ଘରୋଇ ହସ୍ପିଟାଲରେ ଲିଙ୍ଗ ନିରୁପଣ, ଜବତ ହେଲା ଅଲଟ୍ରା ସାଉଣ୍ଡ ମେସିନ

କୋରାପୁଟ ଜିଲ୍ଲା ସେମିଳିଗୁଡା ସହରାଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ, ବିନା ଲାଇସେନ୍ସରେ ଚଲାଯାଉଥିବା ଏକ ପୋର୍ଟେବଲ ଅଲଟ୍ରା ସାଉଣ୍ଡ ମେସିନ କୁ ଜବତ କରାଯାଇଛି। ଆନ୍ଧ୍ରରୁ ଆସୁଥିବା ଡ଼ାକ୍ତର ଏବଂ ଟେକ୍ନିସିଆନ ସହାୟତାରେ ଏହାର ଅପବ୍ୟବହାର କରା ଯାଉଥିଲା। କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କୋରାପୁଟର ଏଡିପିଏଚଓ ନିଳମାଧବ ଶତପଥି, ଆଡିସନାଲ ତହସିଲଦାର ଦେବୀପ୍ରସାଦ ନାୟକଙ୍କ ଉପସ୍ଥିତିରେ ଏହି ମେସିନ ଜବତ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ମେସିନ ବ୍ୟବହାର କରି ଲିଙ୍ଗ ନିରୁପଣ କରାଯାଉଥିବା ନେଇ ଖବର ମିଳିଥିବା ଏଡିପିଏଚଓ ପ୍ରକାଶ କରିଛନ୍ତି । ଚଢାଉରେ ଅନ୍ୟ ମାନଙ୍କ ମଧ୍ୟରେ ସେମିଳିଗୁଡା ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ସୁର୍ୟ୍ୟନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

Comments

Leave a Reply

Your email address will not be published. Required fields are marked *