ଏକାଥରେ ୧୨ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଚାଲିଥିଲା ସ୍କୁଲ୍ , ଏକାଥରେ ଅସୁସ୍ଥ ହେଲେ ୯ମ ଶ୍ରେଣୀ ଓ ଦଶମ ଶ୍ରେଣୀରୁ ମିଶାଇ ୧୨ ଛାତ୍ରୀ । ସମସ୍ତ ଛାତ୍ରୀଙ୍କୁ ଭର୍ତି କରାଯାଇଛି ଡାକ୍ତରଖାନା ରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଘଷିପୁରା ବ୍ଲକ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲ ଠାରେ । ପାଖାପାଖି ଦିନ ୧୧ଟା ସୟରେ କ୍ଲାସ୍ ଚାଲିଥିବାବେଳେ ୯ମ ଓ ୧୦ମ ଶ୍ରେଣୀ ରୁ ଜଣକ ପରେ ଜଣେ ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବା ସହ ଏକା ସାଙ୍ଗରେ କାନ୍ଦି ଉଠିଲେ ଛାତ୍ରୀ ମାନେ । ତେବେ ବିଦ୍ୟାଳୟ ଶିକ୍ଷକ ମାନେ ତୁରନ୍ତ ଛାତ୍ରୀ ମାନଙ୍କୁ ନିକଟସ୍ଥ କେଶଦୁରପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।ସେଠାରୁ ପୁଣିଥରେ ସମସ୍ତ ଛାତ୍ରୀ ଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି l ଗତ ଶନିବାର ଦିନ ଠିକ୍ ଏହିଭଳି ଅସୁସ୍ଥ ଅବସ୍ଥାରେ ୨-୩ ଜଣ ଛାତ୍ରୀ ମେଡିକାଲ ରେ ଭର୍ତି ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିବାବା ବେଳେ ଆଜି ପୂନର୍ବାର ଏଭଳି ଘଟଣା ଘଟିବା ପରେ ଚିନ୍ତା ବ୍ଯକ୍ତ କରିଛନ୍ତି ଅଭିଭାବକ । ତେବେ ଛାତ୍ରୀ ଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥଗତ ସମସ୍ଯା ନଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ l

Leave a Reply

Your email address will not be published. Required fields are marked *