତେବେ ସେ ଅନ୍ତର ଓ ବାହ୍ୟ—ଦୁହେଁ ପବିତ୍ର ହୋଇଯାଏ। ଏହି ବ୍ୟାଖ୍ୟା ପରେ ଭକ୍ତମାନଙ୍କ ମନରେ ଥିବା ଦୀର୍ଘଦିନର ଭ୍ରମ ଦୂର ହୋଇଛି ଏବଂ ଭିଡିଓଟିକୁ ଲୋକେ ବହୁ ପ୍ରଶଂସା କରୁଛନ୍ତି।

  • ସମସ୍ତ ରୋଗର ଏକ ଔଷଧ DOORMI

    ସମସ୍ତ ରୋଗର ଏକ ଔଷଧ DOORMI

    ଦୂରୁମୀ ସାଉଥ କୋରିଆର ଏକ ପ୍ରତିଷ୍ଠିତ କମ୍ପାନୀ ଏବଂ ବିଶ୍ୱର ୫୧ ଦେଶରେ ଲୋକ ମାନଙ୍କୁ ଏହି କମ୍ପାନୀ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଆସୁଅଛି | ଏହାର ଏକ ଶାଖା ଭୁବନେଶ୍ୱରର ପଳାଶୁଣୀରେ ଖୋଲା ଯାଇ ରୋଗୀଙ୍କ ସେବାରେ କାର୍ଯ୍ୟରତ |

    ଆଜି ଏହି ଗୌରବମୟ ଶାଖାରେ ଓଡ଼ିଆ ସିନେମା ଜଗତର ଭେଟେରାନ କଳାକାର ଅଶ୍ରୁମୋଚନ ମହାନ୍ତି ଏକ ସୌଜନ୍ୟମୂଳ ସାକ୍ଷାତରେ ଆସିଥିଲେ ଏହି ସମୟରେ କମ୍ପାନୀର ସିଇଓ ଶ୍ରୀମତୀ ମାହି ସିଂ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ଅତିଥିଙ୍କୁ ଆମନ୍ତ୍ରଣ କରିଥିଲେ, ତାଙ୍କ ସହିତ କମ୍ପାନୀର ଅନ୍ୟ ସଦସ୍ୟବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ|

    ପରେ ଅତିଥି ଚିକିତ୍ସିତ ହେଉଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ଠାରୁ ସମ୍ମାନିତ ହୋଇଥିଲେ| ଶ୍ରୀଯୁକ୍ତ ମହାନ୍ତିଙ୍କୁ ଦୂରୁମୀର ମାଗଣା ସେବା ଏବଂ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ସହିତ ବାର୍ତାଳାପ ହୋଇଥିଲା | ଏବଂ ସଂସ୍ଥାକୁ ଶ୍ରୀଯୁକ୍ତ ମହାନ୍ତି ବହୁତ ପ୍ରସଂଶା ମଧ୍ୟ କଲେ |

  • IAS, IPS ପାଇଁ ଶେଷ ସୁଯୋଗ? UPSC ଲଗାଇଲା କଡା କଟକଣା

    IAS, IPS ପାଇଁ ଶେଷ ସୁଯୋଗ? UPSC ଲଗାଇଲା କଡା କଟକଣା

    କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ସିଭିଲ୍ ସର୍ଭିସ ପରୀକ୍ଷା 2026 ପାଇଁ ନୂଆ ନିୟମ ଘୋଷଣା କରିଛି। ବିଶେଷ କରି IAS, IFS ଓ IPS ସେବାରେ ନିଯୁକ୍ତ ଅଧିକାରୀମାନଙ୍କ ପାଇଁ ପୁଣିଥରେ ପରୀକ୍ଷା ଦେବାରେ ବଡ଼ କଟକଣା ଲଗାଇଛି UPSC। ଚଳିତ ବର୍ଷ ଏହି ପରିବର୍ତ୍ତନ ନିୟମାବଳୀରେ ସର୍ବାଧିକ ଚର୍ଚ୍ଚାର କେନ୍ଦ୍ରବିଦୁ ପାଲଟିଛି |

    ବଦଳିଲା ୟୁପିଏସସି ପରୀକ୍ଷା ନିୟମ । ସିଭିଲ୍ ସର୍ଭିସ ପରୀକ୍ଷା (ସିଏସ୍‌ଇ) ୨୦୨୬ ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ କମିସନ ନିୟମାବଳୀରେ ବ୍ୟାପକ ସଂଶୋଧନ କରି ପୂର୍ବରୁ ବିଭିନ୍ନ ସେବାରେ ନିଯୁକ୍ତ ପ୍ରାର୍ଥୀଙ୍କ ପାଇଁ ପୁନର୍ବାର ପରୀକ୍ଷା ଦେବା କ୍ଷେତ୍ରରେ ନୂଆ କଟକଣା ଲଗାଇଛନ୍ତି ।

    ବିଶେଷ କରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ପାଇଁ ଏହି ନୂତନ ନିୟମ ଅଧିକ ଗୁରୁତ୍ବ ଦିଆଯାଇଛି | ନୂଆ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ias କିମ୍ବା ips ଭାବେ ନିଯୁକ୍ତି ପାଇସାରିଛନ୍ତି ଏବଂ ସେହି ପଦବିରେ କାର୍ଯ୍ୟରତ ଅଛନ୍ତି,ସେମାନେ ସିଏସ୍‌ଇ ୨୦୨୬ ପାଇଁ ଆବେଦନ କରିପାରିବେ ନାହିଁ। ଯଦି କୌଣସି ପ୍ରାର୍ଥୀ ପୂର୍ବ ବର୍ଷର ପରୀକ୍ଷା ଆଧାରରେ ପ୍ରିଲିମ୍ ରେ ଉତିର୍ନ ହେବା ପରେ ଏହି ସେବାଗୁଡ଼ିକରେ ଯୋଗ ଦିଅନ୍ତି, ତେବେ ସେମାନେ ପରବର୍ତ୍ତୀ main ପରୀକ୍ଷା ଦେବାକୁ ଅଯୋଗ୍ୟ ବୋଲି ବିବେଚିତ ହେବେ । ଚଳିତ ବର୍ଷ ୯୩୩ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

  • ଫେବୃଆରି ୭–୮: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଲେସିଆ ଯାତ୍ରା, ଭାରତ–ମାଲେସିଆ ସମ୍ପର୍କ ବୃଦ୍ଧି ପାଇଁ ଦ୍ୱିପକ୍ଷିକ ଆଲୋଚନା

    ଫେବୃଆରି ୭–୮: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଲେସିଆ ଯାତ୍ରା, ଭାରତ–ମାଲେସିଆ ସମ୍ପର୍କ ବୃଦ୍ଧି ପାଇଁ ଦ୍ୱିପକ୍ଷିକ ଆଲୋଚନା

    ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭–୮ ଫେବୃଆରି ତାରିଖରେ ମାଲେସିଆ ଗସ୍ତ କରିବେ। ଏହା ମୋଦୀଙ୍କ ତୃତୀୟ ମାଲେସିଆ ଯାତ୍ରା ହେବ। ମୋଦୀଙ୍କ ପ୍ରଥମ ମାଲେସିଆ ଗସ୍ତ ଅଗଷ୍ଟ ୨୦୨୪ରେ ହୋଇଥିଲା, ଯେଉଁଥିରେ ଭାରତ–ମାଲେସିଆ ଦ୍ୱିପକ୍ଷିକ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ସହଭାଗିତା ଦ୍ୱାରା ଉନ୍ନତି ମିଳିଥିଲା।

    ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଭାରତ–ମାଲେସିଆ ସମ୍ପର୍କର ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷିକ ଆଲୋଚନା କରିବେ।ମୋଦୀ ଏହି ଗସ୍ତବେଳେ ମାଲେସିଆରେ ରହୁଥିବା ଭାରତୀୟ ସମୁଦାୟ ଲୋକ, ଶିଳ୍ପ ଓ ବ୍ୟବସାୟ ଜଗତର ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସହିତ ଦଶମ ଭାରତ-ମାଲେସିଆ ସିଇଓ ଫୋରମ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ଓ ମାଲେସିଆ ମଧ୍ୟ‌ରେ ଐତିହାସିକ, ସାଂସ୍କୃତି ତଥା ସଭ୍ୟତାଗତ ସମ୍ପର୍କ ରହିଛି ।

    ଏହାସହିତ ମାଲେସିଆରେ ୨.୯ ନିୟୁତ ଭାରତୀୟଙ୍କ ଉପସ୍ଥିତି ଏହି ସମ୍ପର୍କକୁ ଅଧିକ ମଜଭୁତ କରିଥାଏ। ବିଦେଶରେ ରହୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ଏହା ତୃତୀୟ ସର୍ବାଧିକ। ଅଧିକାରୀମାନେ କହିଛନ୍ତି ଯେ ଏହି ଗସ୍ତ ଉଭୟ ନେତାଙ୍କୁ ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ସାମୁଦ୍ରିକ ସହଯୋଗ, ଡିଜିଟାଲ୍ ଏବଂ ଆର୍ଥିକ ପ୍ରଯୁକ୍ତିବିଦ୍ୟା, ଶକ୍ତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ସାଂସ୍କୃତିକ ତଥା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରେ ସହଯୋଗ ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିବ । ଆଲୋଚନାରେ ବ୍ୟକ୍ତି ବ୍ୟକ୍ତି ସମ୍ପର୍କକୁ ମଜବୁତ କରିବା ଏବଂ ପାରସ୍ପରିକ ଲାଭ ପାଇଁ ଭବିଷ୍ୟତର ସମ୍ପର୍କ ପାଇଁ ଏକ ମାର୍ଗ ପ୍ରସ୍ତୁତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି ।

  • ଟ୍ରମ୍ପଙ୍କ ଦାବି ପରେ ରୁଷ୍‌ର ସ୍ପଷ୍ଟ କଥା: ଭାରତ ଚାହିଲେ ଯେକୌଣସି ଦେଶରୁ ତୈଳ କିଣିପାରିବ

    ଟ୍ରମ୍ପଙ୍କ ଦାବି ପରେ ରୁଷ୍‌ର ସ୍ପଷ୍ଟ କଥା: ଭାରତ ଚାହିଲେ ଯେକୌଣସି ଦେଶରୁ ତୈଳ କିଣିପାରିବ

    ଆମେରିକା ସହିତ ଭାରତର ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଭାରତ ଆଗାମୀ ଦିନରେ ରୁଷ୍‌ଠାରୁ ତୈଳ କ୍ରୟ କରିବ ନାହିଁ। ଏହି ବୟାନ ପରେ ରୁଷ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭାରତ ନିଜ ଆବଶ୍ୟକତା ଅନୁଯାୟୀ ଯେକୌଣସି ଦେଶରୁ ତୈଳ କିଣିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ।

    କ୍ରେମଲିନ୍‌ର କହିବା ଅନୁସାରେ, ଭାରତ ଅନ୍ୟ ଦେଶମାନଙ୍କଠାରୁ ତୈଳ ଆଣିବାର ପ୍ରୟାସ କେବେବି ନୂଆ କଥା ନୁହେଁ ଓ ଏହାକୁ ମସ୍କୋ ବିରୋଧୀ ପଦକ୍ଷେପ ଭାବେ ମଧ୍ୟ ଦେଖାଯାଉନାହିଁ। ଟ୍ରମ୍ପଙ୍କ ମତାନୁସାରେ, ଭାରତ–ଆମେରିକା ବାଣିଜ୍ୟ ଚୁକ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ରୁ ତୈଳ କ୍ରୟ ବନ୍ଦ କରିବାକୁ ଓ ଆମେରିକା ସହିତ ସମ୍ଭବତଃ ଭେନେଜୁଏଲାରୁ ଅଶୋଧିତ ତୈଳ କିଣିବାକୁ ସମ୍ମତି ଦେଇଛନ୍ତି।

    ଟ୍ରମ୍ପଙ୍କ ଏହି ଦାବି ପରେ କ୍ରେମଲିନ୍‌ ପ୍ରବକ୍ତା ଡିମିତ୍ରି ପେସ୍‌କୋଭ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରୁଷ୍‌ କେବେବି ଭାରତ ପାଇଁ ତୈଳ ଓ ପେଟ୍ରୋଲିୟମ ଉତ୍ପାଦର ଏକମାତ୍ର ଯୋଗାଣକାରୀ ରହିନଥିଲା। ଆନ୍ତର୍ଜାତିକ ଶକ୍ତି ବିଶେଷଜ୍ଞମାନେ ମଧ୍ୟ ଏହି କଥା ଭଲଭାବେ ଜାଣନ୍ତି ଯେ ଭାରତ ପୂର୍ବରୁ ମଧ୍ୟ ଅନେକ ଉତ୍ସରୁ ତୈଳ ଓ ପେଟ୍ରୋଲିୟମ ସାମଗ୍ରୀ କ୍ରୟ କରୁଥିଲା।

    ପେସ୍‌କୋଭ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରୁଷ୍‌ଠାରୁ ତୈଳ କ୍ରୟ ବନ୍ଦ କରିବା ସମ୍ପର୍କରେ ମସ୍କୋ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପାଇନାହିଁ। ପୂର୍ବ ଦିନ ମଧ୍ୟ ସେ ଏହି ମତ ପୁନରାବୃତ୍ତି କରିଥିଲେ ଓ କହିଥିଲେ ଯେ ଏନେଇ ନୂଆଦିଲ୍ଲୀ ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ।ଅନ୍ୟପକ୍ଷରେ ରୁଷ୍‌ର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିଆ ଜଖାରୋଭା ମଧ୍ୟ ଦୁଇ ଦେଶ ମଧ୍ୟରେ ଶକ୍ତି ସହଯୋଗର ସମର୍ଥନ କରିଥିଲେ। ଜଖାରୋଭା କହିଥିଲେ, ହାଇଡ୍ରୋକାର୍ବନ ବ୍ୟାପାର ଭାରତ ଓ ରୁଷ୍‌ ଉଭୟଙ୍କ ପାଇଁ ଲାଭଦାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ଜଖାରୋଭା କହିଥିଲେ କି ଭାରତ ଦ୍ବାରା ରୁଷ୍‌ ହାଇଡ୍ରୋକାର୍ବନ କିଣିବା ଦୁଇ ପକ୍ଷ ପାଇଁ ଲାଭଦାୟକ ହେବ ।

    ଏହା ବିଶ୍ବ ଶକ୍ତି ବଜାରରେ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବ। ଆମେ ଆମର ଭାରତୀୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ ଜାରି ରଖିବାକୁ ପ୍ରସ୍ତୁତ। ରୁଷ୍‌ର ଶକ୍ତି ବିଶ୍ଳେଷକମାନେ କହିଛନ୍ତି ଯେ, ଭାରତୀୟ ବିଶୋଧନାଗାରଗୁଡ଼ିକ ପାଇଁ ରୁଷ୍‌ର ଅଶୋଧିତ ତୈଳର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ସହଜ ହେବନାହିଁ। ରୁଷ୍‌ର ଜାତୀୟ ଶକ୍ତି ସୁରକ୍ଷା ପାଣ୍ଠିର ଇଗୋର ୟୁଶକୋଭ କହିଛନ୍ତି ଯେ ଆମେରିକା ମୁଖ୍ୟତଃ ହାଲୁକା ଗ୍ରେଡ୍‌ର ତୈଳ ରପ୍ତାନୀ କରିଥାଏ । ଅନ୍ୟପକ୍ଷରେ ରୁଷ ଭାରତୀୟ ରିଫାଇନାରୀଗୁଡ଼ିକ ଦ୍ୱାରା ବ୍ୟବହୃତ ଭାରୀ, ସଲଫର-ସମ୍ପୃକ୍ତ ୟୁରାଲ୍ସ ଅଶୋଧିତ ତୈଳ ଯୋଗାଣ କରେ। ଭାରତକୁ ଅନ୍ୟ ଗ୍ରେଡ୍ ସହିତ ଆମେରିକୀୟ ତୈଳ ମିଶ୍ରଣ କରିବାକୁ ପଡିବ, ଯାହା ଖର୍ଚ୍ଚ ବୃଦ୍ଧି କରିବ । ଏକ ସହଜରେ ବଦଳା ଯିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ୟୁଶକୋଭ ଆହୁରି କହିଛନ୍ତି ଯେ, ରୁଷ ପ୍ରତିଦିନ ଭାରତକୁ ୧.୫ ରୁ ୨ ନିୟୁତ ବ୍ୟାରେଲ ତୈଳ ପଠାଏ, ଆମେରିକା ସହଜରେ ଏତେ ପରିମାଣର ତୈଳ ପଠାଇ ପାରିବ ନାହିଁ । ଟ୍ରମ୍ପ ଏପରି କହି ଆମେରିକା ଏହାଦ୍ବାରା ଭାରତ ଓ ରୁଷ୍‌ଠାରୁ ସର୍ତ୍ତ ଜିତି ଯାଇଥିବା ଦର୍ଶାଇବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି । 

  • ଓଡ଼ିଆ ଯୁବ ନାବିକ ନିଖୋଜ, ପରିବାରରେ ଚିନ୍ତା: ସରକାରଙ୍କୁ ନିବେଦନ

    ଓଡ଼ିଆ ଯୁବ ନାବିକ ନିଖୋଜ, ପରିବାରରେ ଚିନ୍ତା: ସରକାରଙ୍କୁ ନିବେଦନ

    ଭଦ୍ରକ ଜିଲ୍ଲା କେଶପୁର ଅଞ୍ଚଳର ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଯାଇଥିବା ନେଇ ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଛି | ସାର୍ଥକ ମୁମ୍ବାଇରେ ଏକ ଜାହାଜ କମ୍ପାନୀରେ କାମ କରୁଥିଲେ |

    ପରିବାରରୁ ମିଳିଥିବା ଖବର ଅନୁଯାୟୀ, ସାର୍ଥକ ପ୍ରଥମେ ଚୀନରୁ ମରିସସ୍ ଯାଇଥିଲେ | ତାହା ପରେ ମରିସସ୍ ରୁ ଚୀନ ଫେରୁଥିବା ବେଳେ ଗତ ୨ ତାରିଖରୁ ତାଙ୍କର କୋଣସି ଖବର ମିଳି ନାହିଁ | ଶେଷଥର ୨ ତାରିଖରେ ସାର୍ଥକ ତାଙ୍କ ମାଆଙ୍କ ସହ ଫୋନରେ କଥା ହୋଇଥିଲେ | ସେହି ଦିନ ପରଠାରୁ ତାଙ୍କ ମୋବାଇଲ ନମ୍ବର ସୁଇଚ୍ ଅଫ୍ ଆସୁଛି | ୩ ତାରିଖ ପରେ ଜାହାଜ କମ୍ପାନୀ ପକ୍ଷରୁ ସାର୍ଥକ ନିଖୋଜ ଥିବା ଖବର ପରିବାରକୁ ଦିଆଯାଇଥିଲା |

    ପୁଅର ଏଭଳି ହଟାତ୍ ନିଖୋଜ ଘଟଣାରେ ସାର୍ଥକଙ୍କ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି | ଲୁହଭରା ଆଖିରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଜ ପୁଅକୁ ଶୀଘ୍ର ଖୋଜି ଆଣିବା ପାଇଁ ଅନୁରୋଧ କରିଛନ୍ତି | ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚିନ୍ତା ଓ ଉତ୍କଣ୍ଠା ଦେଖାଦେଇଛି | ପରିବାର ପକ୍ଷରୁ ସମ୍ପୃକ୍ତ ଜାହାଜ କମ୍ପାନୀ ସହ ଯୋଗାଯୋଗ କରାଯାଉଥିବା ବେଳେ, ଭାରତୀୟ ଦୂତାବାସ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଯୁବ ନାବିକଙ୍କ ସନ୍ଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଉଛି |

  • ୪ ମାସର ଭତ୍ତା ଅଟକିଲା; ବୃଦ୍ଧ ଦିବ୍ୟାଙ୍ଗଙ୍କ ଜୀବନଦାନରେ ଘାତ!

    ୪ ମାସର ଭତ୍ତା ଅଟକିଲା; ବୃଦ୍ଧ ଦିବ୍ୟାଙ୍ଗଙ୍କ ଜୀବନଦାନରେ ଘାତ!

    ୪ ମାସର ଭତ୍ତା ପାଇନାହାନ୍ତି ହିତାଧିକାରୀ। ବୃଦ୍ଧ ଦିବ୍ୟାଙ୍ଗଙ୍କ ହୃଦୟ ବିଦାରକ ଦୃଶ୍ୟ। ବାଲୁଗାଁ ଗ୍ରାମପଞ୍ଚାୟତରୁ ଆସିଥିବା ଶତାଧିକ ବୃଦ୍ଧ, ବୃଦ୍ଧା ଏବଂ ଦିବ୍ୟାଙ୍ଗ ହିତାଧିକାରୀ ଏଭଳି ଅଭିଯୋଗ ଆଣିଛନ୍ତି। ଭତ୍ତା ଟଙ୍କା ପାଇବାର ଆଶାରେ ଚାରି ମାସ ଧରି ଅପେକ୍ଷା କରୁଥିଲେ। ସରକାରୀ ଭତ୍ତା ସେମାନଙ୍କ ପାଇଁ ସାଧାରଣ ଟଙ୍କା ନୁହେଁ, ଦିନକୁ ଦୁଇବେଳି ଭୋଜନ ଓ ଔଷଧ ପାଉଥିବା ଜୀବନଦାନ। ଭତ୍ତା ଟଙ୍କା ନପାଇଥିବାରୁ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିଲେ ।

    ସେମାନଙ୍କ ଅଭିଯୋଗ, ବ୍ୟାଙ୍କ ମାଧ୍ୟମରେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଭତ୍ତା ଟଙ୍କା ଏବେ ଚାରି ମାସ ହେଲା ଖାତାକୁ ଆସିନାହିଁ। ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଜଣାଇଲେ ମଧ୍ୟ ଆଗାମୀ ମାସରେ ଆସିବ କହି ଫେରାଇ ଦେଉଛନ୍ତି ଅଧିକାରୀ। ଭତ୍ତା ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଦାବି କରିବା ସହ ଧାରଣାର ବସିଛନ୍ତି। ନୟାଗଡ ଜିଲ୍ଲପାଳ ମଧୁମିତା ରଥ ବୁଝାସୁଝା କରିବା ସହ ୧୦ ଦିନ ମଧ୍ୟରେ ସମସ୍ତଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣାରୁ ହଟିଥିଲେ ହିତାଧିକାରୀ।