Author: suchanatv24x7

  • ନୂଆପଡାରେ ମାରାଗୁଡା ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ସ୍ଥାନ ପରିବର୍ତ୍ତନ ନେଇ ଚର୍ଚ୍ଚା

    ନୂଆପଡା ମାରାଗୁଡା ଲୋକ ମହୋତ୍ସବ ପାଇଁ ସ୍ଥାନୀୟ ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡା ବିଧାୟକ ଜୟ ଢୋଲକିଆ, କଳାହାଣ୍ଡି ପୂର୍ବତନ ଏମପି ବସନ୍ତ ପଣ୍ଡା ତଥା ଜିଲ୍ଲାର ଅନେକ ଛାମୁଆ ନେତା ବୁଦ୍ଧିଜୀବୀ, ଆଇନ ଜୀବୀ ଯୋଗ ଦେଇ ନିଜର ବହୁମୂଲ୍ୟ ମତ ପ୍ରଦାନ କରିଥିଲେ।

    ସବୁଠାରୁ ବଡ ଚର୍ଚ୍ଚାର କଥାଥିଲା ମହୋତ୍ସବ ଅନୁଷ୍ଠିତ କେଉଁଠି ହେବ। କାରଣ ଥିଲା ଯେ ନୂଆପଡା ମିନିଷ୍ଟାଡିୟମରେ ଘାସ ପ୍ରତିରୋପଣ କରାଯାଉଛି। ଯଦି ସେଠି ମହୋତ୍ସବ ଅନୁଷ୍ଠିତ ହୁଏ ତେବେ ଘାସ ନଷ୍ଟ ହେଇଯିବାର ସମ୍ଭାବନା ଅଛି। ଏଣୁ ମହୋତ୍ସବ ଅନୁଷ୍ଠିତ କରିବାର ସ୍ଥାନ ନୂଆପଡା ସଦର ମହକୁମା ଠାରୁ ପାଞ୍ଚ କିଲୋମିଟର ଦୁରକୁ ନ୍ୟାସନାଲ କଲେଜ ପଡିଆକୁ ସ୍ତାନନ୍ତରଣ କାଯାଇଛି। ଏନେଇ ନୂଆପଡା ବାସି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

  • ସିଙ୍ଗାପୁରରୁ ଖାଲି ହାତେ ଫେରିଲେ ପରିବାର, ନିଖୋଜ ମର୍ଚ୍ଚାଣ୍ଟ ନାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ଖୋଜ ମିଳୁନି

    ସିଙ୍ଗାପୁରରୁ ଖାଲି ହାତେ ଫେରିଲେ ପରିବାର, ନିଖୋଜ ମର୍ଚ୍ଚାଣ୍ଟ ନାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ଖୋଜ ମିଳୁନି

    ନିଖୋଜ ଓଡିଆ ମର୍ଚ୍ଚାଣ୍ଟ ନାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରସାର୍ଥକଙ୍କର ଖୋଜଖବର ଏପର୍ଯ୍ୟନ୍ତ ମିଳିନଥିବାବେଳେ ପରିବାର ଲୋକେ ନିରାଶାରେ ସିଙ୍ଗାପୁରରୁ ଓଡ଼ିଶାକୁ ଫେରିଆସିଛନ୍ତି। ସିଙ୍ଗାପୁରରୁ ଖାଲି ହାତେ ଫେରିଲେ ପରିବାର। ସାର୍ଥକଙ୍କ ମାଆ ଓ ମାମୁ ତାଙ୍କୁ ଖୋଜିବା ପାଇଁ ସିଙ୍ଗାପୁର ଯାଇଥିଲେ। କିନ୍ତୁ ସେଠାରେ କୌଣସି ସୁତ୍ର ମିଳିନଥିବାରୁ ସେମାନେ ଆଜି ଓଡ଼ିଶାକୁ ଫେରିଛନ୍ତି। Biju Patnaik International Airportରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ ଆଖିରେ ଥିଲା ଅଶ୍ରୁ ଓ ଅନିଶ୍ଚିତତାର ଛାୟା।

    ଜାହାଜରେ ମିଳିଲା ନାହିଁ କୌଣସି ସନ୍ଦେଶ

    ଗତ ୧୫ ତାରିଖରେ ସାର୍ଥକ କାମ କରୁଥିବା ‘ଏମ୍.ଭି. ଇ.ଏ. ଜର୍ସି’ ନାମକ ଜାହାଜ ସିଙ୍ଗାପୁର ବନ୍ଦରରେ ଲାଗିବା ପରେ ପରିବାର ଲୋକେ ସେଠାକୁ ପହଞ୍ଚିଥିଲେ। ଡିଜି ସିପିଂର ଦୁଇ ଅଧିକାରୀଙ୍କ ସହଯୋଗରେ ଜାହାଜ ଭିତରେ ଯାଞ୍ଚ କରାଯାଇଥିଲା। କିନ୍ତୁ ସାର୍ଥକଙ୍କ ରୁମ୍‌ ବ୍ୟତୀତ ଅନ୍ୟ କୌଣସି ସ୍ଥାନ ଯାଞ୍ଚ କରିବାକୁ ଅନୁମତି ମିଳିନଥିବା ଅଭିଯୋଗ ହୋଇଛି। ପରିବାର ପକ୍ଷରୁ କୁହାଯାଇଛି ଯେ, ଜାହାଜ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ୍ କିମ୍ବା ଭଏଜ୍ ଡାଟା ରେକର୍ଡର (VDR) ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଯୋଗାଇ ନଥିଲେ। ଏହା ଘଟଣାକୁ ନେଇ ସନ୍ଦେହକୁ ଆହୁରି ଗଭୀର କରିଛି।

    ଓଡ଼ିଶାର ଧାମନଗର ବ୍ଲକ ଅନ୍ତର୍ଗତ କେଶପୁର ଗାଁ ର ସାର୍ଥକ ମହାପାତ୍ର ଗତ ଫେବ୍ରୁୟାରୀ ୩ତାରିଖରୁ ଜାହାଜରୁ ନିଖୋଜ ଅଛନ୍ତି। ଦୀର୍ଘ ସମୟ ହେଉଥିଲେ ମଧ୍ୟ ତାଙ୍କ ସନ୍ଦର୍ଭରେ କୌଣସି ପ୍ରମାଣିକ ସୂଚନା ମିଳିନାହିଁ। ସିଙ୍ଗାପୁରରେ କୌଣସି ସଫଳତା ନ ମିଳିବାରୁ ପରିବାର ଲୋକେ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରୁଛନ୍ତି। ସେମାନଙ୍କ ଅନୁରୋଧ ଘଟଣାର ଉଚ୍ଚସ୍ତରୀୟ ଓ ସ୍ବତନ୍ତ୍ର ତଦନ୍ତ କରାଯାଇ ସାର୍ଥକଙ୍କ ଖୋଜଖବର ଶୀଘ୍ର ମିଳିବାକୁ ବ୍ୟବସ୍ତା କରାଯାଉ।

    ପରିବାର ଏପର୍ଯ୍ୟନ୍ତ ଆଶା ଛାଡ଼ିନାହାନ୍ତି, କିନ୍ତୁ ସମୟ ବିତିବା ସହ ସେମାନଙ୍କ ଚିନ୍ତା ଆହୁରି ବଢ଼ିଚାଲିଛି।

  • ମଣ୍ଡିରେ ଅଟକିଲା ହଜାର କୁଇଣ୍ଟାଲ ଧାନ: ଟୋକନ୍ ପାଇ ମଧ୍ୟ ଅପେକ୍ଷାରେ ଚାଷୀ, ଧାରଣାରେ ସମର୍ଥନ ଦେଲା ବିଜୁ ଜନତା ଦଳ

    ମଣ୍ଡିରେ ଅଟକିଲା ହଜାର କୁଇଣ୍ଟାଲ ଧାନ: ଟୋକନ୍ ପାଇ ମଧ୍ୟ ଅପେକ୍ଷାରେ ଚାଷୀ, ଧାରଣାରେ ସମର୍ଥନ ଦେଲା ବିଜୁ ଜନତା ଦଳ

    ମଣ୍ଡିରୁ ଉଠୁନି ଧାନ। କେନ୍ଦ୍ରାପଡା ଜିଲ୍ଲା ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ବିଭିନ୍ନ ପାକ୍ସରୁ ଧାନ ଉଠାଣିରେ ବିଳମ୍ବ ହେଉଥିବା ଅଭିଯୋଗ ନେଇ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଥିବା ବେଳେ ଚାଷୀମାନେ ଦିନରାତି ଧାନ ବସ୍ତା ଜଗିବାକୁ ବାଧ୍ୟ ହେଉଛନ୍ତି।

    ଚାଷୀମାନଙ୍କ କହିବା ଅନୁଯାୟୀ, ଜାନୁଆରୀ ମାସରୁ ଟୋକନ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଲରମାନେ ଧାନ ଉଠାଇନାହାନ୍ତି। ଫଳରେ ଶହଶହ ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଛି। ଜରିପାଲ ବାନ୍ଧି ରକ୍ଷା କରାଯାଉଥିବା ସତ୍ତ୍ୱେ ଗାଈ-ଗୋରୁ ଓ ମୂଷା ଧାନ ନଷ୍ଟ କରୁଥିବା ଅଭିଯୋଗ ଆସିଛି। ଆଳି ବ୍ଲକର ନୂଆଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି।

    ଜାନୁଆରୀ ୯ ତାରିଖରେ ମଣ୍ଡି ଉଦଘାଟନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ ୧୮୦୦ କୁଇଣ୍ଟାଲ ଧାନ ଉଠାଯାଇଛି। ଅଧିକରେ ୬୦୦ କୁଇଣ୍ଟାଲ ଧାନ ମଣ୍ଡିରେ ପଡିରହିଛି। ଏହି ସମବାୟ ସମିତିର ୨୦୬ ଜଣ ଚାଷୀ ଧାନ ଦେବା ପାଇଁ ଟୋକନ ପାଇଥିଲେ ମଧ୍ୟ ୧୪ ଦିନ ହେବ ମିଲର ଆସୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ବାରମ୍ବାର ପ୍ରଶାସନଙ୍କୁ ଅଭିଯୋଗ କରିବା ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ଚାଷୀମାନେ ମଣ୍ଡି ସମ୍ମୁଖରେ ଧାରଣାରେ ବସିଛନ୍ତି। ବିଜୁ ଜନତା ଦଳର କିଛି ନେତାମାନେ ମଧ୍ୟ ଚାଷୀମାନଙ୍କ ସହ ଧାରଣାରେ ସମର୍ଥନ ଜଣାଇଛନ୍ତି।

    ଚାଷୀମାନଙ୍କ ଦାବି ହେଉଛି, ମଣ୍ଡିରେ ପଡିରହିଥିବା ଧାନକୁ ଶୀଘ୍ର ଉଠାଇବା ସହ ଅତିରିକ୍ତ ୫ ହଜାର କୁଇଣ୍ଟାଲ ଧାନ କ୍ରୟ ଟାର୍ଗେଟ୍ ଦିଆଯାଉ, ଯାହା ଫଳରେ ସେମାନେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ।

  • କେନ୍ଦୁଝରରେ ପୋଷାକ ଶିଳ୍ପ ଓ ଡାଟା ସେଣ୍ଟରର ଭିତି ପ୍ରସ୍ତର ସ୍ଥାପନ

    କେନ୍ଦୁଝର ରେ ତିଆରି ହେବ ପୋଷାକ ଶିଳ୍ପ ଓ ଡାଟା ସେଣ୍ଟର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କରକମଳରେ କେନ୍ଦୁଝର ଜିଲ୍ଲାରେ ପୋଷାକ ଶିଳ୍ପ (Apparel Industry) ଓ ଡାଟା ସେଣ୍ଟରର ଭିତି ପ୍ରସ୍ତର ସ୍ଥାପନ ହୋଇଛି। ଆଜି ଦିନ ୧୧ ଟା ୪୫ ସମୟରେ ବଳଭଦ୍ରପୁର ଗାଁରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ପୋଷାକ ଶିଳ୍ପ ଓ ଡାଟା ସେଣ୍ଟର ର ଭିତି ପ୍ରସ୍ଥ ସ୍ଥାପନ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ପ୍ରଥମେ ମା ତାରେଣୀ ଓ ବଳଦେବଜୀଉଙ୍କ ଫଟ ଚିତ୍ର ରେ ପ୍ରଦ୍ବୀପ ପ୍ରଜ୍ବଳନ ଓ ପୁଷ୍ପ ଦେଇ ଭିତି ପ୍ରସ୍ତର ସ୍ଥାପନ ଉତ୍ସବ ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସାଂସଦ ଅନନ୍ତ ନାଏକ, ତେଲକୋଇ ଓ ପାଟଣାର ବିଧାୟକମାନେ ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା ଏବଂ ପରିୟୋଜନା ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ରିମୋଟ ମାଧ୍ୟମରେ ଭିତି ପ୍ରସ୍ତର ସ୍ଥାପନ କରିଥିଲେ।

    ପ୍ରଥମେ ଜୟ ମା ତାରିଣୀ ଜୟ ଜଗନ୍ନାଥ ଜୟ ବଳଦେବଜୀଉ କହି ନିଜର ଭାଷଣ ଆରମ୍ଭ କରିଥିଲେ ।
    ମୁଖ୍ୟମନ୍ତ୍ରୀ କହିଥିଲେ ଆଜି ଅମ ସମସ୍ତ ଙ୍କ ପାଇଁ ଏକ ଐତିହିସିକ ଦିନ I ମୋ ଜନ୍ମ ମାଟିର କର୍ମ ମାଟିର ବିକାଶ ପାଇଁ ମୁଁ ଆଜି ଆସିଛି । ଏଠି ଅଛ ଖଣି , ପାଣି ଓ ମା ବୈତରଣୀ । ବିପ୍ଳବୀ ଧରଣୀ ଆମ ସହ ଅଛନ୍ତି ଆମ ମା ତାରିଣୀ । ଆମ କେନ୍ଦୁଝର ସୁନାର କେନ୍ଦୁଝର ହେବ । ସମସ୍ତେ ଏକତ୍ରୀତ ହୋଇ କାମ କରିବା କୁ ଆହ୍ଵାନ ଦେଇଥିଲେ ।

    ଆଜି ପରେ ବର୍ଷକୁ ୨୪ ଲକ୍ଷ ଟଙ୍କାର ପୋଷାକ ତିଆରି ହେବ ୧୨୦୦ ମହିଳା ଏଠି ନିଯୁକ୍ତି ପାଇବେ । ଆଜି ସମୟ ବଦଳିଛି , ଏଠି textile park , aparel center ,warehouse , Data center ଆଦି ଅନେକ project ସରକାର ହାତକୁ ନେଇଛନ୍ତି । ଆମ ଜିଲ୍ଲାକୁ ପୂର୍ବରୁ ଅନେକ ଅବହେଳା କରାଯାଇଛି I ଆପଣ ମାନଙ୍କର ଭଲ ପାଇବା ଆଶିବାଦ ପାଇଁ ଆଜି ଏହି ସୁଯଗ ଆସିଛି | କେବଳ ଷ୍ଟିଲ ଷ୍ଟାଣ୍ଟ କି ଆଇରନ ଭିତିକ ଶିଳ୍ପ ବାଦ ଅନେକ ଅନ୍ୟାନ୍ୟ ଶିଳ୍ପ ମଧ୍ୟ ଏ ଜିଲ୍ଲାରେ ହେବ | ସୁଟର , କୋଇମ୍ପାଟୁର ଆଦି ରେ ପୋଷକ ଶିଳ୍ପ କୁ ଓଡ଼ିଆ ମାନେ ଚଲାଉଛନ୍ତି । ସେମାନେ ଏବେ ଏଠି କାମ ପାଇବେ । ଓଡ଼ିଆ ମାନେ କାମ ଛାଡି ଦେଲେ ପୋଷକ ଶିଳ୍ପ ବନ୍ଧ ହୋଇଯିବ |

    ଆମ ରାଜ୍ୟ ର ସବୁଠାରୁ ଶକ୍ତିଶାଳୀ ଡାଟା ସେଣ୍ଟର ଏଠାରେ ହେବ ଯଦି କୌଣସି କାରଣ ରୁ ଭୁବନେଶ୍ଵର ର ଡାଟା ସେଣ୍ଟର ରୁ ଡାଟା ଉଡିଯିବ ତେବେ ଏହି ଡାଟା ସେଣ୍ଟର ସବୁ ଡାଟା ଯୋଗାଇ ଦେବ , ସେଠାରେ ଯାହା ଡାଟା ରହିବ ତାହା ଏଠାରେ ମଧ୍ୟ ଷ୍ଟୋର ହୋଇ ରହିବ । ଯଦି କେହି ଆକ୍ରମଣ କରିବାକୁ ଯୋଜନା ରଖିଥିବା ତାହା ଏହି ସେଣ୍ଟର୍ ଆଗୁଆ ଚିହ୍ନଟ କରି ପ୍ରାକୃତିକ ଦୁର୍ବିପାକରୁ ସମୟରେ ଏହା ଆଗୁଆ ସୁଚନା ଯୋଗାଇ ଦେବ ।

  • ବେଙ୍ଗାଲୁରୁ ନିକଟରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ

    ବେଙ୍ଗାଲୁରୁ ନିକଟରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ

    ବେଙ୍ଗାଲୁରୁ ନିକଟରେ ହୋସକୋଟ୍‌- ଦୋବ୍ସପେଟ ରାସ୍ତାରେ ଶୁକ୍ରବାର ସକାଳେ ଘଟିଛି ଏକ ଭୟଙ୍କର ଘଟଣା | ସେହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସ ସୂଚନା ଅନୁସାରେ, ଦ୍ରୁତଗତିରେ ଯାଉଥିବା ଏକ ଏସ୍‌ୟୁଭି କାର୍ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ମଟୋରସାଇକେଲକୁ, ତାପରେ ଏକ କ୍ୟାଣ୍ଟର ଟ୍ରକ୍ କୁ ଧକ୍କା ଦେଇଥିଲା । ସେଥିପରେ ସେହି କାର୍ ଅନ୍ୟ ଏକ ଯାନ ସହିତ ମଧ୍ୟ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଏସ୍‌ୟୁଭି ଭିତରେ ଥିବା ୬ ଜଣ ଯାତ୍ରୀ ଏବଂ ମୋଟରସାଇକେଲ ଚାଳକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

    ପ୍ରାଥମିକ ଖବର ଅନୁସାରେ, ମୃତକମାନେ ବେଙ୍ଗାଲୁରୁର କୋଥାନୁର ଅଞ୍ଚଳର ବାସିନ୍ଦା ବୋଲି ସନ୍ଦେହ କରାଯାଉଛି | ତଥାପି ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ | ଘଟଣାସ୍ଥଳରୁ ମୃତଦେହଗୁଡିକୁ ଉଠାଇ ହୋସକୋଟ ସରକାରୀ ହସ୍ପିଟାଲ‌କୁ ପଠାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି ।

  • ବେଙ୍ଗାଳୁରୁରେ ପୁଣି କ୍ରିକେଟ୍‌ ଉତ୍ସବ, ଚିନ୍ନାସ୍ବାମୀରେ ଆଇପିଏଲ୍‌ ଆୟୋଜନ ନେଇ ସଙ୍କେତ

    ବେଙ୍ଗାଳୁରୁରେ ପୁଣି କ୍ରିକେଟ୍‌ ଉତ୍ସବ, ଚିନ୍ନାସ୍ବାମୀରେ ଆଇପିଏଲ୍‌ ଆୟୋଜନ ନେଇ ସଙ୍କେତ

    ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ପୁଣି କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ଗ୍ରେଟର୍‌ ବେଙ୍ଗାଳୁରୁ ପ୍ରାଧୀକରଣର ମୁଖ୍ୟ ମହେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ସରକାରୀ କମିଟିର ସୁପାରିସ୍‌ ପରେ ରାଜ୍ୟ କ୍ୟାବିନେଟ୍‌ ଗୁରୁବାର ମ୍ୟାଚ୍‌ ପୁନରାରମ୍ଭକୁ ମଞ୍ଜୁରି ଦେଇଛି।

    ଜାନୁଆରି ୧୭ ତାରିଖରେ ଗୃହ ବିଭାଗ ପକ୍ଷରୁ ସର୍ତ୍ତସାପେକ୍ଷ ଅନୁମତି ମିଳିଥିଲା। ଏହା ଫଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଏଠାରେ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ କରିପାରିବ। ଗତ ବର୍ଷ ଜୁନ ୪ରେ ଆର୍‌ସିବିର ଆଇପିଏଲ୍‌ ବିଜୟ ଉତ୍ସବ ବେଳେ ଷ୍ଟାଡିୟମ୍‌ ବାହାରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣାପରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ (କେଏସ୍‌ସିଏ)କୁ କର୍ଣ୍ଣାଟକ ସରକାର ମ୍ୟାଚ୍‌ ଆୟୋଜନ କରିବାକୁ ବାରଣ କରିଥିଲେ।ଯେଉଁଥିରେ ୧୧ ଜଣଙ୍କର ଜୀବନ ଯାଇଥିଲା। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୬ରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ ଆରମ୍ଭ ହେବାର ସମ୍ଭାବନ ରହିଛି। ପାରମ୍ପରିକ ଭାବରେ ଉଦ୍‌ଘାଟନୀ ଉତ୍ସବ ଓ ସଂସ୍କରଣର ପ୍ରଥମ ମ୍ୟାଚ୍‌‌ ଆୟୋଜନ ଅଧିକାର ବିଜେତା ଦଳକୁ ମିଳିଥାଏ।

  • ଭାଲୁ ଭୟରେ ଗାଁ ଥରହର, ରାତି ହେଲେ ବାହାରୁନାହାଁନ୍ତି ଲୋକେ

    ଭାଲୁ ଭୟରେ ଗାଁ ଥରହର, ରାତି ହେଲେ ବାହାରୁନାହାଁନ୍ତି ଲୋକେ

    ସନ୍ଧ୍ୟା ହେଲେ ଗାଁ ରାସ୍ତାରେ ଭାଲୁ ଝୁଣ୍ଡର ଆତଙ୍କ। ଘଟଣାଟି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ସମୀପସ୍ଥ ଅଳତି ଓ ବେଲସୁନ୍ଦରୀ ଗ୍ରାମର। ସ୍ଥାନୀୟ ଲୋକଙ୍କ ବାଡ଼ି ବଗିଚାରେ ଫଳୁଥିବା ଫଳ ଖାଇବା ଲୋଭରେ ସନ୍ଧ୍ୟା ପଡ଼ିଲେ ଭାଲୁ ଝୁଣ୍ଡ ଗାଁ ଭିତରକୁ ପ୍ରବେଶ କରୁଛି। ଏଣେତେଣେ ଦୌଡ଼ାଦୌଡ଼ି କରିବା ସହ ଗଛରେ ଚଢ଼ି ବରକୋଳି ଓ ବେଲ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଭୟଭୀତ ଗ୍ରାମବାସୀ ରାତି ୮ଟା ପରେ ଘରୁ ବାହାରୁନାହାଁନ୍ତି ଏବଂ ପରିସ୍ଥିତିକୁ ଅସୁରକ୍ଷିତ ଭାବୁଛନ୍ତି।

    ଗତକାଲି ରାତି ୯ଟା ସମୟରେ ଅଳତି ଗ୍ରାମର ମଦନମୋହନ ବରାଳ ଏବଂ ରଶ୍ମୀ ମହାରଣାଙ୍କ ଅଗଣାରେ ଥିବା ବେଲ,ବରକୋଳି ଖାଇବା ପରେ ବେଲସୁନ୍ଦରି ଗାଁ ମୁହାଁ ହୋଇ ଥିଲେ ପାଞ୍ଚଟି ଭାଲୁ । ଭାଲୁ ହିଂସ୍ର ବନ୍ୟ ଜନ୍ତୁ ହୋଇଥିବାରୁ ତାକୁ ଦେଖିଲେ ତା ଠାରୁ ଦୁରେଇ ରହିବା ସହ ତାଙ୍କୁ ତା ବାଟରେ ଯିବାକୁ ଦେବାକୁ ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି। ଆବଶ୍ୟକ ସ୍ଥଳେ ଭାଲୁ ଠାରୁ ଦୂରେଇ ରହିବା ସହ ଯଦି  ଘଉଡାଇବାକୁ ଦରକାର ପଡେ ସ୍ଥାନିୟ ବନକର୍ମଚାରିଙ୍କ ସାହାର୍ଯ୍ୟ ନେବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

  • ନିର୍ବାସନରୁ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ: ତାରିକ ରହମାନ୍‌ଙ୍କୁ ମୋଦୀଙ୍କ ଶୁଭେଚ୍ଛା

    ନିର୍ବାସନରୁ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ: ତାରିକ ରହମାନ୍‌ଙ୍କୁ ମୋଦୀଙ୍କ ଶୁଭେଚ୍ଛା

    ବାଂଲାଦେଶରେ ତାରିକ୍‌ ରହମାନଙ୍କ ନେତୃତ୍ୱାଧୀନ ବିଏନ୍‌ପି ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଶେଖ୍‌ ହସିନା ଗାଦିଚ୍ୟୁତ ହେବା ପରେ ଦେଶରେ ପ୍ରଥମଥର ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମତଦାନ ସମାପ୍ତି ପରେ ଭୋଟ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

    ଫଳାଫଳରେ ବିଏନ୍‌ପିର ସ୍ପଷ୍ଟ ଅଗ୍ରଗତି ଦେଖାଯାଉଥିବାରୁ ତାରିକ୍‌ ରହମାନଙ୍କ ଆଗାମୀ ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ବୋଲି ମନେ କରାଯାଉଛି। ବିଏନ୍‌ପିର ଏହି ସଫଳତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାରିକ୍‌ ରହମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ କହିଛନ୍ତି, ଏହି ବିଜୟ ବାଂଲାଦେଶର ଲୋକଙ୍କର ତାଙ୍କ ନେତୃତ୍ବ ପ୍ରତି ବିଶ୍ବାସକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ସର୍ବଦା ଏକ ଗଣତାନ୍ତ୍ରିକ, ପ୍ରଗତିଶୀଳ ଏବଂ ଅନ୍ତର୍ଭୁକ୍ତ ବାଂଲାଦେଶର ସମର୍ଥନରେ ରହିବ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତ-ବାଂଲାଦେଶ ବହୁମୁଖୀ ସମ୍ପର୍କକୁ ଆହୁରି ମଜଭୁତ କରିବା ଏବଂ ଉଭୟ ଦେଶର ସହଭାଗୀ ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ସେ ତାରିକ ରହମାନଙ୍କ ସହ କାମ କରିବାକୁ ଅପେକ୍ଷା କରିଛନ୍ତି। ତାରିକ୍‌ ୧୭ ବର୍ଷ ନିର୍ବାସନରେ ବ୍ରିଟେନରେ ରହିବା ପରେ ବାଂଲାଦେଶ ଫେରିଥିବାବେଳେ ଉଭୟ ଢାକା-୧୭ ଓ ବୋଗୁରା-୬ ଆସନରୁ ବିଜୟୀ ହୋଇଥିବା ନିର୍ବାଚନ କମିଶନଙ୍କ ଅନୌପଚାରିକ ଫଳାଫଳରୁ ଜଣାପଡ଼ିଛି ।

    ଆମେରିକା ମଧ୍ୟ ରହମାନଙ୍କୁ ତାଙ୍କର ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛି । ବାଂଲାଦେଶରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ବ୍ରେଣ୍ଟ ଟି କ୍ରିଷ୍ଟେନସେନ୍ ‘ଏକ୍ସ’ ରେ ସଫଳତାର ସହିତ ନିର୍ବାଚନ ଅନୁଷ୍ଠିତ ହେବା ବାଂଲାଦେଶର ଜନସାଧାରଣଙ୍କୁ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ତାରିକ ରହମାନଙ୍କୁ ତାଙ୍କର ଐତିହାସିକ ବିଜୟ ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଦୁଇ ଦେଶର ସମୃଦ୍ଧି ଏବଂ ସୁରକ୍ଷା ପାଇଁ ଆପଣଙ୍କ ସହିତ କାମ କରିବାକୁ ଆମେରିକା ଆଗ୍ରହୀ ବୋଲି କହିଛନ୍ତି । ବିଏନପି ନିର୍ବାଚନ କମିଟି ମୁଖପାତ୍ର ମହଦି ଅମିନ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଦଳ ଅତି କମରେ ଦୁଇ-ତୃତୀୟାଂଶ ଆସନ ଜିତିବା ଦିଗରେ ବଢ଼ୁଛି, ସେ ଆହୁରି ମଧ୍ୟ କହିଛନ୍ତି ଯେ ତାରିକ ରହମାନ ଯେଉଁ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେ ଦୁଇଟି ଆସନ ଜିତିଛନ୍ତି। ବାଂଲାଦେଶରେ ୩୦୦ ଆସନରୁ ଗତକାଲି ୨୯୯ ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା ।

  • ୮୬ ବର୍ଷରେ ପରଲୋକଗମନ କଲେ କଂଗ୍ରେସର ପୁରୁଖା ନେତା କାହ୍ନୁ ଚରଣ ଲେଙ୍କା

    ୮୬ ବର୍ଷରେ ପରଲୋକଗମନ କଲେ କଂଗ୍ରେସର ପୁରୁଖା ନେତା କାହ୍ନୁ ଚରଣ ଲେଙ୍କା

    ପରଲୋକଗମନ କଲେ କଂଗ୍ରେସର ଜ୍ୟେଷ୍ଠ ନେତା କାହ୍ନୁ ଚରଣ ଲେଙ୍କା । ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତାର କାରଣରେ କିଛି ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ଦେହାନ୍ତରେ ଓଡ଼ିଶାର ରାଜନୀତିକ ମଞ୍ଚରେ ଗଭୀର ଶୋକର ଛାୟା ପଡ଼ିଛି।

    ୧୯୩୯ ମସିହାରେ ଜନ୍ମିତ ଲେଙ୍କା ୧୯୫୭ରେ କଂଗ୍ରେସ ଦଳରେ ଯୋଗଦେଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ୧୯୮୮ରୁ ୧୯୯୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟରତ ଥିଲେ। କେନ୍ଦ୍ର ସରକାରରେ ରେଳ ଓ କୃଷି ବିଭାଗରେ ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିଭାଇଥିଲେ।

    ୧୯୯୫ ମସିହାର ବିଧାନସଭା ନିର୍ବାଚନରେ ଚୌଦ୍ୱାର ଆସନରୁ ବିଜୟୀ ହୋଇଥିଲେ। ଓଡ଼ିଶା ରାଜନୀତିରେ ତାଙ୍କର ଦୀର୍ଘ ଓ ସମୃଦ୍ଧ ଯୋଗଦାନ ସଦା ସ୍ମରଣୀୟ ରହିବ।

  • ବ୍ରିଟିଶ ରାଜ ପ୍ରତୀକାତ୍ମକ ରିକ୍ସା

    ବ୍ରିଟିଶ ରାଜ ପ୍ରତୀକାତ୍ମକ ରିକ୍ସା

    ହାତ ଟାଣିବା ରିକ୍ସାର ଇତିହାସ ଜାପାନରୁ ଆରମ୍ଭ ହୋଇଛି। ଏହି ରିକ୍ସାଗୁଡ଼ିକୁ ଚୀନ୍ ବ୍ୟବସାୟୀମାନେ କୋଲକାତାରେ ପ୍ରଚଳନ କରିଥିଲେ, ଯେଉଁମାନେ ସେତେବେଳର ଘୋଡା ଏବଂ ଅନ୍ୟାନ୍ୟ ପରିବହନର ଉପାୟ ବଦଳାଇ ନିଜସ୍ୱ ପରିବହନର ମାଧ୍ୟମ ଭାବରେ ବ୍ୟବହାର କରୁଥିଲେ। ପରେ, 19 ଶତାବ୍ଦୀରେ, ବ୍ରିଟିଶମାନେ ହ୍ୟାକନି କ୍ୟାରେଜ୍ ଆଇନ ସହିତ ସ୍ଥାନୀୟ ପରିବହନ ଭାବରେ ସେମାନଙ୍କର ବ୍ୟବହାରକୁ ଆନୁଷ୍ଠାନିକ କରିଥିଲେ।

    ଏହି ମାନବ-ଚାଳିତ ପରିବହନଗୁଡ଼ିକ ବ୍ରିଟିଶ ରାଜର ପ୍ରତୀକ ହୋଇଗଲା।

    ଏଗୁଡ଼ିକୁ ଧନୀ ବାବୁମାନେ ବ୍ୟବହାର କରୁଥିଲେ, ଯେଉଁମାନେ ଘୋଡା ଟାଣିବା ଗାଡ଼ି ଏବଂ ପାଲକି ଅପେକ୍ଷା ରିକ୍ସାକୁ ପସନ୍ଦ କରୁଥିଲେ। ରିକ୍ସା ମାଲିକ ହେବା କୋଲକାତାର ଧନୀ ଏବଂ ତଥାକଥିତ ଉଚ୍ଚବର୍ଗଙ୍କ ପାଇଁ ଏକ ସ୍ଥିତି ପ୍ରତୀକ ଥିଲା।
    ସେମାନଙ୍କର ପିଲାମାନେ ଗର୍ବର ସହିତ ନିଜସ୍ୱ ରିକ୍ସା ଚଲାଇ ସ୍କୁଲକୁ ଯାଉଥିଲେ ଯେତେବେଳେ ସେମାନଙ୍କର କମ୍ ସୁବିଧାପ୍ରାପ୍ତ ବନ୍ଧୁମାନେ ସ୍କୁଲକୁ ଯାଉଥିଲେ। ଏହି ରିକ୍ସାଗୁଡ଼ିକ ପିଢ଼ି ପିଢ଼ିକୁ ସ୍କୁଲ ଏବଂ କଲେଜକୁ ନେଇଆସିଛନ୍ତି। ଏଗୁଡ଼ିକୁ ଏବେ ପରିହାର କରାଯାଉଛି କାରଣ ଏଗୁଡ଼ିକ ସେମାନଙ୍କର ଆଧୁନିକ ସମକକ୍ଷମାନଙ୍କ ପରି ଦ୍ରୁତ ନୁହେଁ। କିଛି ଲୋକ ଏବେ ବି ପୁରୁଣା ପଥରେ ଯାତ୍ରା କରନ୍ତି, ଯେପରି ସେମାନେ କରୁଥିଲେ, କିନ୍ତୁ ସେମାନଙ୍କର ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି।

    ସ୍ୱାଧୀନତା ପରେ, ଏହି ରିକ୍ସାଗୁଡ଼ିକ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ପରିବହନର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିଥିଲା। ଆପଣ ଏବେ ବି ଏହି ରିକ୍ସାଗୁଡ଼ିକୁ କୋଲକାତାର ପୁରୁଣା ଅଞ୍ଚଳ ଯେପରିକି ଏସ୍ପ୍ଲାନେଡ୍, ପାର୍କ ସର୍କସ୍ ଏବଂ ଶାମ୍ବାଜାରର ପୁରୁଣା ରାସ୍ତା ଏବଂ ଗଳି ଦେଇ ଲୋକ ଏବଂ ସାମଗ୍ରୀ ପରିବହନ କରୁଥିବା ଦେଖିପାରିବେ, ଯେଉଁଠାରେ ଲୋକମାନେ ସେମାନଙ୍କୁ ସେମାନଙ୍କର ଦୈନନ୍ଦିନ କାମ ପାଇଁ ବ୍ୟବହାର କରନ୍ତି।

    ତଥାପି, ଏହି ରିକ୍ସାଗୁଡ଼ିକ ଆଜି ଦୁଇଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଗୁଡ଼ିକୁ ବନ୍ଦ କରିବା ପାଇଁ ନିରନ୍ତର ଚାପ ରହିଛି କାରଣ ଏଗୁଡ଼ିକ ଡ୍ରାଇଭରମାନଙ୍କୁ ଶାରୀରିକ କ୍ଷତି ପହଞ୍ଚାଏ। ଦ୍ୱିତୀୟତଃ, ସାଇକେଲରୁ ବର୍ତ୍ତମାନର ବ୍ୟାଟେରୀ ଚାଳିତ ରିକ୍ସା ପ୍ରକାରକୁ ରିକ୍ସାର ବିବର୍ତ୍ତନ। ଉଭୟ ଦ୍ରୁତ ଏବଂ ଚାଳକମାନଙ୍କ ଉପରେ କମ୍ କିମ୍ବା କୌଣସି ଶାରୀରିକ ଚାପ ନାହିଁ। ଏହି ଅବଶେଷ, ଯାହା ଧୀରେ ଧୀରେ ସହରର ଅଧିକାଂଶ ଅଞ୍ଚଳରୁ ଅଦୃଶ୍ୟ ହୋଇଗଲାଣି, ଏବେ ବି ସେମାନଙ୍କର ବଞ୍ଚିବା ପାଇଁ ଲଢ଼ୁଛି। ଏହି ହାତ ଟଣା ରିକ୍ସାଗୁଡ଼ିକ ବିନା କୋଲକାତା କଳ୍ପନା କରାଯାଇପାରିବ ନାହିଁ କାରଣ ଏଗୁଡ଼ିକ ସହରର କାହାଣୀରେ ବୁଣା ହୋଇଛି।

    Story by Sombit Das , Kolkata