ଅଧାରେ ପଡିରହିଛି ସରକାରୀ କର୍ଯ୍ୟ । ଅନ୍ୟପଟେ କାମର ଫାଇଲ୍ କୁଆଡେ ଗାଏବ୍ । ଏମିତି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଲାବାହାଲ ଗ୍ରାମରୁ । ଗ୍ରାମରେ ସରକାରୀ ଯୋଜନା ମୁତାବକ କଲ୍ୟାଣ ମଣ୍ଡପ ଓ କ୍ଳବ ଘର ଏବଂ ଅଙ୍ଗନୱାଡି କେନ୍ଦ୍ର ଆସିଥିଲା । ଯେନତେନ ପ୍ରକାରେ କ୍ଳବ ଘର ଓ ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ ସରିଯାଇଥିବା ବେଳେ କଲ୍ୟାଣ ମଣ୍ଡପ କାର୍ଯ୍ୟ ଜାରି ରହିଛି । ହେଲେ ଏହାରି ଭିତରେ ଅଙ୍ଗନୱାଡି ଗୃହର ଅଧା ବିଲ୍ ପାଇଁ ପଇସା ଥିବା ଫାଇଲଟି ହଜିଯାଇଛି । ଯାହାକୁ ନେଇ ସରକାରୀ ଅଧିକାରୀଙ୍କ ଉପରେ ମହାଦୁର୍ନୀତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସରକାରୀ ବାବୁ ମାନେ କାହାର ଛତ୍ରଛାୟା ତଳେ ରହି ଏପରି କାର୍ଯ୍ୟ କରିବାକୁ ସାହସ କଲେ ବୋଲି ଅଭିଯୋଗ ହୋଇଛି ।
ଗ୍ରାମବାସି କଲ୍ୟାଣ ମଣ୍ଡପ, ଅଙ୍ଗନୱାଡି ଗୃହ ଓ କ୍ଳବ ଗୃହର ଅଧା ବିଲ୍ ପଇସା ପାଇଁ ବକେୟା ପଇସା ଗଲା କୁଆଡେ ବୋଲି ପଚାରିବାରୁ ସରକାରୀ ବାବୁ ମାନେ କହୁଛନ୍ତି, ଫାଇଲ ନାହିଁ ହଜିଯାଇଛି । ଏ ବିଷୟରେ ଖଲାବାହାଲ ଗ୍ରାମବାସୀ ମାନେ ବ୍ଲକ ଅଫିସକୁ ଯାଇ ପଚାରି ବୁଝିଛନ୍ତି । ଏପରି ଭାବେ ଦୁର୍ନୀତିର ଗନ୍ତାଘର ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତ ପାଲଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ତାହାର ଦତନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।