ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ

ପୁଣି ସମ୍ନାକୁ ଆସିଲା ଲଭ, ଜିହାଦ କଥା I ଯୁବତୀଙ୍କୁ ବିବାହ କରିବା ଓ ଲଭ, ଜିହାଦ ରୁ ବର୍ତ୍ତିବା ପାଇଁ ଆପଣାଇଛନ୍ତି ଏପରି ପନ୍ଥା I ତେବେ ଏପରି ଏକ ଘଟଣା ଉତ୍ତର ପ୍ରଦେଶର ମୋରଦାବାଦରେ ଦେଖିବାକୁ ମିଳିଛି । I ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ । ସେ ସ୍ୱଇଚ୍ଛାରେ ହିନ୍ଦୁଧର୍ମ ଗ୍ରହଣ କରିବାକୁ ଚାହୁଁଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିଥିଲେ ।ଜଣାପଡିଲା ଯୁବକଜଣଙ୍କ ବିବାହିତ ଓ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ପତ୍ନୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ହିନ୍ଦୁ ଯୁବତୀଙ୍କ ସହ ସମ୍ପର୍କ ଅଛି । 

ସୂଚନା ଅନୁସାରେ, ମୋରାଦାବାଦର ସ୍ଥାନୀୟ ଅମୀର ଅଲ୍ଲୀ ନାମକ ଜଣେ ମୁସଲମାନ ଯୁବକ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଥିଲେ । ସେ ନିଜକୁ ଅମୀର ଅଲ୍ଲୀରୁ ଅମିତ ମହେଶ୍ୱରୀ ଭାବେ ମଧ୍ୟ ସ୍ୱଘୋଷିତ ଭାବେ ନାମିତ ମଧ୍ୟ କରିଥିଲେ । ହେଲେ ଯୁବକଙ୍କ ପତ୍ନୀ ମେହକ ଓରଫ ଗୁଲାଫସା ସ୍ୱାମୀଙ୍କର ଏପରି କାରନାମା ସମ୍ପର୍କରେ ଜାଣିବା ପରେ ଗଣମାଧ୍ୟମରେ ଲଭ ଜିହାଦ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ମେହକ କହିଛନ୍ତି, ସେ ଅମୀର ଅଲ୍ଲୀଙ୍କୁ ୨୦୨୨ ଫେବୃଆରୀ ୧୪ ତାରିଖରେ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ଘଟଣା ସମ୍ପର୍କରେ ଖୁଲାସା ହେବା ପରେ ପ୍ରଶାସନ ଓ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *