ହନିମୁନରେ ଯାଇ ଚର୍ଚ୍ଚାରେ ଆଶିଷ ବିଦ୍ୟାର୍ଥୀ

ପୁଣି ଚର୍ଚ୍ଚାରେ ଆଶିଷ ବିଦ୍ୟାର୍ଥୀ। ପ୍ରଥମେ ପରିଣତ ବୟସରେ ବିବାହ କରିବାକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ତାଙ୍କ ହନିମୁନକୁ ନେଇ। ଅଭିନେତା ଆଶିଷ ରୂପାଲି ବରୁଆଙ୍କୁ ଦ୍ୱିତୀୟ ବିବାହ କରିବା ପରେ ଏବେ ସିଙ୍ଗାପୋର ହନିମୁନ ମନେଇବାକୁ ଯାଇଛନ୍ତି। ସେଠାରେ ରୂପାଲିଙ୍କ ସହ ଉଠାଇଥିବା କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।  ଫଟୋରେ ଏହି ପରିଣତ ବୟସ୍କ ନବବିବାହିତ ଦମ୍ପତି ବେଶ ଖୁସି ଥିବା ଦେଖିବାକୁ ମିଳୁଛି। ସେହି ଫଟୋ ସେୟାର କରି ଆଶିଷ ବନ୍ଧୁଙ୍କ ସମର୍ଥନ, ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ଆଶିଷଙ୍କ ଇନଷ୍ଟା ଫଟୋକୁ ଦେଖି ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି ଓ ବହୁ କମେଣ୍ଟ କରିଛନ୍ତି। ଗତ ମେ ୨୫ ତାରିଖରେ ଫ୍ୟାଶନ ଉଦ୍ୟୋଗ ସହ ଜଡିତ ରୂପାଲି ବରୁଆଙ୍କୁ ଆଶିଷ କୋଲକାତାରେ ବିବାହ କରିଥିଲେ। ରୂପାଲିଙ୍କ ପୂର୍ବରୁ ଆଶିଷ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ। ଗତ ବର୍ଷ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ଉଭୟଙ୍କର ଏକ ପୁଅ ମଧ୍ୟ ଅଛନ୍ତି।

୫୭ ବର୍ଷୀୟ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ବିବାହ ପରେ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେବାକୁ ପଢିଥିଲା। ତାଙ୍କୁ ବୁଢା, ବଦଦିମାଗ ପରି ଅନେକ କଟୁ କଥା କୁହାଯାଇଥିଲା। କିନ୍ତୁ ସେସବୁ ହସରେ ଉଡାଇ ଦେଇଥିଲେ ଆଶୀଷ। ବରଂ ଏପରି ଟିପ୍ପଣୀ ଦେଇଥିବା ଲୋକଙ୍କ ଉଦ୍ଦେଶ୍ୟରେ କହିଥିଲେ କି, ଯେଉଁମାନେ ମୋ ପାଇଁ ବୁଢା ପରି ଶବ୍ଦ ବ୍ୟବହାର କରୁଛନ୍ତି, ସେମାନେ ଗୋଟିଏ ସମୟରେ ଏହି ବୟସ ଦେଇ ଗତି କରିବେ ଓ ତାଙ୍କୁ ଲୋକେ ଅପମାନ କରିବେ।  ଏଥିସହ ସେ ପ୍ରଶ୍ନ କରିଥିଲେ, କଣ ନିଜକୁ ଦୁଃଖି କରି କରି ମରିଯିବା ଉଚିତ? କାହାକୁ କାହାର ସଙ୍ଗ ଆବଶ୍ୟକ ହେଉଥିଲେ କାହିଁ ତା ସହ ରହିପାରିବ ନାହିଁ? ତେବେ  ବିବାହ ସମୟର ଟ୍ରୋଲର ଅବସାନ ଘଟିଛି। ବର୍ତ୍ତମାନ ଆଶିଷଙ୍କ ହନିମୁନକୁ ନେଇ ବେଶ ଖୁସି ତାଙ୍କ ଫ୍ୟାନ୍ସ । ସେମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଉଛନ୍ତି ଆଶୀର୍ବାଦ।

Leave a Reply

Your email address will not be published. Required fields are marked *