ଯାଜପୁରରେ କୁନି ପିଲାଙ୍କ ରଜ ଅଡିସନ ଆରମ୍ଭ

ଯାଜପୁର ରୋଡ ଚନ୍ଦନ ଜୁଏଲାର୍ସ ତରଫରୁ କୁନି କୁନି ପିଲାମାନଙ୍କୁ ନେଇ ରଜ ଅଡିସନର ଆୟୋଜନ କରାଯାଇଅଛି। ଶେଷ ରଜ ଦିନ ଏହାର ମେଗା ଅଡିସନ ହେଉଥବା ବେଳେ କୃତୀତ୍ବ ଅର୍ଜନ କରିଥିବା ପିଲା ମାନଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଅନୁଷ୍ଠାନ ର ସ୍ୱତାଧିକାରୀ ରଞ୍ଜନ କୁମାର କର୍ମେକର ସୂଚନା ଦେଇଛନ୍ତି।

କୁନି କୁନି ପିଲାମାନଙ୍କ ଭିତରେ ରହିଥିବା ଲୁକାୟିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ପାଇଁ ଚନ୍ଦନ ଜୁୟେଲର୍ସ ର ଏଭଳି ଏକ ପ୍ରୟାସ କୁ ସହରବାସୀ ପ୍ରଶଂସା କରିଛନ୍ତି। ଛୋଟ ଛୋଟ ପିଲାମାନଙ୍କ ପ୍ରତିଭା ଙ୍କୁ ନେଇ ଏଭଳି ଏକ ଆୟୋଜନ କରିଥିବା ଚନ୍ଦନ ଜୁଏଲାର୍ସ ଆଗାମୀ ଦିନରେ ସମାଜ ପାଇଁ ଏକ ଉଦାହରଣ ବୋଲି ମ୍ୟାନେଜର ପ୍ରକାଶ ସାହୁ କହିଛନ୍ତି।