
ଦୀର୍ଘ ୧୯ ବର୍ଷ ଧରି ମନମୁଖି କାର୍ଯ୍ୟକଳାପ ଚଳାଇଥିବା ଏଏନଏମଙ୍କ ବିରୋଧରେ ତେଜୁଛି ପଞ୍ଚାୟତ ବାସୀଙ୍କ ଅସନ୍ତୋଷ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡା ଅଂଚଳରେ । ଏଏନଏମ ପ୍ରିୟମ୍ବଦା ଭୋଇଙ୍କ ମନମୁଖି କାମକୁ ବିରୋଧ କରି ଆଜି ସାହାଡା ପଞ୍ଚାୟତବାସୀ ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ।
କାର୍ଯ୍ୟରତଏଏନଏମ ପ୍ରିୟମ୍ବଦା ଭୋଇ ଅଞ୍ଚଳର ନିରିହ ଆଦିବାସୀଙ୍କ ସେବା କରିବା ପାଇଁ ଟଙ୍କା ମାଗୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । କୁହାଯାଉଛି, ପ୍ରିୟମ୍ବଦା ଆୟୁର୍ବେଦ ଔଷଧ ଆଣି ଗରିବ ଆଦିବାସୀମାନଙ୍କୁ ପାଞ୍ଚରୁ ଦଶଗୁଣା ମୂଲ୍ୟରେ ବିକ୍ରି କରିବା ଏବଂ ଗର୍ଭବତୀ ମାନଙ୍କୁ ପ୍ରସବ କରାଇବା ପାଇଁ ଟଙ୍କା ମାଗିବା ସହ ଆଶାକର୍ମୀ ମାନଙ୍କୁ ପ୍ରତେକ ମାସରେ ମିଳୁଥିବା ସେମାନଙ୍କ ଦରମାରୁ କିଛି ପ୍ରତିଶତ ଟଙ୍କା ମାଗୁଛନ୍ତି । ତୁରନ୍ତ ଏଏନଏମ ଙ୍କ ବିରଧରେ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ସାହାଡାରୁ ବଦଳି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଆଗାମି ଦିନରେ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି ଜନତା ।