ଓଲଟିଲା ଅମ୍ବୁଲାନ୍ସ, ୩ ଗୁରୁତର

ଘାଟିରେ ଖସିଲା ଆମ୍ବୁଲାନ୍ସ ୩ ଜଣ ଗୁରୁତର ହୋଇଥିବାର ଖବର ମିଳିଛି । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଦାଗୁଡ଼ି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ଛାଡ଼ି ଫେରିବା ବେଳେ ବୁଲାଣିରେ ଓଲଟି ପଡିଲା ଆମ୍ବୁଲାନ୍ସ । ଯେଉଁଥିରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ବ୍ରହ୍ମପୁରରୁ ରୋଗୀ ଛାଡ଼ି ଆମ୍ବୁଲାନ୍ସଟି ରାୟଗଡା ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପଦ୍ମପୁର ଥାନା ଦାଗୁଡ଼ି ନିକଟ ଘାଟିରେ ଆମ୍ବଲାନ୍ସଟି ବୁଲାଣିରେ ବୁଲୁଥିବା ବେଳେ ଭାରସାମ୍ୟ ହରାଇ ବସିଥିଲା । ଯାହାଫଳରେ ଗାଡ଼ିଟି ରାସ୍ତାର ପ୍ରାୟ ୧୫ ଫୁଟ୍‌ ତଳକୁ ଖସିପଡିଥିବା ଜଣାପଡିଛି । ତେବେ ଆମ୍ବୁଲାନ୍ସରେ ଡ୍ରାଇଭର ସମେତ ତିନି ଜଣ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ସମସ୍ତଙ୍କୁ ସାମାନ୍ୟ ଆଘାତ ଲାଗିଥିବାରୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।