ଏରୋନଟିକ୍ସ ମହାବିଦ୍ୟାଳୟରେ ଆଲୁମିନି ମିଟ

କୋରାପୁଟ ଜିଲ୍ଲା ସୁନାବେଡ଼ା ହାଲ ସହରାଞ୍ଚଳ ସ୍ଥିତ ଏରୋନଟିକ୍ସ ମହାବିଦ୍ୟାଳୟରେ ଆଲୁମିନି ମିଟି ସୁନାବେଡ଼ା ଭଞ୍ଜ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଧ୍ୟାପକ ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ହାଲ କୋରାପୁଟ ପ୍ରଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ମୋହନ ଜେନା ଓ ବରେଣ୍ୟ ଅତିଥି ଭାବେ ହାଲ ଇଞ୍ଜିନ ପ୍ରଭାଗର ମହାପ୍ରବନ୍ଧକ କଲ୍ଲୋଳ ଭଟ୍ଟାଚାର୍ଯ୍ୟ, ଏରୋନଟିକ୍ସ ମହାବିଦ୍ୟାଳୟର ସାଧାରଣ ସମ୍ପାଦକ ସରୋଜ କୁମାର ପଣ୍ଡା, କୋଷାଧକ୍ଷ ଅନୁଜ କୁମାର ସିଂଚୋହାନ, ସମ୍ପାଦକ ସ୍ମିତା ମହାପାତ୍ର ଆଦି ଯୋଗ ଦେଇଥିଲେ। ସଭା ସଂଯୋଜନା ଡ. ରବିନାରାୟଣ ସାମନ୍ତରାୟ କରିଥିଲେ।

ମହାବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ସେମାନଙ୍କର ସ୍ମୃତିକୁ ମନେପକାଇ ଭାବବିହ୍ୱହଳ ହେବାସହ ସେମାନଙ୍କ ସ୍ମୃତି ଉପସ୍ଥାପନ କରିଥିଲେ । ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ ତରଫରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।ମହାବିଦ୍ୟାଳୟର ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଅଧ୍ୟାପିକା ହରିଣ୍ମୟୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସଭାରେ ପ୍ରାଧ୍ୟାପିକା ଡ. ଅନସୂୟା ନନ୍ଦ, ଡ. ସଞ୍ଜୟ ପୁରୋହିତ, ଗୌରୀଶଙ୍କର ରଥ, ସଞ୍ଜୟ ଲେଙ୍କା, ବିଶ୍ୱଜିତା ପାଢ଼ୀ, ଦିଲ୍ଲୀପ ସାହୁ, ସସ୍ମିତା ମହାପାତ୍ର, ପ୍ରଜ୍ଞା ଦେବହୂତି ଦାସ, ଚିନ୍ମୟ ମିଶ୍ର, ସ୍ମୃତି ରଞ୍ଜନ ରାଉତ, ଶ୍ଵେତା ସୁମନ ଗିରି, ପ୍ରମୁଖଙ୍କ ସଙ୍ଗେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ କଣ ଅନୁକୋଣ ରୁ ଆସିଥିବା ସତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଲ କରିଥିଲେ।