କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ପୁରୁଷୋତ୍ତମ ସାହୁଙ୍କ ଘରୁ ଗତକାଲି ମଧ୍ୟ ରାତ୍ରିରେ ଏକ ବଡ ଧରଣର ଲୁଟ ହୋଇଛି । ଯେଉଁଥିରେ ୭ ଭରିରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ସହିତ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଗତକାଲି ପରିବାରର କିଛି ଲୋକ ଛାତ ଉପରେ ଶୋଇଥିବା ବେଳେ କିଛି ଲୋକ ଘରେ ଶୋଇଥିଲେ । ହେଲେ ବିଳମ୍ବିତ ରାତିରେ କୌଶଳ କରି ଚୋର ଘରେ ଭିତରେ ପଶି ଲୁଟିଥିଲେ ।
ଘର ଲୋକେ ରାତିରେ ଖାଇ ପିଇ ଶୋଇଥିଲେ । ହେଲେ, ଆଜି ସକାଳୁ ଚୋରି ହୋଇଥିବା ଜାଣିବା ପରେ ଘସିପୁରା ପୋଲିସକୁ ଖବର ଦେଇଥିଲେ । ଡ଼ଗ ସ୍କ୍ବାର୍ଡ଼ ଆସି ତଦନ୍ତ ଚାଳାଇଥିବା ବେଳେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡିନି । ତେବେ ଦିନକୁ ଦିନ ଘଷିପୁରା ଅଞ୍ଚଳରେ ଚୋରି ବଢି ଚାଲିଥିବା ବେଳେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଚୋରି ଯେଉଁଭଳି ହୋଇଛି ଆଖପାଖର ଲୋକ କେହି ଚୋରି କରିଥିବା ସନ୍ଦେହ କରୁଛି ପୁରୁଷୋତ୍ତମଙ୍କ ପରିବାର ।