Author: suchanatv24x7

  • ଦ୍ବିତୀୟ ବିବାହ କ୍ରିକେଟର୍‌ମାନେ: ଧାୱନ ଓ ଅନ୍ୟଙ୍କ ଜୀବନ ଶୈଳୀ

    ଦ୍ବିତୀୟ ବିବାହ କ୍ରିକେଟର୍‌ମାନେ: ଧାୱନ ଓ ଅନ୍ୟଙ୍କ ଜୀବନ ଶୈଳୀ

    ଶିଖର ଧାୱନଙ୍କ ଦ୍ବିତୀୟ ବିବାହ ଆୟର୍ଲାଣ୍ଡ୍‌ର ସୋଫି ସାଇନଙ୍କ ସହ ହେବା ପରେ ମଧ୍ୟ ଚର୍ଚ୍ଚା ଚାଲିଛି। ଯଦିଓ ଏହା ତାଙ୍କ ପାଇଁ ନୂଆ, କିନ୍ତୁ ଭାରତୀୟ କ୍ରିକେଟର୍‌ଙ୍କ ପାଇଁ ଦ୍ବିତୀୟ ବିବାହ କାର୍ଯ୍ୟ ଅପରିଚିତ ନୁହେଁ।

    ବିନୋଦ କାମ୍ବଲୀ, ଜଭାଗାଲ ଶ୍ରୀନାଥ, ମହମ୍ମଦ ଆଜାରୁଦ୍ଦିନ୍‌, ଅନିଲ କୁମ୍ବଲେ, ଦିନେଶ କାର୍ତିକ, ଆରୁଣ ଲାଲ, ଯୋଗରାଜ ସିଂହ, ମନୋଜ ପ୍ରଭାକର ପୂର୍ବରୁ ଦ୍ବିତୀୟ ବିବାହ କରିଥିବାର ଦୃଷ୍ଟାନ୍ତ ରହିଛି। ହାର୍ଦିକ ପାଣ୍ଡ୍ୟା, ଯୁଜ୍‌ବେନ୍ଦ୍ର ଚହଲ ପରେ ଏହି ତାଲିକାକୁ ଅଧିକ ବୃହତ କରିପାରିବେ।

    ବିଶ୍ୱ କ୍ରିକେଟର୍‌ମାନଙ୍କ ମଧ୍ୟରୁ ଇମ୍ରାନ୍‌ ଖାନ୍‌, ସନଥ ଜୟସୁରିୟା, ମାହେଲା ଜୟବର୍ଦ୍ଧନେ, ତିଲକରତ୍ନେ ଦିଲସାନ୍‌, ସୋଏବ ମଲ୍ଲିକ, ସୁନିଲ ନାରାୟଣ, ବ୍ରେଟ୍‌ ଲି, ଜଣ୍ଟି ରୋଡ୍ସ, ଗ୍ଲେନ୍‌ ମ୍ୟାକ୍‌ଗ୍ରା ପ୍ରମୁଖଙ୍କ ମଧ୍ୟରେ ଦ୍ବିତୀୟ ବିବାହ କରିଥିବା ଦୃଷ୍ଟାନ୍ତ ରହିଛି। ସୋଏବ ମଲ୍ଲିକ ଓ ଇମ୍ରାନ୍‌ ଖାନ୍‌ ୩ଥର ବିବାହ କରିଥିବାର ନିଜସ୍ୱ ଉଦାହରଣ ଦେଇଛନ୍ତି।

  • ବିଳମ୍ବିତ ରାତିରେ ଭୋଜନ: ସ୍ୱାସ୍ଥ୍ୟ ପାଇଁ ହାନିକାରକ?

    ବିଳମ୍ବିତ ରାତିରେ ଭୋଜନ: ସ୍ୱାସ୍ଥ୍ୟ ପାଇଁ ହାନିକାରକ?

    ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ବହୁତ ଲୋକ ଡେରିରେ ଘରକୁ ଫେରିବା, କାର୍ଯ୍ୟଚାପ, କ୍ଲବ୍‌ ଓ ମନୋରଞ୍ଜନ ପରେ ରାତ୍ରିରେ ବହୁ ଡେରିରେ ଖାଦ୍ୟ ଖାଉଛନ୍ତି | ଏହି ଅଭ୍ୟାସ ଦେଖିବାକୁ ସାଧାରଣ ଲାଗିଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରୁଛନ୍ତି। ବିଶେଷଜ୍ଞମାନଙ୍କ ମତାନୁସାରେ, ଆପଣ ରାତିରେ କ’ଣ ଖାଉଛନ୍ତି ସେଥିରେ ଯେତେ ଗୁରୁତ୍ୱ ରହିଛି, କେତେବେଳେ ଖାଉଛନ୍ତି ସେଥିରେ ମଧ୍ୟ ସମାନ ଗୁରୁତ୍ୱ ରହିଛି। ଶୋଇବା ପୂର୍ବରୁ ଅଧିକ ଡେରିରେ ଭୋଜନ କରିଲେ ଶରୀରକୁ ଖାଦ୍ୟ ହଜମ କରିବା ପାଇଁ ପ୍ରୟାପ୍ତ ସମୟ ମିଳେନାହିଁ। ଫଳରେ ଅମ୍ଳପିତ୍ତ, ଗ୍ୟାସ୍‌, ଅଜୀର୍ଣ୍ଣ, ନିଦ୍ରାହୀନତା ପରି ସମସ୍ୟା ଦେଖାଦେଇପାରେ।

    ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ, ଶୋଇବାର ଅତି କମରେ ୨ ରୁ ୩ ଘଣ୍ଟା ପୂର୍ବରୁ ରାତ୍ରିଭୋଜନ କରିବା ଉଚିତ। ହାଲୁକା ଓ ସହଜ ପାଚ୍ୟ ଖାଦ୍ୟ ଗ୍ରହଣ କଲେ ନିଦ୍ରା ଭଲ ହୁଏ ଓ ସକାଳେ ଉଠିବାବେଳେ ତାଜା ଅନୁଭବ ହୁଏ। ଅନେକ ଲୋକ ୮ ଘଣ୍ଟା ଶୋଇଥିଲେ ମଧ୍ୟ ସକାଳେ କ୍ଳାନ୍ତ ଲାଗୁଥିବା କଥା କହନ୍ତି। ବିଶେଷଜ୍ଞମାନେ କହୁଛନ୍ତି, ଦେରରେ ଭୋଜନ ଏହାର ମୂଳ କାରଣ ହୋଇପାରେ। ଏହା ଶରୀରର ମେଟାବଲିଜମ୍‌କୁ ପ୍ରଭାବିତ କରି ଓଜନ ବୃଦ୍ଧିର ସମସ୍ୟା ମଧ୍ୟ ସୃଷ୍ଟି କରେ। ବିଶେଷକରି ମଧୁମେହ, ଉଚ୍ଚ ରକ୍ତଚାପ ଓ ମୋଟାପାରେ ପୀଡ଼ିତ ଲୋକମାନଙ୍କ ପାଇଁ ସଅଳ ରାତ୍ରିଭୋଜନ ଅତ୍ୟନ୍ତ ଉପକାରୀ। ସମୟରେ ଓ ସୀମିତ ପରିମାଣରେ ଭୋଜନ କରିବା ଶରୀରକୁ ସୁସ୍ଥ ରଖିବା ସହ ମାନସିକ ଏକାଗ୍ରତା ବଢ଼ାଇଥାଏ।

    ସେଥିପାଇଁ କଣ କରିବେ ଆପଣ ଆସନ୍ତୁ ଜାଣିବା | ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଭୋଜନ ଶେଷ କରନ୍ତୁ , ତାହା ସହ ହାଲୁକା ଓ କାମ ତେଲିଆ ଖାଦ୍ୟ ଖାଆନ୍ତୁ | ଶୋଇବା ପୂର୍ବରୁ ଭାରି ଖାଦ୍ୟ ଓ ମିଠା ଗ୍ରହଣ କରନ୍ତୁ | ସୁସ୍ଥ ରହିବାକୁ କେବଳ ଉପଯୁକ୍ତ ଖାଦ୍ୟ ନୁହେଁ, ଠିକ୍‌ ସମୟରେ ଖାଇବା ମଧ୍ୟ ସମାନ ଭାବେ ଆବଶ୍ୟକ।

  • English medium ସ୍କୁଲରେରାକ୍ଷସ ପାଲଟିଲେ ଶିକ୍ଷକ ସହ ଶିକ୍ଷୟତ୍ରୀ

    English medium ସ୍କୁଲରେରାକ୍ଷସ ପାଲଟିଲେ ଶିକ୍ଷକ ସହ ଶିକ୍ଷୟତ୍ରୀ

    ବାପା ମା ପିଲା କୁ ଭଲ ସ୍କୁଲରେ ପଢେଇବାକୁ ଚାହୁଁଛନ୍ତି ହେଲେ କେବେ ଏହିଭଳି ଘଟଣା ଶୁଣିଛନ୍ତି କି, ଶିକ୍ଷକ ପାଲଟି ଗଲା ନର ରାକ୍ଷସ, ଚତୁର୍ଥ କ୍ଲାସ ଛାତ୍ରୀଙ୍କ ସହ କରିଥିଲେ ଅମାନୁଷିକ କାଣ୍ଡ | ଲଜ୍ଜ୍ୟା ନୃଶଂସ ଜଘନ୍ୟ ଘଟଣା ଘଟାଇ ଚର୍ଚ୍ଚାରେ ନାଳୁଆ ଶିକ୍ଷକ ସହ ପିଅନ। 4ବର୍ଷ ଲଗାତାର ଛାତ୍ରୀଙ୍କୁ ଦୁଷ୍କର୍ମ କରି ଦେଉଥିଲେ ଯୌନ ଶୋଷଣ | English medium ସ୍କୁଲ ରେ ଘଟିଛି ଏହିଭଳି ଘଟଣା, 4ର୍ଥ କ୍ଲାସ ରୁ ଛାତ୍ରୀ ଙ୍କ ସହ ରଥିଥିଲେ ସମ୍ପର୍କ ସପ୍ତମକ୍ଲାସ ପର୍ଯ୍ୟନ୍ତ ବି ଶିକ୍ଷକ କୁକର୍ମ୍ ଘଟାଇବାକୁ ପଛାଉ ନଥିଲେ, ଶିକ୍ଷକଙ୍କୁ ସାଥ ଦେଉଥିଲେ ସେହି ସ୍କୁଲର ଅଲଗା ସବୁ ଶିକ୍ଷକ ତାଙ୍କ ଭିତରେ ମିଡ଼ିଲ ମ୍ୟାନ୍ ଥିଲେ ଜଣେ ଶିକ୍ଷୟତ୍ରୀ।

    ସୂଚନା ଅନୁଯାୟୀ, ଏହିଭଳି ଘଟଣା ଆସିଛି କେନ୍ଦ୍ରାପଡ଼ା ଆଳି ଥାନା ଅଞ୍ଚଳରୁ | ଯୋଉଠି ବିବ୍ୟା ଗ୍ରହଣ କରାଯାଏ ସେଠୀ ନୃଶଂସ ପାଲଟିଛନ୍ତି ଅନେକ ଶିକ୍ଷକ ସହ ଶିକ୍ଷୟତ୍ରୀ ପିଅନ,, ଯାହା ସାରା ଭାରତରେ ଏହି ଖବର ଚହଳ ପକାଇଛି | ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ସବୁ ଶତ ବାହାରୁଚି ଆଳୀ ରେ ଥିବା ଘରୋଇ English medium ସ୍କୁଲ୍ ରୁ |

    ଛାତ୍ରୀ ଜଣକ ଆଜିକୁ 5ବର୍ଷ ଦୁଷ୍କର୍ମର ଶିକାର ହେବ ପରେ ବି ଘର ଲୋକଙ୍କୁ କିଛି କହିନଥିଲେ , କାହିଁକି ନା ସେହି ସ୍କୁଲ ରେ ଛାତ୍ରୀର ସାନ ଭାଇ ପଢୁଥିବା ବେଳେ ଶିକ୍ଷକ ତାକୁ ମାରି ଦବାକୁ ଧମକ ଦେଉଥିଲେ ହେଲେ ଜାନୁଆରୀ 14 ତାରିଖରେ ପୀଡ଼ିତା ଛାତ୍ରୀ ସବୁ ଗୋଟି ଗୋଟି ମାଆ ଙ୍କୁ କହିଦେଇଥିଲେ
    ଯେତେବେଳେ ମାଆ ସ୍କୁଲ କୁ ଯାଇ ହେଡ଼ ସାର୍ ଙ୍କୁ କହିଛନ୍ତି , ହେ ଜ୍ଞାନ କରିଦେଲ ହେଡ ସାର୍, ଶେଷରେ ମା ଆଳୀ ଥାନାକୁ ଯାଇ ସବୁ କହିଥିବା ବେଳେ ପୀଡ଼ିତା ର ବୟାନ ରେକର୍ଡ କରିଛି ପୋଲିସ, ପ୍ରାଥମିକ ତଦନ୍ତ କରି ପୋଲିସ ସବୁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଥାନାରେ ଅଟକ ରଖିବା ସହ , କେସ କୁ ପୁରା ହାତକୁ ନେଇଛନ୍ତି କେନ୍ଦ୍ରାପଡ଼ା ଏସପି, ଏବେ ସ୍କୁଲ ର ଇତିହାସ ଖୋଲୁଛି ପୋଲିସ , ଏହିଭଳି ନୃଶଂସ ଶିକ୍ଷକ ମାନଙ୍କୁ କି ଦଣ୍ଡ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା।

  • ଚାକିରି ନମିଳିବାରୁ ଆତ୍ମାହୁତି ଉଦ୍ୟମ: ଯୁବତୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

    ଚାକିରି ନମିଳିବାରୁ ଆତ୍ମାହୁତି ଉଦ୍ୟମ: ଯୁବତୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

    ଚାକିରି ନମିଳିବାକୁ ନେଇ ଜଣେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।

    ସୂଚନା ଅନୁସାରେ, ଯୁବତୀ ଜଣକ ‘ଡିପ୍ଲୋମା ଇନ୍ ଅର୍ଲି ଚାଇଲ୍ଡ କେୟାର ଏଜୁକେଶନ’ କୋର୍ସ ସମ୍ପୂର୍ଣ୍ଣ କରିଥିଲେ ଏବଂ ଶିଶୁ ବାଟିକାରେ ଚାକିରି ପାଇବା ଆଶା ରଖିଥିଲେ। କିନ୍ତୁ ଏହି କୋର୍ସ ଅନୁସାରେ ନିଯୁକ୍ତି ପାଇଁ କୌଣସି ସ୍ପଷ୍ଟ ବ୍ୟବସ୍ଥା ନଥିବା ବିଷୟରେ ସେ ସୂଚନା ପାଇଥିବା କୁହାଯାଉଛି।ଏନେଇ ଅସନ୍ତୋଷ ପ୍ରକାଶ କରିବା ଓ ନ୍ୟାୟ ଦାବିରେ ସେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ କାର୍ଯ୍ୟାଳୟକୁ ଆସିଥିଲେ। ଏହି ସମୟରେ ଯୁବତୀ ନିଜ ଡ୍ରେସ୍‌ରେ ଦିଆସିଲି ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଖବର ମିଳିଛି।

    ତୁରନ୍ତ ସ୍ଥାନୀୟ ଲୋକ ଓ ପୁଲିସ ତାଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ଚିକିତ୍ସା ଚାଲିଥିବାବେଳେ ଅବସ୍ଥା ସମ୍ବନ୍ଧରେ ସ୍ପଷ୍ଟ ସୂଚନା ମିଳିନି। ଘଟଣା ପରେ ଭଦ୍ରକ ଏସ୍‌ପି ହସ୍ପିଟାଲକୁ ପହଞ୍ଚି ଯୁବତୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖୋଜଖବର ନେଇଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପୁଣିଥରେ ଚାକିରି ସମସ୍ୟା ଓ ପ୍ରଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛି।

  • ସେବାୟତ ବିବାଦର ପ୍ରଭାବ: ନୀତିକାନ୍ତି ବନ୍ଦ, ଉପାସରେ କପିଳେଶ୍ୱର

    ସେବାୟତ ବିବାଦର ପ୍ରଭାବ: ନୀତିକାନ୍ତି ବନ୍ଦ, ଉପାସରେ କପିଳେଶ୍ୱର

    କପିଳେଶ୍ୱର ମନ୍ଦିର ରେ ଗତକାଲି ରାତିରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ସେବାୟତମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଏହି ପରିସ୍ଥିତି ଉଦ୍ଭବ ହୋଇଛି।

    ଖବର ଅନୁଯାୟୀ , ଗତକାଲି ଶ୍ରୀଲିଙ୍ଗରାଜ ମନ୍ଦିର ରେ ହାଣ୍ଡିଭଙ୍ଗା ଯାତ ହୋଇନଥିବାରୁ ଏହାର ପ୍ରଭାବ କପିଳେଶ୍ୱରଙ୍କ ନୀତିକାନ୍ତି ଉପରେ ପଡ଼ିଛି। ଫଳରେ ଗତ ରାତିରୁ ଠାକୁରଙ୍କ ସମସ୍ତ ପାରମ୍ପରିକ ନୀତି ବନ୍ଦ ରହିଛି।

    ଆଜି ସକାଳୁ ମଙ୍ଗଳ ଆଳତି, ଅବକାଶ, ମଇଲମ ଓ ତଡ଼ପଲାଗି ପର୍ଯ୍ୟନ୍ତ କୌଣସି ନୀତି ପାଳନ ହୋଇନାହିଁ। ଖୁଣ୍ଟିଆ ସେବାୟତମାନେ ନୀତି କରିନଥିବା ବେଳେ ମଲିଆମାନେ ମଧ୍ୟ ଠାକୁରଙ୍କ ସେବାରେ ଅଂଶ ନେଇନାହାନ୍ତି। ଏହି ପରିସ୍ଥିତିରେ ଠାକୁର କପିଳେଶ୍ୱରଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିବାରୁ ଭକ୍ତମାନଙ୍କ ମଧ୍ୟରେ ଚିନ୍ତା ବ୍ୟକ୍ତ ହେଉଛି। ବିବାଦ ସମାଧାନ ପରେ ନୀତିକାନ୍ତି ପୁନର୍ବାର ଆରମ୍ଭ ହେବ ବୋଲି ଆଶା କରାଯାଉଛି।

  • ମଧ୍ୟରାତ୍ରିରେ ମହାବିନାଶ! ପାରାଦ୍ଵୀପରେ ନିଆଁର ତାଣ୍ଡବ, ୭୦ ଦୋକାନ ଛାରଖାର

    ମଧ୍ୟରାତ୍ରିରେ ମହାବିନାଶ! ପାରାଦ୍ଵୀପରେ ନିଆଁର ତାଣ୍ଡବ, ୭୦ ଦୋକାନ ଛାରଖାର

    ପାରାଦ୍ଵୀପର ବଡ଼ବଡ଼ିଆ ପରିବା ମାର୍କେଟରେ ବିଳମ୍ବିତ ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୭୦ରୁ ଅଧିକ ପରିବା ଦୋକାନ ଘର ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଛି। ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

    ଗତରାତି ପ୍ରାୟ ୨ଟା ସମୟରେ ଏକ ଦୋକାନରୁ ନିଆଁ ଲାଗିଥିବା ବେଳେ ଚାହୁଁଚାହୁଁ ସମଗ୍ର ମାର୍କେଟକୁ ଏହା ବ୍ୟାପିଯାଇଥିଲା। ବାଉଁଶ ଓ ପାଲରେ ତିଆରି ଅସ୍ଥାୟୀ ପିଣ୍ଡି ଥିବାରୁ ନିଆଁ ଦ୍ରୁତଗତିରେ ପ୍ରସାରିତ ହୋଇଥିଲା। ଫଳରେ ପରିବା, ନଗଦ ଟଙ୍କା, ଓଜନକଣ୍ଟା, ସାଇକେଲ, ବାଇକ ଓ ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି।

    ଖବର ପାଇ ସତ୍ୱରେ କୁଜଙ୍ଗ ଅଗ୍ନିଶମ ବିଭାଗ ସହ ପାରାଦ୍ଵୀପ ବନ୍ଦର, ପିପିଏଲ, ଇଫକୋ ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନାର ମୋଟ ୬ଟି ନିଆଁଲିଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଲାନ୍ତ ପ୍ରୟାସ ପରେ ଅଗ୍ନିକୁ ନିୟନ୍ତ୍ରଣ କରାଯାଇଥିଲା।

    ରାତିରେ ସମସ୍ତ ବ୍ୟବସାୟୀ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବାରୁ କେହି ସାମଗ୍ରୀ କିମ୍ବା ଟଙ୍କା ବଞ୍ଚାଇ ପାରିନଥିଲେ। ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ଏହି ମାର୍କେଟ ସମଗ୍ର ପାରାଦ୍ଵୀପ ଅଞ୍ଚଳର ପରିବା ଚାହିଦା ପୂରଣ କରୁଥିଲା ଏବଂ ଏପରି ଦୁର୍ଘଟଣା ତାଙ୍କ ଜୀବିକାକୁ ଭାରି ଆଘାତ ଦେଇଛି।

    ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିଛି ମାସ ପୂର୍ବରୁ ମଧ୍ୟ ଏହି ମାର୍କେଟରେ ରାତ୍ରି ସମୟରେ ଛୋଟ ପରିମାଣର ଅଗ୍ନିକାଣ୍ଡ ଘଟିଥିଲା, କିନ୍ତୁ ସେତେବେଳେ ବଡ଼ କ୍ଷତି ହୋଇନଥିଲା।

  • ଓଡ଼ିଶା ହାଇକୋର୍ଟଙ୍କ କଡ଼ା ରାୟ: ଅତ୍ୟାଚାର କଲେ ସମ୍ପତ୍ତିରୁ ବେଦଖଲ ହେବେ ପୁଅ-ବୋହୁ

    ଓଡ଼ିଶା ହାଇକୋର୍ଟଙ୍କ କଡ଼ା ରାୟ: ଅତ୍ୟାଚାର କଲେ ସମ୍ପତ୍ତିରୁ ବେଦଖଲ ହେବେ ପୁଅ-ବୋହୁ

    ଗୁରୁତ୍ବପୁର୍ଣ ରାୟ ଦେଲେ ହାଇକୋର୍ଟ। ଅତ୍ୟାଚାର କଲେ ସମ୍ପତିରୁ ବେଦଖଲ ହେବେ ପୁଅ ବୋହୁ। ବୃଦ୍ଧ ବାପା, ମାଆଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ପୁଅ, ବୋହୂଙ୍କ ଉପରେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ମାଙ୍କ ଅର୍ଜିତ ସମ୍ପତ୍ତିରେ ପୁଅ କିମ୍ବା ବୋହୂଙ୍କର କୌଣସି ଆଇନଗତ ଅଧିକାର ନାହିଁ। ମା ଚାହିଁଲେ ନିଜ ସମ୍ପତ୍ତିରୁ ପୁଅ, ବୋହୂଙ୍କୁ ବେଦଖଲ କରିପାରିବେ। ନିଜ ଘରୁ ବାହାର ବି କରିପାରିବେ ବୋଲି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଯଦି ସନ୍ତାନମାନେ ବୟସ୍କ ପିତାମାତାଙ୍କୁ ମାନସିକ କିମ୍ବା ଶାରୀରିକ ନିର୍ଯାତନା ଦେଇଥାନ୍ତି, ତେବେ ସେମାନଙ୍କୁ ସମ୍ପତ୍ତିରୁ ବେଦଖଲ କରାଯାଇପାରିବ।

    ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା କହିଛନ୍ତି ଯେ, ମାଙ୍କ ନାମରେ ଥିବା ଓ ସେ ନିଜେ ଅର୍ଜନ କରିଥିବା ସମ୍ପତ୍ତିରେ ସେହି ମା ହିଁ ପୂର୍ଣ୍ଣ ମାଲିକାଣୀ ଅଧିକାରୀ। ଏହି ପରିସ୍ଥିତିରେ ପୁଅ ବୋହୂଙ୍କର ସେଠାରେ ବସୋବାସ କରିବାକୁ କୌଣସି ବାଧ୍ୟତାମୂଳକ ଆଇନଗତ ଦାବି ନାହିଁ। ଅଦାଲତ ଆଉ କହିଛନ୍ତି, ବୃଦ୍ଧ ପିତାମାତାଙ୍କ ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଆଇନର ମୂଳ ଉଦ୍ଦେଶ୍ୟ। ଯେପରି ସନ୍ତାନମାନେ ଅତ୍ୟାଚାର କରିବେ, ସେମାନେ ସମ୍ପତ୍ତିରେ ରହିବା ଅଧିକାର ହରାଇପାରିବେ। ଏହି ରାୟକୁ ବୃଦ୍ଧ ପିତାମାତାଙ୍କ ପକ୍ଷରେ ଏକ ଦୃଢ଼ ବାର୍ତ୍ତା ଭାବେ ଦେଖାଯାଉଛି।

  • ହାଇଦ୍ରାବାଦରେ ବିରିୟାନି ବ୍ୟବସାୟରେ ୭୦ ହଜାର କୋଟିର ଟିକସ୍ ଠକେଇ ଅଭିଯୋଗ, ୩୦ ସ୍ଥାନରେ ଆୟକର ଚଢାଉ

    ହାଇଦ୍ରାବାଦରେ ବିରିୟାନି ବ୍ୟବସାୟରେ ୭୦ ହଜାର କୋଟିର ଟିକସ୍ ଠକେଇ ଅଭିଯୋଗ, ୩୦ ସ୍ଥାନରେ ଆୟକର ଚଢାଉ

    ହାଇଦ୍ରାବାଦରେ ବିରିୟାନି ବ୍ୟବସାୟକୁ ନେଇ ବଡ଼ ଧରଣର ଟିକସ୍ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ପ୍ରାୟ ୭୦ ହଜାର କୋଟି ଟଙ୍କାର ଟିକସ୍ ଫାଙ୍କି ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ Income Tax Department ପକ୍ଷରୁ ସହରର ପ୍ରାୟ ୩୦ଟି ସ୍ଥାନରେ ଚଢାଉ କରାଯାଇଛି।

    ତଦନ୍ତରେ ପ୍ରାଥମିକ ଭାବେ ଜଣାପଡ଼ିଛି ଯେ କିଛି ପ୍ରମୁଖ ରେଷ୍ଟୁରାଣ୍ଟ ଓ ବିରିୟାନି ଆଉଟ୍ଲେଟ୍‌ମାନେ ବିଲିଂ ସିଷ୍ଟମ୍‌ରେ ହେରଫେର କରି ଆସଲ ଆୟ ଲୁଚାଇଥିଲେ। ଗ୍ରାହକଙ୍କୁ ଦିଆଯାଉଥିବା ବିଲ୍ ଓ ଆକାଉଣ୍ଟ ବହିରେ ଦର୍ଶାଯାଉଥିବା ଆୟ ମଧ୍ୟରେ ମେଳ ନଥିବା ସନ୍ଦେହରୁ ଏହି ତଦନ୍ତ ଆରମ୍ଭ ହୋଇଥିଲା। କିଛି ସ୍ଥାନରେ ଡିଜିଟାଲ ବିଲିଂ ସଫ୍ଟୱେର୍‌କୁ ବଦଳାଇ ଆୟ କମ୍ ଦର୍ଶାଇବା ପ୍ରଣାଳୀ ବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟ ଆସିଛି।

    ବିଭାଗୀୟ ସୂତ୍ର ଅନୁସାରେ, ଦୀର୍ଘଦିନ ଧରି ଏହି ଅନିୟମିତତା ଚାଲିଆସୁଥିବା ସନ୍ଦେହ ରହିଛି। ଗତବର୍ଷ ନଭେମ୍ବର ମାସରେ ମଧ୍ୟ ଏହିପରି ଅଭିଯୋଗ ଆଧାରରେ ଚଢାଉ କରାଯାଇଥିଲା। ସେତେବେଳେ କିଛି ଦଲିଲପତ୍ର ଓ ଡିଜିଟାଲ ତଥ୍ୟ ଜବତ ହୋଇଥିଲା, ଯାହାର ଆଧାରରେ ଏଥର ବ୍ୟାପକ ତଦନ୍ତ ଆରମ୍ଭ ହୋଇଛି। ଚଢାଉ ସମୟରେ କମ୍ପ୍ୟୁଟର୍ ହାର୍ଡଡିସ୍କ, ସର୍ଭର୍ ଡାଟା, ଆର୍ଥିକ ଲେନଦେନ ସମ୍ବନ୍ଧୀୟ ରେକର୍ଡ ଓ ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରାଯାଇଛି। ବିଭାଗ ପକ୍ଷରୁ ହିସାବ କିତାବ ଖତିଆନ କରାଯାଉଛି ଏବଂ ଟିକସ୍ ଚୁକାନା ନକରିଥିବା ରାଶିର ସଠିକ୍ ପରିମାଣ ନିର୍ଣ୍ଣୟ କରାଯିବ ବୋଲି ସୂଚନା ମିଳିଛି।

    ଏହି ଘଟଣା ପରେ ସହରର ଖାଦ୍ୟ ବ୍ୟବସାୟ ମହଳରେ ଚର୍ଚ୍ଚା ବୃଦ୍ଧି ପାଇଛି। ବିରିୟାନି ବ୍ୟବସାୟ ହାଇଦ୍ରାବାଦର ଅର୍ଥନୀତିର ଏକ ମୁଖ୍ୟ ଅଂଶ ହେବା ସତ୍ତ୍ୱେ, ଏପରି ବଡ଼ ମାପର ଟିକସ୍ ଠକେଇ ଅଭିଯୋଗ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ନିୟମ ପାଳନ ନେଇ ପ୍ରଶ୍ନ ଉଠାଇଛି। ତଦନ୍ତ ଚାଲିଥିବାରୁ ଆଗାମୀ ଦିନରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ।

  • ଚାଷୀ ପ୍ରସଙ୍ଗରେ ଲଗାତାର ୪ଥ ଦିନ ତେଜ ରାଜନୀତି: ସାଢେ ୧୧ଟା ଯାଏଁ ମୁଲତବୀ ଓଡ଼ିଶା ବିଧାନସଭା

    ଚାଷୀ ପ୍ରସଙ୍ଗରେ ଲଗାତାର ୪ଥ ଦିନ ତେଜ ରାଜନୀତି: ସାଢେ ୧୧ଟା ଯାଏଁ ମୁଲତବୀ ଓଡ଼ିଶା ବିଧାନସଭା

    ଆଜି ବି ପୁଣିଥରେ ଓଡ଼ିଶା ବିଧାନସଭାର କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିପାରିଲା ନାହିଁ। ଚାଷୀମାନଙ୍କ ସମସ୍ୟାକୁ କେନ୍ଦ୍ର କରି ବିରୋଧୀ ଦଳର ଲଗାତାର ଚତୁର୍ଥ ଦିନର ହଙ୍ଗାମା ଫଳରେ ଗୃହର କାର୍ଯ୍ୟକ୍ରମ ପୁଣିଥରେ ବାଧାପ୍ରାପ୍ତ ହେଲା। ସକାଳୁ ଗୃହ ଆରମ୍ଭ ହେବା ସହିତ ବିରୋଧୀ ସଦସ୍ୟମାନେ ଚାଷୀଙ୍କ ଦୁର୍ଦଶା ନେଇ ଜୋରଦାର ପ୍ରତିବାଦ ଆରମ୍ଭ କରିଥିଲେ।

    ମୁଣ୍ଡରେ କଳା ପଟି ବାନ୍ଧି ଏବଂ ହାତରେ ପ୍ଲାକାର୍ଡ ଧରି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। “କାନ୍ଦୁଛି ଚାଷୀ, କାନ୍ଦେ ଜନତା”, “କୁଆଡ଼େ ଗଲା ତୁମ ଓଡ଼ିଆ ଅସ୍ମିତା” ପରି ସ୍ଲୋଗାନ୍‌ରେ ସମଗ୍ର ପରିସର କମ୍ପିଉଠିଥିଲା। ପରିସ୍ଥିତି ଏପରି ଅଣାୟତ୍ତ ହୋଇଯାଇଥିଲା ଯେ ଗୃହରେ ନିୟମିତ କାର୍ଯ୍ୟ ସମ୍ପାଦନ କରିବା ପ୍ରାୟ ଅସମ୍ଭବ ହୋଇପଡ଼ିଥିଲା।

    ବାଚସ୍ପତି ସୁରମା ପାଢୀ ପକ୍ଷରୁ ପୁନଃପୁନି ଶାନ୍ତି ରକ୍ଷା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ଶାନ୍ତ ହୋଇନଥିଲେ। ଫଳସ୍ୱରୂପ, ପ୍ରଶ୍ନକାଳ କେବଳ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଚାଲିପାରିଥିଲା। ଗୃହକାର୍ଯ୍ୟ ସଠିକ୍ ଭାବେ ଚାଲିନଥିବାରୁ ବାଚସ୍ପତି ଶେଷରେ ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

    ଚାଷୀଙ୍କ ସମସ୍ୟା ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ମତଭେଦ ତିବ୍ର ହେଉଥିବା ବେଳେ, ଲଗାତାର ଚାରିଦିନ ଧରି ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ରାଜ୍ୟର ରାଜନୈତିକ ପରିସ୍ଥିତି ଉପରେ ଚର୍ଚ୍ଚା ବୃଦ୍ଧି ପାଇଛି। ଏପରି ପରିସ୍ଥିତି ଚାଲିଥିଲେ ଆଗାମୀ ଦିନରେ ବିଧାନସଭାର କାର୍ଯ୍ୟସୂଚୀ ଉପରେ ଆହୁରି ପ୍ରଭାବ ପଡ଼ିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି।

  • ବାଲିଆପାଳ ମାଛ ଚାଷୀଙ୍କୁ ଠିକିଦେଲା ସାମୁଦ୍ରିକ ମତ୍ସ୍ୟ ବିଭାଗ, ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ଦେଲା ହେଲେ ଟଙ୍କା ଦେଲାନି, ଚିନ୍ତାରେ ମତ୍ସ୍ୟଜୀବୀ

    ବାଲିଆପାଳ ମାଛ ଚାଷୀଙ୍କୁ ଠିକିଦେଲା ସାମୁଦ୍ରିକ ମତ୍ସ୍ୟ ବିଭାଗ, ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ଦେଲା ହେଲେ ଟଙ୍କା ଦେଲାନି, ଚିନ୍ତାରେ ମତ୍ସ୍ୟଜୀବୀ

    ସରକାର ମତ୍ସ୍ୟଜିବୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି, ମାତ୍ର କିଛି ଦୁର୍ନୀତିଗ୍ରସ୍ତ ଅସାଧୁ ଅଧିକାରୀ ମାନଙ୍କ ପାଇଁ ଏହି ଯୋଜନା ହେଉଛି ବାଟବଣା,ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ମାନେ ଡଙ୍ଗା ତିଆରି ସହାୟତା ପାଇଁ ମନୋନୀତ ହୋଇଥିଲେ ମଧ୍ୟ ଅଧିକାରୀ ମାନଙ୍କୁ ହାତଗୁଞ୍ଜା ଦେଇ ନପାରି ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବାଲେଶ୍ବର ବାଲିଆପାଳ ରୁ ଦେଖନ୍ତୁ ଏହି ରିପୋର୍ଟ।


    ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରୃଣ ଭାରରେ ବୁଡ଼ିଲେ ମତ୍ସ୍ୟଜୀବୀ, ସରକାରଙ୍କ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରୁ ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ପାଇଲେ,ମାତ୍ର ହାତଗୁଞ୍ଜା ଦେଇ ନପାରିବାରୁ ଟଙ୍କା ପାଇଲେନି, ଯାହା ଫଳରେ ଡଙ୍ଗା ତିଆରି ପାଇଁ କରିଥିବା ଋଣ ପରିଶୋଧ କରି ନପାରି ୠଣ ଭରରେ ବୁଡ଼ି ରହିଛନ୍ତି, ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଚୈମୁଖ ଏବଂ ଡଗରା ଅଞ୍ଚଳରେ,୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଅଞ୍ଚଳରେ ୬ ଜଣ ମତ୍ସ୍ୟଜୀବୀଙ୍କୁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ଯନ୍ତ୍ରଚାଳିତ ଡଙ୍ଗା ତିଆରି ପାଇଁ ବିଭାଗୀୟ ଅଧିକାରୀ କାର୍ଯ୍ୟାଦେଶ ଦେଇଥିଲେ, ହିତାଧିକାରୀ ମାନେ ବ୍ୟାଙ୍କ ଋଣ ଏବଂ ଧାର ଉଧାରି କରି ଡଙ୍ଗା ତିଆରି କରି ବିଭାଗୀୟ ଅଧିକାରୀ ଙ୍କ ନିକଟକୁ ଦୈଡି ଦୈଡି ନୟାନ୍ତ ହୋଇଥିଲେ ମଧ୍ୟ ଏଥିପ୍ରତି ଅଧିକାରୀ କର୍ଣ୍ଣପାତ କରୁ ନାହାନ୍ତି କି ଜିଓ ଟ୍ୟାଗ କରୁ ନାହାନ୍ତି,ଯାହା ଫଳରେ ଉଧାର ଟଙ୍କା ଫେରସ୍ତ କରି ନପାରି ଚିନ୍ତାରେ ପଡ଼ିଛନ୍ତି ।

    ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ଡଗରା ଏବଂ ଚୈମୁଖ ଅଞ୍ଚଳରୁ ୨୦ ଜଣ ମତ୍ସ୍ୟଜୀବୀଙ୍କୁ ଯନ୍ତ୍ରଚାଳିତ ଡଙ୍ଗା ତିଆରି କରି କାର୍ଯ୍ୟାଦେଶ ମିଳିଥିଲା, ବାଲିଆପାଳ ରେ ସାମୁଦ୍ରିକ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଥାଇ ମଧ୍ୟ ଚନ୍ଦନେଶ୍ୱର ସାମୁଦ୍ରିକ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ମାଧ୍ୟମରେ ୧୪ ଜଣକ ଭେରିଫିକେସନ ହୋଇ ଟଙ୍କା ମିଳିଲା ମାତ୍ର ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ଭେରିଫିକେସନ ହେଲା ନାହିଁ କି ଟଙ୍କା ମିଳିଲା ନାହିଁ, ସୁଚନା ଅନୁସାରେ ଚନ୍ଦନେଶ୍ୱର ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀ ଅଧିନରେ ଥିବା ବିଲ୍ଡର ମଧ୍ୟରେ ୩୦ ପ୍ରତିଶତ ହାତଗୁଞ୍ଜା ଯେଉଁ ମାନେ ଦେଉଛନ୍ତି ସେମାନଙ୍କୁ ଡଙ୍ଗା ତିଆରି ବାବଦରେ ଟଙ୍କା ମିଳୁଛି ଯେଉଁ ମାନେ ହାତଗୁଞ୍ଜା ଦେବାକୁ ବାରଣ କରିଛନ୍ତି ସେମାନଙ୍କୁ ଟଙ୍କା ମିଳୁନାହିଁ ବୋଲି ଅଭିଯୋଗ ହୋଇଛି, ଯାହାଫଳରେ ବାଲିଆପାଳ ୬ ଜଣ ମତ୍ସ୍ୟଜୀବୀଙ୍କୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଟଙ୍କା ମିଳୁନାହିଁ,ପୁଣି ୨୦୨୩ -୨୪ ଆର୍ଥିକ ବର୍ଷରେ ବାଲିଆପାଳ ର ୨୭ ଜଣ ଏବଂ ଚନ୍ଦନେଶ୍ୱର ର ୨୧ ଜଣ ଡଙ୍ଗା ତିଆରି କରିବା ପାଇଁ ଆବେଦନ କରିଥିଲେ ମାତ୍ର ଚନ୍ଦନେଶ୍ୱର ର ୧୪ ଜଣକୁ ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ମିଳିଥିଲା ବେଳେ ବାଲିଆପାଳ ର କାହାକୁ ବି କାର୍ଯ୍ୟାଦେଶ ମିଳି ନଥିଲା,ଯାହାକୁ ନେଇ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟ ଙ୍କ ନିକଟରେ ଅଭିଯୋଗ ହୋଇଥିଲା,ଗତ ୨୦୨୫ ସେପ୍ଟେମ୍ବର ମାସରେ ଚନ୍ଦନେଶ୍ୱର ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା ଏବଂ ବାଲେଶ୍ବର ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସିଏଚ୍ ପଲ୍ଲବୀ ଙ୍କ ବିରୁଦ୍ଧରେ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ମତ୍ସ୍ୟ ନିର୍ଦ୍ଦେଶାଳୟ, ମାତ୍ର ତାର କୈଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହୋଇଛି, ତେବେ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସିଏଚ୍ ପଲ୍ଲବୀ ଏବଂ ଡଗରା ଅଞ୍ଚଳର ଜଣେ ମତ୍ସ୍ୟଜୀବୀ ନାରାୟଣ ବେହେରା ଙ୍କ ମଧ୍ୟରେ ଫୋନ୍ ଯୋଗେ ହୋଇଥିବା କଥାବାର୍ତ୍ତା ରୁ ଜଣା ପଡୁଛି ଅଧିକାରିଣୀ ଶ୍ରୀମତୀ ପଲ୍ଲବୀ ବୁଲେଇ ବଙ୍କେଇ କହୁଥିବା କଥାରୁ ପିସି କଥାକୁ ସ୍ବୀକାର କରୁଛନ୍ତି ବୋଲି ଜଣାପଡ଼ୁଛି । ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀ ଏନେଇ ବାଲିଆପାଳ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ଜିଓ ଟ୍ୟାଗ ହୋଇ ନଥିବାରୁ ସେମାନଙ୍କୁ ଡଙ୍ଗା ନିର୍ମାଣ ଅର୍ଥ ମିଳିବ ନାହିଁ ବୋଲି କହିଛନ୍ତି,ତେବେ କାହିଁକି ଜିଓ ଟ୍ୟାଗ ହୋଇନାହିଁ ବୋଲି ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ, ତେବେ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ।