ଆମେରିକାରେ ଦିପାବଳୀକୁ ସଙ୍ଘୀୟ ଛୁଟି ଘୋଷଣା ପାଇଁ ଦାବି

ଆମେରିକାର ଜଣେ ବିଶିଷ୍ଟ ସାଂସଦ ଶୁକ୍ରବାର ଦିନ ‘ଆଲୋକର ପର୍ବ’ ଦିପାବଳୀ ଉପଲକ୍ଷେ ସଙ୍ଘୀୟ ଛୁଟି ଘୋଷଣା କରିବାକୁ ଆମେରିକା କଂଗ୍ରେସରେ ଏକ ବିଧେୟକ ଆଗତ କରିଛନ୍ତି । ସାଂସଦଙ୍କ ଏହି ପଦକ୍ଷେପକୁ ଦେଶର ବିଭିନ୍ନ ସମ୍ପ୍ରଦାୟ ସ୍ୱାଗତ କରିଛନ୍ତି ।

ଲୋକସଭାରେ ଏହି ବିଲ୍ ଆଗତ ହେବାର ଖୁବ୍ ଶୀଘ୍ର ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମହିଳା ଗ୍ରେସ୍ଡ ମେଙ୍ଗ କହିଛନ୍ତି, ‘ଦିୱାଲୀକୁ ବିଶ୍ବର ଲକ୍ଷ ଲକ୍ଷ ଲୋକ ତଥା କୁଇନ୍ସ, ନ୍ୟୁୟର୍କ ଏବଂ ଯୁକ୍ତରାଷ୍ଟ୍ରର ଅଗଣିତ ସମ୍ପ୍ରଦାୟ ପାଇଁ ବର୍ଷର ଗୁରୁତ୍ବପୂର୍ଣ୍ଣ ଦିନ ମାନଙ୍କ ମଧ୍ୟରୁ ଗୋଟିଏ ।

ଦିୱାଲି ଡେ ଆକ୍ଟ ଯଦି କଂଗ୍ରେସ ଦ୍ବାରା ପାରିତ ହୋଇଯାଏ ଓ ରାଷ୍ଟ୍ରପତି ଏଥିରେ ଦସ୍ତଖତ କରିଦିଅନ୍ତି, ତେବେ ଆଲୋକର ପର୍ବକୁ ଯୁକ୍ତରାଷ୍ଟ୍ରରେ ଦ୍ୱାଦଶ ସଙ୍ଘୀୟ ମାନ୍ୟତା ପ୍ରାପ୍ତ ଛୁଟି ହେବ ।

କଂଗ୍ରେସ ମହିଳା ସାଂସଦ କହିଛନ୍ତି ଯେ, ଦୀପାବଳିରେ ସଙ୍ଘୀୟ ଛୁଟି ପରିବାର ଏବଂ ସାଙ୍ଗମାନଙ୍କୁ ଏହି ପର୍ବକୁ ଏକାଠି ପାଳନ କରିବାର ସୁଯୋଗ ଦେବ ଏବଂ ଏହା ସହିତ ସରକାର ଦେଶର ବିଭିନ୍ନ ସଂସ୍କୃତିକୁ ସହତ୍ବ ଦେବା ପରି ମନେହେବ ।

ମେଙ୍ଗ କହିଛନ୍ତି, କୁଇନ୍ସରେ ଦିୱାଲୀ ଉତ୍ସବ ଏକ ସୁନ୍ଦର ସମୟ ଅଟେ ଏବଂ ପ୍ରତିବର୍ଷ ଏତେ ସଂଖ୍ୟାରେ ଲୋକଙ୍କ ପାଇଁ ଦିନଟି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଅନୁଭବ କରିହୁଏ । ଆମେରିକାର ଶକ୍ତି ଆମେରିକାକୁ ତିଆରି କରିଥିବା ବିବିଧ ଅନୁଭବ, ସଂସ୍କୃତି ଏବଂ ସମ୍ପ୍ରଦାୟରୁ ଆସିଛି ।

ମେଙ୍ଗ କହିଛନ୍ତି ଯେ, ଦିୱାଲି ଡେ ଆକ୍ଟ ସମସ୍ତ ଆମେରିକୀୟଙ୍କୁ ଏହି ଦିନର ମହତ୍ତ୍ବ ବିଷୟରେ ଶିକ୍ଷା ଦେବ ଏବଂ ଆମେରିକାର ବିବିଧତାକୁ ପାଳନ କରିବା ଦିଗରେ ଏକ ପଦକ୍ଷେପ । ମୁଁ ଏହି ବିଲ୍କୁ କଂଗ୍ରେସ ମାଧ୍ୟମରେ ଆଗକୁ ନେବାକୁ ଅପେକ୍ଷା କରିଛି ।

ଏହି ପଦକ୍ଷେପକୁ ସ୍ୱାଗତ କରି ନ୍ୟୁୟର୍କ ବିଧାନସଭା ସଦସ୍ୟ ଜେନିଫର ରାଜକୁମାର କହିଛନ୍ତି ଯେ, ଚଳିତ ବର୍ଷ ଆମର ସମ୍ପୂର୍ଣ୍ଣ ରାଜ୍ୟ ଦିୱାଲୀକୁ ଏବଂ ଦକ୍ଷିଣ ଏସୀୟ ସମୁଦାୟ ବିଶେଷଙ୍କୁ ସ୍ୱୀକୃତି ଦେବା ସମର୍ଥନରେ ଗୋଟିଏ ସ୍ୱରରେ କହୁଛନ୍ତି ।

ରାଜକୁମାର କହିଛନ୍ତି ଯେ, ସରକାରରେ ମୋର ବିଶ୍ବସ୍ତ ସହକର୍ମୀ ମେଙ୍ଗ ବର୍ତ୍ତମାନ ଦିୱାଲୀକୁ ଏକ ସଙ୍ଘୀୟ ଛୁଟିରେ ପରିଣତ କରିବା ପାଇଁ ଏହି ଐତିହାସିକ ଆଇନକୁ ଜାତୀୟ ସ୍ତରରେ ନେବାକୁ ପ୍ରୟାସ କରୁଛନ୍ତି । ଏଥିସହିତ ଆମେ କହି ରଖୁଛୁ ଯେ, ଦିୱାଲୀ ଏକ ଆମେରିକୀୟ ହୋଲି ଡେ ।

Leave a Reply

Your email address will not be published. Required fields are marked *