ପାରାଦ୍ଵୀପ ଖବରକାଗଜ ବିତରକ ସଙ୍ଘର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ପୈାରପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ସଞ୍ଜୟ ମିଶ୍ର, ଶୁକଦେବ ଜେନା, ରତ୍ନାକର ଜେନା , ଚିତ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ବର୍ତ୍ତମାନ ର ଇଣ୍ଟରନେଟ ଯୁଗରେ ଆନ୍ତର୍ଜାତିକ ବନ୍ଦର ନଗରୀ ପାରାଦ୍ଵୀପ ରେ ପେପର ବିକ୍ରୟ କରି ପରିବାର ପ୍ରତିପୋଷଣ କରିବା ନିଶ୍ଚିତ କଷ୍ଟକର। ତଥାପି ଏହି ପେଶା କୁ ଆପଣାଇ ଥିବା ଭାଇମାନଙ୍କୁ ଧନ୍ୟବାଦ ଦେଇଥିଲେ ପୈାରାଧ୍ୟକ୍ଷ। ଖବରକାଗଜ ବିତରକ ମାନଙ୍କ ଯୋଗୁଁ ହିଁ ଜଣେ ସାମ୍ବାଦିକ ନିଜକୁ ସାମ୍ବାଦିକ ବୋଲି ଗର୍ବ କରିଥାଏ। କାରଣ ସାମ୍ବାଦିକ ର ଲେଖାକୁ ଘରେ ଘରେ ପହଞ୍ଚାଉଥିବା ବ୍ୟକ୍ତି ହେଉଛି ଖବରକାଗଜ ର ହକର ବୋଲି ବରିଷ୍ଠ ସାମ୍ବାଦିକ ମାନେ ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ର କଠିନ ସମୟରେ ସବୁ ବର୍ଗର ଲୋକ ଏମାନଙ୍କ ନିକଟରେ ଠିଆହେବା ସହିତ ସେମାନଙ୍କୁ ସରକାରୀ ସ୍ବୀକୃତି ଓ ପ୍ରୋତ୍ସାହନ ପାଇଁ ଦାବୀ କରାଯାଇଥିଲା।