
ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଯେମିତିକି ମହିଳା ମାନେ ନିଜେ ସ୍ଵାବଲମ୍ବୀ ହୋଇପାରିବେ । ଅନ୍ୟ ମାନଙ୍କ ଉପରେ ନିର୍ଭରଶୀଳ ହେବେ ନାହିଁ । ତେବେ ମହିଳା ଙ୍କୁ ଆହୁରି ସଶକ୍ତ , ଆତ୍ମନିର୍ଭରଶୀଳ କରିବା ପାଇଁ ଗୃହଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ ଏକ ପ୍ରୟାସ କରିଛି । ଦେଓଗାଁ ରେ ଖୋଲିଛି ଟସର ସୁତାକଟା ଓ ବୁଣାକାର କେନ୍ଦ୍ର । କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ରାଘବପୁର ଗୃହଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଟସର ରୁ କିପରି ସୂତାକଟା ମେସିନ ସାହାଯ୍ୟ ରେ ସୁତା ବାହାର କରାଯାଇ ପାରିବ ସେନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ର ୫୦ ରୁ ଅଧିକ ମହିଳା ୫ ଦିନ ଧରି ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଘସିପୁରା ବି.ଡି.ଓ ବିନିତା ବିଜୟିନୀ ଯୋଗ ଦେଇଥିଲେ ।

ବିଶିଷ୍ଠ ଅତିଥି ଭାବେ କେନ୍ଦ୍ରୀୟ ରେଶମ ବୋର୍ଡ କଟକ ର ସିନିଅର ଟେକନିକାଲ ଆସିଷ୍ଟାଣ୍ଟ ନିଖିଳେଶ ପଣ୍ଡା ଏବଂ ଟେକ୍ନିସିଆନ ପ୍ରଦୀପ୍ତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ | ଗୃହିଣୀ ମାନେ କିପରି ଆତ୍ମ ନିର୍ଭରଶୀଳ ହୋଇ ଆଗକୁ ବଢ଼ି ପାରିବେ ଏନେଇ ସେ ଉତ୍ସାହିତ କରିଥିଲେ ।