ସକଳ ତୀର୍ଥ ତୋହରି ଚରଣେ…ସାବାସ ପିଣ୍ଟୁ ବାବୁ!

ଜୀବନ ଜୀବିକାର ଅନ୍ୟ ନାମ ସଂଘର୍ଷ,ଆଉ ସେଇ ସଂଘର୍ଷମୟ ଜୀବନ ଭିତରେ ହସ ସାଉଣ୍ଟିବା , ସମାଜ ପ୍ରତି କର୍ତଵ୍ୟ ଏବଂ ପରିବାର ମୁହଁରେ ହସ ଫୁଟାଇବା ହିଁ ହେଉଛି ମୂଳ ଲକ୍ଷ । ସେବା ଦ୍ୱାରା ଈଶ୍ୱର ପ୍ରାପ୍ତି ତଥା ଭାଗବାନ ପ୍ରସନ୍ନ ହେବେ ବୋଲି ତାଙ୍କର ବିଶ୍ୱାସ, ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସି ଚାଲି ଯାଆନ୍ତୁ ମୋ ପିଠିରେ, କବିଙ୍କର ଏହି ଉକ୍ତି କୁ ପାଥେୟ କରି ଦୈନନ୍ଦିନ ଜୀବନରେ ଦୁଃଖୀ ଗରିବଙ୍କୁ ସେବା କରି ଆଗେଇ ଚାଲିଛନ୍ତି ବାସୁଦେବପୁରର ରତିକାନ୍ତ ପ୍ରଧାନ।

ନିଜ ଅଞ୍ଚଳ ତଥା ଆଖ ପାଖ ଅଂଚଳରେ ସମସ୍ତେ ତାଙ୍କୁ ପିଣ୍ଟୁ ବାବୁ ବୋଲି ଡାକିଥାନ୍ତି । ରମାକାନ୍ତ ପ୍ରଧାନ ଓ ସୀତା ମଣି ପ୍ରଧାନ ଙ୍କ ସାନ ପୁଅ ହେଉଛନ୍ତି ପିଣ୍ଟୁ । ପିଲାଟି ଦିନରୁ ସେ ସମାଜ ପାଇଁ ନିଜକୁ ସମର୍ପିତ କରିଛନ୍ତି । ସେବା କାର୍ଯ୍ୟ କଲେ ପ୍ରକୃତ ରେ ଆନନ୍ଦ ମିଳେ, ଖୁସି ମିଳେ ବୋଲି ସେ ଅନୁଭବ କରି ଆଜକୁ ଅନେକ ଦିନ ଧରି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ନିଜ ରୋଜଗାରର ସର୍ବାଧିକ ଭାଗ ସେ ସମାଜ ପାଇଁ ଉତ୍ସର୍ଗ କରିଥାନ୍ତି ।

ରତିକାନ୍ତ ସକାଳୁ ନିଜ ନିତ୍ୟ କର୍ମ ସାରି କର୍ମ କ୍ଷେତ୍ରକୁ ବାହାରିଯାନ୍ତି ଦୁଃଖୀ ଦରିଦ୍ର, ଅସହାୟ ଲୋକ ଙ୍କୁ ଯେଉଁଠି ଦେଖନ୍ତି ସେଇଠି ଅଟକି ଯାଆନ୍ତି ସେ ଖାଲି ନିଜ ଅଞ୍ଚଳରେ ନୁହେଁ ଯେଉଁଠାରୁ ବି ଅସହାୟଙ୍କ ଖବର ମିଳେ ସେ ସେଠାରେ ତତକ୍ଷଣାତ ପହଞ୍ଚି ଯାଆନ୍ତି, ରତିକାନ୍ତଙ୍କର ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା।

ନୂଆବର୍ଷ ଆସିଲେ ଯୁବ ପୀଢ଼ି ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳେ ନାଚଗୀତ , ଭୋଜି ଭାତ , ମଜାମସ୍ତିରେ ଅନେକ ନୂଆ ବର୍ଷ ପାଳନ କରିଥାନ୍ତି | ହେଲେ ରତିକାନ୍ତ କିନ୍ତୁ ନିଆରା ଢଙ୍ଗରେ ନୂଆ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ଅଞ୍ଚଳରେ ଥିବା ଶହ ଶହ ବୃଦ୍ଧ ବୃଦ୍ଧା ମାନଙ୍କ ଘରକୁ ଯାଇ ସେମାନଙ୍କୁ ଫଳ ବାଣ୍ଟିବା ସହ ସେମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ, ଭଗବାନ ତାଙ୍କୁ ଆର୍ଶୀବାଦ କରନ୍ତୁ, ଅନେକ ନିଆରା କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ଅଞ୍ଚଳବାସୀ କହିଛନ୍ତି ।

Leave a Reply

Your email address will not be published. Required fields are marked *