ATMକୁ ଟଙ୍କା ନେବା ବେଳେ ବ୍ୟାଙ୍କ୍ ଗାଡିକୁ ଆକ୍ରମଣ

କେନ୍ଦୁଝର ଜିଲ୍ଲା ଯୋଡା ଫ୍ଲାଏ ଓଭର ନିକଟ ସର୍ଭିସ ରୋଡରେ ବ୍ୟାଙ୍କ୍ରୁ ଟଙ୍କା ନେଇ ଜୁରୁଡ଼ି ଅଭିମୁଖେ ଯାଉଥିବା ବେଳେ ୩ ଜଣ ଦୃର୍ବୁତ୍ତ ଆସି ଅତର୍କିତ ଭାବେ ବ୍ୟାଙ୍କ୍ ଗାଡ଼ିରେ ଥିବା ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ ଉଦ୍ୟମ କରିଥିଲେ। ଦୁବୃର୍ତ୍ତ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସମୟରେ ଦୁବୃର୍ତ୍ତ ମାନେ ଧରିଥିବା ପିଷ୍ଟଲକୁ ସୁରକ୍ଷା କର୍ମୀ ଛଡାଇ ନେଇଥିଲେ ।

ଅପର ପକ୍ଷରେ ଦୁବୃର୍ତ୍ତ ମାନେ ସୁରକ୍ଷା କର୍ମୀଙ୍କ ବନ୍ଧୁକକୁ ଛଡାଇ ନେଇ ଆକ୍ରମଣ କରିବାରୁ ଉଦ୍ୟମ କରି ଜୁରୁଡ଼ି ଅଭିମୁଖେ ଫେରାର ହୋଇ ଯାଇଥିଲେ । ଦୁବୃର୍ତ୍ତଙ୍କ ମାଡରେ ସୁରକ୍ଷା କର୍ମୀ ଆହତ ହୋଇଥିବାରୁ ତାଙ୍କୁ ଯୋଡା ଟାଟା ଷ୍ଟିଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଇଣ୍ଡସ ଇଣ୍ଡ ଓ ବ୍ୟାଙ୍କ୍ ଅଫ ଇଣ୍ଡିଆ ବ୍ୟାଙ୍କ୍ ରୁ ୩୮ ଲକ୍ଷ ଟଙ୍କା ନେଇ ସିଏମ୍ ଏସ କମ୍ପାନୀର ଗାଡ଼ି ଜୁରୁଡ଼ି ଯାଉଥିଲା ।

ଫ୍ଲାଏ ଓଭର ନିକଟରେ ଗାଡ଼ି ରଖି କର୍ମଚାରୀ କମାର ଯୋଡାର ରିଲାଏନ୍ସ ସ୍ମାର୍ଟ ବଜାରକୁ ଯାଇଥିଲେ । ସେହି ସମୟରେ ୩ ଜଣ ଦୃର୍ବୁତ୍ତ ଆସି ଏହି ଟଙ୍କା ଲୁଟ୍ ଉଦ୍ୟମ କରିଥିଲେ । ଘଟଣା ସ୍ଥଳରେ ବଡ଼ବିଲ ଏସଡିପିଓ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୁବୃର୍ତ୍ତ ମାନେ ଛୁରୀ, ଭୁଜାଲି, ପିସ୍ତଲ୍ ଓ ଲୁହା ରଡ ଧରି ଲୁଟ ଉଦ୍ୟମ କରିଥିବା ବେଳେ ସେଥିରେ ବିଫଳ ହୋଇଥିଲେ । ଦିନ ଦ୍ୱିପ୍ରହର ରେ ଏପରି ଲୁଟ ଘଟଣା ଅଞ୍ଚଳରେ ଚାନ୍ଚଲ୍ୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *